ଫ୍ରାନ୍ସରେ ହିଂସାକାଣ୍ଡ: ୧୨୦୦ରୁ ଅଧିକ ଗିରଫ

ପ୍ୟାରିସ୍:ଫ୍ରାନ୍ସରେ ଦିନକୁ ଦିନ ବୃଦ୍ଧି ପାଉଥିବା ଜୀବନଧାରଣର ଖର୍ଚ୍ଚ, ଚରମ ମହଙ୍ଗା, ଆର୍ଥିକ ଅସନ୍ତୁଳନ ଏବଂ ବିଦ୍ୟାଳୟଗୁଡ଼ିକରେ କର୍ତ୍ତୃପକ୍ଷଙ୍କ ଅବହେଳାକୁ ନେଇ ସାଧାରଣ ଜନତା, ଶ୍ରମିକ ଏବଂ ଛାତ୍ରସମାଜ ମଧ୍ୟରେ ଅସନ୍ତୋଷ ଚରମ ସୀମାରେ ପହଞ୍ଚିଥିଲା। ଏହି ସମସ୍ୟାର ସମାଧାନ ପାଇଁ ସାଧାରଣ ଲୋକମାନେ ରାଜରାସ୍ତାକୁ ଓହ୍ଲାଇ ଏକ ବିରାଟ ପ୍ରତିବାଦ ସଭା ଓ ଶୋଭାଯାତ୍ରାର ଆୟୋଜନ କରିଥିଲେ। ପ୍ରାରମ୍ଭିକ ଅବସ୍ଥାରେ ଏହି ଆନ୍ଦୋଳନ ସାଧାରଣ ଏବଂ ଶାନ୍ତିପୂର୍ଣ୍ଣ ମନେ ହେଉଥିଲେ ମଧ୍ୟ, ସମୟ ଗଡ଼ିବା ସାଙ୍ଗକୁ … Read more

ଦୁର୍ଗାପୂଜା ପେଣ୍ଡାଲରେ ଦଳଚକଟା : ୧୯ ମୃତ ,୩୫ରୁ ଅଧିକ ଆହତ

କୋଲକାତା:ଉତ୍ତର କୋଲକାତାର ଚୋରବାଗାନ ଦୁର୍ଗାପୂଜା ପେଣ୍ଡାଲର ପ୍ରବେଶ ମାର୍ଗରେଶନିବାର ସନ୍ଧ୍ୟା ପ୍ରାୟ ୭ଟା ୪୦ରେ ଏହି ଅଘଟଣ ଘଟିଛି।ସୂଚନା ଅନୁଯାୟୀ ଶନିବାର ମହାସପ୍ତମୀରେ ବହୁ ସଂଖ୍ୟକ ଲୋକ ଏହି ମଣ୍ଡପକୁ ବୁଲିବାକୁ ଆସିଥିଲେ।ଅତ୍ୟଧିକ ଭିଡ଼ ଏବଂ ହଠାତ୍ ପ୍ରବଳ ବର୍ଷା ଯୋଗୁଁ ଦଳଚକଟା ପରିସ୍ଥିତି ସୃଷ୍ଟି ହୋଇଥିଲା।ଏଥିରେ ୧୯ ଜଣଙ୍କ ପ୍ରାଣ ହାନି ଘଟିଛି। ୩୫ରୁ ଅଧିକ ଆହତ ହୋଇଛନ୍ତି। ମୃତକଙ୍କ ମଧ୍ୟରେ ୧୪ ମହିଳା, ୪ ପୁରୁଷ ଏବଂ ଜଣେ ୭ ବର୍ଷୀୟ ପିଲା ଅଛନ୍ତି … Read more

ଇଣ୍ଟରନେଟର ବ୍ୟବହାର ଛୋଟ ପିଲାଙ୍କ ମୌଳିକ ଅଧିକାର:ସୁପ୍ରିମକୋର୍ଟ

ନୂଆଦିଲ୍ଲୀ :ବୟସ ଭିତ୍ତିକ ଇଣ୍ଟରନେଟ ବ୍ୟବହାରର ସମୂହ ବ୍ୟାନ ଦାବିକୁ ଅଗ୍ରାହ୍ୟ କରି ଦେଇଛନ୍ତି ସୁପ୍ରିମକୋର୍ଟ। ଇଣ୍ଟରନେଟ ବ୍ୟବହାର କରିବା ପିଲାଙ୍କ ସମେତ ସବୁ ବର୍ଗର ଲୋକଙ୍କର ଗୋଟିଏ ମୌଳିକ ଅଧିକାର ବୋଲି ମଧ୍ୟ ସ୍ପଷ୍ଟ କରିଛନ୍ତି ସର୍ବୋଚ୍ଚ ଅଦାଲତ।ତେବେ ପିଲାମାନଙ୍କୁ ଅନଲାଇନ ସେକ୍ସୁଆଲ ଦୁର୍ବ୍ୟବହାରରୁ ସୁରକ୍ଷା ଦେବା ପାଇଁ କଠୋର ନୀତି ଆପଣା ଯିବା ସପକ୍ଷରେ ସୁପ୍ରିମକୋର୍ଟ ମତ ରଖିଛନ୍ତି। ବିଭିନ୍ନ ସୋଶାଲ ମିଡିଆ ପ୍ଲାଟଫର୍ମରୁ ଛୋଟ ପିଲାଙ୍କ ସହ ଜଡ଼ିତ ଅଶ୍ଳୀଳ ବିଷୟବସ୍ତୁକୁ ତତ୍କାଳ … Read more

ଅକ୍ଟୋବର ୨୫ ରେ ପ୍ରଧାନମନ୍ତ୍ରୀ ଏବଂ ଅକ୍ଟୋବର ୨୮ ଓ ୨୯ରେ ମାନ୍ୟବର ରାଷ୍ଟ୍ରପତିଙ୍କ ୨ ଦିନିଆ ଓଡ଼ିଶା ଗସ୍ତ କାର୍ଯ୍ୟକ୍ରମକୁ ନେଇ ରାଜ୍ୟସ୍ତରୀୟ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ଭୁବନେଶ୍ୱର:ଭାରତର ମାନ୍ୟବର ରାଷ୍ଟ୍ରପତି ଶ୍ରୀମତୀ ଦୌପଦୀ ମୁର୍ମୁ ଆଗାମୀ ଅକ୍ଟୋବର ୨୮ ଓ ୨୯ ତାରିଖରେ ୨ ଦିନିଆ ଓଡ଼ିଶା ଗସ୍ତରେ ଆସି ମୟୁରଭଞ୍ଜ ଜିଲ୍ଲାରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବେ । ଏହା ପୂର୍ବରୁ ଭାରତର ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦୀ ଅକ୍ଟୋବର ୨୫ ତାରିଖରେ ଖୋର୍ଦ୍ଧା ନିକଟସ୍ଥ ଭାରତୀୟ ରିଜର୍ଭ ବ୍ୟାଙ୍କର ଡାଟା ସେଣ୍ଟର ଓ ପ୍ରଶିକ୍ଷଣ ସଂସ୍ଥାର ଶୁଭ ଉଦ୍ଘାଟନ କରି ପ୍ରତ୍ୟାବର୍ତ୍ତନ କରିବେ । ଏହି ପରିପ୍ରେକ୍ଷୀରେ ରାଜ୍ୟସ୍ତରୀୟ ପ୍ରସ୍ତୁତି ବୈଠକ … Read more

ଯନ୍ତର ମନ୍ତରକୁ ପ୍ରତିବାଦ ସ୍ଥଳ ତାଲିକାରୁ ହଟାଇବାକୁ ନେଇ ମାମଲା ରୁଜୁ :କେନ୍ଦ୍ରକୁ ସୁପ୍ରିମକୋର୍ଟଙ୍କ ନୋଟିସ୍

ନୂଆଦିଲ୍ଲୀ: ଯନ୍ତରମନ୍ତରକୁ ନେଇ ଆଇନଗତ ଲଢ଼େଇ ତୀବ୍ର ହୋଇଛି। ଦିଲ୍ଲୀ ପୁଲିସର ପ୍ରତିବାଦ ସ୍ଥଳ ତାଲିକାରୁ ଯନ୍ତରମନ୍ତରକୁ ହଟାଇବା ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରି ଏକ ଆବେଦନର ଶୁଣାଣି କରି ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କୁ ଏକ ନୋଟିସ୍ ଜାରି କରିଛନ୍ତି ଏବଂ କେନ୍ଦ୍ର ଏବଂ ଦିଲ୍ଲୀ ପୁଲିସଠାରୁ ଜବାବ ମାଗିଛନ୍ତି। ମୁଖ୍ୟ ବିଚାରପତି (ସିଜେଆଇ) ସୂର୍ଯ୍ୟକାନ୍ତ ଏବଂ ବିଚାରପତି ଜୟମାଲ୍ୟ ବାଗଚିଙ୍କୁ ନେଇ ଗଠିତ ଖଣ୍ଡପୀଠ ଗୁରୁବାର ଏହି ନୋଟିସ୍ ଜାରି କରିଛନ୍ତି। ଶୁଣାଣି ସମୟରେ, ଜଷ୍ଟିସ୍ ବାଗଚି … Read more

ସ୍କୁଲ ଛାତ ଭୁଶୁଡ଼ି ୨୧ ଶିଶୁ ଓ ଶିକ୍ଷୟିତ୍ରୀଙ୍କ ମୃତ୍ୟୁ

ଇସଲାମାବାଦ: ପାକିସ୍ତାନର ଖାଇବର ପଖତୁନ୍‌ଖ୍ୱା ପ୍ରଦେଶର ରାଜଧାନୀ ପେଶାୱରରେ ଏକ ସ୍କୁଲର ଛାତ ଭୁଶୁଡ଼ି ପଡ଼ିବାରୁ ୨୧ ଜଣ ଶିଶୁ ଏବଂ ଜଣେ ଶିକ୍ଷୟିତ୍ରୀଙ୍କର ମୃତ୍ୟୁ ଘଟିଛି। ମୃତ ସମସ୍ତ ଶିଶୁଙ୍କ ବୟସ ୧୩ ବର୍ଷରୁ କମ୍ ବୋଲି ଜଣାପଡ଼ିଛି। ଏହି ଦୁର୍ଘଟଣାରେ ଅନ୍ୟ ୨୫ ଜଣ ଶିଶୁ ଗୁରୁତର ଭାବେ ଆହତ ହୋଇଛନ୍ତି। ସୂଚନା ଅନୁସାରେ ପେଶାୱରର ଦିର୍ କଲୋନୀସ୍ଥିତ ଏକ ବିଦ୍ୟାଳୟରେ ଶ୍ରେଣୀଗୃହ ଚାଲିଥିବା ସମୟରେ ହଠାତ୍ ଛାତଟି ଭୁଶୁଡ଼ି ପଡ଼ିଥିଲା। ଫଳରେ ଅନେକ … Read more

ଗଙ୍ଗା ନଦୀରେ ଓଲଟିଲା ଡଙ୍ଗା, ୧୩ ଜଣଙ୍କ ମୃତ୍ୟୁ

ପାଟନା: ବିହାରର ବୈଶଳୀ ଜିଲ୍ଲାନ୍ତର୍ଗତ ହାଜିପୁରର ରାଘୋପୁର ଥାନା ଅଞ୍ଚଳରେ ଗଙ୍ଗା ନଦୀରେ ଏକ ଡଙ୍ଗା ବୁଡ଼ିଯିବାରୁ କିଛି ଛୋଟ ପିଲାଙ୍କ ସମେତ ୧୩ ଜଣଙ୍କର ମୃତ୍ୟୁ ହୋଇଛି । ଅନେକ ଏବେ ବି ନିଖୋଜ ଅଛନ୍ତି । ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ, ମଙ୍ଗଳବାର ବିଳମ୍ବିତ ରାତିରେ ରାମପୁର ଶ୍ୟାମଚାନ୍ଦ ଗାଁ ନିକଟରେ ଗଙ୍ଗା ନଦୀରେ ଏକ ଡଙ୍ଗା ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା । କିଛି ଲୋକ ଏକ ଭୋଜିରେ ସାମିଲ ହେବା ପାଇଁ … Read more

CJP ସଦସ୍ୟଙ୍କ ଗିରଫକୁ ନେଇ ପୋଲିସକୁ ଘେରିଲେ ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ: ଦିଲ୍ଲୀର ଜନ୍ତରମନ୍ତରରେ ଡ୍ୟୁଟିରେ ଥିବା ପୋଲିସ କର୍ମଚାରୀଙ୍କ କାର୍ଯ୍ୟରେ ବାଧା ଦେବା ଅଭିଯୋଗରେ କକ୍‌ରୋଚ୍‌ ଜନତା ପାର୍ଟି (CJP)ର ସଦସ୍ୟଙ୍କ ବିରୋଧରେ ଦିଲ୍ଲୀ ପୋଲିସ କାର୍ଯ୍ୟାନୁଷ୍ଠାନ ନେଇଛି। ପୋଲିସ କହିବା ଅନୁସାରେ, ୨୦୨୬ ଅକ୍ଟୋବର ୧୩ରେ ସୌରଭ ଦାସ, ଆଶୁତୋଷ ରାଙ୍କା, ଅଜିଙ୍କ୍ୟ ସିନ୍ଧେଙ୍କ ସମେତ ଅନ୍ୟ ସଦସ୍ୟମାନେ ବ୍ୟକ୍ତିଗତ ପରିସର ଦେଇ ପ୍ରତିବାଦ ପାଇଁ ଅଧିକୃତ ନଥିବା ସ୍ଥାନକୁ ପ୍ରବେଶ କରିଥିବା ଏବଂ ପୋଲିସ କର୍ମଚାରୀଙ୍କ କାର୍ଯ୍ୟରେ ବାଧା ଦେଇଥିବା ଅଭିଯୋଗ ହୋଇଛି। ଏହି … Read more

ଦୀପାବଳି ପରେ ଲାଗୁ ହେବ UPI ଚାର୍ଜ: NPCI

ନୂଆଦିଲ୍ଲୀ: NPCI ମଙ୍ଗଳବାର ଘୋଷଣା କରିଛି ଯେ କିଛି ବ୍ୟବସାୟୀଙ୍କ ସହିତ ୟୁପିଆଇ କାରବାର (ପିଟୁଏମ – ବ୍ୟକ୍ତିରୁ ବ୍ୟବସାୟୀ) ଉପରେ ଏମଡିଆର (ମର୍ଚ୍ଚାଣ୍ଟ ଡିସକାଉଣ୍ଟ ହାର) ଦୀପାବଳି ପରେ ଲାଗୁ କରାଯିବ। NPCIର UPI ଏବଂ ସେବା ପରିଚାଳନା କମିଟି ଅକ୍ଟୋବର ୧୩ ତାରିଖରେ ଏକ ବୈଠକରେ ଏହି ନିଷ୍ପତ୍ତି ନେଇଛି। ଯେହେତୁ ପାର୍ବଣ ଋତୁ ଚାଲିଛି, ଦୋକାନୀ ଏବଂ ଗ୍ରାହକମାନଙ୍କ ଅସୁବିଧା ଏଡାଇବା ପାଇଁ ଦୀପାବଳି ପର୍ଯ୍ୟନ୍ତ କୌଣସି ଶୁଳ୍କ ନିଆଯିବ ନାହିଁ। କାର୍ଯ୍ୟାନ୍ୱୟନ … Read more

ଜେଏନ୍‌ୟୁ ଯୌନ ନିର୍ଯାତନା ମାମଲାରେ କଂଗ୍ରେସ ସାଂସଦଙ୍କ ନିଲମ୍ବନ ଦାବିରେ ରାଷ୍ଟ୍ରପତିଙ୍କୁ ଭେଟିବ ବିଜେପି

ନୂଆଦିଲ୍ଲୀ: ଜବାହରଲାଲ ନେହେରୁ ବିଶ୍ୱବିଦ୍ୟାଳୟ (JNU) ଯୌନ ନିର୍ଯାତନା ମାମଲାକୁ ନେଇ ରାଜନୈତିକ ପାଣିପାଗ ସରଗରମ ରହିଛି। ଏହି ମାମଲାରେ ଅଭିଯୁକ୍ତ କଂଗ୍ରେସ ସାଂସଦ ଅଙ୍ଗୋମଚା ବିମୋଲ ଅକୋଇଜମଙ୍କ ବିରୋଧରେ ବିଜେପି ଆକ୍ରମଣାତ୍ମକ ରୂପ ଆପଣାଇଛି। ଦଳର ମହିଳା ସାଂସଦ ଓ ନେତ୍ରୀମାନେ ଅଭିଯୁକ୍ତଙ୍କ ବିରୋଧରେ ବ୍ୟାପକ ଅଭିଯାନ ଆରମ୍ଭ କରିଛନ୍ତି। ଏହି କ୍ରମରେ ଆଜି ବିଜେପି ମହିଳା ସାଂସଦଙ୍କ ଏକ ପ୍ରତିନିଧି ଦଳ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଭେଟି ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି। ଅନ୍ୟପଟେ … Read more