February 26, 2026 11:10 pm

ଫେବୃଆରୀ ୧୫ ଭାରତ ବିପକ୍ଷ ମ୍ୟାଚ୍ ଖେଳିବନି ପାକିସ୍ତାନ

ଈସିଲାମାବାଦ: T 20 ବିଶ୍ବକପ୍ ୨୦୨୬ ରେ ଭାରତ ବିପକ୍ଷ ମ୍ୟାଚ୍ ଖେଳିବ ନାହିଁ ପାକିସ୍ତାନ । ଏହି ମ୍ୟାଚ୍ ଆସନ୍ତା ୧୫ ତାରିଖରେ ନ୍ୟୁଟ୍ରାଲ ଭେନ୍ୟୁ ଶ୍ରୀଲଙ୍କାରେ ଅନୁଷ୍ଠିତ ହେବାର ଥିଲା । ତେବେ ତା ପୂର୍ବରୁ ପାକିସ୍ତାନ ଏହି ମ୍ୟାଚ୍ ଖେଳିବ ନାହିଁ ବୋଲି ନିଷ୍ପତ୍ତି ନିଆଯାଇଛି। ଏନେଇ ଆଜି ପାକିସ୍ତାନ ସରକାରଙ୍କ ପକ୍ଷରୁ Xରେ ଏକ ପୋଷ୍ଟ କରି ସ୍ପଷ୍ଟ କରାଯାଇଛି । ପାକିସ୍ତାନ କ୍ରିଟେକ ଦଳ T20 ବିଶ୍ବକପ୍ ୨୦୨୬ ଟୁର୍ଣ୍ଣାମେଣ୍ଟରେ … Read more

ବିଜେଡିରୁ ନିଲମ୍ବିତ ହେଲେ ଶଶୀ ସାହୁ

ଭୁବନେଶ୍ବର: ସିମୁଳିଆର ବରିଷ୍ଠ ନେତା ଶଶୀ ସାହୁଙ୍କୁ ନିଲମ୍ବିତ କରିଛି ବିଜେଡି। ବିଶୃଙ୍ଖଳିତ କାର୍ଯ୍ୟକଳାପ ପାଇଁ ତାଙ୍କୁ ଦଳରୁ ନିଲମ୍ବିତ କରାଯାଇଛି । ୨୦୨୪ ମସିହାରେ ଶଶୀ ସାହୁ ବିଜୁ ଜନତା ଦଳରେ ସାମିଲ ହୋଇଥିବା ବେଳେ ତାଙ୍କ ପତ୍ନୀ ସୁଭାଷିନୀ ସାହୁଙ୍କୁ ଟିକେଟ ମିଳିଥିଲା l ବିଗତ କିଛି ଦିନ ହେଲା ବାଲେଶ୍ବର ବିଜେଡିରେ କନ୍ଦଳ ଲାଗି ରହିଛି । ଶଶୀ ସାହୁ ଏବଂ ଜ୍ୟୋତି ପ୍ରକାଶ ସାହୁଙ୍କ ମଧ୍ୟରେ କନ୍ଦଳ ଖବର ସାମ୍ନାକୁ ଆସିଥିଲା … Read more

ଏପ୍ରିଲ ୧ରୁ ନୂଆ ଆୟକର ନିୟମ; ବଜେଟ ୨୦୨୬

ନୂଆଦିଲ୍ଲୀ: ସଂସଦରେ ବଜେଟ୍ ୨୦୨୬-୨୭ ଆଗତ କରୁଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ବିଗତ ୧୧ ବର୍ଷର ଆର୍ଥିକ ଅଭିବୃଦ୍ଧି ନେଇ ରଖିଲେ ତଥ୍ୟ। ବିକଶିତ ଭାରତ ଲକ୍ଷ୍ୟ ନେଇ ଦେଶ ଆଗକୁ ବଢ଼ୁଛି କହିଲେ ନିର୍ମଳା। ଲଗାତାର ୯ମ ଥର ପାଇଁ ବଜେଟ ଉପସ୍ଥାପନା କରୁଛନ୍ତି। ଏପ୍ରିଲ ୧, ୨୦୨୬ରୁ ନୂଆ ଆୟକର ନିୟମ ଲାଗୁ ହେବ । ଘୋଷଣା କଲେ ଅର୍ଥମନ୍ତ୍ରୀ । ଛୋଟ କରଦାତାଙ୍କ ପାଇଁ ପ୍ରକ୍ରିୟା ସହଜ ହେବ । ଜୁଲାଇ ୩୧ … Read more

ନିର୍ମାଣ ହେବ ହାଇସ୍ପିଡ ରେଲ୍ କରିଡର, ନିର୍ମଳାଙ୍କ ବଡ ଘୋଷଣା

ନୂଆଦିଲ୍ଲୀ: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଦେଶରେ ୭ ନୂଆ ହାଇସ୍ପିଡ ରେଲ୍ କରିଡର ନିର୍ମାଣ କରିବାର ବଡ ଘୋଷଣା କରିଛନ୍ତି । ଏହି କରିଡର ଭାରତରେ ପ୍ରମୁଖ ସହରଗୁଡିକୁ ଦ୍ରୁତ ଏବଂ ଉନ୍ନତ ଢଙ୍ଗରେ ସଂଯୋଗ କରିବ । ଅର୍ଥମନ୍ତ୍ରୀ ଏହି ହାଇ-ସ୍ପିଡ ରେଲ୍ ମାର୍ଗକୁ ଦେଶର ବିକାଶକୁ ଆହୁରି ଉଚ୍ଚକୁ ନେବ ବୋଲି କହିଛନ୍ତି । ଦେଶରେ ପ୍ରମୁଖ ସହରଗୁଡିକ ମଧ୍ୟରେ ଗମନାଗମନ ଉନ୍ନତ ହେବ । ଏହା ପରିବେଶ ଅନୁକୂଳ ହେବ ଏବଂ … Read more

ବିଏମ୍‌ସି ପକ୍ଷରୁ ପକ୍କା ଘର ଆବଣ୍ଟନ

ଭୁବନେଶ୍ୱର: ଚନ୍ଦ୍ରଶେଖରପୁର ବୁଦ୍ଧବିହାର ହାଉସିଂ ପ୍ରକଳ୍ପରେ ସାଲିଆସାହି, ସୁଭାଷ ବୋଷ ନଗର ବସ୍ତି, ମହାବୀର ବସ୍ତି, ମାଛ ମାର୍କେଟ ବସ୍ତି, ଜଗନ୍ନାଥବିହାର ଗୋପାଳ ବସ୍ତି, ସହିଦ ଲକ୍ଷ୍ମଣ ବସ୍ତି, ପଳାଶୁଣୀର ମୁଣ୍ଡାସାହି, ମା’ ଭଗବତୀ ବସ୍ତି, ମଙ୍ଗଳା ବସ୍ତି ଆଦି ୧୦ରୁ ଅଧିକ ବସ୍ତିର ୧୬୭ଜଣ ହିତାଧିକାରୀଙ୍କୁ ଲଟେରୀ ମାଧ୍ୟମରେ ପକ୍କାଘର ଦିଆଯାଇଛି। ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡ. କୃଷ୍ଣଚନ୍ଦ୍ର ମହାପାତ୍ର ମୁଖ୍ୟ ଅତିଥିଭାବେ ଯୋଗଦେଇ ଏହି ଗୃହ ଆବଣ୍ଟନ କରିଛନ୍ତି। ଏହି ଅବସରରେ … Read more

ବଡ଼ବିଲ ପୁଲିସର ଏନକାଉଣ୍ଟର, ମୋଷ୍ଟ ୱାଣ୍ଟେଡ୍ ସିପୁ ଗିରଫ

କେନ୍ଦୁଝର: ବଡ଼ବିଲ ଥାନା ଅଞ୍ଚଳରେ ଗତ କିଛି ଦିନ ତଳେ ବ୍ୟାଙ୍କ ଅଫ ମହାରାଷ୍ଟ୍ରରେ ବଡ଼ ଧରଣର ଡକାୟତି ହୋଇଥିଲା । ଯାହା କେସ ନମ୍ବର ୨୯/୨୬ ଥିଲା । ଏହି ଘଟଣାରେ ପୁଲିସ ୩ ଜଣଙ୍କୁ ଗିରଫ କରିଥିବା ବେଳେ ଅନ୍ୟ ଜଣେ ମୁଖ୍ୟ ଅଭିଯୁକ୍ତ ସିପୁ କୁମାର ଖସିଯାଇଥିଲା । ସିପୁ ଘର ବିହାର, ପାଟଣା ଜିଲ୍ଲା ପିପରା ଗାଁରେ । ମୋଷ୍ଟ ୱାଣ୍ଟେଡ୍ ଆନ୍ତଃରାଜ୍ୟ ଏହି ସିପୁ ନାଁରେ ଏକାଧିକ ମାମଲା ରହିଛି … Read more

ମହାରାଷ୍ଟ୍ରର ପ୍ରଥମ ମହିଳା ଉପମୁଖ୍ୟମନ୍ତ୍ରୀ ହେଲେ ସୁନେତ୍ରା ପାୱାର

ମୁମ୍ବାଇ: ମହାରାଷ୍ଟ୍ର ର ପ୍ରଥମ ମହିଳା ଉପମୁଖ୍ୟମନ୍ତ୍ରୀ ହୋଇଛନ୍ତି ସୁନେତ୍ରା ଅଜିତ ପାୱାର । ଶନିବାର ଲୋକ ଭବନରେ ଆୟୋଜିତ ଶପଥ ଗ୍ରହଣ ସମାରୋହରେ ରାଜ୍ୟପାଳ ଆଚାର୍ଯ୍ୟ ଦେବବ୍ରତ ପଦ ଏବଂ ଗୋପନୀୟତାର ଶପଥ ପାଠ କରାଇଛନ୍ତି । ଏହି ସମୟରେ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନାଭିସ ଏବଂ ଉପମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ସମେତ ଏନସିପି ଏବଂ ବିଜେପିର ତମାମ ବରିଷ୍ଠ ମନ୍ତ୍ରୀ ଏବଂ ବିଧାୟକ ଉପସ୍ଥିତ ଥିଲେ । ଶନିବାର ଏନସିପି (ଅଜିତ ଗୁଟ) ବିଧାୟକ ଦଳ … Read more

ନବୀନ ପଟ୍ଟନାୟକଙ୍କୁ ଭେଟିଲେ ୧୫ ପୌରପରିଷଦ ର ଚେୟାରମ୍ୟାନ

ଭୁବନେଶ୍ୱର: ଓଡିଶା ରାଜ୍ୟ ପୌର ପରିଷଦ ମହାସଂଘ ପକ୍ଷରୁ ୧୫ ଟି ପୌର ପରିଷଦର ଅଧ୍ୟକ୍ଷ/ଅଧ୍ୟକ୍ଷା ମାନେ ଶନିବାର ପୂର୍ବାହ୍ନରେ ଶ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟି ବିଭିନ୍ନ ବିକାଶ ଓ କଲ୍ୟାଣ କାର୍ଯ୍ୟକୁ କାର୍ଯ୍ୟକାରୀ କରିବାରେ ସେମାନେ ସମ୍ମୁଖୀନ ହେଉଥିବା ବିଭିନ୍ନ ସମସ୍ୟା ଉପରେ ଅବଗତ କରାଇଛନ୍ତି lରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ଅନୁସାରେ ବିଭିନ୍ନ ପୌର ଅଧ୍ୟକ୍ଷ ମାନଙ୍କ କ୍ଷମତା ସଂକୁଚିତ କରାଯାଇଥିବାରୁ ସେମାନେ କିପରି ଅସୁବିଧାର ସମ୍ମୁଖୀନହେଉଛନ୍ତି ସେ ବିଷୟରେ ଆଲୋଚନା କରିଛନ୍ତି । ସୂଚନା … Read more

କ୍ୟାବିନେଟ୍‌ ବୈଠକରେ ୧୨ ପ୍ରସ୍ତାବକୁ ମିଳିଲା ମଞ୍ଜୁରୀ

ଭୁବନେଶ୍ୱର: ୧୦ଟି ବିଭାଗର ୧୨ଟି ପ୍ରସ୍ତାବକୁ କ୍ୟାବିନେଟ ମଞ୍ଜୁରୀ ମିଳିଛି । ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ ଶେଷ ହୋଇଛି । ସୂଚନା ଦେଇଛନ୍ତି ରାଜ୍ୟ ମୁଖ୍ୟ ଶାସନ ସଚିବ। ରାଜ୍ୟ ସମବାୟ ନୀତିକୁ କ୍ୟାବିନେଟ୍‌ରେ ମଞ୍ଜୁରୀ ମିଳିଛି । ଜଳସମ୍ପଦ ବିଭାଗର ଡାଇଭର୍ସନ ସିଷ୍ଟମ ପାଇଁ ୩୬୨କୋଟି ଟଙ୍କା ମଞ୍ଜୁର ହୋଇଛି । କ୍ୟାବିନେଟ୍‌ର ନିଷ୍ପତ୍ତି ଅନୁସାରେ, ଜିଲ୍ଲା ସଂସ୍କୃତି ଅଧିକାରୀ ସେବା ବର୍ଗର ପୁନର୍ଗଠନ ସହ ସେମାନଙ୍କୁ ପଦୋନ୍ନତିର ସୁବିଧା ପ୍ରଦାନ ପାଇଁ ବିଜ୍ଞପ୍ତି … Read more

ଓଡ଼ିଆରେ ପଢିବେ ଏକାଦଶ ଶ୍ରେଣୀ ବିଜ୍ଞାନ ଛାତ୍ରଛାତ୍ରୀ

ଭୁବନେଶ୍ୱର: ଆଜି ଲୋକସେବା ଭବନରେ ଏକାଦଶ ଶ୍ରେଣୀ ବିଜ୍ଞାନ ସନ୍ଦର୍ଭ ପୁସ୍ତକ ଉନ୍ମୋଚନ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ପ୍ରସ୍ତୁତ ଏହି ପୁସ୍ତକ ଗୁଡିକ ମଧ୍ୟରେ ଗଣିତ, ପଦାର୍ଥ ବିଜ୍ଞାନ, ରସାୟନ ବିଜ୍ଞାନ ଓ ଜୀବ ବିଜ୍ଞାନ ରହିଛି। ପ୍ରତ୍ୟେକ ଜିଲ୍ଲା ସଦର ମହକୁମା ବହି ଦୋକାନରେ ଏହି ବହି ଗୁଡ଼ିକ ଉପଲବ୍ଧ ହେବ। ସୂଚନାଥାଉ ଯେ, ଓଡ଼ିଆ ଭାଷାରେ ଏହିଭଳି ବହି ଆଗରୁ ନଥିବାରୁ ରାଜ୍ୟ ସରକାର … Read more