ମୋବାଇଲ୍ ମ୍ୟାନୁଫାକ୍ଚରିଂ ସ୍କିମ୍ ଲଞ୍ଚ୍ କଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ: କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଶୁକ୍ରବାର ଦିନ ମୋବାଇଲ୍ ଫୋନ୍ ମ୍ୟାନୁଫାକ୍ଚରିଂ ସ୍କିମ ଲଞ୍ଚ୍ କରିଛନ୍ତି। ସେ କହିଛନ୍ତି ଯେ ବର୍ତ୍ତମାନ ଭାରତୀୟ କମ୍ପାନୀଗୁଡ଼ିକୁ ବିଭିନ୍ନ ସ୍ତରରେ ନିର୍ମାଣ ପାଇଁ ସହାୟତା ଯୋଗାଇ ଦିଆଯିବ, ଯାହାଦ୍ୱାରା ଭାରତରେ ମୋବାଇଲ୍ ମ୍ୟାନୁଫାକ୍ଚରିଂ ଦ୍ୱିଗୁଣିତ କରିବାର ଲକ୍ଷ୍ୟ ହାସଲ କରାଯାଇପାରିବ। ସେ କହିଛନ୍ତି ଯେ ମୋବାଇଲର ଦାମ୍ ବୃଦ୍ଧି ପାଉଛି, କାରଣ ମେମୋରୀ ଚିପର ଦାମ୍ ବଢ଼ୁଛି, ତେଣୁ ଆମେ ମେମୋରୀ ଚିପ୍ ଉତ୍ପାଦନ ଉପରେ ଧ୍ୟାନ ଦେଉଛୁ। ଏହାର … Read more

‘ବନ୍ଦେ ମାତରମ’ ବିବାଦ: କଂଗ୍ରେସ ଉପରେ ବର୍ଷିଲେ ଅମିତ ଶାହ

ନୂଆଦିଲ୍ଲୀ: କଂଗ୍ରେସ କାର୍ଯ୍ୟକ୍ରମରେ ଜାତୀୟ ଗୀତ ‘ବନ୍ଦେ ମାତରମ’ର କେବଳ ପ୍ରଥମ ଦୁଇ ଛନ୍ଦ ଗାନ କରିବା ନିଷ୍ପତ୍ତିକୁ ନେଇ ରାଜନୈତିକ ବିବାଦ ତୀବ୍ର ହୋଇଛି। ଏହି ପ୍ରସଙ୍ଗରେ କଂଗ୍ରେସକୁ କଡ଼ା ଭାଷାରେ ସମାଲୋଚନା କରିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ। ସେ ଅଭିଯୋଗ କରିଛନ୍ତି ଯେ, ୧୯୩୭ର ନିଷ୍ପତ୍ତିକୁ ପୁଣି ଲାଗୁ କରି କଂଗ୍ରେସ ତଥାକଥିତ ‘ତୁଷ୍ଟୀକରଣ ରାଜନୀତି’କୁ ଆଗକୁ ବଢ଼ାଉଛି। ଏହାସହ ସ୍ୱାଧୀନତା ସଂଗ୍ରାମରେ ‘ବନ୍ଦେ ମାତରମ’ ଗାଇ ଜୀବନ ବଳି ଦେଇଥିବା ସହିଦମାନଙ୍କୁ … Read more

ପ୍ରିନ୍ସିପାଲଙ୍କୁ ଛୁରୀ ଭୁଷି ହତ୍ୟା କଲେ ଦଶମ ଶ୍ରେଣୀ ଛାତ୍ର

ତେଲଙ୍ଗନା:ପ୍ରିନ୍ସିପାଲଙ୍କୁ ହତ୍ୟା କରିବା ଅଭିଯୋଗରେ ଦୁଇଜଣ ଦଶମ ଶ୍ରେଣୀ ଛାତ୍ରଙ୍କୁ ଗିରଫ କରିଛି ପୋଲିସ । ଅଗଷ୍ଟ ୧୨ରେ ତେଲଙ୍ଗାନାର ନଲଗୋଣ୍ଡା ଜିଲ୍ଲାର ନାଗାର୍ଜୁନ ପବ୍ଲିକ ସ୍କୁଲର ପ୍ରିନ୍ସିପାଲ କାଲ୍ଲୁ ରୂପା ରେଡ୍ଡୀଙ୍କ ମୃତ ଦେହ ତାଙ୍କ ବାସ ଗୃହ ରୁ ଉଦ୍ଧାର ହୋଇଥିଲା l ତାଙ୍କ ଶରୀରରେ ୨୭ଟି ଛୁରି ଆଘାତ ଚିହ୍ନ ରହିଥିଲା । ସୂଚନା ଅନୁଯାୟୀ ଅଗଷ୍ଟ ୧୦ରେ ସେ ସ୍କୁଲ ଯାଇଥିଲେ ଏବଂ ସନ୍ଧ୍ୟା ପ୍ରାୟ ୬ଟା ୩୦ ପର୍ଯ୍ୟନ୍ତ ସେଠାରେ … Read more

ହକି ବିଶ୍ୱକପ୍ ୨୦୨୬: ପାକିସ୍ତାନକୁ ହରାଇଲା ଭାରତ

ନୂଆଦିଲ୍ଲୀ:ବୁଧବାର ନେଦରଲ୍ୟାଣ୍ଡସର ଆମ୍‌ଷ୍ଟେଲଭିନ୍ ଷ୍ଟାଡିୟମ୍‌ରେ ଖେଳାଯାଇଥିବା ୨୦୨୬ ହକି ବିଶ୍ୱକପ୍‌ର ପୁଲ୍-ଡି ମ୍ୟାଚ୍‌ରେ ଭାରତୀୟ ଦଳ ୫-୩ ଗୋଲ୍‌ରେ ପାକିସ୍ତାନକୁ ପରାସ୍ତ କରିଛି । ଏହି ବିଜୟ ସହ ଭାରତ ପରବର୍ତ୍ତୀ ପର୍ଯ୍ୟାୟରେ ପ୍ରବେଶ କରିଛି।ଦୀର୍ଘ ୧୬ ବର୍ଷର ବ୍ୟବଧାନ ପରେ ବିଶ୍ୱକପ୍ ମଞ୍ଚରେ ଏହି ଦୁଇ ଦଳ ମୁହାଁମୁହିଁ ହୋଇଥିଲେ। ଏହାପୂର୍ବରୁ ୨୦୧୦ ଦିଲ୍ଲୀ ବିଶ୍ୱକପ୍‌ରେ ଭାରତ ୪-୧ ଗୋଲ୍‌ରେ ପାକିସ୍ତାନକୁ ପରାସ୍ତ କରିଥିଲା।ପୁଲ୍ ପର୍ଯ୍ୟାୟରେ ୩ଟି ମ୍ୟାଚ୍‌ରୁ ୨ଟିରେ ବିଜୟ ସହ ୬ ପଏଣ୍ଟ … Read more

ମୃତ୍ୟୁଦଣ୍ଡରେ ଫାଶୀର ବିକଳ୍ପ ନେଇ ସୁପ୍ରିମକୋର୍ଟର ବଡ଼ ନିଷ୍ପତ୍ତି

ନୂଆଦିଲ୍ଲୀ: ସୁପ୍ରିମ କୋର୍ଟ ମୃତ୍ୟୁଦଣ୍ଡ ପାଇଁ ଫାଶୀଦଣ୍ଡର ଏକ ବିକଳ୍ପ ପଦ୍ଧତି ପାଇଁ ଏକ ଆବେଦନକୁ ଖାରଜ କରିଛନ୍ତି। କୋର୍ଟ ଏହି ମାମଲାକୁ କେନ୍ଦ୍ର ସରକାରଙ୍କ ଉପରେ ଛାଡି ଦେଇଛନ୍ତି। ସୁପ୍ରିମ କୋର୍ଟ କହିଛନ୍ତି ଯେ, ବିଶେଷଜ୍ଞଙ୍କ ସହାୟତାରେ କେନ୍ଦ୍ର ସରକାର ମୃତ୍ୟୁଦଣ୍ଡର ଏକ କମ୍ ଯନ୍ତ୍ରଣାଦାୟକ ଏବଂ ଅଧିକ ମର୍ଯ୍ୟାଦାଜନକ ପଦ୍ଧତି ଉପରେ ବିଚାର କରିପାରିବେ। ବିଚାରପତି ବିକ୍ରମ ନାଥ ଏବଂ ସନ୍ଦୀପ ମେହେଟ୍ଟାଙ୍କ ଖଣ୍ଡପୀଠ ମୃତ୍ୟୁଦଣ୍ଡର କାର୍ଯ୍ୟକାରୀ ପାଇଁ ଫାଶୀଦଣ୍ଡର ଏକ କମ୍ ଯନ୍ତ୍ରଣାଦାୟକ … Read more

JSSC-CGL ପରୀକ୍ଷାକୁ ବାତିଲ କଲେ ଝାଡ଼ଖଣ୍ଡ ସରକାର

ଝାଡ଼ଖଣ୍ଡ: ବହୁ ବାଦବିବାଦ ପରେ JSSC-CGL ପରୀକ୍ଷାକୁ ବାତିଲ କରିବାକୁ ଘୋଷଣା କରିଛନ୍ତି ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ l ସିଜିଏଲ୍ ସହିତ ଟିଡିପିଏଲ୍ ଦ୍ୱାରା ପରିଚାଳିତ ହୋଇଥିବା ସମସ୍ତ ନିଯୁକ୍ତି ପରୀକ୍ଷାକୁ ମଧ୍ୟ ସରକାର ରଦ୍ଦ କରିଦେଇଛନ୍ତି। ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ସ୍ପଷ୍ଟ କରିଛନ୍ତି ଯେ, ଟିଡିପିଏଲ୍ ଅଧୀନରେ ହୋଇଥିବା ସମସ୍ତ ପରୀକ୍ଷା, ପରୀକ୍ଷାଫଳ ଏବଂ ସମ୍ବନ୍ଧିତ ସମସ୍ତ ନିଯୁକ୍ତି ପ୍ରକ୍ରିୟାକୁ ତୁରନ୍ତ ପ୍ରଭାବରୁ ବାତିଲ କରାଯାଇଛି। ଏଥିସହିତ ୨୦୧୪ ମସିହାରୁ ଝାଡ଼ଖଣ୍ଡରେ ହୋଇଥିବା ସମସ୍ତ … Read more

ତାରାପୀଠର ହୋଟେଲରେ ଭୟାବହ ଅଗ୍ନିକାଣ୍ଡ: ୭ ମୃତ, ୧୧ ଆହତ

କୋଲକାତା: ପଶ୍ଚିମବଙ୍ଗର ବୀରଭୂମି ଜିଲ୍ଲାରେ ଥିବା ତାରାପୀଠ ନିକଟସ୍ଥ ଗୋଟିଏ ହୋଟେଲରେ ଅଗ୍ନିକାଣ୍ଡ ଯୋଗୁ ସାତ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ଏଥିରେ ପ୍ରାୟ ୧୧ ଜଣ ଆହତ ମଧ୍ୟ ହୋଇଛନ୍ତି। ମିଳିଥିବା ସୂଚନା ଅନୁସାରେ, ଆଜି ଭୋର ପ୍ରାୟ ୫ଟା ବେଳେ ବିଦେଶିନୀ ନାମକ ହୋଟେଲରେ ଅଗ୍ନିକାଣ୍ଡ ଘଟିଥିଲା । ତାରାପୀଠ ବୁଲିବାକୁ ଆସିଥିବା ଅନେକ ଶ୍ରଦ୍ଧାଳୁ ସେହି ହୋଟେଲରେ ବିଶ୍ରାମ ନେଇଥିବା ବେଳେ ଅଘଟଣ ଘଟିଥିଲା। ଅଗ୍ନିକାଣ୍ଡ ଯୋଗୁ ଅନେକ ଶ୍ରଦ୍ଧାଳୁ ହୋଟେଲ ମଧ୍ୟରେ ଫସି … Read more

ସ୍ୱାଧୀନତା ଦିବସ ପାଳନବେଳେ ‘ବନ୍ଦେ ମାତରମ୍‌’ ଗାନକୁ ଅଧାରୁ ରୋକିବାକୁ ଚେଷ୍ଟା କରାଯାଇଥିବା ଅଭିଯୋଗ: ସୋନିଆ ଗାନ୍ଧିଙ୍କୁ କଡ଼ା ସମାଲୋଚନା କଲେ ଅମିତ ଶାହ

ନୂଆଦିଲ୍ଲୀ: କଂଗ୍ରେସର ଦିଲ୍ଲୀ ସ୍ଥିତ ମୁଖ୍ୟ କାର୍ଯ୍ୟାଳୟରେ ସ୍ୱାଧୀନତା ଦିବସ ପାଳନ ସମୟରେ ପତାକା ଉତ୍ତୋଳନ ପୂର୍ବରୁ ‘ବନ୍ଦେ ମାତରମ୍‌’ ଗାନ କରାଯାଉଥିବା ବେଳେ ଏହାକୁ ଅଧାରୁ ରୋକିବାକୁ ଚେଷ୍ଟା କରିଥିବା ଅଭିଯୋଗ ରେ ସୋନିଆ ଗାନ୍ଧିଙ୍କୁ କଡ଼ା ସମାଲୋଚନା କରିଛନ୍ତି କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ। ସୋନିଆ ଗାନ୍ଧି କରିଥିବା ଏହି ପାପକୁ ଦେଶବାସୀ କ୍ଷମା କରିବେ ନାହିଁ ବୋଲି ସେ କହିଛନ୍ତି। ରାଜସ୍ଥାନର ଚିତ୍ତୋଡ଼ଗଡ଼ରେ ଏକ ଜନସଭାକୁ ସମ୍ବୋଧିତ କରି ଶାହ ଅଭିଯୋଗ … Read more

ପୁନର୍ବାର ହେବ ୟୁଜିସି ନେଟ୍ ୨୦୨୬ର ଇଂରାଜୀ, କମର୍ସ ଓ ସୋସିଓଲୋଜି ପରୀକ୍ଷା

ନୂଆଦିଲ୍ଲୀ: ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି (NTA) ପକ୍ଷରୁ ୟୁଜିସି ନେଟ୍ ୨୦୨୬ ପରୀକ୍ଷା ର ଇଂରାଜୀ, କମର୍ସ ଏବଂ ସୋସିଓଲୋଜିର ପୁନର୍ବାର ପରୀକ୍ଷା କରାଯିବ l ପ୍ରଶ୍ନପତ୍ରକୁ ନେଇ ବିଭିନ୍ନ ଅଭିଯୋଗ ଆସିବା ପରେ NTA ଏକ ସ୍ୱତନ୍ତ୍ର କମିଟି ଗଠନ କରିଥିଲା। ତଦନ୍ତରୁ ଜଣାପଡିଛି ଯେ ତିନୋଟିଯାକ ବିଷୟର ପ୍ରଶ୍ନପତ୍ରରେ ତଥ୍ୟଗତ, ଟାଇପୋଗ୍ରାଫିକାଲ୍ ଏବଂ ଅନୁବାଦଗୁଡ଼ିକରେ ତ୍ରୁଟି ରହିଥିଲା। ଏହି ତଦନ୍ତ ରିପୋର୍ଟ ଆଧାରରେ NTA ପୁନଃ ପରୀକ୍ଷା କରାଇବା ପାଇଁ ଚୂଡ଼ାନ୍ତ ନିଷ୍ପତ୍ତି ନେଇଛି।ପୁନର୍ବାର … Read more

ତମାଖୁ ପ୍ରଚାର ପାଇଁ ସ୍ପଷ୍ଟୀକରଣ ମାଗିଲା ଏଫଡିଏ: ଶାହରୁଖ ଖାନ, ଅଜୟ ଦେବଗନ ଏବଂ ଟାଇଗର ଶ୍ରଫଙ୍କୁ କାରଣ ଦର୍ଶାଅ ନୋଟିସ୍

ନୂଆଦିଲ୍ଲୀ:ପାନ ମସଲା ପାଇଁ ବିଜ୍ଞାପନ କରିବା ଅଭିଯୋଗରେ ଏଫଡିଏ ଶାହରୁଖ ଖାନ, ଅଜୟ ଦେବଗନ ଏବଂ ଟାଇଗର ଶ୍ରଫଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରିଛି । ‘ଇଲାଇଚି’ ପାଇଁ ବିଜ୍ଞାପନ କରିବା ପରୋକ୍ଷରେ ଏକ ନିଷିଦ୍ଧ ପାନ ମସଲା କମ୍ପାନୀ ପାଇଁ ପ୍ରଚାର କରୁଛି ବୋଲି ଅଭିଯୋଗରେ ଦର୍ଶାଯାଇଛି ।ଏଫଡିଏ ଅଗଷ୍ଟ ୧୪ରେ ତିନି ଅଭିନେତାଙ୍କୁ ନୋଟିସ୍ ଜାରି ହୋଇଛି । ବିଜ୍ଞାପନର ଉପସ୍ଥାପନା, ସଂଳାପ, ବ୍ରାଣ୍ଡ ନାମ ଏବଂ ବଜାର ସନ୍ଦର୍ଭ ଏହା ଏକ … Read more