February 26, 2026 3:17 am

ନିର୍ମାଣ ହେବ ହାଇସ୍ପିଡ ରେଲ୍ କରିଡର, ନିର୍ମଳାଙ୍କ ବଡ ଘୋଷଣା

ନୂଆଦିଲ୍ଲୀ: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଦେଶରେ ୭ ନୂଆ ହାଇସ୍ପିଡ ରେଲ୍ କରିଡର ନିର୍ମାଣ କରିବାର ବଡ ଘୋଷଣା କରିଛନ୍ତି । ଏହି କରିଡର ଭାରତରେ ପ୍ରମୁଖ ସହରଗୁଡିକୁ ଦ୍ରୁତ ଏବଂ ଉନ୍ନତ ଢଙ୍ଗରେ ସଂଯୋଗ କରିବ । ଅର୍ଥମନ୍ତ୍ରୀ ଏହି ହାଇ-ସ୍ପିଡ ରେଲ୍ ମାର୍ଗକୁ ଦେଶର ବିକାଶକୁ ଆହୁରି ଉଚ୍ଚକୁ ନେବ ବୋଲି କହିଛନ୍ତି । ଦେଶରେ ପ୍ରମୁଖ ସହରଗୁଡିକ ମଧ୍ୟରେ ଗମନାଗମନ ଉନ୍ନତ ହେବ । ଏହା ପରିବେଶ ଅନୁକୂଳ ହେବ ଏବଂ ଲମ୍ବା ଦୂରତା ଯାତ୍ରା ଅଳ୍ପ ସମୟରେ ସୁରକ୍ଷିତ ଭାବେ ରହିବ । ମୁମ୍ବାଇ-ପୁଣେ- ମହାରାଷ୍ଟ୍ରର ଏହି ଦୁଇ ସହର ମଧ୍ୟରେ ଯାତ୍ରା ଅଳ୍ପ ସମୟରେ ହେବ । ପୁଣେ-ହାଇଦ୍ରାବାଦ- ମହାରାଷ୍ଟ୍ର ଓ ତେଲଙ୍ଗାନାକୁ ଯୋଡିବ, ହାଇଦ୍ରାବାଦ-ଚେନ୍ନାଇ- ଦକ୍ଷିଣ ଭାରତର ପ୍ରମୁଖ ସହରକୁ ସଂଯୋଗ କରିବ, ହାଇଦ୍ରାବାଦ-ବେଙ୍ଗାଲୁରୁ- ଆଇଟି ହବ ବେଙ୍ଗାଲୁରୁ ଓ ହାଇଦ୍ରାବାଦ ମଧ୍ୟରେ ଦ୍ରୁତ ଯୋଗାଯୋଗ ହେବ, ଚେନ୍ନାଇ-ବେଙ୍ଗାଲୁରୁ- ତାମିଲନାଡୁ ଓ କର୍ଣ୍ଣାଟକ ମଧ୍ୟରେ ହାଇସ୍ପିଡ ଲିଙ୍କ ସ୍ଥାପନ ହେବ, ଦିଲ୍ଲୀ-ବାରାଣସୀ- ରାଜଧାନୀ ଦିଲ୍ଲୀକୁ ଉତ୍ତର ପ୍ରଦେଶର ପବିତ୍ର ସହର ବାରାଣସୀ ସହ ଯୋଡିବ ।
ଅର୍ଥମନ୍ତ୍ରୀ କହିଛନ୍ତି, ସରକାରଙ୍କ ଲକ୍ଷ୍ୟ ଦେଶରେ ଦ୍ରୁତ ରେଲ ନେଟୱର୍କ ବଢାଯାଇ ଲୋକଙ୍କ ଯାତ୍ରା ସୁଗମ କରିବା କାରବାର ବୃଦ୍ଧି ହେଉ ଏବଂ ରୋଜଗାରର ସୁଯୋଗ ବଢୁ । ସଂପ୍ରତି ମୁମ୍ବାଇ-ଅହମ୍ମଦାବାଦ ହାଇସ୍ପିଡ ରେଲ(ବୁଲେଟ୍ ଟ୍ରେନ) ପ୍ରକଳ୍ପ ଉପରେ କାମ ଚାଲିଛି । ଏହି ସାତ ନୂଆ କରିଡର ଭାରତର ରେଲ ନେଟୱର୍କକୁ ଆହୁରି ଆଧୁନିକ କରିବ ।