ମହୋଦଧିରେ ଉତ୍ତମ ମହାନ୍ତିଙ୍କ ଅସ୍ଥି ବିସର୍ଜନ..

ପୁରୀ: ଆଜି ମହୋଦଧିରେ ବାପା ଉତ୍ତମ ମହାନ୍ତିଙ୍କ ଅସ୍ଥି ବିସର୍ଜନ କରିବା ସହ ଲଣ୍ଡା ହୋଇଛନ୍ତି ଓଲିଉଡର ଜଣାଶୁଣା ଅଭିନେତା ବାବୁସାନ୍ । ନିଜର ସିନେମା ‘ବୋଉ ବୁଟୁ ଭୂତ’ର ସୁଟିଂ ପାଇଁ ବାପା ଉତ୍ତମ ମହାନ୍ତିଙ୍କ ଦେହାନ୍ତ ପରେ ସେ ଲଣ୍ଡା ହୋଇନଥିଲେ ଆଜି ମହୋଦଧିରେ ବାପାଙ୍କ ଅସ୍ଥି ବିସର୍ଜନ ସହ ଲଣ୍ଡା ହୋଇଛନ୍ତି ଅଭିନେତା ବାବୁସାନ୍। ବାବୁସାନ୍ ଆଜି ଶ୍ରୀମନ୍ଦିରକୁ ଯାଇ ମହାପ୍ରଭୁଙ୍କ ଦର୍ଶନ ମଧ୍ୟ କରିଛନ୍ତି। ବାପାଙ୍କ ମୃତ୍ୟୁ ପରେ ଲଣ୍ଡା ହୋଇନଥିବାରୁ … Read more

ମଟନ୍‌ ଦୋକାନ ଭାଙ୍ଗିଲେ ଉତ୍ତ୍ୟକ୍ତ ଲୋକେ…

ଯାଜପୁର: ଯାଜପୁର ଜିଲ୍ଲା ଧର୍ମଶାଳା ଥାନା ଅନ୍ତର୍ଗତ କାଏମା ବ୍ରିଜ ନିକଟରେ ଥିବା ମଟନ ଦୋକାନୀ ସ୍ଥାନୀୟ ଅଞ୍ଚଳରେ ହେଉଥିବା ଗୋରୁ ଚୋରି ଘଟଣାରେ ସମ୍ପୃକ୍ତି ଥିବା ଅଭିଯୋଗ ଆଣି ସ୍ଥାନୀୟ ଲୋକେ ଆଜି ଭୋର ସମୟରେ ଉକ୍ତ ମଟନ ଦୋକାନ ଭାଙ୍ଗି ଦେଇଛନ୍ତି।ସୂଚନା ମୁତାବକ ଉକ୍ତ ଅଞ୍ଚଳରେ ଅନେକ ଦିନ ହେବ ଗୋରୁ ଚୋରି ହେଉଥିବା ନେଇ ଧର୍ମଶାଳା ଥାନାରେ ଅଭିଯୋଗ ହୋଇ ଆସୁଥିଲେ ବି ପୋଲିସ ଧରିବାରେ ସକ୍ଷମ ହୋଇ ପାରି ନ ଥିଲା। … Read more

ରାଜଧାନୀରେ ଦୁର୍ଘଟଣା:ଯାତ୍ରୀଙ୍କ ଅବସ୍ଥା ଗୁରୁତର

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଆଜି ସିରିଜ ଦୁର୍ଘଟଣା ଘଟିଛି। ୟୁନିଟ-୨ ପେଟ୍ରୋଲ ପମ୍ପ୍‌ ନିକଟରେ ଏକ ଅଟୋ ସହ ୨ଟି କାର୍‌ ପଛକୁ ପଛ ପିଟି ହୋଇଯାଇଥିଲା। ଫଳରେ ପରେ କାର୍‌ଟି ଏକ ସରକାରୀ କ୍ଵାଟର ଗେଟ୍‌ ଭାଙ୍ଗି ଘର ଭିତରକୁ ମାଡ଼ିଯାଇଥିଲା। ଘଟଣାସ୍ଥଳରେ ଉତ୍ତେଜନା ଲାଗିରହିଥିବାବେଳେ ପୋଲିସ ପହଞ୍ଚି ଉତ୍ୟକ୍ତ ଲୋକଙ୍କୁ ବୁଝାଶୁଝା କରିଥିଲା । ଚାଳକ ଜଣକ ନିଶାସକ୍ତ ଅବସ୍ଥାରେ ଗାଡ଼ି ଚଳାଉଥିବା ଅଭିଯୋଗ ହୋଇଛି। ମିଳିଥିବା ଖବର ଅନୁଯାଇ ସମସ୍ତ ଯାତ୍ରୀଙ୍କ ଅବସ୍ଥା … Read more

କଣ୍ଟାବାଞ୍ଜି ଆସନ ପାଇଁ ନାମାଙ୍କନ ଦାଖଲ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ଵର: ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜର ଦ୍ୱିତୀୟ ଆସନ କଣ୍ଟାବାଞ୍ଜି ପାଇଁ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। ସେ ଟିଟିଲାଗଡ଼ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଏହି ନାମାଙ୍କନପତ୍ର ଦାଖଲ କରିଛନ୍ତି। ଏହି ସମୟରେ ବରିଷ୍ଠ ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନ, ବଲାଙ୍ଗୀର ସାଂସଦ ପ୍ରାର୍ଥୀ ସୁରେନ୍ଦ୍ର ସିଂ ଭୋଇ, ବରିଷ୍ଠ ନେତା ଅନଙ୍ଗ ଉଦୟ ସିଂହଦେଓ , ଟିଟିଲାଗଡ଼ ବିଧାୟକ ପ୍ରାର୍ଥୀ ଟୁକୁନି ସାହୁ, ବଲାଙ୍ଗୀର ବିଧାୟକ ପ୍ରାର୍ଥୀ କଳିକେଶ ସିଂହଦେଓ ପ୍ରମୁଖ ଉପସ୍ଥିତ ଥିଲେ। ନବୀନ ଆଜି ସକାଳେ … Read more

ବିଜେଡିର ଅନ୍ତିମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା, ଦେବଗଡରେ  ପ୍ରାର୍ଥୀ ପରିବର୍ତ୍ତନ

ଭୁବନେଶ୍ଵର: ଆଜି ବିଜୁ ଜନତା ଦଳର ସଭାପତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦଳ ତରଫରୁ ଶେଷ ପ୍ରାର୍ଥୀ ତାଲିକା ଘୋଷଣା କରିଛନ୍ତି। ଘୋଷଣା ଅନୁସାରେ ବିଜେଡିର ବଳକା ଥିବା ତିନି ଆସନର ପ୍ରାର୍ଥୀ ହେଲେ ଖଣ୍ଡପଡା- ସାବିତ୍ରୀ ପ୍ରଧାନ ନୀଳଗିରି- ସୁକାନ୍ତ ନାୟକ କୋରେଇ- ସଂଧ୍ୟାରାଣୀ ଦାସ ସେହିପରି ଦେବଗଡର ପ୍ରାର୍ଥୀଙ୍କୁ ପରିବର୍ତ୍ତନ କରିଛି ବିଜେଡି। ସେଠାରେ ରାଣୀ ଅରୁନ୍ଧତୀ ଦେବୀଙ୍କୁ ପରିବର୍ତ୍ତନ କରି ରୋମାଞ୍ଚ ରଂଜନ ବିଶ୍ଵାଳଙ୍କୁ ପ୍ରାର୍ଥୀ କରାଯାଇଛି।

ଓଡିଶା: ୬ଟି ବିଧାନସଭା ଆସନରେ ବିଜେପି ପ୍ରାର୍ଥୀ ଘୋଷଣା କଲା

ଭୁବନେଶ୍ଵର: ଭାରତୀୟ ଜନତା ପାର୍ଟି (ବିଜେପି) ଗୁରୁବାର ୬ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି। ବିଜେପି କେନ୍ଦ୍ରୀୟ ନିର୍ବାଚନ କମିଟିର ସାଧାରଣ ସଂପାଦକ ଅରୁଣ ସିଂହ ପ୍ରେସ୍‌ ବିଜ୍ଞପ୍ତି ଜରିଆରେ କହିଛନ୍ତି, କେନ୍ଦୁଝର ଜିଲ୍ଲା ଘସିପୁରାରେ ବ‌ିଜେପି ଶମ୍ଭୁନାଥ ରାଉତଙ୍କୁ ପ୍ରାର୍ଥୀ କରିଛି। ସେହିପରି ବାଲେଶ୍ବର ଜିଲ୍ଲା ଭୋଗରାଇରେ ଆଶିଷ ପାତ୍ର, ଭଦ୍ରକ ଜିଲ୍ଲା ଭଣ୍ଡାରୀପୋଖରୀରେ ସୁଧାଂଶୁ ନାୟକ, ଯାଜପୁର ଜିଲ୍ଲା ବରୀରେ ଉମେଶ‌ ଜେନା, ବାରବାଟୀ କଟକରେ ପୂର୍ଣ୍ଣଚନ୍ଦ୍ର ମହାପାତ୍ର ଓ ଖୋର୍ଦ୍ଧା … Read more

ଓଡ଼ିଶାରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ ୪ଟି ସଂସଦୀୟ କ୍ଷେତ୍ର ପାଇଁ ମୋଟ୍ ୩୭ ପ୍ରାର୍ଥୀ ପ୍ରତିଦ୍ୱନ୍ଦିତାରେ ଅବତୀର୍ଣ୍ଣ

ଭୁବନେଶ୍ୱର:  ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ଏକକାଳୀନ ସାଧାରଣ ନିର୍ବାଚନରେ ୪ଟି ସଂସଦୀୟ କ୍ଷେତ୍ର ଯଥା କଳାହାଣ୍ଡି, ନବରଙ୍ଗପୁର, ବ୍ରହ୍ମପୁର ଓ କୋରାପୁଟ ପାଇଁ ମୋଟ ୩୭ ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦିତାରେ ଅବତୀର୍ଣ୍ଣ ହୋଇଛନ୍ତି। ତା. ୧୮/୦୪/୨୦୨୪ରିଖରୁ ପ୍ରାର୍ଥୀପତ୍ର ଦାଖଲ ଆରମ୍ଭ ହୋଇଥିବାବେଳେ ତା. ୨୫/୦୪/୨୦୨୪ରିଖ ପ୍ରାର୍ଥୀପତ୍ର ଦାଖଲର ଶେଷ ତାରିଖ ଥିଲା। ତା. ୨୬/୦୪/୨୦୨୪ରିଖ ଦିନ ସମସ୍ତ ପ୍ରାର୍ଥୀପତ୍ର ଯାଞ୍ଚ ହୋଇଥିଲା ଏବଂ ତା.୨୯/୦୪/୨୦୨୪ରିଖ ପ୍ରାର୍ଥୀପତ୍ର ପ୍ରତ୍ୟାହାରର ଶେଷ ତାରିଖ ଥିଲା। ଯାଞ୍ଚ ପରେ ୩୮ ଜଣ … Read more

ପ୍ରଚାର ତାତି :ପାଣ୍ଡିଆନ ସାମ୍ବାଦିକ ରାହୁଲ କନୱାଲଙ୍କ ସହ ପଖାଳର ମଜା ନେଲେ  

ଭୁବନେଶ୍ୱର: ପ୍ରଚଣ୍ଡ ଖରା ଗରମ କୁ ବଳିଯାଇଛି ନିର୍ବାଚନ ଗରମ ହାୱା । ଧୂ ଧୂ ଖରା ଓ ଗୁଳୁଗୁଳି ଭିତରେ ବିଜେଡି ପ୍ରଚାରକୁ ଜୋରଦାର କରିଛନ୍ତି ୫-ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ୍ । ଲଗାତର ପ୍ରଚାର ମଇଦାନକୁ ଓହ୍ଲାଇଥିବା ପାଣ୍ଡିଆନ୍ ଆଜି ତୃତୀୟ ଦିନରେ ଆସିଥିଲେ କଳାହାଣ୍ଡି । କଳାହାଣ୍ଡି ଲୋକସଭା ଅନ୍ତର୍ଗତ ବିଭିନ୍ନ ବିଧାନସଭା ନିର୍ବାଚନମଣ୍ଡଳୀରେ ରୋଡ୍ ସୋ’ କରିବା ସାଙ୍ଗକୁ ଜନସଭାକୁ ସମ୍ବୋଧିତ କରିଥିଲେ । ନବୀନ ସରକାରଙ୍କ ବିକାଶ କାର୍ଯ୍ୟକୁ ଆଲୋକପାତ କରିବା … Read more

ବିଜେପି ୮ ପ୍ରାର୍ଥୀଙ୍କ ନାମ ଘୋଷଣା କଲା, ଖୋର୍ଦ୍ଧାରୁ ପ୍ରଶାନ୍ତ ଜଗଦ୍ଦେବ, ସାଲେପୁରରୁ ଅରିନ୍ଦମ

ଭୁବନେଶ୍ଵର: ବହୁ ହିସାବ ନିକାସ ପରେ ଆଜି ବିଜେପି ଘୋଷଣା କରିଛି ତାହାର ପ୍ରାର୍ଥୀ ତାଲିକା। ଆଜି ଦଳ ଆଠ ଜଣଙ୍କ ନାମ ଘୋଷଣା କରିଛି। ଏଥିରେ ଖୋର୍ଦ୍ଧାରୁ ପ୍ରଶାନ୍ତ ଜଗଦ୍ଦେବ ପ୍ରାର୍ଥୀ ହୋଇଥିବା ବେଳେ ସାଲେପୁରରୁ ଅରିନ୍ଦମ ରାୟ। ଜାଣନ୍ତୁ ପୁରା ତାଲିକା

ବିଜେଡିର ଅଷ୍ଟମ ପ୍ରାର୍ଥୀ ତାଲିକା,ଖୋର୍ଦ୍ଧାରୁ ରାଜେନ୍ଦ୍ର ସାହୁ, ବେଗୁନିଆରୁ ପ୍ରଦୀପ ସାହୁ

ଭୁବନେଶ୍ଵର: ବିଜେଡି ଘୋଷଣା କରିଛି ତାହାର ଅଷ୍ଠମ ପ୍ରାର୍ଥୀ ତାଲିକା। ବିଜେପି ଘୋଷଣାର କିଛି ସମୟ ପରେ ବିଜେଡି ତିନିଜଣିଆ ପ୍ରାର୍ଥୀ ତାଲିକା ଘୋଷଣା କରିଛି। ଯେଉଁ ତିନିଜଣଙ୍କ ନାମ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି ସେମାନେ ହେଲେ