ଭୁବନେଶ୍ବର: ସିମୁଳିଆର ବରିଷ୍ଠ ନେତା ଶଶୀ ସାହୁଙ୍କୁ ନିଲମ୍ବିତ କରିଛି ବିଜେଡି। ବିଶୃଙ୍ଖଳିତ କାର୍ଯ୍ୟକଳାପ ପାଇଁ ତାଙ୍କୁ ଦଳରୁ ନିଲମ୍ବିତ କରାଯାଇଛି । ୨୦୨୪ ମସିହାରେ ଶଶୀ ସାହୁ ବିଜୁ ଜନତା ଦଳରେ ସାମିଲ ହୋଇଥିବା ବେଳେ ତାଙ୍କ ପତ୍ନୀ ସୁଭାଷିନୀ ସାହୁଙ୍କୁ ଟିକେଟ ମିଳିଥିଲା l ବିଗତ କିଛି ଦିନ ହେଲା ବାଲେଶ୍ବର ବିଜେଡିରେ କନ୍ଦଳ ଲାଗି ରହିଛି । ଶଶୀ ସାହୁ ଏବଂ ଜ୍ୟୋତି ପ୍ରକାଶ ସାହୁଙ୍କ ମଧ୍ୟରେ କନ୍ଦଳ ଖବର ସାମ୍ନାକୁ ଆସିଥିଲା । ଏହି କାରଣରୁ ଜିଲ୍ଲା ସଭାପତି ଚୟନ ହୋଇପାରୁନଥିବା ଚର୍ଚ୍ଚା ହୋଇଥିଲା । ବର୍ତମାନ ବାଲେଶ୍ୱର ରେ ବିଜେଡି ର ଗଡ଼ ଭୁଶୁଡିବାକୁ ଲାଗିଛି l
Post Views: 22









