ଇଣ୍ଡିଆ ବ୍ଲକ ନେତାଙ୍କୁ ସାକ୍ଷାତ କରିବାକୁ ମନାକଲେ ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି

ନୂଆଦିଲ୍ଲୀ: ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଜଷ୍ଟିସ ସୂର୍ଯ୍ୟକାନ୍ତ ବିରୋଧୀ ଦଳ ନେତାମାନଙ୍କୁ ସାକ୍ଷାତ କରିବାକୁ ମନା କରିଦେଇଛନ୍ତି। ଉଭୟ ଲୋକସଭା ଓ ରାଜ୍ୟସଭାର ବିରୋଧୀ ଦଳ ନେତା ମଲ୍ଲିକାର୍ଜୁନ ଖଡଗେ ଓ ରାହୁଲ ଗାନ୍ଧି ଆଜି ଅପରାହ୍ନ ୪ଟାରୁ ୫ଟା ମଧ୍ୟରେ ପ୍ରଧାନ ବିଚାରପତିଙ୍କୁ ଭେଟି ଏକ ସ୍ମାରକପତ୍ର ପ୍ରଦାନ କରିବାକୁ ସମୟ ମାଗିଥିଲେ। ସୂଚନା ଅନୁଯାୟୀ, ପ୍ରଧାନ ବିଚାରପତି ଇ-ମେଲ ମାଧ୍ୟମରେ ଦୁଇ ନେତାଙ୍କୁ ଜଣାଇଛନ୍ତି ଯେ ସେମାନେ ଯେଉଁ ଦାବି ଉଠାଇଛନ୍ତି, ସେଗୁଡ଼ିକ ସୁପ୍ରିମକୋର୍ଟରେ … Read more

ଇଣ୍ଟରନେଟ୍-ମେଟ୍ରୋ ଷ୍ଟେସନ୍ ଚାଲୁ ରଖ; ସୁପ୍ରିମକୋର୍ଟଙ୍କ କଡ଼ା ନିର୍ଦ୍ଦେଶ

ନୂଆଦିଲ୍ଲୀ: ଦିଲ୍ଲୀରେ ପ୍ରତିବାଦକୁ ନେଇ ଜାରି କଟକଣା ମଧ୍ୟରେ ଲୋକଙ୍କ ଯାତାୟାତ ସ୍ୱାଭାବିକ ରଖିବା ସହ ମେଟ୍ରୋ ସେବାକୁ ନିୟମିତ ସମୟସୂଚୀ ଅନୁଯାୟୀ ଚାଲୁ ରଖିବାକୁ କେନ୍ଦ୍ର ସରକାରଙ୍କୁ କହିଛନ୍ତି ସୁପ୍ରିମକୋର୍ଟ। ଏହାସହ ଇଣ୍ଟରନେଟ୍ ସେବାରେ ଅନାବଶ୍ୟକ ବାଧା ନଦେବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି। କେବଳ ଏତିକି ନୁହେଁ ସାମ୍ୱାଦିକ ଓ ଓକିଲଙ୍କୁ ମିଳିବ ସୁରକ୍ଷା। ଦିଲ୍ଲୀରେ ପ୍ରତିବାଦକୁ ନେଇ ଯାତାୟାତ ଓ ନାଗରିକଙ୍କ ଅଧିକାର ଉପରେ ଦାଖଲ ହୋଇଥିବା ଯାଚିକାଗୁଡ଼ିକର ଶୁଣାଣି ସମୟରେ କୋର୍ଟ ଏହି … Read more

ଔଷଧ ବିଜ୍ଞାପନ ନିୟମ କଡ଼ାକଡ଼ି କରିବାକୁ କେନ୍ଦ୍ରର ପଦକ୍ଷେପ

ନୂଆଦିଲ୍ଲୀ: ଔଷଧ ବିଜ୍ଞାପନ ନିୟମକୁ ଆହୁରି କଡ଼ାକଡ଼ି କରିବା ଦିଗରେ କେନ୍ଦ୍ର ସରକାର ପଦକ୍ଷେପ ଗ୍ରହଣ କରିଛନ୍ତି। ପ୍ରେସକ୍ରିପସନ୍‌ରେ ମିଳୁଥିବା କେତେକ ଔଷଧର ବିଜ୍ଞାପନ ନିୟନ୍ତ୍ରଣ ପାଇଁ ଔଷଧ ନିୟମ, ୧୯୪୫ରେ ସଂଶୋଧନ ନିମନ୍ତେ ଏକ ଡ୍ରାଫ୍ଟ ପ୍ରସ୍ତାବ ଅଣାଯାଇଛି। ଏହା ଲାଗୁ ହେଲେ କେବଳ ଔଷଧ ନିର୍ମାତା କମ୍ପାନୀ ନୁହେଁ, ବରଂ ଖୁଚୁରା ଔଷଧ ଦୋକାନୀ, ପାଇକାରୀ ବ୍ୟବସାୟୀ ଏବଂ ଔଷଧ ବିତରକମାନଙ୍କ ବିଜ୍ଞାପନ ଉପରେ ମଧ୍ୟ କଟକଣା ଲାଗୁ ହେବ। କେନ୍ଦ୍ର ସ୍ୱାସ୍ଥ୍ୟ ଓ … Read more

ମଣିପୁରରେ ପୁଣି ହିଂସା:୭ ମୃତ ଅଭିଯୋଗ

ମଣିପୁର: ମଣିପୁରର କାମଜୋଙ୍ଗ, ଉଖରୁଲ ଏବଂ କାଙ୍ଗପୋକପି ଜିଲ୍ଲାରେ ଆତଙ୍କବାଦୀ ଗୋଷ୍ଠୀମାନଙ୍କ ମଧ୍ୟରେ ଭୟଙ୍କର ସଂଘର୍ଷ ଘଟିଛି । ଏହି ହିଂସା ସମୟରେ ଅନେକ ଘର ପୋଡ଼ି ଦିଆଯାଇଛି, ଯାହା ସମଗ୍ର ଅଞ୍ଚଳରେ ବ୍ୟାପକ ଉତ୍ତେଜନା ସୃଷ୍ଟି କରିଛି । ପ୍ରଶାସନିକ ଅଧିକାରୀମାନେ ଏହି ଘଟଣାରେ ଜଣେ ମହିଳାଙ୍କ ସମେତ ତିନି ଜଣଙ୍କ ମୃତ୍ୟୁକୁ ଆନୁଷ୍ଠାନିକ ଭାବରେ ନିଶ୍ଚିତ କରିଛନ୍ତି । ତଥାପି ପୂର୍ବତନ ମୁଖ୍ୟମନ୍ତ୍ରୀ ଏନ. ବୀରେନ ସିଂହ ଏକ ଗୁରୁତ୍ୱପୂର୍ଣ୍ଣ ଦାବି କରିଛନ୍ତି, କହିଛନ୍ତି … Read more

ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବିରେ ପ୍ରତିବାଦ ପୂର୍ବରୁ ୩ ନେତା ଅଟକ

ନୂଆଦିଲ୍ଲୀ: ଭାରତର ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବି କରି ନୂଆଦିଲ୍ଲୀର ଜନ୍ତର ମନ୍ତରରେ ପ୍ରତିବାଦ ପ୍ରଦର୍ଶନ କରିବାକୁ ଯାଉଥିବା ‘କକ୍ରୋଚ୍ ଜନତା ଦଳ’ର ତିନିଜଣ ପ୍ରମୁଖ ନେତାଙ୍କୁ ଦିଲ୍ଲୀ ପୋଲିସ ଅଟକ ରଖିଛି। ଏହି ଗିରଫ କିମ୍ବା ଅଟକ ହୋଇଥିବା ନେତାମାନେ ହେଲେ ଅଭିଜିତ ଦୀପକେ, ସୌରଭ ଦାସ ଏବଂ ଆଶୁତୋଷ ରାଙ୍କା। ସୂଚନା ଅନୁଯାୟୀ, ଏହି ତିନିଜଣ ନେତାଙ୍କୁ ଦିଲ୍ଲୀରେ ବିମାନ ଅବତରଣ କରିବା ପରେ ପୋଲିସ ଅଟକ ରଖିଥିଲା। ପରେ … Read more

ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବିରେ ରାଷ୍ଟ୍ରପତିଙ୍କୁ ଭେଟିଲେ ବିରୋଧୀ ସାଂସଦଙ୍କ ପ୍ରତିନିଧିମଣ୍ଡଳୀ

ନୂଆଦିଲ୍ଲୀ: ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବିରେ ବିରୋଧୀ ଦଳ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ ଜାରି ରହିଛି। ଏହି କ୍ରମରେ ‘ଇଣ୍ଡିଆ’ ମେଣ୍ଟର ଏମ୍‌ପିମାନେ ସଂସଦ ଭବନର ସେଣ୍ଟ୍ରାଲ ହଲରୁ ବିଜୟ ଚୌକ ପର୍ଯ୍ୟନ୍ତ ଏକ ପଦଯାତ୍ରା କରିଥିଲେ। ଏହାପରେ ବିରୋଧୀ ଦଳଗୁଡ଼ିକର ଏକ ପ୍ରତିନିଧିମଣ୍ଡଳୀ ରାଷ୍ଟ୍ରପତି ଭବନରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଭେଟି ସ୍ମାରକପତ୍ର ପ୍ରଦାନ କରିଛନ୍ତି lକଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ, ଲୋକ ସଭା ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଏବଂ ତୃଣମୂଳ କଂଗ୍ରେସ … Read more

ନନ୍ଦିଗ୍ରାମ ଉପନିର୍ବାଚନରେ ‌ରେକର୍ଡ ବ୍ୟବଧାନରେ ଜିତିଲା ବିଜେପି

ପଶ୍ଚିମବଙ୍ଗ: ନନ୍ଦିଗ୍ରାମ ବିଧାନସଭା ଆସନ ପାଇଁ ହୋଇଥିବା ଉପନିର୍ବାଚନରେ ବଡ଼ ବ୍ୟବଧାନରେ ବିଜୟୀ ହୋଇଛନ୍ତି ଦଳୀୟ ପ୍ରାର୍ଥୀ। ନିକଟତମ ପ୍ରତିଦ୍ୱନ୍ଦ୍ୱୀ ତଥା କଂଗ୍ରେସ ପ୍ରାର୍ଥୀ ମିଲନ ପ୍ରଧାନଙ୍କୁ ୧ ଲକ୍ଷ ୨୨ ହଜାର ୬୦୩ ଖଣ୍ଡ ଭୋଟ୍‌ରେ ପରାସ୍ତ କରିଛନ୍ତି ବିଜେପି ପ୍ରାର୍ଥୀ ହାସୀରାଣୀ ରଥ। ସେ ୧ ଲକ୍ଷ ୬୪ ହଜାର ୨୭୭ ଖଣ୍ଡ ଭୋଟ୍ ପାଇଥିବା ବେଳେ ମିଲନ ପ୍ରଧାନ ମାତ୍ର ୪୧ ହଜାର ୬୭୪ ଖଣ୍ଡ ଭୋଟ୍ ପାଇଛନ୍ତି।ଗତ ବିଧାନସଭା ନିର୍ବାଚନରେ ପଶ୍ଚିମବଙ୍ଗ … Read more

ଜେୱାର ବିମାନବନ୍ଦରର ନାମ ବଦଳିବ, ‘ନରେନ୍ଦ୍ର ମୋଦୀ ଅନ୍ତର୍ଜାତୀୟ ବିମାନବନ୍ଦର’ ରଖିବାକୁ ପ୍ରସ୍ତାବ ମଞ୍ଜୁର

ନୂଆଦିଲ୍ଲୀ: ନୋଏଡ଼ାର ଜେୱାର୍ ଠାରେ ଥିବା ଅନ୍ତର୍ଜାତୀୟ ବିମାନବନ୍ଦରର ନାମ ପରିବର୍ତ୍ତନ କରି ‘ନରେନ୍ଦ୍ର ମୋଦି ଅନ୍ତର୍ଜାତୀୟ ବିମାନବନ୍ଦର’ ରଖିବା ପାଇଁ ପ୍ରସ୍ତାବକୁ କ୍ୟାବିନେଟ୍ ବୈଠକରେ ମଞ୍ଜୁରୀ ମିଳିଛି। ଲକ୍ଷ୍ନୌରେ ଏକ ପ୍ରେସ୍ କନ୍‌ଫରେନ୍ସରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏହି ନିଷ୍ପତ୍ତି ସମ୍ପର୍କରେ ସୂଚନା ଦେଇଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀଙ୍କ ଜନସେବାର ୨୫ ବର୍ଷର ଅବିରତ ଯାତ୍ରାକୁ ଅଭିନନ୍ଦନ ଜଣାଇଛନ୍ତି । ମୋଦୀଙ୍କ ସରକାର ସମୟରେ ଉତ୍ତର ପ୍ରଦେଶରେ ହୋଇଥିବା ଉନ୍ନତି ସମ୍ପର୍କରେ ଯୋଗୀ ବିସ୍ତୃତ ରିପୋର୍ଟ ପ୍ରଦାନ … Read more

GST ପରିଷଦର ବଡ଼ ନିଷ୍ପତ୍ତି: ହଟିଲା ଗିରଫ କ୍ଷମତା

ନୂଆଦିଲ୍ଲୀ: ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନଙ୍କ ଅଧ୍ୟକ୍ଷତାରେ ନୂଆଦିଲ୍ଲୀରେ ଅନୁଷ୍ଠିତ ୫୭ତମ GST କାଉନସିଲ ବୈଠକରେ GST ନିୟମକୁ ସରଳ କରିବା ସହ ବ୍ୟବସାୟୀଙ୍କୁ ଅନାବଶ୍ୟକ ଆଇନଗତ ଜଟିଳତାରୁ ମୁକ୍ତି ଦେବା ଦିଗରେ ଏକାଧିକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ବୈଠକର ନିଷ୍ପତ୍ତି ଅନୁଯାୟୀ GST ଅଧିକାରୀଙ୍କ ଗିରଫ କ୍ଷମତାକୁ ସୀମିତ କରାଯିବା। ନିର୍ଦ୍ଦିଷ୍ଟ ମାମଲାରେ ଅଧିକାରୀମାନଙ୍କୁ ସିଧାସଳଖ ଗିରଫ କରିବାର ଅଧିକାର ଉପରେ ଅଙ୍କୁଶ ଲଗାଯାଇଛି। ଏହା ଫଳରେ ସାଧାରଣ କିମ୍ବା ଅଜାଣତରେ ହୋଇଥିବା ଭୁଲ ପାଇଁ ବ୍ୟବସାୟୀଙ୍କ … Read more

ବିମାନବନ୍ଦରରେ ଭୟଙ୍କର ରକେଟ୍‌ ଆକ୍ରମଣ: ୩ ବିଦେଶୀ ନାଗରିକ ମୃତ

ନୂଆଦିଲ୍ଲୀ: ସାଉଦି ଆରବର ଦୁଇଟି ପ୍ରମୁଖ ବିମାନବନ୍ଦର ଉପରେ ୟେମେନର ହୁତି ବିଦ୍ରୋହୀମାନେ ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ଏବଂ ଡ୍ରୋନ୍‌ ଯୋଗେ ରକ୍ତାକ୍ତ ଆକ୍ରମଣ କରିଛନ୍ତି। ଏହି ବିସ୍ଫୋରଣରେ ୩ ଜଣ ବିଦେଶୀ ନାଗରିକଙ୍କ ପ୍ରାଣହାନି ଘଟିଥିବା ବେଳେ ୩୬ ଜଣ ଗୁରୁତର ଆହତ ହୋଇଛନ୍ତି। ସାଉଦି ଆରବର ବେସାମରିକ ବିମାନ ଚଳାଚଳ ବିଭାଗ ଏହି ମୃତ୍ୟୁ ସମ୍ପର୍କରେ ସ୍ପଷ୍ଟ କରିଥିବା ବେଳେ ହୁତି ବିଦ୍ରୋହୀମାନେ ବିମାନବନ୍ଦର ଓ ସାମରିକ ଘାଟି ଉପରେ ହୋଇଥିବା ଏହି ବିସ୍ଫୋରଣ ପାଇଁ … Read more