ଲାଞ୍ଚ ନେଇ ଧରାପଡ଼ିଲେ ମହିଳା ଏଏସଆଇ

ବ୍ରହ୍ମପୁର : କେ.ନୂଆଗାଁ ଥାନା  ବଳିୟାରସିଂହପଲ୍ଲୀର ପ୍ରମୋଦ କୁମାର ନାୟକ ,ତାଙ୍କ ପତ୍ନୀ ପ୍ରମୋଦ ଓ ତାଙ୍କ ମା’ଙ୍କ ନାମରେ ମହିଳା ଥାନାରେ ଘରୋଇ କଳିକୁ ନେଇ ଏକ ମାମଲା ଦେଇଥିଲେ । ସମ୍ପୃକ୍ତ ମାମଲାକୁ ରଫାଦଫା କରିବା ପାଇଁ ମହିଳା ଥାନାର ଏଏସଆଇ ବବିତା ସୁନା ପ୍ରମୋଦକୁ ୧୦ ହଜାର ଟଙ୍କା ଲାଞ୍ଚ ମାଗିଥିଲେ । ଏହାକୁ ନେଇ ପ୍ରମୋଦ ବ୍ରହ୍ମପୁର ଭିଜିଲାନ୍ସ କାର୍ଯ୍ୟାଳୟରେ ଅଭିଯୋଗ କରିଥିଲେ । ଆଜି ପ୍ରମୋଦ ଏଏସଆଇ ବବିତା ସୁନାକୁ … Read more

ଆସନ୍ତାକାଲିଠୁ ଡେଙ୍ଗୁ ପ୍ରତିହତ ପାଇଁ BMC ପାଳିବ ଡ୍ରାଏ ଡେ

ଭୁବନେଶ୍ୱର : ଡେଙ୍ଗୁ ନିୟନ୍ତ୍ରଣ କରିବାକୁ କାଲିଠୁ ଡ୍ରାଏ ଡେ ପାଳନ କରିବ ବିଏମସି । ସହରର ସମସ୍ତ ୱାର୍ଡରେ ଡ୍ରାଏ ଡେ ପାଳନ କରାଯିବ । ଫୁଲକୁଣ୍ଡ ଓ ପାଣି ଜମିଥିବା ପାତ୍ରକୁ ଓଲଟାଇ ରଖିବାକୁ ଅପିଲ କରାଯାଇଥିବା ସୂଚନା ଦେଇଛନ୍ତି ବିଏମସି ମେୟର ସୁଲୋଚନା ଦାସ । ଆଜି କର୍ପୋରେଟରଙ୍କୁ ବିଏମସି ମୁଖ୍ୟାଳୟରେ ଟ୍ରେନିଂ ଦିଆଯିବ । ଡେଙ୍ଗୁ ନିୟନ୍ତ୍ରଣ ପାଇଁ ଚଳିତ ବର୍ଷ ଅଧିକ ସଂଖ୍ୟକ ଷ୍ଟାଫ ନିୟୋଜିତ କରାଯାଇଛି । ୭୦ … Read more

ଦେବଗଡ଼କୁ ରାଜ୍ୟର ଏକ ଅଗ୍ରଣୀ ଓ ବିକଶିତ ଜିଲ୍ଲା କରିବାକୁ ଉଦ୍ୟମ

ଭୁବନେଶ୍ୱର: ଦେବଗଡ଼କୁ ରାଜ୍ୟର ଏକ ଅଗ୍ରଣୀ ଓ ବିକଶିତ ଜିଲ୍ଲା ଭାବରେ ଗଢି ତୋଳିବା ଆମର ପ୍ରାଥମିକ ଲକ୍ଷ୍ୟ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଦେବଗଡ଼ରେ କହିଛନ୍ତି। ସେ ଜିଲ୍ଲା ଗସ୍ତରେ ଯାଇ ସେଠାରେ ପ୍ରାୟ ୨୦୫ କୋଟି ଟଙ୍କା ମୂଲ୍ୟର ୧୫ଟି ବିଭିନ୍ନ ଜନକଲ୍ୟାଣକାରୀ ପ୍ରକଳ୍ପର ଶୁଭ ଉଦ୍‍ଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ଏଥିସହିତ ଦେବଗଡ଼ ଜିଲ୍ଲା ପାଇଁ ଆଜି ୩୦୦ ଶଯ୍ୟା ବିଶିଷ୍ଟ ନବ ନିର୍ମିତ ଡାକ୍ତରଖାନା ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ … Read more

ଦେଶରେ ବଢୁଛି କରୋନା କେସ,ରଥଯାତ୍ରା ଭିଡ଼ ବଢ଼ାଇଲା ସ୍ୱାସ୍ଥ୍ୟ ବିଭାଗର ଚିନ୍ତା

ଭୁବନେଶ୍ୱର : ଉପରମୁହାଁ ହେଲାଣି କରୋନା ଗ୍ରାଫ୍ । ବଢୁଛି ସଂକ୍ରମିତଙ୍କ ସଂଖ୍ୟା । ଦେଶରେ ୪ ହଜାର ମୁହାଁ କରୋନା କେସ । ଏବେ ୩ହଜାର ୯୬୧ ରହିଛି କରୋନା ଆକ୍ଟିଭ କେସ । ରାଜ୍ୟରେ ବି ବଢୁଛି କୋଭିଡ ଆକ୍ରାନ୍ତଙ୍କ ସଂଖ୍ୟା । ଆଗକୁ ରଥଯାତ୍ରା ଥିବାରୁ ଭିଡ଼କୁ ଦୃଷ୍ଟିରେ ରଖି ବଢ଼ିଲା ସ୍ୱାସ୍ଥ୍ୟ ବିଭାଗର ଚିନ୍ତା । ରଥଯାତ୍ରା ପାଇଁ ଆଜି କିମ୍ବା ଆସନ୍ତାକାଲି ହେବ ସମୀକ୍ଷା ବୈଠକ । ଏହାପରେ ଗୁରୁତ୍ୱପୂର୍ଣ୍ଣ … Read more

ସୁରୁଖୁରୁରେ ରଥଯାତ୍ରା ପରିଚାଳନା ପାଇଁ ବରିଷ୍ଠ ପୋଲିସ ଅଧିକାରୀମାନେ ନେଲେ ପଦକ୍ଷେପ

ପୁରୀ : ଜୁନ ୨୭ ତାରିଖ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ନେଇ ପୋଲିସ ଡିଜି ୱାଇ ବି ଖୁରାନିଆଙ୍କ ଅଧ୍ୟକ୍ଷତାରେ ବୈଠକ ଅନୁଷ୍ଠିତ ହୋଇଯାଇଛି । ରଥଯାତ୍ରାରେ ସୁରକ୍ଷା ବ୍ୟବସ୍ଥାକୁ ବ୍ୟାପକ କରିବା ସହ ବରିଷ୍ଠ ପୋଲିସ ଅଧିକାରୀମାନେ ସ୍ଵତନ୍ତ୍ର କାର୍ଯ୍ୟ ପାଇଁ ନିୟୋଜିତ ହେବେ । ସହରର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ସିସିଟିଭି ସ୍ଥାପନ, ଟ୍ରାଫିକ ସୁପରିଚାଳନା ନିମନ୍ତେ ରୋଡ ଡିଭାଇଡର, ଡ଼ିଲିନେଟର ଓ ଟ୍ରାଫିକ ଜୋନ ବ୍ୟବସ୍ଥା, ସହରର ବିଭିନ୍ନ ସ୍ଥାନରେ ପର୍ଯ୍ୟାପ୍ତ ପାର୍କିଂ ବ୍ୟବସ୍ଥା … Read more

୧ ବର୍ଷ ପୂର୍ତ୍ତି ଅବସରରେ ସଫଳତାର ହିସାବ ଦେବେ ରାଜ୍ୟ ସରକାର

ଭୁବନେଶ୍ୱର: କେନ୍ଦ୍ରରେ ମୋଦି ସରକାରଙ୍କ ୧୧ ବର୍ଷ । ରାଜ୍ୟରେ ବିଜେପି ସରକାରର ୧ ବର୍ଷ ପୂର୍ତ୍ତି ପାଳନ ପାଇଁ ରାଜ୍ୟ ବିଜେପିର ଯୋଜନା । ବୁଥ୍, ମଣ୍ଡଳ, ଜିଲ୍ଲା ଏବଂ ରାଜ୍ୟ ସ୍ତରରେ କମିଟି ବର୍ଷ ପୂର୍ତ୍ତି ପାଳନ ପାଇଁ ଗଠନ ହୋଇଛି କମିଟି । ଜୁନ୍ ୯ ରୁ ରାଜ୍ୟବ୍ୟାପୀ ଆରମ୍ଭ ହେବ ବିଭିନ୍ନ କାର୍ଯ୍ୟକ୍ରମ । ସେବା, ସୁଶାସନ, ଗରିବ କଲ୍ୟାଣର ମୂଳ ଆଧାରକୁ ନେଇ ଜନ ସାଧାରଣଙ୍କ ପାଖକୁ ଯିବ ଦଳ … Read more

ଆତ୍ମସମର୍ପଣ କଲେ ୧୬ ମାଓବାଦୀ

ମାଲକାନଗିରି : ମାଲକାନଗିରି ସୀମାନ୍ତ ଛତିଶଗଡ଼ ସୁକୁମା ଜିଲ୍ଲାରେ ୧୬ ଜଣ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି । ଆତ୍ମସମର୍ପଣ କରିଥିବା ମାଓବାଦୀଙ୍କ ମଧ୍ୟରେ ଦୁଇ ଜଣ କୁଖ୍ୟାତ ମାଓ ନେତା ରହିଥିବା ସୂଚନା ମିଳିଛି । ଏପିରିକି ସେହି ଦୁଇ ହାର୍ଡକୋର ମାଓବାଦୀଙ୍କ ମୁଣ୍ଡ ଉପରେ ୧୬ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା ହୋଇଥିବା ବେଳେ ୬ ଜଣଙ୍କ ମୁଣ୍ଡ ଉପରେ ୨୫ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରିଥିଲେ ଛତିଶଗଡ଼ ସରକାର । … Read more

ଅତିରିକ୍ତ ତହସିଲଦାରଙ୍କୁ ମାରଣାତ୍ମକ ଆକ୍ରମଣ

ମାଫିଆଙ୍କ ଦୌରାତ୍ମ୍ୟ। ଥାନା ସମ୍ମୁଖରେ ଅତିରିକ୍ତ ତହସିଲଦାରଙ୍କୁ ମାରିଲେ, ଗାଡି ଭାଙ୍ଗିଲେ। ଏଭଳି ଘଟଣା ଘଟିଛି କପ୍ତିପଦା ଥାନା ସମ୍ମୁଖରେ। କପ୍ତିପଦା ଅତିରିକ୍ତ ତହସିଲଦାର ଭୀମକାନ୍ତ ମାଝୀ ଆଜି ସକାଳ ସମୟରେ ବେଆଇନ ଚୋରା ବାଲି ଚାଲାଣ ଧରପଗଡ଼ ପାଇଁ କାର୍ଯ୍ୟାଳୟରୁ ନିଜ କାର ଧ ରି ବାହାରିଯିବା ସମୟରେ ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ମାଫିଆମାନେ ପ୍ରଥମେ ଅତିରିକ୍ତ ତହସିଲଦାରଙ୍କୁ ଅଟକାଇ ଧମକ ଦେଇଥିଲେ।ଏହା ପରେ କପ୍ତିପଦା ଥାନାକୁ ଆସିବା ବେଳେ କପ୍ତିପଦା ଥାନା ସମ୍ମୁଖରେ ୧୦ରୁ … Read more

ଜୁନ୍‌ ୪ ତାରିଖ ଯାଏଁ ଘୁଞ୍ଚିଲା ଯୁକ୍ତ୩ ନାମଲେଖା ଅବଧି

ଭୁବନେଶ୍ୱର: ଯୁକ୍ତ୩ ପାଠ୍ୟକ୍ରମରେ ନାମଲେଖା ଆବେଦନକୁ ପୁଣି ବୃଦ୍ଧି କରାଯାଇଛି । ଛାତ୍ରଛାତ୍ରୀ ଜୁନ୍‌ ୪ ତାରିଖ ରାତି ୧୧ଟା ୪୩ ପର୍ଯ୍ୟନ୍ତ ସାମ୍‌ସ ପୋର୍ଟାଲ୍‌ରେ ଅନ୍‌ଲାଇନ୍‌ରେ କମନ୍‌ ଆପ୍ଲିକେସନ୍‌ ଫର୍ମ (ସିଏଏଫ୍‌) ପୂରଣ କରିପାରିବେ। ଏହି ସମୟ ଅବଧି ମଧ୍ୟରେ ପୂର୍ବରୁ ସିଏଏଫ୍‌ ଦାଖଲ କରିଥିବା ଛାତ୍ରଛାତ୍ରୀ ସେମାନଙ୍କ ଫର୍ମରେ ଆବଶ୍ୟକ ସଂଶୋଧନ କିମ୍ବା ଯୁକ୍ତ୨ ମାର୍କ ଅପ୍‌ଲୋଡ୍‌ କରିପାରିବେ। ପ୍ରଥମ, ଦ୍ଵିତୀୟ, ତୃତୀୟ ପର୍ଯ୍ୟାୟ ପ୍ରୋଭିଜନାଲ୍‌ ତାଲିକା ଓ ୱେଟିଂ ଲିଷ୍ଟ ଛାତ୍ରଛାତ୍ରୀଙ୍କ ନାମଲେଖା … Read more

କଳିଙ୍ଗ ଷ୍ଟୁଡ଼ିଓ ପରିଦର୍ଶନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଳିଙ୍ଗ ଷ୍ଟୁଡ଼ିଓ ପରିଦର୍ଶନ କରି ଏହାକୁ ଏକ ସ୍ୱୟଂ ସମ୍ପୂର୍ଣ୍ଣ ଅତ୍ୟାଧୁନିକ ଷ୍ଟୁଡ଼ିଓ ଭାବେ ବିକଶିତ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଏଥିପାଇଁ ଏକ ଡିପିଆର୍‍ ପ୍ରସ୍ତୁତ କରିବା ପାଇଁ ସେ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି ।