ବିବାଦୀୟ ବୟାନ ଦେଇଥିବାରୁ ଷ୍ଟାଲିନଙ୍କୁ ଉଠାଇ ନେଲା ତାମିଲନାଡୁ ପୋଲିସ

ଚେନ୍ନାଇ: ଫିଲ୍ମ ଅଭିନେତ୍ରୀ ତ୍ରିଶାଙ୍କୁ ନେଇ ବିବାଦୀୟ ବୟାନ ଦେଇଥିବାରୁ ପୂର୍ବତନ ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନଙ୍କ ପୁଅଙ୍କୁ ବାସଭବନରୁ ଉଠାଇ ନେଇ ଅଟକ ରଖିଛି ତାମିଲନାଡୁ ପୋଲିସ । ସୂଚନା ଅନୁସାରେ, କାବେରୀ ଜଳ ବିବାଦକୁ ନେଇ ତାଞ୍ଜାଭୁରରେ ଆୟୋଜିତ ଏକ ପ୍ରତିବାଦ ସଭାରେ ଉଦୟନିଧି ଷ୍ଟାଲିନ ରାଜ୍ୟ ସରକାରଙ୍କୁ ସମାଲୋଚନା କରିଥିଲେ। ସେ ଅଭିଯୋଗ କରିଥିଲେ ଯେ ତାମିଲନାଡୁ କାବେରୀ ନଦୀର ଯଥାର୍ଥ ଜଳ ପାଉନାହିଁ ଏବଂ ସରକାର ଏହି ପ୍ରସଙ୍ଗରେ ଚୁପ ରହିଛନ୍ତି। ଭାଷଣ ସମୟରେ … Read more

କାର୍ ଭିତରୁ ପୋଲିସ କନଷ୍ଟେବଳଙ୍କ ମୃତଦେହ ଉଦ୍ଧାର

ମୟୂରଭଞ୍ଜ: ମୟୂରଭଞ୍ଜ ଜିଲ୍ଲା ବୈଶିଙ୍ଗା ଥାନା ଅଧୀନରେ ଥିବା ଜାତୀୟ ରାଜପଥ-୧୮ର ପଦ୍ମନାଭପୁର ଛକ ନିକଟରେ ରାସ୍ତା କଡ଼ରେ ପାର୍କିଂ କରାଯାଇଥିବା ଏକ କାର୍ ଭିତରୁ ଜଣେ ୪୫ ବର୍ଷୀୟ ପୋଲିସ କନଷ୍ଟେବଳଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତ କନଷ୍ଟେବଳଙ୍କ ପରିଚୟ ମିଳିବା ପରେ ସ୍ଥାନୀୟ ଅଞ୍ଚଳ ଓ ପୋଲିସ ବିଭାଗରେ ଶୋକର ଛାୟା ଖେଳିଯାଇଛି। ମୃତ ପୋଲିସ କନଷ୍ଟେବଳ ହେଉଛନ୍ତି ଝାରପୋଖରିଆ ଅଞ୍ଚଳର ବସନ୍ତ ମହାନ୍ତ। ସେ ୨୦୦୨ ମସିହାରେ ଓଡ଼ିଶା ପୋଲିସରେ ଯୋଗ ଦେଇଥିଲେ … Read more

ଆଚମ୍ବିତ କଲା ବିହାରର ବାଙ୍କୀପୁର ଉପନିର୍ବାଚନ ଫଳାଫଳ:ଭୁଶୁଡିଗଲା ବିଜେପି ଗଡ଼

ବିହାର: ବିହାର ରାଜନୀତିରେ ଏକ ବଡ଼ ଧରଣର ପରିବର୍ତନ ଦେଖିବାକୁ ମିଳିଛି। ବହୁଚର୍ଚ୍ଚିତ ବାଙ୍କିପୁର ବିଧାନସଭା ଉପନିର୍ବାଚନରେ ‘ଜନ ସୁରାଜ ପାର୍ଟି’ ମୁଖ୍ୟ ପ୍ରଶାନ୍ତ କିଶୋର ନିଜର ପ୍ରଥମ ପ୍ରତ୍ୟକ୍ଷ ନିର୍ବାଚନରେ ହିଁ ଐତିହାସିକ ବିଜୟ ହାସଲ କରିଛନ୍ତି।। ବଡ଼ ବ୍ୟବଧାନରେ ସେ ଭାଜପା ପ୍ରାର୍ଥୀ ନୀରଜ ସିହ୍ନାଙ୍କୁ ହରାଇ ଭାଜପାର ୩୫ ବର୍ଷର ଗଡ଼କୁ ଭାଙ୍ଗିଛନ୍ତି। ପୋଷ୍ଟାଲ ବାଲାଟ ଗଣନାରୁ ହିଁ ସେ ଅଗ୍ରଣୀ ରହିଥିଲେ। ଅନ୍ତିମ ଫଳାଫଳ ଅନୁଯାୟୀ, ପ୍ରଶାନ୍ତ କିଶୋର ୬୩,୨୦୩ ଭୋଟ … Read more

ଭୁବନେଶ୍ୱର-କଟକ-ପୁରୀ-ପାରାଦୀପ ସିଟି ଇକୋନୋମିକ୍ ରିଜିଅନ୍ (ବିକେପିପିଇଆର୍) ପାଇଁ ପ୍ରକଳ୍ପ ପ୍ରସ୍ତାବକୁ ରାଜ୍ୟସ୍ତରୀୟ ପ୍ରକଳ୍ପ ମନିଟରିଂ କମିଟିର ଅନୁମୋଦନ

ଭୁବନେଶ୍ୱର: ଭୁବନେଶ୍ୱର-କଟକ-ପୁରୀ-ପାରାଦୀପ ସିଟି ଇକୋନୋମିକ୍ ରିଜିଅନ୍ (ବିକେପିପିଇଆର୍) ବିକାଶ କାର୍ଯ୍ୟକ୍ରମ ପାଇଁ ପ୍ରସ୍ତୁତ ପ୍ରକଳ୍ପ ପ୍ରସ୍ତାବ ରିପୋର୍ଟ (ପିପିଆର୍) କୁ ନେଇ ରାଜ୍ୟସ୍ତରୀୟ ପ୍ରକଳ୍ପ ମନିଟରିଂ କମିଟି (ଏସ୍ଏଲପିଏମସି) ବୈଠକ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ବାହ୍ୟ ସହାୟତାପ୍ରାପ୍ତ ପ୍ରକଳ୍ପ (ଇଏପି) ଅଧୀନରେ ଏହି ପ୍ରକଳ୍ପକୁ ଆଗକୁ ନେବା ନେଇ ବିସ୍ତୃତ ଆଲୋଚନା ହୋଇଥିଲା। କେନ୍ଦ୍ର ସରକାରଙ୍କ ସିଟି ଇକୋନୋମିକ୍ ରିଜିଅନ୍ (ସିଇଆର) ଯୋଜନାର ପ୍ରଥମ ପର୍ଯ୍ୟାୟରେ ଦେଶର … Read more

ରେଭେନ୍ସାରେ ଛାତ୍ର ଆନ୍ଦୋଳନ, ୨୪ ଘଣ୍ଟାରୁ ଅଧିକ ଅନଶନରେ ଶତାଧିକ ଛାତ୍ର

କଟକ: ପ୍ରାୟ ୨୪ ଘଣ୍ଟାରୁ ଅଧିକ ସମୟ ହେଲାଣି ଛାତ୍ର ମାନେ ଅନଶନରେ ବସିଛନ୍ତି । ହାତରେ ପ୍ଲାକାର୍ଡ ଏବଂ ଡେପୁଟି ୱାର୍ଡେନଙ୍କ ଇସ୍ତଫା ଦାବିରେ ଅଡ଼ି ବସିଛନ୍ତି ରେଭେନ୍ସା ଇଷ୍ଟ ହଷ୍ଟେଲର ଛାତ୍ର ମାନେ । ଇଷ୍ଟ ହଷ୍ଟେଲ ଅନ୍ତେବାସୀଙ୍କ ଅଭିଯୋଗ, ହଷ୍ଟେଲର ଡେପୁଟି ୱାର୍ଡେନ ମନମାନି ଚଳାଇଛନ୍ତି । ଅଚାନକ ହଷ୍ଟେଲକୁ ଆସି, ମନଇଚ୍ଛା ପିଲା ମାନଙ୍କୁ ବାହାର କରିଦେଇ ଘରେ ତାଲା ପକାଇ ଦେଉଛନ୍ତି । ଯାହାର ପ୍ରତିବାଦ ସ୍ୱରୂପ ଛାତ୍ରମାନେ ଆନ୍ଦୋଳନ … Read more

ବ୍ରିଜ ଭୂଷଣଙ୍କୁ ବଡ଼ ଆଶ୍ୱସ୍ତି, ଯୌନ ଉତ୍ପୀଡ଼ନ ମାମଲାରେ ଦୋଷମୁକ୍ତ କଲେ କୋର୍ଟ

ନୂଆଦିଲ୍ଲୀ: ଭାରତୀୟ କୁସ୍ତି ସଂଘର ପୂର୍ବତନ ସଭାପତି ତଥା ବିଜେପି ନେତା ବ୍ରିଜ ଭୂଷଣ ଶରନ ସିଂହଙ୍କୁ ବଡ଼ ଆଶ୍ୱସ୍ତି। ଦେଶର ପ୍ରତିଷ୍ଠିତ ୬ ଜଣ ମହିଳା କୁସ୍ତି ଯୋଦ୍ଧା ମିଳିତ ଭାବେ ବ୍ରିଜ ଭୂଷଣଙ୍କ ବିରୋଧରେ ଯୌନ ନିର୍ଯାତନା ଭଳି ସାଂଘାତିକ ଅଭିଯୋଗ ଆଣିଥିଲେ। ଏହାକୁ ନେଇ ଭାରତୀୟ କ୍ରୀଡ଼ା ଇତିହାସରେ ସବୁଠାରୁ ବଡ଼ ବିବାଦ ଦେଖିବାକୁ ମିଳିଥିଲା। ହେଲେ ଆଜି ଦିଲ୍ଲୀର ରାଉଜ ଆଭିନ୍ୟୁ କୋର୍ଟ ବ୍ରିଜ ଭୂଷଣ ସିଂହ ଓ ଭାରତୀୟ କୁସ୍ତି … Read more

ବନ୍ୟା ପ୍ରଭାବିତ ପରିବାର ପାଇଁ ରିଲିଫ୍ ପ୍ୟାକେଜ୍ ଘୋଷଣା: ଘର ସମ୍ପୂର୍ଣ୍ଣ ଭାଙ୍ଗିଥିଲେ ୧.୨୦ ଲକ୍ଷ ଟଙ୍କା କ୍ଷତିପୂରଣ

ଭୁବନେଶ୍ୱର: ବନ୍ୟାରେ ପ୍ରଭାବିତ ପରିବାରଗୁଡ଼ିକ ପାଇଁ ଓଡ଼ିଶା ସରକାର ରିଲିଫ୍ ପ୍ୟାକେଜ୍ ଘୋଷଣା କରିଛନ୍ତି। ଯେଉଁ ପରିବାରଗୁଡ଼ିକର ଘର ବନ୍ୟାରେ ସମ୍ପୂର୍ଣ୍ଣ ରୂପେ ନଷ୍ଟ ହୋଇଯାଇଛି, ସେମାନଙ୍କୁ କ୍ଷତିପୂରଣ ବାବଦରେ ୧.୨୦ ଲକ୍ଷ ଟଙ୍କା ପ୍ରଦାନ କରାଯିବ ବୋଲି ସରକାରଙ୍କ ପକ୍ଷରୁ ସୂଚନା ମିଳିଛି। ରାଜସ୍ୱ ଏବଂ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ସୂଚନା ଦେଇ କହିଛନ୍ତି ଯେ, ଯେଉଁ ଅଞ୍ଚଳରୁ ବନ୍ୟା ଜଳ କମିଯାଇଛି, ସେଠାରେ ରାଜସ୍ୱ ଏବଂ କୃଷି ବିଭାଗର ଅଧିକାରୀମାନେ କ୍ଷୟକ୍ଷତିର … Read more

ଆଜିଠୁ ତିନିଦିନିଆ ଓଡ଼ିଶା ଗସ୍ତରେ ରାଷ୍ଟ୍ରପତି

ଭୁବନେଶ୍ୱର: ନୂଆଦିଲ୍ଲୀରୁ ବାୟୁସେନାର ସ୍ବତନ୍ତ୍ର ବିମାନରେ ଭୁବନେଶ୍ବର ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଆଜିଠାରୁ ମହାମହିମ ଦ୍ରୌପଦୀ ମୁର୍ମୁଙ୍କ ତିନିଦିନିଆ ଗସ୍ତ । କଟକ, ଖୋର୍ଦ୍ଧା ଓ ଗଞ୍ଜାମ ଜିଲ୍ଲାରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେବେ । କଟକ ଯାଇ ଡମପଡ଼ାନିକଟ ବାଆଁରା ଠାରେ ଜଗତ ଗୁରୁ ଶ୍ରୀ କୃପାଳୁ ମହାରାଜ ବିଶ୍ଵବିଦ୍ୟାଳୟ କୁ ଉଦଘାଟନ କରିବେ । ଭୁବନେଶ୍ବରରେ ୪୦ପ୍ଲାଟୁନ ଓ କଟକରେ ୧୭ ପ୍ଲାଟୁନ ଫୋର୍ସ ନିୟୋଜିତ ହେବେ । କଟକ କାର୍ଯ୍ୟକ୍ରମ … Read more

ବୋଲବମ୍ ପାଇଁ ନଦୀରୁ ପାଣି ଆଣିବା ବେଳେ ଅଘଟଣ :ଭାସିଯାଉଥିବା ପୁଅକୁ ବଞ୍ଚାଇବାକୁ ଯାଇ ବାପା ମୃତ

ଜଗତସିଂହପୁର: ବୋଲବମ୍ ପାଇଁ ପାଣି ଉଠାଇବା ବେଳେ ମହାନଦୀରେ ଘଟିଛି ଅଘଟଣ । ପୁଅକୁ ବଞ୍ଚାଇବାବେଳେ ବାପାଙ୍କ ଜୀବନ ଚାଲିଯାଇଛି ।ସୂଚନା ଅନୁଯାୟୀ,ରବିବାର ରାତିରେ ଜଗତସିଂପୁର ଜିଲ୍ଲା ପାରାଦ୍ବୀପ ନିକଟସ୍ଥ ନିମିଢିହି ଗ୍ରାମର ଇଶ୍ୱର ବାରିକ ତାଙ୍କ ପୁଅକୁ ସାଙ୍ଗରେ ଧରି ଭୂତୁମୁଣ୍ଡାଇ ପୋଲ ତଳ ମହାନଦୀକୁ ବୋଲବମ୍ ପାଣି ଉଠାଇବା ପାଇଁ ଆସିଥିଲେ । ପାଣି ଆଣି ପୂଜାର୍ଚ୍ଚନା କରିବା ସମୟରେ ପୁଅ ସ୍ରୋତରେ ଭାସିଯାଇଥିଲା । ପୁଅକୁ ଭାସିଯାଉଥିବା ଦେଖି ଇଶ୍ୱର ନଦୀକୁ ସଙ୍ଗେସଙ୍ଗେ … Read more

ଗିରଫ ଆତଙ୍କବାଦୀଙ୍କ ବୟାନ ଟାର୍ଗେଟ୍‌ରେ ଥିଲେ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ

ପଶ୍ଚିମବଙ୍ଗ: ଗିରଫ ହୋଇଥିବା ସନ୍ଦିଗ୍ଧ ଆତଙ୍କବାଦୀ ହାମିମ ମଣ୍ଡଳ ପାଖରୁ ଚାଞ୍ଚଲ୍ୟ କର ସୂଚନା ମିଳିଛି l ଏସଟିଏଫ୍ ର ଇନ୍ସପେକ୍ଟର ଆଇଜି ଗୌରବ ଶର୍ମାକହିଛନ୍ତି ଯେ, ହାମିମ ମଣ୍ଡଳକୁ ପାକିସ୍ତାନୀ ହ୍ୟାଣ୍ଡଲରମାନେ ପୁଲିସ ପୋଷାକ ପିନ୍ଧି ଜନ୍ତର ମନ୍ତର ଆନ୍ଦୋଳନ ସ୍ଥଳରେ ପଶି ଗଣ୍ଡଗୋଳ କରିବାକୁ କହିଥିଲେ। ମୁଖ୍ୟମନ୍ତ୍ରୀ ଥିଲେ ହାମିମର ଅନ୍ୟତମ ଟାର୍ଗେଟ୍। ମୁଖ୍ୟମନ୍ତ୍ରୀ ଯେଉଁ ସ୍ଥାନଗୁଡ଼ିକରେ ବିନା ସୁରକ୍ଷାରେ ରୁହନ୍ତି , ସେହି ସ୍ଥାନଗୁଡ଼ିକ ବିଷୟରେ ତଥ୍ୟ ସଂଗ୍ରହ କରିବାକୁ ହାମିମକୁ କୁହାଯାଇଥିଲା। … Read more