ଭାରତୀୟ ସୀମାକୁ ଅନୁପ୍ରବେଶ ବେଳେ ଲ୍ୟାଣ୍ଡମାଇନ ବିସ୍ଫୋରଣ ୪ ଆତଙ୍କବାଦୀ ନିହତ

ଜମ୍ମୁ-କାଶ୍ମୀର: କୃଷ୍ଣାଘାଟି ସେକ୍ଟରରେ ଆତଙ୍କବାଦୀ ଭାରତୀୟ ସେନା ବିଛାଇଥିବା ଲ୍ୟାଣ୍ଡମାଇନର ଶିକାର ହୋଇଛନ୍ତି। ଲ୍ୟାଣ୍ଡମାଇନ ବିସ୍ଫୋରଣରେ ଲସ୍କର-ଏ-ତୌୟବା (ଏଲଇଟି)ର ଜଣେ ବରିଷ୍ଠ କମାଣ୍ଡର ସହିତ ୪ ପାକିସ୍ତାନୀ ଆତଙ୍କବାଦୀ ପ୍ରାଣ ହରାଇଛନ୍ତି। ସୂଚନା ଅନୁଯାୟୀ ଏହି ଘଟଣା ସୋମବାର କୃଷ୍ଣାଘାଟି ସେକ୍ଟରର ସତବାଲ-ନାକି କ୍ଷେତ୍ରରେ ଘଟିଛି। ଏହି ଅଞ୍ଚଳଟି ନିୟନ୍ତ୍ରଣ ରେଖାରେ ଏକ ଅନୁପ୍ରବେଶ ମାର୍ଗ ଭାବେ ବେଶ୍ ଜଣାଶୁଣା। ଏହି ରାସ୍ତା ଦେଇ ପୂର୍ବରୁ ମଧ୍ୟ ଆତଙ୍କବାଦୀ ଭାରତକୁ ଅନୁପ୍ରବେଶ ଉଦ୍ୟମ କରିଛନ୍ତି। ପିଓକେ ପଟରୁ … Read more

ବ୍ରଜ ମୋହନ ରାମ ହେଲେ ଓଡ଼ିଶାର ନୂଆ ରାଜ୍ୟପାଳ

ନୂଆଦିଲ୍ଲୀ: ବିଜେପିର ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଡକ୍ଟର ବ୍ରଜମୋହନ ରାମଙ୍କୁ ଓଡ଼ିଶାର ନୂତନ ରାଜ୍ୟପାଳ ଭାବେ ନିଯୁକ୍ତ କରାଯାଇଛି। ରାଷ୍ଟ୍ରପତି ଭବନ ପକ୍ଷରୁ ଏହି ଗୁରୁତ୍ୱପୂର୍ଣ୍ଣ ଘୋଷଣା କରାଯାଇଛି। ସେ ଖୁବଶୀଘ୍ର ରାଜ୍ୟପାଳ ଭବନର ଦାୟିତ୍ୱ ଗ୍ରହଣ କରିବେ l ୧୯୫୮ ଜାନୁଆରୀ ୧ ତାରିଖରେ ଝାଡ଼ଖଣ୍ଡର ପଲାମୁ ଜିଲ୍ଲା ଅନ୍ତର୍ଗତ ଚାନ୍ଦୱାଠାରେ ତାଙ୍କର ଜନ୍ମ । ସେ ରାଞ୍ଚି ବିଶ୍ୱବିଦ୍ୟାଳୟରୁ ୧୯୮୧ ମସିହାରେ ସ୍ନାତକ ଡିଗ୍ରୀ ହାସଲ କରିଥିଲେ। ସେ ପୂର୍ବରୁ ବିହାର … Read more

ରାଜସ୍ଥାନରେ ବିଜେପି ପୂର୍ବତନ ବିଧାୟକଙ୍କୁ ପିଟି ପିଟି ହତ୍ୟା

ଜୟପୁର: ରାଜସ୍ଥାନର ଭରତପୁରରେ ବିଜେପିର ଜଣେ ପୂର୍ବତନ ବିଧାୟକ ଗ୍ରାମବାସୀଙ୍କ ଆକ୍ରମଣର ଶିକାର ହୋଇ ଚିକିତ୍ସିତ ଅବସ୍ଥାରେ ମୃତ୍ୟୁ ବରଣ କରିଛନ୍ତି । ସୂଚନା ଥାଉ ଯେ, ଅକ୍ଟୋବର ୧୧ ତାରିଖ ସନ୍ଧ୍ୟା ପ୍ରାୟ ୬:୩୦ ସମୟରେ ୱେର୍ ଥାନା ଅଞ୍ଚଳ ଅନ୍ତର୍ଗତ ଭୌଣ୍ଡା ଗ୍ରାମରେ କ୍ରସର୍ ପ୍ଲାଣ୍ଟ ପୁନର୍ବାର ଚାଲୁ ହେବାକୁ ନେଇ ଗଣ୍ଡଗୋଳ ଆରମ୍ଭ ହୋଇଥିଲା । ପ୍ରାୟ ଏକ ବର୍ଷ ଧରି ବନ୍ଦ ରହିଥିବା ଏହି କ୍ରସର୍ ପ୍ଲାଣ୍ଟକୁ ପୁନର୍ବାର ଚାଲୁ କରିବା … Read more

ଇଣ୍ଡିଆ ବ୍ଲକ ନେତାଙ୍କୁ ସାକ୍ଷାତ କରିବାକୁ ମନାକଲେ ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି

ନୂଆଦିଲ୍ଲୀ: ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଜଷ୍ଟିସ ସୂର୍ଯ୍ୟକାନ୍ତ ବିରୋଧୀ ଦଳ ନେତାମାନଙ୍କୁ ସାକ୍ଷାତ କରିବାକୁ ମନା କରିଦେଇଛନ୍ତି। ଉଭୟ ଲୋକସଭା ଓ ରାଜ୍ୟସଭାର ବିରୋଧୀ ଦଳ ନେତା ମଲ୍ଲିକାର୍ଜୁନ ଖଡଗେ ଓ ରାହୁଲ ଗାନ୍ଧି ଆଜି ଅପରାହ୍ନ ୪ଟାରୁ ୫ଟା ମଧ୍ୟରେ ପ୍ରଧାନ ବିଚାରପତିଙ୍କୁ ଭେଟି ଏକ ସ୍ମାରକପତ୍ର ପ୍ରଦାନ କରିବାକୁ ସମୟ ମାଗିଥିଲେ। ସୂଚନା ଅନୁଯାୟୀ, ପ୍ରଧାନ ବିଚାରପତି ଇ-ମେଲ ମାଧ୍ୟମରେ ଦୁଇ ନେତାଙ୍କୁ ଜଣାଇଛନ୍ତି ଯେ ସେମାନେ ଯେଉଁ ଦାବି ଉଠାଇଛନ୍ତି, ସେଗୁଡ଼ିକ ସୁପ୍ରିମକୋର୍ଟରେ … Read more

ଇଣ୍ଟରନେଟ୍-ମେଟ୍ରୋ ଷ୍ଟେସନ୍ ଚାଲୁ ରଖ; ସୁପ୍ରିମକୋର୍ଟଙ୍କ କଡ଼ା ନିର୍ଦ୍ଦେଶ

ନୂଆଦିଲ୍ଲୀ: ଦିଲ୍ଲୀରେ ପ୍ରତିବାଦକୁ ନେଇ ଜାରି କଟକଣା ମଧ୍ୟରେ ଲୋକଙ୍କ ଯାତାୟାତ ସ୍ୱାଭାବିକ ରଖିବା ସହ ମେଟ୍ରୋ ସେବାକୁ ନିୟମିତ ସମୟସୂଚୀ ଅନୁଯାୟୀ ଚାଲୁ ରଖିବାକୁ କେନ୍ଦ୍ର ସରକାରଙ୍କୁ କହିଛନ୍ତି ସୁପ୍ରିମକୋର୍ଟ। ଏହାସହ ଇଣ୍ଟରନେଟ୍ ସେବାରେ ଅନାବଶ୍ୟକ ବାଧା ନଦେବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି। କେବଳ ଏତିକି ନୁହେଁ ସାମ୍ୱାଦିକ ଓ ଓକିଲଙ୍କୁ ମିଳିବ ସୁରକ୍ଷା। ଦିଲ୍ଲୀରେ ପ୍ରତିବାଦକୁ ନେଇ ଯାତାୟାତ ଓ ନାଗରିକଙ୍କ ଅଧିକାର ଉପରେ ଦାଖଲ ହୋଇଥିବା ଯାଚିକାଗୁଡ଼ିକର ଶୁଣାଣି ସମୟରେ କୋର୍ଟ ଏହି … Read more

ଔଷଧ ବିଜ୍ଞାପନ ନିୟମ କଡ଼ାକଡ଼ି କରିବାକୁ କେନ୍ଦ୍ରର ପଦକ୍ଷେପ

ନୂଆଦିଲ୍ଲୀ: ଔଷଧ ବିଜ୍ଞାପନ ନିୟମକୁ ଆହୁରି କଡ଼ାକଡ଼ି କରିବା ଦିଗରେ କେନ୍ଦ୍ର ସରକାର ପଦକ୍ଷେପ ଗ୍ରହଣ କରିଛନ୍ତି। ପ୍ରେସକ୍ରିପସନ୍‌ରେ ମିଳୁଥିବା କେତେକ ଔଷଧର ବିଜ୍ଞାପନ ନିୟନ୍ତ୍ରଣ ପାଇଁ ଔଷଧ ନିୟମ, ୧୯୪୫ରେ ସଂଶୋଧନ ନିମନ୍ତେ ଏକ ଡ୍ରାଫ୍ଟ ପ୍ରସ୍ତାବ ଅଣାଯାଇଛି। ଏହା ଲାଗୁ ହେଲେ କେବଳ ଔଷଧ ନିର୍ମାତା କମ୍ପାନୀ ନୁହେଁ, ବରଂ ଖୁଚୁରା ଔଷଧ ଦୋକାନୀ, ପାଇକାରୀ ବ୍ୟବସାୟୀ ଏବଂ ଔଷଧ ବିତରକମାନଙ୍କ ବିଜ୍ଞାପନ ଉପରେ ମଧ୍ୟ କଟକଣା ଲାଗୁ ହେବ। କେନ୍ଦ୍ର ସ୍ୱାସ୍ଥ୍ୟ ଓ … Read more

ମଣିପୁରରେ ପୁଣି ହିଂସା:୭ ମୃତ ଅଭିଯୋଗ

ମଣିପୁର: ମଣିପୁରର କାମଜୋଙ୍ଗ, ଉଖରୁଲ ଏବଂ କାଙ୍ଗପୋକପି ଜିଲ୍ଲାରେ ଆତଙ୍କବାଦୀ ଗୋଷ୍ଠୀମାନଙ୍କ ମଧ୍ୟରେ ଭୟଙ୍କର ସଂଘର୍ଷ ଘଟିଛି । ଏହି ହିଂସା ସମୟରେ ଅନେକ ଘର ପୋଡ଼ି ଦିଆଯାଇଛି, ଯାହା ସମଗ୍ର ଅଞ୍ଚଳରେ ବ୍ୟାପକ ଉତ୍ତେଜନା ସୃଷ୍ଟି କରିଛି । ପ୍ରଶାସନିକ ଅଧିକାରୀମାନେ ଏହି ଘଟଣାରେ ଜଣେ ମହିଳାଙ୍କ ସମେତ ତିନି ଜଣଙ୍କ ମୃତ୍ୟୁକୁ ଆନୁଷ୍ଠାନିକ ଭାବରେ ନିଶ୍ଚିତ କରିଛନ୍ତି । ତଥାପି ପୂର୍ବତନ ମୁଖ୍ୟମନ୍ତ୍ରୀ ଏନ. ବୀରେନ ସିଂହ ଏକ ଗୁରୁତ୍ୱପୂର୍ଣ୍ଣ ଦାବି କରିଛନ୍ତି, କହିଛନ୍ତି … Read more

ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବିରେ ପ୍ରତିବାଦ ପୂର୍ବରୁ ୩ ନେତା ଅଟକ

ନୂଆଦିଲ୍ଲୀ: ଭାରତର ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବି କରି ନୂଆଦିଲ୍ଲୀର ଜନ୍ତର ମନ୍ତରରେ ପ୍ରତିବାଦ ପ୍ରଦର୍ଶନ କରିବାକୁ ଯାଉଥିବା ‘କକ୍ରୋଚ୍ ଜନତା ଦଳ’ର ତିନିଜଣ ପ୍ରମୁଖ ନେତାଙ୍କୁ ଦିଲ୍ଲୀ ପୋଲିସ ଅଟକ ରଖିଛି। ଏହି ଗିରଫ କିମ୍ବା ଅଟକ ହୋଇଥିବା ନେତାମାନେ ହେଲେ ଅଭିଜିତ ଦୀପକେ, ସୌରଭ ଦାସ ଏବଂ ଆଶୁତୋଷ ରାଙ୍କା। ସୂଚନା ଅନୁଯାୟୀ, ଏହି ତିନିଜଣ ନେତାଙ୍କୁ ଦିଲ୍ଲୀରେ ବିମାନ ଅବତରଣ କରିବା ପରେ ପୋଲିସ ଅଟକ ରଖିଥିଲା। ପରେ … Read more

ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବିରେ ରାଷ୍ଟ୍ରପତିଙ୍କୁ ଭେଟିଲେ ବିରୋଧୀ ସାଂସଦଙ୍କ ପ୍ରତିନିଧିମଣ୍ଡଳୀ

ନୂଆଦିଲ୍ଲୀ: ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବିରେ ବିରୋଧୀ ଦଳ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ ଜାରି ରହିଛି। ଏହି କ୍ରମରେ ‘ଇଣ୍ଡିଆ’ ମେଣ୍ଟର ଏମ୍‌ପିମାନେ ସଂସଦ ଭବନର ସେଣ୍ଟ୍ରାଲ ହଲରୁ ବିଜୟ ଚୌକ ପର୍ଯ୍ୟନ୍ତ ଏକ ପଦଯାତ୍ରା କରିଥିଲେ। ଏହାପରେ ବିରୋଧୀ ଦଳଗୁଡ଼ିକର ଏକ ପ୍ରତିନିଧିମଣ୍ଡଳୀ ରାଷ୍ଟ୍ରପତି ଭବନରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଭେଟି ସ୍ମାରକପତ୍ର ପ୍ରଦାନ କରିଛନ୍ତି lକଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ, ଲୋକ ସଭା ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଏବଂ ତୃଣମୂଳ କଂଗ୍ରେସ … Read more

ନନ୍ଦିଗ୍ରାମ ଉପନିର୍ବାଚନରେ ‌ରେକର୍ଡ ବ୍ୟବଧାନରେ ଜିତିଲା ବିଜେପି

ପଶ୍ଚିମବଙ୍ଗ: ନନ୍ଦିଗ୍ରାମ ବିଧାନସଭା ଆସନ ପାଇଁ ହୋଇଥିବା ଉପନିର୍ବାଚନରେ ବଡ଼ ବ୍ୟବଧାନରେ ବିଜୟୀ ହୋଇଛନ୍ତି ଦଳୀୟ ପ୍ରାର୍ଥୀ। ନିକଟତମ ପ୍ରତିଦ୍ୱନ୍ଦ୍ୱୀ ତଥା କଂଗ୍ରେସ ପ୍ରାର୍ଥୀ ମିଲନ ପ୍ରଧାନଙ୍କୁ ୧ ଲକ୍ଷ ୨୨ ହଜାର ୬୦୩ ଖଣ୍ଡ ଭୋଟ୍‌ରେ ପରାସ୍ତ କରିଛନ୍ତି ବିଜେପି ପ୍ରାର୍ଥୀ ହାସୀରାଣୀ ରଥ। ସେ ୧ ଲକ୍ଷ ୬୪ ହଜାର ୨୭୭ ଖଣ୍ଡ ଭୋଟ୍ ପାଇଥିବା ବେଳେ ମିଲନ ପ୍ରଧାନ ମାତ୍ର ୪୧ ହଜାର ୬୭୪ ଖଣ୍ଡ ଭୋଟ୍ ପାଇଛନ୍ତି।ଗତ ବିଧାନସଭା ନିର୍ବାଚନରେ ପଶ୍ଚିମବଙ୍ଗ … Read more