ଈସିଲାମାବାଦ: T 20 ବିଶ୍ବକପ୍ ୨୦୨୬ ରେ ଭାରତ ବିପକ୍ଷ ମ୍ୟାଚ୍ ଖେଳିବ ନାହିଁ ପାକିସ୍ତାନ । ଏହି ମ୍ୟାଚ୍ ଆସନ୍ତା ୧୫ ତାରିଖରେ ନ୍ୟୁଟ୍ରାଲ ଭେନ୍ୟୁ ଶ୍ରୀଲଙ୍କାରେ ଅନୁଷ୍ଠିତ ହେବାର ଥିଲା । ତେବେ ତା ପୂର୍ବରୁ ପାକିସ୍ତାନ ଏହି ମ୍ୟାଚ୍ ଖେଳିବ ନାହିଁ ବୋଲି ନିଷ୍ପତ୍ତି ନିଆଯାଇଛି। ଏନେଇ ଆଜି ପାକିସ୍ତାନ ସରକାରଙ୍କ ପକ୍ଷରୁ Xରେ ଏକ ପୋଷ୍ଟ କରି ସ୍ପଷ୍ଟ କରାଯାଇଛି ।

ପାକିସ୍ତାନ କ୍ରିଟେକ ଦଳ T20 ବିଶ୍ବକପ୍ ୨୦୨୬ ଟୁର୍ଣ୍ଣାମେଣ୍ଟରେ ସାମିଲ ହେବ, ମାତ୍ର ଭାରତ ବିପକ୍ଷ ଫେବୃଆରୀ ୧୫ରେ ଖେଳାଯିବାକୁ ଥିବା ଲିଗ୍ ମ୍ୟାଚ୍ ଖେଳିବ ନାହିଁ ବୋଲି ଏହି ପୋଷ୍ଟରେ ସ୍ପଷ୍ଟ କରାଯାଇଛି ।
Post Views: 24









