ବିଶ୍ୱର ପ୍ରଥମ ମହିଳା କ୍ରିକେଟର ଭାବେ ଏସିଆନ ଗେମ୍ସରେ ଶତକ ହାସଲ କଲେ ଭାରତର ଶେଫାଳୀ ବର୍ମା

ନୂଆଦିଲ୍ଲୀ:ଏସିଆନ ଗେମ୍ସ ୨୦୨୬ରେ ଇତିହାସ ସୃଷ୍ଟିକଲେ ଭାରତୀୟ ମହିଳା କ୍ରିକେଟ ଟିମର ଓପନର ଶେଫାଳୀ ବର୍ମା। ସେ ବିଶ୍ୱର ପ୍ରଥମ ମହିଳା କ୍ରିକେଟର ଭାବେ ଏସିଆନ ଗେମ୍ସରେ ହାସଲ କରିଛନ୍ତି ଶତକ।ଆଜି ବାଂଲାଦେଶ ବିପକ୍ଷ ସେମି ଫାଇନାଲ ମ୍ୟାଚ୍‌ରେ ଶେଫାଳୀ ଖେଳିଛନ୍ତି ୪୯ ବଲରେ ଅପରାଜିତ ୧୦୦ ରନର ଇନିଂସ। ଏହା ତାଙ୍କ ଟି-୨୦ କ୍ୟାରିୟରରେ ମଧ୍ୟ ପ୍ରଥମ ସେଞ୍ଚୁରୀ। ସେହିପରି ସେ ୪ର୍ଥ କ୍ରିକେଟର(ଉଭୟ ପୁରୁଷ ଓ ମହିଳା) ଭାବେ ଏସିଆନ ଗେମ୍ସରେ ଶତକ ମାରିଛନ୍ତି।ତାଙ୍କ … Read more

ଦୁର୍ଘଟଣାରେ ଓଡ଼ିଆ ପର୍ଯ୍ୟଟକଙ୍କ ମୃତ୍ୟୁ ଘଟଣାରେ ଶୋକ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ:କେନ୍ଦ୍ର ଏବଂ ରାଜ୍ୟ ପକ୍ଷରୁ ଅନୁକମ୍ପା ରାଶି ଘୋଷଣା

ଭୁବନେଶ୍ୱର:ମଧ୍ୟପ୍ରଦେଶରେ ଏକ ସଡ଼କ ଦୁର୍ଘଟଣାରେ ଓଡ଼ିଆ ପର୍ଯ୍ୟଟକଙ୍କ ମୃତ୍ୟୁ ଘଟଣାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗଭୀର ଶୋକ ପ୍ରକାଶ କରିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି, “ମଧ୍ୟପ୍ରଦେଶର ଆଗର ମାଲୱାରେ ଘଟିଥିବା ଦୁର୍ଘଟଣା ଅତ୍ୟନ୍ତ ଯନ୍ତ୍ରଣାଦାୟକ। ଯେଉଁମାନେ ସେମାନଙ୍କ ପ୍ରିୟଜନଙ୍କୁ ହରାଇଛନ୍ତି ସେମାନଙ୍କ ପ୍ରତି ମୁଁ ମୋର ସମବେଦନା ଜଣାଉଛି।ପ୍ରଧାନମନ୍ତ୍ରୀ ପ୍ରତ୍ୟେକ ମୃତକଙ୍କ ନିକଟତମ ସମ୍ପର୍କୀୟଙ୍କ ପାଇଁ ପ୍ରଧାନମନ୍ତ୍ରୀଙ୍କ ଜାତୀୟ ରିଲିଫ ପାଣ୍ଠିରୁ ୨ ଲକ୍ଷ ଟଙ୍କା ଅନୁକମ୍ପା ରାଶି ଘୋଷଣା କରିଛନ୍ତି। ଏହି ଘଟଣାରେ ଆହତମାନଙ୍କ ପାଇଁ ୫୦,୦୦୦ … Read more

DUSU ନିର୍ବାଚନ ଫଳାଫଳ ଘୋଷଣା : ୪ଟି ପଦବୀରୁ ୩ଟିରେ ବିଜୟୀ ହେଲା ABVP

ନୂଆଦିଲ୍ଲୀ: ଦିଲ୍ଲୀ ବିଶ୍ୱବିଦ୍ୟାଳୟ ଛାତ୍ର ସଂଘ (DUSU) ନିର୍ବାଚନ ଫଳାଫଳ ପ୍ରକାଶ ପାଇଛି। ଏହି ନିର୍ବାଚନରେ ସଫଳତା ସହ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ABVP) ନିଜର ଦବ୍‌ଦବା ବଜାୟ ରଖିଛି। ଚାରୋଟି ପଦବୀ ମଧ୍ୟରୁ ତିନୋଟିରେ ଏବିଭିପି ପ୍ରାର୍ଥୀ ବିଜୟୀ ହୋଇଥିବା ବେଳେ ଏନଏସୟୁଆଇ (NSUI)କୁ ବଡ଼ ବିପର୍ଯ୍ୟୟର ସାମ୍ନା କରିବାକୁ ପଡ଼ିଛି। ABVPର ଯଶ ଡବାସ ବିଜୟୀ ହୋଇଛନ୍ତି ଏବଂ ସ୍ୱାଧୀନ ପ୍ରାର୍ଥୀ ଦୀପାଂଶୁ ଶୌକିନ୍ ବାଜିମାତ୍ କରିଛନ୍ତି। ସଚିବ ଓ ଯୁଗ୍ମ ସମ୍ପାଦକ … Read more

ଅପରାଧୀ ଓ ଅସାମାଜିକଙ୍କ ଉପରେ କଡ଼ା ନଜର: ୨୧ରୁ ରାଜ୍ୟବ୍ୟାପୀ ‘ଦମନ’ ଅଭିଯାନ

ଭୁବନେଶ୍ୱର: ଆଗାମୀ ପାର୍ବଣକୁ ଦୃଷ୍ଟିରେ ରଖି ରାଜ୍ୟରେ ଶାନ୍ତି ଓ ଶୃଙ୍ଖଳା ବଜାୟ ରଖିବା ସହ ଅପରାଧୀ ଓ ଅସାମାଜିକଙ୍କ ଉପରେ କଡ଼ା ପଦକ୍ଷେପ ନେବା ପାଇଁ ଓଡ଼ିଶା ପୋଲିସ ପକ୍ଷରୁ ସ୍ୱତନ୍ତ୍ର ଅଭିଯାନ ‘ଦମନ’ ଆରମ୍ଭ କରାଯାଉଛି l ଏହି ଅଭିଯାନ ୨୧.୦୯.୨୦୨୬ରୁ ୩୦.୦୯.୨୦୨୬ ପର୍ଯ୍ୟନ୍ତ ରାଜ୍ୟବ୍ୟାପୀ ଚାଲିବ। ଅଭିଯାନ ସମୟରେ ଅପରାଧୀ ଓ ଅସାମାଜିକଙ୍କ ଗତିବିଧି ଉପରେ କଡ଼ା ନଜର ରଖାଯିବ। ଜାମିନ ବିହୀନ ଗିରଫ ପରୱାନା କାର୍ଯ୍ୟକାରୀ କରିବା ସହ ପ୍ରତିଷେଧମୂଳକ ଆଇନଗତ … Read more

ବାଂଲାଦେଶୀ ନାଗରିକ ନକଲି ଭାରତୀୟ ପରିଚୟପତ୍ର ଦେଖାଇ ନିଯୁକ୍ତି

ବାଂଲାଦେଶ: ଜଣେ ବାଂଲାଦେଶୀ ନାଗରିକ ଭାରତକୁ ଲୁଚି ପଳାଇ ଆସି ଏଠାରେ ନକଲି ଭାରତୀୟ ପରିଚୟପତ୍ର ହାସଲ କରିଥିଲା। ଏହି ନକଲି ପରିଚୟପତ୍ର ଦେଖାଇ ସେ କେରଳରେ ଥିବା ଅତ୍ୟନ୍ତ ସମ୍ବେଦନଶୀଳ ଇଜହିମାଲା ନୌସେନା ଏକାଡେମୀରେ ବେଶ କିଛି ମାସ ହେଲା କାମ କରୁଥିଲା। କିନ୍ତୁ ଏକଥା ଜଣାପଡ଼ିବା ପରେ ବାଂଲାଦେଶୀ ନାଗରିକଙ୍କୁ ପୋଲିସ ଗିରଫ କରିଛି। ଗିରଫ ବ୍ୟକ୍ତି ଜଣକ ହେଉଛି ୩୨ ବର୍ଷୀୟ ବିପ୍ଳବ ସୋରେନ। ସେ ଏକାଡେମୀର ଲଣ୍ଡରୀ ସେକସନରେ ଜଣେ ଠିକା … Read more

ସୁନ୍ଦରଗଡ଼ରେ ବଢ଼ୁଛି ସ୍କ୍ରବ୍ ଟାଇଫସ୍ ସଂକ୍ରମଣ, ୫,୬୦୦ରୁ ଅଧିକ ରକ୍ତ ନମୁନା ପରୀକ୍ଷା

ରାଉରକେଲା: ସ୍କ୍ରବ୍ ଟାଇଫସ୍ ରେ ଲଗାତାର ଭାବେ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବାରୁ ଏହା ସ୍ୱାସ୍ଥ୍ୟ ଅଧିକାରୀଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି। ସୁନ୍ଦରଗଡ଼ ଜିଲ୍ଲାରେ ସ୍କ୍ରବ୍ ଟାଇଫସ୍ ସଂକ୍ରମଣ ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି। ମିଳିଥିବା ତଥ୍ୟ ଅନୁଯାୟୀ, ଜିଲ୍ଲାରେ ଏପର୍ଯ୍ୟନ୍ତ ପ୍ରାୟ ୫,୬୦୦ ରକ୍ତ ନମୁନା ପରୀକ୍ଷା କରାଯାଇସାରିଲାଣି। ସୁନ୍ଦରଗଡ଼ର ବିଭିନ୍ନ ସ୍ଥାନରୁ ଦୈନିକ ୧୦୦ ରୁ ଅଧିକ ନମୁନା ସଂଗ୍ରହ କରାଯାଇ ପରୀକ୍ଷା କରାଯାଉଛି। ଆଗାମୀ ଦିନରେ ଆକ୍ରାନ୍ତଙ୍କ ସଂଖ୍ୟା ଆହୁରି ବଢ଼ିବ … Read more

ମଧ୍ୟପ୍ରଦେଶରେ ନାଳର ପ୍ରଖର ସ୍ରୋତରେ କାର୍ ଭାସିଯିବାରୁ ୭ ଓଡ଼ିଆ ଶ୍ରଦ୍ଧାଳୁଙ୍କ ମୃତ

ମଧ୍ୟପ୍ରଦେଶ: ମଧ୍ୟପ୍ରଦେଶର ନାଲଖେଡା ସ୍ଥିତ ମା’ ବଗଳାମୁଖୀ ମନ୍ଦିର ନିକଟରେ, ଶ୍ରଦ୍ଧାଳୁଙ୍କୁ ନେଇ ଯାଉଥିବା ଏକ କାର୍ ନାଳର ପ୍ରଖର ସ୍ରୋତରେ ଭାସିଯାଇଥିଲା । ଫଳରେ ପ୍ରାୟ ଆଠ ଜଣଙ୍କର ମୃତ୍ୟୁ ଘଟିଛି। ମୃତକମାନଙ୍କ ମଧ୍ୟରୁ ୭ ଜଣ ଓଡ଼ିଆ ଥିବାବେଳେ କାର ଡ୍ରାଇଭରକୁ ମିଶାଇ ୮ ଜଣ ବୋଲି ଜଣାପଡ଼ିଛି । ମୃତକଙ୍କ ମଧ୍ୟରେ ତିନି ଜଣ ଶିଶୁ, ଦୁଇ ଜଣ ମହିଳା ଏବଂ ତିନି ଜଣ ପୁରୁଷ ଅଛନ୍ତି। ମୃତ ୭ ଜଣ ଓଡ଼ିଆ … Read more

ନନ୍ଦିଗ୍ରାମ ଉପନିର୍ବାଚନ: ହତ୍ୟା ମାମଲାରେ କଂଗ୍ରେସ ପ୍ରାର୍ଥୀ ମିଲନ ପ୍ରଧାନଙ୍କୁ ଗିରଫ କଲା ପୋଲିସ

କୋଲକାତା: ପଶ୍ଚିମବଙ୍ଗ ବିଧାନସଭା ଉପ-ନିର୍ବାଚନ ପାଇଁ କଂଗ୍ରେସରୁ ପ୍ରାର୍ଥୀ ହୋଇଥିବା ମିଲନ ପ୍ରଧାନଙ୍କୁ ଶୁକ୍ରବାର ଗିରଫ କରିଛି ପୁଲିସ। ୨୦୦୭ ଜମି ଅଧିଗ୍ରହଣ ବିରୋଧୀ ଆନ୍ଦୋଳନ ବେଳେ ସଂଘଟିତ ଏକ ହତ୍ୟା ମାମଲାରେ ତାଙ୍କୁ ଗିରଫ କରାଯାଇଛି। ନନ୍ଦିଗ୍ରାମ ଉପ-ନିର୍ବାଚନରେ କଂଗ୍ରେସ ପ୍ରାର୍ଥୀ ମିଲନ ପ୍ରଧାନଙ୍କୁ ପୂର୍ବତନ ମମତା ବାନାର୍ଜୀଙ୍କ ଦଳ ସମର୍ଥନ କରିବାକୁ ଘୋଷଣା କରିବାର କିଛି ଘଣ୍ଟା ପରେ ଘଟିଛି ଏହି ଘଟଣା। ମମତାଙ୍କ ଦଳ ସଞ୍ଚିତା ପ୍ରଧାନ ଦେ’ଙ୍କୁ ନନ୍ଦିଗ୍ରାମ ଉପ-ନିର୍ବାଚନ ପାଇଁ … Read more

ଏକାମ୍ର ରେସିଡେନ୍ସି ପାଇଁ ବିଡିଏ ପକ୍ଷରୁ ଆରମ୍ଭ ହେଲା ଅନଲାଇନ ଆବେଦନ ପ୍ରକ୍ରିୟା

ଭୁବନେଶ୍ୱର: ବିଡିଏ ପକ୍ଷରୁ ସୁବୁଦ୍ଧିପୁରଠାରେ ନିର୍ମାଣାଧୀନ ଏକାମ୍ର ରେସିଡେନ୍ସି ଆବାସିକ ପ୍ରକଳ୍ପରେ ଆପାର୍ଟମେଣ୍ଟ ଆବଣ୍ଟନ ପାଇଁ ଅନଲାଇନ୍ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଛି । ଆଗ୍ରହୀ କ୍ରେତାମାନେ ଆସନ୍ତା ଅକ୍ଟୋବର ୩୧ ତାରିଖ ପର୍ଯ୍ୟନ୍ତ ଏହି ପ୍ରକଳ୍ପରେ ଫ୍ଲାଟ୍ ପାଇଁ ଆବେଦନ କରିପାରିବେ ବୋଲି ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ପ୍ରାୟ ୭.୩୪ ଏକର ଜମିରେ ବିକଶିତ ହେଉଥିବା ଏହି ଅତ୍ୟାଧୁନିକ ଆବାସିକ ପ୍ରକଳ୍ପରେ ମୋଟ ୪୯୬ଟି ଫ୍ଲାଟ୍ ରହିଛି । ଏଥିରେ ଦୁଇଟି ବ୍ଲକ୍‌ରେ … Read more

୮ ବିଜେଡି ବିଧାୟକଙ୍କ ସଭ୍ୟପଦ ରଦ୍ଦ ମାମଲା: ପରବର୍ତ୍ତୀ ଶୁଣାଣି ସେପ୍ଟେମ୍ବର ୨୯ରେ

ଭୁବନେଶ୍ୱର: ରାଜ୍ୟସଭା ନିର୍ବାଚନରେ ଦଳୀୟ ହ୍ୱିପ୍‌ ଅମାନ୍ୟ କରି କ୍ରସ୍‌ ଭୋଟିଂ କରିଥିବା ଅଭିଯୋଗରେ ୮ ଜଣ ବିଜେଡି ବିଧାୟକଙ୍କ ସଭ୍ୟପଦ ରଦ୍ଦ ପ୍ରସଙ୍ଗ ଏବେ ହାଇକୋର୍ଟରେ ପହଞ୍ଚିଛି। ବିଜେଡି ପକ୍ଷରୁ ଦାୟର ହୋଇଥିବା ମାମଲାକୁ ହାଇକୋର୍ଟ ବିଚାର ପାଇଁ ଗ୍ରହଣ କରିଥିବା ବେଳେ ପ୍ରତିପକ୍ଷଙ୍କୁ ଜବାବ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ମାନ୍ୟବର ବିଚାରପତି ଜଷ୍ଟିସ ଆର୍‌.କେ. ପଟ୍ଟନାୟକଙ୍କ କୋର୍ଟରେ ଏହି ମାମଲାର ଶୁଣାଣି ହୋଇଥିବା ବେଳେ ପରବର୍ତ୍ତୀ ଶୁଣାଣି ସେପ୍ଟେମ୍ବର ୨୯ ତାରିଖକୁ ଧାର୍ଯ୍ୟ … Read more