ରିଭଲକୋଣା ହଷ୍ଟେଲରେ ଜୁନିୟରଙ୍କ ଉପରେ ନିର୍ଯାତନା, ପ୍ରଶାସନର କଡ଼ା ଆକ୍ସନ

ରାୟଗଡ଼ା: ରାୟଗଡ଼ା ଜିଲ୍ଲା ରିଭଲକୋଣା ଜୁନିୟର ଛାତ୍ରଙ୍କୁ ହଷ୍ଟେଲ ପରିସରରେ ନିର୍ଯାତନା ଦେବା ଘଟଣାରେ ପ୍ରଶାସନର କଡା ଆକ୍ସନ | ରାତି ଅଧରେ ୨୭ ଜଣ ପିଲାଙ୍କୁ ମାଡ ମାରିଥିବା ମୋଟ ୭ ଜଣ ଛାତ୍ରଙ୍କୁ ଟିସି ଦେଇ ସ୍କୁଲରୁ ବିଦା କରାଯାଇଛି । ସେହିପରି ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନଶିକ୍ଷକ ପ୍ରତାପ ଚନ୍ଦ୍ର ସାଉଁତାଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରିଛନ୍ତି ରାୟଗଡା ଜିଲ୍ଲାପାଳ । କେଉଁ ପରିସ୍ଥିତିରେ ପିଲା ମାନଙ୍କୁ ନିର୍ଯାତନା ଦିଆଗଲା ଏବଂ ହଷ୍ଟେଲ … Read more

ଶିଳ୍ପ ବାୟୋଟେକ୍ନୋଲୋଜିରେ ମିଳିତ ଗବେଷଣା ପାଇଁ ସୋଆ ଓ କେବିସି ମଧ୍ୟରେ ବୁଝାମଣାପତ୍ର ସ୍ୱାକ୍ଷରିତ

ଭୁବନେଶ୍ୱର: ଶିଳ୍ପ ବାୟୋଟେକ୍ନୋଲୋଜି କ୍ଷେତ୍ରରେ ବୁଝାମଣାପତ୍ର ମାଧ୍ୟମରେ ସୋଆର ସେଣ୍ଟର ଫର୍ ଇଣ୍ଡଷ୍ଟ୍ରିଆଲ୍ ବାୟୋଟେକ୍ନୋଲୋଜି ରିସର୍ଚ୍ଚ (ସିଆଇବିଆର୍) ଏବଂ କେବିସି ମଧ୍ୟରେ ଗବେଷଣା ଓ ଉତ୍ପାଦ ବିକାଶ କ୍ଷେତ୍ରରେ ଏକ ଦୀର୍ଘମିଆଦୀ ସହଯୋଗୀ ସମ୍ପର୍କ ସ୍ଥାପନ କରାଯିବ। ସିଆଇବିଆର୍ ପକ୍ଷରୁ ଜୈବ ସାର ସମେତ ବିଭିନ୍ନ ଜୈବ କୃଷି ଉତ୍ପାଦ ପ୍ରସ୍ତୁତ କରାଯାଉଛି। ଚୁକ୍ତି ଅନୁଯାୟୀ, କେବିସି ବିପଣନ ଓ ଗବେଷଣା ସହଯୋଗୀ ଭାବେ କାର୍ଯ୍ୟ କରିବ। ଏହା ଉତ୍ପାଦର ପ୍ରଚାର, ସଚେତନତା ସୃଷ୍ଟି, କୃଷକଙ୍କ ନିକଟରେ … Read more

ପ୍ରଥମ ଶ୍ରେଣୀ ପୁସ୍ତକରେ ତ୍ରୁଟି ଖବରର କୌଣସି ଯଥାର୍ଥତା ନାହିଁ :ସ୍କୁଲ ଓ ଗଣଶିକ୍ଷା ବିଭାଗ

ଭୁବନେଶ୍ୱର: ପ୍ରଥମ ଶ୍ରେଣୀ ପାଠ୍ୟପୁସ୍ତକରେ ତ୍ରୁଟି ରହିଥିବା ନେଇ ଗଣମାଧ୍ୟମରେ ଖବର ପ୍ରକାଶ ପରେ ସ୍କୁଲ ଓ ଗଣଶିକ୍ଷା ବିଭାଗ ନିଜର ଅଫିସିଆଲ ‘ଏକ୍ସ’ ହ୍ୟାଣ୍ଡଲରେ ଏହି ଖବରର କୌଣସି ଯଥାର୍ଥତା ନାହିଁ ବୋଲି କହିଛି। ଶିକ୍ଷାବିତ୍ ଓ ବିଷୟ ବିଶେଷଜ୍ଞମାନଙ୍କ ମତାମତ ଆଧାରରେ ସଂଶୋଧନ କାର୍ଯ୍ୟ ଚାଲିଛି ଓ ଏହା ସମ୍ପୂର୍ଣ୍ଣ ହେବାପରେ ଖୁବଶୀଘ୍ର ଛାତ୍ରଛାତ୍ରୀମାନଙ୍କୁ ସଂଶୋଧିତ ପାଠ୍ୟପୁସ୍ତକ ଯୋଗାଇ ଦିଆଯିବ ବୋଲି ବିଭାଗ ସ୍ପଷ୍ଟ କରିଛି। ସୂଚନା ଅନୁଯାୟୀ , ଇଂରାଜୀ ମାଧ୍ୟମ ଘରୋଇ … Read more

ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ବିଜେପି ନେତାଙ୍କୁ ଛୁରୀଭୁସି ହତ୍ୟା

କଳାହାଣ୍ଡି: ମଦନପୁର ରାମପୁର ବ୍ଲକ୍ ଅନ୍ତର୍ଗତ ଡମକରଲା ଖୁଣ୍ଟା ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ବିଜେପି ନେତା ଫକୀର ରଣାଙ୍କୁ ଛୁରୀ ଭୁସି ହତ୍ୟା କରଯାଇଛି lଆକ୍ରମଣ ପରେ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିବା ବେଳେ ଦୁର୍ବୃତ୍ତମାନେ ଫେରାର ହୋଇଯାଇଛନ୍ତି। ମୃତ ଫକୀର ରଣା ହେଉଛନ୍ତି ସ୍ଥାନୀୟ ସରପଞ୍ଚ ସ୍ନିଗ୍ଧା ରଣାଙ୍କ ସ୍ୱାମୀ। ସୂଚନା ଅନୁଯାୟୀ , ଫକୀର ରଣା ପଞ୍ଚାୟତ କାର୍ଯ୍ୟାଳୟ ନିକଟରେ ଥିବା ସମୟରେ କିଛି ବ୍ୟକ୍ତି ତାଙ୍କୁ ଛୁରୀରେ ଆକ୍ରମଣ କରିଥିଲେ।ପ୍ରଚୁର ରକ୍ତସ୍ରାବ … Read more

ପାଠ୍ୟପୁସ୍ତକ ତ୍ରୁଟି ମାମଲା: ମନୋଜ ପାଢୀଙ୍କୁ ସର୍ତ୍ତମୂଳକ ଜାମିନ

ଭୁବନେଶ୍ୱର: କଟକ ଏସସି/ ଏସଟି କୋର୍ଟ ପାଠ୍ୟପୁସ୍ତକ ତ୍ରୁଟି ଘଟଣାରେ ଅଭିଯୁକ୍ତ ମନୋଜ ପାଢୀଙ୍କୁ ସର୍ତ୍ତମୂଳକ ଜାମିନ ପ୍ରଦାନ କଲେ | ସୂଚନାଥାଉକି, ଏସସିଇଆରଟିର ପୂର୍ବତନ ନିର୍ଦ୍ଦେଶକ ମନୋଜ ପାଢୀଙ୍କୁ ପ୍ରଥମରୁ ଅଷ୍ଟମ ପାଠ୍ୟପୁସ୍ତକ ତ୍ରୁଟି ଘଟଣାରେ କ୍ରାଇମବ୍ରାଞ୍ଚ ଗିରଫ କରିଥିଲା । ଦୀର୍ଘ ଘଣ୍ଟା ଧରି ଜେରା କରାଯିବା ପରେ ତାଙ୍କୁ ଗିରଫ କରିଥିଲା କ୍ରାଇମବ୍ରାଞ୍ଚ । ମନୋଜ ପାଢୀ ବହି ଗୁଡିକର ତଥ୍ୟଗତ ବୈଜ୍ଞାନିକ , ଭୌଗୋଳିକ ଏବଂ ଚିତ୍ର ସମ୍ପର୍କିତ ତ୍ରୁଟିଗୁଡିକୁ ସଠିକ … Read more

ଏମ୍‌କେସିଜିରେ PG ପ୍ରଶ୍ନପତ୍ର ଲିକ୍ ଘଟଣାର ତଦନ୍ତ ପାଇଁ ପହଞ୍ଚିଲା ସ୍ୱାସ୍ଥ୍ୟ ବିଭାଗର ୩ ଜଣିଆ ଟିମ୍

ବ୍ରହ୍ମପୁର: ଏମ୍‌କେସିଜି ମେଡିକାଲ କଲେଜରେ ମେଡିକାଲ ପିଜି ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ଘଟଣାର ସତ୍ୟାସତ୍ୟ ଯାଞ୍ଚ ପାଇଁ ରାଜ୍ୟ ସରକାର ଆଜି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଏକ ୩ ଜଣିଆ ସ୍ୱତନ୍ତ୍ର ଉଚ୍ଚସ୍ତରୀୟ ଟିମ୍ କୁ ତଦନ୍ତ ପାଇଁ ପଠାଇଛନ୍ତି । ସ୍ୱାସ୍ଥ୍ୟ ବିଭାଗର ସ୍ୱତନ୍ତ୍ର ସଚିବ ଡାକ୍ତର ବିଜୟ କୁମାର ମିଶ୍ର, ଅତିରିକ୍ତ ସଚିବ ବିଜୟ କୁମାର ଦାସ ଏବଂ ଯୁଗ୍ମ ଡିଏମ୍‌ଇଟି (DMET) ଅନୀଲ କୁମାର ସାହୁ ସାମିଲ ଅଛନ୍ତି। … Read more

ଓଡ଼ିଶାରେ କୋଟି କୋଟି ଟଙ୍କାର ଚିଟଫଣ୍ଡ ଠକେଇ, ପୂର୍ବତନ ବିଧାୟକ ମାଲା ବିଜୟ ପ୍ରସାଦଙ୍କୁ ନେଇ ତଦନ୍ତ ଜୋରଦାର

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱର ଏବଂ ଓଡ଼ିଶାର ବିଭିନ୍ନ ସ୍ଥାନରେ ଚିଟଫଣ୍ଡ ଠକେଇ ମାମଲାକୁ ନେଇ ତଦନ୍ତ ଜୋରଦାର ହୋଇଛି। ଆନ୍ଧ୍ରପ୍ରଦେଶର ପୂର୍ବତନ ବିଧାୟକ ମାଲା ବିଜୟ ପ୍ରସାଦଙ୍କ ସମ୍ପୃକ୍ତିକୁ ନେଇ ଏହି ତଦନ୍ତ ଚାଲିଥିଲା। ‘ୱେଲଫେୟାର ବିଲ୍ଡିଂ ଆଣ୍ଡ ଏଷ୍ଟେଟ୍ସ ପ୍ରାଇଭେଟ୍ ଲିମିଟେଡ୍’ ନାମକ ଏକ କମ୍ପାନୀର ପରିଚାଳନା ନିର୍ଦ୍ଦେଶକ (MD) ଭାବେ ମାଲା ବିଜୟ ପ୍ରସାଦ କାର୍ଯ୍ୟ କରୁଥିଲେ। ସୂଚନାଯୋଗ୍ୟ ଯେ, ଏହି କମ୍ପାନୀଟି ଓଡ଼ିଶାର ଭୁବନେଶ୍ୱର, କଟକର ନରସିଂହପୁର ଏବଂ ନୟାଗଡ଼ ଆଦି ଅଞ୍ଚଳରେ … Read more

ବରିଷ୍ଠ ଅଭିନେତା ପ୍ରଦୀପ ରାୱତଙ୍କ ପରଲୋକ

ମୁମ୍ବାଇ: ବରିଷ୍ଠ ଅଭିନେତା ପ୍ରଦୀପ ରାୱତଙ୍କ ୭୪ ବର୍ଷ ବୟସରେ ପରଲୋକ ଘଟିଛି । ପ୍ରଦୀପଙ୍କ ମୃତ୍ୟୁ ନେଇ ତାଙ୍କ ମ୍ୟାନେଜର ସୂଚନା ଦେଇଛନ୍ତି । ତାଙ୍କ ମ୍ୟାନେଜର କହିଛନ୍ତି ପ୍ରଦୀପ ପାଞ୍ଚ ବର୍ଷ ହେବ ରକ୍ତ କର୍କଟ ରୋଗରେ ପୀଡିତ ଥିଲେ । ଚିକିତ୍ସା ପରେ ତାଙ୍କ ସ୍ୱାସ୍ଥ୍ୟରେ ଉନ୍ନତି ହୋଇଥିଲା । କିନ୍ତୁ କିଛି ମାସ ପୂର୍ବେ ପୁଣି ଥରେ କର୍କଟ ରୋଗରେ ପୀଡ଼ିତ ହୋଇଥିଲେ । ସେ ଗତ ଦୁଇ ମାସ ଧରି … Read more

ଓଡ୍ରାଫ୍‌ ହେବ ଏସଡିଆରଏଫ୍:ସୁରେଶ ପୂଜାରୀ

ଭୁବନେଶ୍ୱର: ଲୋକସେବା ଭବନରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ମନ୍ତ୍ରୀ ସୁରେଶ ପୂଜାରୀଙ୍କ ଅଧ୍ୟକ୍ଷତାରେ ରାଜ୍ୟର ବିପର୍ଯ୍ୟୟ ପରିଚାଳନା ବ୍ୟବସ୍ଥା ଏବଂ ଭିତ୍ତିଭୂମି ସମ୍ପର୍କରେ ଅନୁଷ୍ଠିତ ହୋଇଛି ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ । ବିପର୍ଯ୍ୟୟ ମୁକାବିଲା ନିମନ୍ତେ ଓଡ୍ରାଫର ଆବଶ୍ୟକ ଦକ୍ଷତା ଏବଂ ସାମର୍ଥ୍ୟ ବୃଦ୍ଧି ନିମନ୍ତେ ମନ୍ତ୍ରୀ ଗୁରୁତ୍ଵାରୋପ କରିଛନ୍ତି । ମନ୍ତ୍ରୀ କହିଛନ୍ତି,ବିପର୍ଯ୍ୟୟ ପରିଚାଳନା (ସଂଶୋଧନ) ଆଇନ୍, ୨୦୨୫ ଅଧୀନରେ ପ୍ରତ୍ୟେକ ରାଜ୍ୟରେ ରାଜ୍ୟ ବିପର୍ଯ୍ୟୟ ପ୍ରଶମନ ବାହିନୀ ବା ଷ୍ଟେଟ୍ ଡିଜାଷ୍ଟର୍ … Read more

ଏକ୍ସପାୟାରୀ ମେଡିସିନ ଖାଇ ନାବାଳକ ଅସୁସ୍ଥ

ବରଗଡ଼: ବରଗଡ଼ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପରିସରରେ ଥିବା ନିରାମୟ ଔଷଧ କେନ୍ଦ୍ର ବିରୋଧରେ ଏକ ସାଂଘାତିକ ଅଭିଯୋଗ ଆସିଛି। ଜଣେ ୧୫ ବର୍ଷର ନାବାଳକଙ୍କୁ ଏକ୍ସପାଏରୀ ଆଣ୍ଟିବାୟୋଟିକ୍ ଦିଆଯାଇଥିବା ଅଭିଯୋଗ ହୋଇଛି। ଅଭିଯୋଗ ଅନୁଯାୟୀ, ନୀଳିବନ୍ଧ ପଡ଼ାର ଚୋବନ ସାହୁଙ୍କ ପୁଅ ମୁକେଶ ସାହୁ (୧୫) ଙ୍କ ଆଙ୍ଗୁଠି କଟିଯାଇଥିବାରୁ ସେ ଡାକ୍ତରଖାନା ଯାଇଥିଲେ। ସ୍ୱାସ୍ଥ୍ୟ ପରୀକ୍ଷା ପରେ ଡାକ୍ତର ତାଙ୍କୁ ଆଣ୍ଟି ବାୟୋଟିକ୍ ଲେଖିଥିଲେ ଏବଂ ଏହାକୁ ନିରାମୟ ଔଷଧ କେନ୍ଦ୍ରରୁ ଆଣିବାକୁ ପରାମର୍ଶ ଦେଇଥିଲେ। … Read more