କମିଲା ଜଳ ସ୍ତର ହେଲେ ବଢୁଛି ଲୋକଙ୍କ ଦୁର୍ଦ୍ଦଶା

ଭୁବନେଶ୍ୱର: ଭଦ୍ରକ ଓ ଯାଜପୁର ଜିଲ୍ଲାରେ ବନ୍ୟା ସ୍ଥିତିରେ ସୁଧାର ଆସୁଥିଲେ ହେଁ ପ୍ରକୃତିର ତାଣ୍ଡବ ଛାଡ଼ିଯାଇଛି ଉଜୁଡ଼ା ସଂସାର, ନଷ୍ଟ ହୋଇଥିବା ଜୀବିକା ଏବଂ ଅନିଶ୍ଚିତ ଭବିଷ୍ୟତର କରୁଣ ଚିତ୍ର। ଦୁଇ ଜିଲ୍ଲାରେ ପ୍ରାୟ ୧୫ଟି ଘାଇ ସୃଷ୍ଟି ହୋଇଥିବାରୁ ଅନେକ ଗାଁ ଏବେ ବି ଜଳବନ୍ଦୀ ଅବସ୍ଥାରେ ରହିଛି। ଯାଜପୁରର ୬ଟି ବ୍ଲକରେ ବନ୍ୟା ପାଣି ଧୀରେ ଧୀରେ କମୁଥିଲେ ମଧ୍ୟ ଘର ଭାଙ୍ଗିପଡ଼ିଛି, ଚାଷଜମି ନଷ୍ଟ ହୋଇଛି ଏବଂ ଅନେକ ପରିବାର ଜୀବିକା … Read more

ଭୟଙ୍କର ବିମାନ ଦୁର୍ଘଟଣା: ୧୩ ଜଣଙ୍କ ମୃତ୍ୟୁ

ନୂଆଦିଲ୍ଲୀ: ବିଶ୍ୱପ୍ରସିଦ୍ଧ ‘ନାଜକା ଲାଇନ୍ସ’ ଦେଖିବାକୁ ପର୍ଯ୍ୟଟକମାନଙ୍କୁ ନେଇ ଯାଉଥିବା ଏକ ଛୋଟ ପର୍ଯ୍ୟଟନ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇ ନିକଟସ୍ଥ ଏକ ବିଲରେ ଖସିପଡ଼ିଛି। ଭୂମିରେ ପଡ଼ିବା ମାତ୍ରେ ବିମାନଟି ଖଣ୍ଡଖଣ୍ଡ ହୋଇ ଯିବା ସହ ସେଥିରେ ନିଆଁ ଲାଗିଯାଇଥିଲା। ଉଦ୍ଧାରକାରୀ ଦଳ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲେ ହେଁ କାହାକୁ ଜୀବନ୍ତ ଉଦ୍ଧାର କରାଯାଇପାରି ନଥିଲା। ଫଳରେ ବିମାନରେ ଥିବା ସମସ୍ତ ୧୩ ଜଣ ଯାତ୍ରୀଙ୍କର ମୃତ୍ୟୁ ଘଟିଛି। ସ୍ଥାନୀୟ କର୍ତ୍ତୃପକ୍ଷ ଏହି ଦୁର୍ଘଟଣା ଓ ମୃତ୍ୟୁ … Read more

ସୌମ୍ୟରଞ୍ଜନ ମୃତ୍ୟୁ ମାମଲା: ସଂଗ୍ରାମ କେଶରୀ ବେହେରାଙ୍କୁ ନିଲମ୍ବନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ୨୦୨୧ ମସିହାର ବହୁଚର୍ଚ୍ଚିତ ପାରଳାଖେମୁଣ୍ଡି ଏସିଏଫ୍ (ସହକାରୀ ବନ ସଂରକ୍ଷକ) ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ମାମଲାରେ ରାଜ୍ୟ ସରକାର ବଡ଼ ପ୍ରଶାସନିକ ପଦକ୍ଷେପ ନେଇଛନ୍ତି।ସରକାରୀ ସୂଚନା ଅନୁସାରେ, ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ମାମଲାରେ ତାଙ୍କୁ ଗିରଫ କରାଯାଇ ନ୍ୟାୟିକ ହେପାଜତକୁ ପଠାଯାଇଥିବାରୁ ନିୟମ ଅନୁଯାୟୀ ତାଙ୍କୁ ସସ୍‌ପେଣ୍ଡ କରାଯାଇଛି।ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ନିଲମ୍ବନ ନିର୍ଦ୍ଦେଶ ଦେଇଛନ୍ତି।ବର୍ତ୍ତମାନ ସେ ଓଡ଼ିଶା ବନ ଉନ୍ନୟନ ନିଗମ (OFDC)ର ବାଣିଜ୍ୟ (କମର୍ସିଆଲ୍) ନିର୍ଦ୍ଦେଶକ ଭାବେ କାର୍ଯ୍ୟକରୁଥିଲେ lସେ … Read more

୬ଟି ବିଭାଗର ୧୧ ପ୍ରସ୍ତାବକୁ କ୍ୟାବିନେଟ୍ ମଞ୍ଜୁରୀ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଶନିବାର ସନ୍ଧ୍ୟାରେ ଲୋକସେବା ଭବନରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ ମୋଟ ୬ଟି ବିଭାଗର ୧୧ଟି ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି । ସେଥିରେ ଜଳସମ୍ପଦ ବିଭାଗର ୫ଟି, ନଗର ଉନ୍ନୟନ ବିଭାଗର ୨ଟି, ଅନୁସୂଚିତ ଜାତି ଓ ଜନଜାତି ବିଭାଗ, କୃଷି, ଆଇନ ଓ ଅର୍ଥ ବିଭାଗର ଗୋଟିଏ ଲେଖାଏଁ ପ୍ରସ୍ତାବ ରହିଛି।ସହରାଞ୍ଚଳର ସମସ୍ତ ଯୋଗ୍ୟ ପରିବାରକୁ ୨୦୨୯ ସୁଦ୍ଧା ପକ୍କାଘର ଯୋଗାଇଦେବା ପାଇଁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ସହରାଞ୍ଚଳ … Read more

ଓଡ଼ିଶା ପୋଲିସର ସଫଳତା:ଜାନୁୟାରୀରୁ ଜୁନ 2026 ମଧ୍ୟରେ ୧୭,୫୯୦ ନିଖୋଜ ମହିଳା ଓ ଶିଶୁ ଉଦ୍ଧାର

ଭୁବନେଶ୍ୱର:ପରିବାରଠାରୁ ବିଚ୍ଛିନ୍ନ ହୋଇଯାଇଥିବା ନିଖୋଜ ମହିଳା ଓ ଶିଶୁମାନଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରି ପୁନଃ ପରିବାର ସହ ମିଳନ କରାଇବାରେ ଓଡ଼ିଶା ପୋଲିସ ସଫଳତା ହାସଲ କରିଛି। ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଶ୍ରୀ ଯୋଗେଶ ବାହାଦୁର ଖୁରାନିଆଙ୍କ ପ୍ରତ୍ୟକ୍ଷ ଦିଗଦର୍ଶନ ଏବଂ ମହିଳା ଓ ଶିଶୁ ଅପରାଧ ନିରାକରଣ ଶାଖା ( CAW &CW) ର ତଦନ୍ତ, ଆନ୍ତଃରାଜ୍ୟ ସମନ୍ୱୟ ଯୋଗୁଁ ଏହି ଗୁରୁତ୍ୱପୂର୍ଣ୍ଣ ସଫଳତା ମିଳିଛି।ଚଳିତ ବର୍ଷ ଜାନୁଆରୀରୁ ଜୁନ୍ ୨୦୨୬ ମଧ୍ୟରେ ରାଜ୍ୟରେ … Read more

ପ୍ରଧାନମନ୍ତ୍ରୀଙ୍କୁ ହାତ ଯୋଡ଼ି କ୍ଷମା ମାଗିଲେ ରୁଚିକା

ନୂଆଦିଲ୍ଲୀ: ଦିଲ୍ଲୀର ଜନ୍ତର-ମନ୍ତରରେ CJP ପ୍ରଦର୍ଶନ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିରୋଧରେ ଆପତ୍ତିଜନକ ଭାଷା ପ୍ରୟୋଗ କରିଥିବା ଯୁବତୀ ରୁଚିକା ସିଂହ ସୋସିଆଲ ମିଡିଆରେ ଭିଡିଓ ଜାରି କରି ସମଗ୍ର ଦେଶବାସୀଙ୍କଠାରୁ କ୍ଷମା ମାଗିଛନ୍ତି। ଭାଇରାଲ ହେଉଥିବା ଏହି ଭିଡିଓରେ ରୁଚିକା କହିଛନ୍ତି ଯେ, ମୋର ବୟସ ମାତ୍ର ୧୫ ବର୍ଷ ଅଟେ | ‘ପ୍ରଦର୍ଶନ ସମୟରେ ମୁଁ କିଛି ଲୋକଙ୍କ ପ୍ରରୋଚନାରେ ପଡ଼ିଯାଇଥିଲି ଏବଂ ପ୍ରଧାନମନ୍ତ୍ରୀଜୀଙ୍କ ବିରୋଧରେ ବହୁତ ଭୁଲ କଥା କହିଦେଲି। ମୁଁ … Read more

ଆତଙ୍କୀ ହମ୍‌ଲାରେ ଦୁଇ ହିନ୍ଦୁମୃତ; ଅଶାନ୍ତ କୁଲଗାମ

ଶ୍ରୀନଗର: ଜମ୍ମୁ ଓ କଶ୍ମୀରର କୁଲଗାମ ଜିଲ୍ଲାରେ ଏକ ଇଟା ଭାଟିରେ କାମ କରୁଥିବା ଛତିଶଗଡ଼ର ଦୁଇଜଣ ଶ୍ରମିକଙ୍କୁ ଆତଙ୍କବାଦୀମାନେ ଗୁଳି କରି ହତ୍ୟା କରିଛନ୍ତି। ଏହି ଆକ୍ରମଣରେ ଉଭୟ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ଆକ୍ରମଣ ପରେ ସମଗ୍ର ଅଞ୍ଚଳରେ ହାଇ ଆଲର୍ଟ ଘୋଷଣା କରାଯାଇଛି। ଆତଙ୍କବାଦୀମାନଙ୍କୁ ଖୋଜିବା ପାଇଁ ସୁରକ୍ଷା ବାହିନୀ ଏକ ବଡ଼ ଘେରାବନ୍ଦୀ ଏବଂ ସନ୍ଧାନ ଅଭିଯାନ ଆରମ୍ଭ କରିଛନ୍ତି। ଏହା ଗତ ଦଶ ଦିନ ମଧ୍ୟରେ ଦକ୍ଷିଣ କଶ୍ମୀରରେ ଦ୍ୱିତୀୟ ବଡ଼ … Read more

ବିଲ୍ଡରଙ୍କ ଘରୁ ୨ କୋଟିରୁ ଅଧିକ ଟଙ୍କାର ସମ୍ପତ୍ତି ଚୋରି

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଶୁକ୍ରବାର ବିଳମ୍ବିତ ରାତିରେ ଲକ୍ଷ୍ମୀସାଗର ଅଞ୍ଚଳରେ ଜଣେ ବିଲ୍ଡରଙ୍କ ଘରୁ ଦୁର୍ବୃତ୍ତମାନେ ପ୍ରାୟ ୨ କୋଟି ଟଙ୍କାରୁ ଅଧିକ ମୂଲ୍ୟର ସମ୍ପତ୍ତି ଲୁଟି ନେଇଥିବା ଅଭିଯୋଗ ହୋଇଛି। ପୋଲିସ ସୂତ୍ରରୁ, ଦୁର୍ବୃତ୍ତମାନେ ବିଲ୍ଡର ପ୍ରୀତମ ଜେନାଙ୍କ ଘରର ମୁଖ୍ୟ ଫାଟକ ଭାଙ୍ଗି ଭିତରେ ପ୍ରବେଶ କରିଥିଲେ। ସେମାନେ ଘର ଭିତରେ ଥିବା ସୁନା ଅଳଙ୍କାର, ନଗଦ ଟଙ୍କା, ଦାମୀ ଘଣ୍ଟା ଏବଂ ଏକ ହୀରା ଖଚିତ ବ୍ରେସଲେଟ୍ ଲୁଟି ନେଇଛନ୍ତି। ରାତି ପ୍ରାୟ … Read more

ବନ୍ୟା ପରିଚାଳନା ନେଇ ରାଜସ୍ୱ ମନ୍ତ୍ରୀଙ୍କ ବିସ୍ତୃତ ସମୀକ୍ଷା :କ୍ଷତିଗ୍ରସ୍ତ ଚାଷଜମି ପାଇଁ ଚାଷୀଙ୍କୁ ମିଳିବ କୃଷି ଓ ରାଜସ୍ୱ ବିଭାଗର ମିଳିତ ପ୍ୟାକେଜ୍

ଭୁବନେଶ୍ୱର: ଲୋକସେବା ଭବନଠାରେ ମାନ୍ୟବର ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ମନ୍ତ୍ରୀ ଶ୍ରୀ ସୁରେଶ ପୂଜାରୀ ବିଭିନ୍ନ ବିଭାଗୀୟ ବରିଷ୍ଠ ଅଧିକାରୀ ଏବଂ ଜିଲ୍ଲାପାଳମାନଙ୍କ ସହିତ ବନ୍ୟା ପରିସ୍ଥିତି ସମ୍ପର୍କରେ ସୁବିସ୍ତୃତ ସମୀକ୍ଷା କରିଛନ୍ତି l ସମ୍ପ୍ରତି ବିଭିନ୍ନ ଜିଲ୍ଲାରେ ବୃଷ୍ଟିପାତ କମ୍ ଥିବା ସହ ଖରା ପାଗ ହୋଇଥିଲା ବେଳେ ବନ୍ୟା ପରିସ୍ଥିତିରେ କ୍ରମଶଃ ସୁଧାର ଆସିବା ସହ ଏସଆରସି, ଉଦ୍ଧାରକାରୀ ଦଳ ଏବଂ ଜିଲ୍ଲାପ୍ରଶାସନର ସମନ୍ଵିତ ପ୍ରୟାସ ମାଧ୍ୟମରେ ଜନସାଧାରଣଙ୍କ ଧନଜୀବନର ସୁରକ୍ଷା … Read more

ରାଜ୍ୟଗୋଷ୍ଠୀ କ୍ରୀଡାରେ ଜୁଡୋରେ ଭାରତ ପାଇଁ ପ୍ରଥମ ସ୍ୱର୍ଣ୍ଣ ପଦକ ଆଣିଲେ ଅସ୍ମିତା ଦେ

ନୂଆଦିଲ୍ଲୀ: ଗ୍ଲାସଗୋ ଠାରେ ଚାଲିଥିବା ରାଜ୍ୟଗୋଷ୍ଠୀ କ୍ରୀଡା ରେ ଭାରତ ଏକ ବଡ଼ ସଫଳତା ହାସଲ କରିଛି। ଯୁବ ଜୁଡୋ ଖେଳାଳି ଅସ୍ମିତା ଦେ’ ଭାରତ ପାଇଁ ଏହି ସଫଳତା ଆଣିଛନ୍ତି lମହିଳା ୪୮ କିଲୋଗ୍ରାମ ବର୍ଗର ଫାଇନାଲ୍ ମ୍ୟାଚ୍‌ରେ କାନାଡାର ହେଇଡି କ୍ୱାଚଙ୍କୁ ୨-୧ ସେଟ୍‌ରେ ପରାସ୍ତ କରି ସେ ଏହି ଗୌରବ ହାସଲ କରିପାରିଛନ୍ତି l ଏହି ରୋମାଞ୍ଚକର ମ୍ୟାଚ୍‌ରେ ସେ ‘ସଡ଼ନ୍ ଡେଥ୍’ ବା ଗୋଲ୍ଡନ ସ୍କୋର ଜରିଆରେ ବିଜୟ ଲାଭ କରିଥିଲେ … Read more