June 26, 2025 7:07 pm

ଦେଶରେ ବଢୁଛି କରୋନା କେସ,ରଥଯାତ୍ରା ଭିଡ଼ ବଢ଼ାଇଲା ସ୍ୱାସ୍ଥ୍ୟ ବିଭାଗର ଚିନ୍ତା

ଭୁବନେଶ୍ୱର : ଉପରମୁହାଁ ହେଲାଣି କରୋନା ଗ୍ରାଫ୍ । ବଢୁଛି ସଂକ୍ରମିତଙ୍କ ସଂଖ୍ୟା । ଦେଶରେ ୪ ହଜାର ମୁହାଁ କରୋନା କେସ । ଏବେ ୩ହଜାର ୯୬୧ ରହିଛି କରୋନା ଆକ୍ଟିଭ କେସ । ରାଜ୍ୟରେ ବି ବଢୁଛି କୋଭିଡ ଆକ୍ରାନ୍ତଙ୍କ ସଂଖ୍ୟା । ଆଗକୁ ରଥଯାତ୍ରା ଥିବାରୁ ଭିଡ଼କୁ ଦୃଷ୍ଟିରେ ରଖି ବଢ଼ିଲା ସ୍ୱାସ୍ଥ୍ୟ ବିଭାଗର ଚିନ୍ତା । ରଥଯାତ୍ରା ପାଇଁ ଆଜି କିମ୍ବା ଆସନ୍ତାକାଲି ହେବ ସମୀକ୍ଷା ବୈଠକ । ଏହାପରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇପାରେ ବୋଲି କହିଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନୀଳକଣ୍ଠ ମିଶ୍ର ।

ଏହାସହ ରାଜ୍ୟବାସୀଙ୍କୁ ସତର୍କ ରହିବାକୁ ଆହ୍ୱାନ ଦେଇଛି ସ୍ୱାସ୍ଥ୍ୟ ବିଭାଗ । ଷ୍ଟାଣ୍ଡାର୍ଡ ପ୍ରୋଟୋକୋଲ ମାନିବାକୁ ସମସ୍ତଙ୍କୁ ପରାମର୍ଶ ଦିଆଯାଇଛି । ଲୋକଙ୍କୁ ଗହଳିକୁ ନ ଯିବାକୁ ପରାମର୍ଶ ଦେବା ସହ ହାତ ଧୋଇବା ସହ ଗ୍ଲୋବସ ପିନ୍ଧିବା ଓ ମାସ୍କ ବ୍ୟବହାର କରିବାକୁ ପରାମର୍ଶ ଦିଆଯାଇଛି । ଗତକାଲି ସୁଦ୍ଧା ରାଜ୍ୟରେ ଏଯାଏ ୧୫ଟି କୋଭିଡ ମାମଲା ଚିହ୍ନଟ ହୋଇଛି । ଆଵଶ୍ୟକତା ଅନୁଯାୟୀ ସବୁ ଜିଲ୍ଲାକୁ ଟେଷ୍ଟିଂ କିଟ୍ ଯୋଗାଇ ଦିଆଯାଇଛି । ସିଭିୟର କେସରେ ଟେଷ୍ଟିଂ କରାଯାଉଛି । RTPCR ଟେଷ୍ଟ୍ ସୁବିଧା ଥିଲେ ମଧ୍ୟ କିଟରେ ଅଧିକ ଟେଷ୍ଟ ହେଉଛି । ଓଡିଶାକୁ ବହୁତ ଟେଷ୍ଟିଂ କିଟ ଆସିଥିବାସୂଚନା ଦେଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦେଶକ ।