ବ୍ରହ୍ମପୁର : କେ.ନୂଆଗାଁ ଥାନା ବଳିୟାରସିଂହପଲ୍ଲୀର ପ୍ରମୋଦ କୁମାର ନାୟକ ,ତାଙ୍କ ପତ୍ନୀ ପ୍ରମୋଦ ଓ ତାଙ୍କ ମା’ଙ୍କ ନାମରେ ମହିଳା ଥାନାରେ ଘରୋଇ କଳିକୁ ନେଇ ଏକ ମାମଲା ଦେଇଥିଲେ । ସମ୍ପୃକ୍ତ ମାମଲାକୁ ରଫାଦଫା କରିବା ପାଇଁ ମହିଳା ଥାନାର ଏଏସଆଇ ବବିତା ସୁନା ପ୍ରମୋଦକୁ ୧୦ ହଜାର ଟଙ୍କା ଲାଞ୍ଚ ମାଗିଥିଲେ । ଏହାକୁ ନେଇ ପ୍ରମୋଦ ବ୍ରହ୍ମପୁର ଭିଜିଲାନ୍ସ କାର୍ଯ୍ୟାଳୟରେ ଅଭିଯୋଗ କରିଥିଲେ । ଆଜି ପ୍ରମୋଦ ଏଏସଆଇ ବବିତା ସୁନାକୁ ଟଙ୍କା ଦେଉଥିବା ବେଳେ ବବିତାଙ୍କୁ କାବୁ କରିଛି ଭିଜିଲାନ୍ସ ପୁଲିସ । ଲାଞ୍ଚ ଅର୍ଥ ୧୦ ହଜାର ଟଙ୍କା ଭିଜିଲାନ୍ସର ଅଧିକାରୀ ବବିତାଙ୍କ ପାଖରୁ ଜବତ କରିଛନ୍ତି । ଏହାପରେ ଭିଜିଲାନ୍ସ ପକ୍ଷରୁ ବବିତାଙ୍କ କାର୍ଯ୍ୟାଳୟ ଓ ସରକାରୀ ବାସଭବନରେ ମଧ୍ୟ ଚଢ଼ାଉ ହୋଇଛି । ତେବେ ବବିତା ସୁନା ୨୦୧୬ ମସିହାରୁ ଏଏସଆଇକୁ ପଦୋନ୍ନତି ପାଇଥିବା ବେଳେ ଗତ ୨ ବର୍ଷ ହେଲା ସେ ମହିଳା ଥାନାରେ କାର୍ଯ୍ୟରତ ଥିଲେ ।
Post Views: 15