April 13, 2026 12:11 am

ରାଜଧାନୀରେ ଦୁର୍ଘଟଣା:ଯାତ୍ରୀଙ୍କ ଅବସ୍ଥା ଗୁରୁତର

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଆଜି ସିରିଜ ଦୁର୍ଘଟଣା ଘଟିଛି। ୟୁନିଟ-୨ ପେଟ୍ରୋଲ ପମ୍ପ୍‌ ନିକଟରେ ଏକ ଅଟୋ ସହ ୨ଟି କାର୍‌ ପଛକୁ ପଛ ପିଟି ହୋଇଯାଇଥିଲା। ଫଳରେ ପରେ କାର୍‌ଟି ଏକ ସରକାରୀ କ୍ଵାଟର ଗେଟ୍‌ ଭାଙ୍ଗି ଘର ଭିତରକୁ ମାଡ଼ିଯାଇଥିଲା। ଘଟଣାସ୍ଥଳରେ ଉତ୍ତେଜନା ଲାଗିରହିଥିବାବେଳେ ପୋଲିସ ପହଞ୍ଚି ଉତ୍ୟକ୍ତ ଲୋକଙ୍କୁ ବୁଝାଶୁଝା କରିଥିଲା । ଚାଳକ ଜଣକ ନିଶାସକ୍ତ ଅବସ୍ଥାରେ ଗାଡ଼ି ଚଳାଉଥିବା ଅଭିଯୋଗ ହୋଇଛି। ମିଳିଥିବା ଖବର ଅନୁଯାଇ ସମସ୍ତ ଯାତ୍ରୀଙ୍କ ଅବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।