ରାଜ୍ୟ ସରକାର ପାଳନ କରିବେ ସମ୍ବିଧାନ ହତ୍ୟା ଦିବସ : ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ସୂଚନା

ଭୁବନେଶ୍ଵର: ରେଳ ଅଡିଟରିୟମ ପାଳନ ହେବ ରାଜ୍ୟ ସ୍ତରୀୟ ସମ୍ବିଧାନ ହତ୍ୟା ଦିବସ କାର୍ଯ୍ୟକ୍ରମ । ରାଜନୀତି ବିଜ୍ଞାନର ଛାତ୍ରଛାତ୍ରୀ ମାନେ ଏହି କାର୍ୟ୍ୟକ୍ରମରେ ଭାଗ ନେବେ। ଜରୁରୀକାଳୀନ ପରିସ୍ଥିତିରେ ଗିରଫ ହୋଇଥିବା ଗଣତନ୍ତ୍ର ସେନାନି ମାନଙ୍କୁ କାର୍ଯ୍ୟକ୍ରମ ରେ ସମ୍ମାନିତ କରିବେ ମୁଖ୍ୟମନ୍ତ୍ରୀ । ସେ ସମୟରେ ଗିରଫ ହୋଇଥିବା ୫୬ ଜଣଙ୍କୁ ସରକାର ପେନସନ ଦେଉଛନ୍ତି । ଆହୁରି ୫୨ ଜଣଙ୍କୁ ନାମ ମଧ୍ୟ ସାମିଲ କରାଯାଇଛି । ଏହାସହ ରାଜ୍ୟ ସରକାରଙ୍କ ପ୍ରୋତ୍ସାହନରେ ଉଚ୍ଚ ଶିକ୍ଷା … Read more

ମୋଦକ ଚୋରି ଘଟଣା;ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କୁ ରିପୋର୍ଟ ମାଗିଲେ ଆଇନ ମନ୍ତ୍ରୀ

ପୁରୀ: ମନ୍ଦିରରୁ ମହାପ୍ରଭୁଙ୍କ ମୋଦକ ଚୋରି ଘଟଣାରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କୁ ରିପୋର୍ଟ ମାଗିଲେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ। ରିପୋର୍ଟ ଆସିଲେ ପରବର୍ତ୍ତୀ ପଦକ୍ଷେପ ନିଆଯିବ ବୋଲି ସେ କହିଛନ୍ତି। ଆଜି ଶ୍ରୀମନ୍ଦିରରୁ ମହାପ୍ରଭୁଙ୍କ ଦଶମୂଳ ମୋଦକ ଚୋରି ହୋଇଛି। ଏଥିପାଇଁ ଶ୍ରୀଜିଉଙ୍କୁ ଲାଗି କରାଗଲା ମାରା ମୋଦକ। ୭୦ଟି ମୋଦକ ଚୋରି ହୋଇଯାଇଥିବା ଅଭିଯୋଗ ହୋଇଛି । କାର୍ଯ୍ୟାନୁଷ୍ଠାନ ପାଇଁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କୁ ଚିଠି ଲେଖିଛନ୍ତି ବଳଭଦ୍ରଙ୍କ ବାଡ଼ଗ୍ରାହୀ ହଳଧର ଦାସ ମହାପାତ୍ର … Read more

ମହାପ୍ରଭୁଙ୍କୁ କୋଠ ଭୋଗରେ ଲାଗି ହେବ ଜୈବିକ ଚାଉଳ

ପୁରୀ: ମହାପ୍ରସାଦରେ ରାସାୟନିକ ଯୁକ୍ତ ଚାଉଳ ବ୍ୟବହାର କରାଯିବ ନାହିଁ । ଚଳିତ ବର୍ଷ ପ୍ରଥମକରି ଆଡ଼ପ ମଣ୍ଡପରେ ମହାପ୍ରଭୁଙ୍କୁ କୋଠ ଭୋଗରେ ଲାଗି ହେବ ଜୈବିକ ଚାଉଳ, ଅମୃତ ଅନ୍ନ। ମଣ୍ତପରେ ମଧ୍ୟ ନିର୍ଦ୍ଦିଷ୍ଟ ପରିମାଣର ଅନ୍ନ ମହାପ୍ରସାଦ ରନ୍ଧା ହେବ । ସୁଲଭ ଦରରେ ଏହି ମହାପ୍ରସାଦ ପାଇବେ ଭକ୍ତ । ମହାପ୍ରସାଦର ଗାରିମା ଓ ମର୍ଯ୍ୟାଦାକୁ ଅକ୍ଷୁର୍ଣ୍ଣ ରଖିବା ପାଇଁ ଏଭଳି ନିଷ୍ପତ୍ତି ନିଆଯାଇଛି । ପ୍ରତ୍ୟେକ ଦିନ କୋଠ ଭୋଗରେ ପ୍ରାୟ … Read more

ଅଗଷ୍ଟ ୧୫ ତାରିଖ ସୁଦ୍ଧା ସିଏସ୍‌ପି ପ୍ଲସ୍ ବ୍ୟାଙ୍କ

ଭୁବନେଶ୍ୱର: ବ୍ୟାଙ୍କର ସେବାରୁ ବଞ୍ଚିତ ସବୁ ପଞ୍ଚାୟତରେ ସିଏସ୍‌ପି ପ୍ଲସ୍ ବ୍ୟାଙ୍କ (ଆମ ବ୍ୟାଙ୍କ) ଆଉଟ୍‌ଲେଟ୍‌ ଖୋଲିବା ପାଇଁ ଅର୍ଥ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଜାରି କରାଯାଇଛି। ଏହି ଯୋଜନାର ସହଯୋଗୀ ବ୍ୟାଙ୍କ ମଧ୍ୟ ଏଥିପାଇଁ ଆଗ୍ରହୀ। ଇଣ୍ଟରନେଟ ଅଭାବ ସରକାରଙ୍କର ଏହି ଡିଜିଟାଲ ବ୍ୟାଙ୍କିଂ ଯାତ୍ରାରେ ସାଜିଛି ଏକମାତ୍ର ବାଧକ। ଯେଉଁଠି ବ୍ୟାଙ୍କ ଅଛି ସେଠି ଇଣ୍ଟରନେଟ୍ ଅଭାବରୁ କାମ ହୋଇପାରୁନି। ଏପରିସ୍ଥଳେ ନୂଆ ଶାଖା ଖୋଲିବା ସମ୍ଭବ ହେଉନି। ଗତ ମାସରେ ଅନୁଷ୍ଠିତ ରାଜ୍ୟସ୍ତରୀୟ … Read more

୩ ଘରୋଇ ବ୍ୟାଙ୍କ୍ ଉପରେ ରାଜ୍ୟ ସରକାର ଙ୍କ ଆକ୍ସନ

ଭୁବନେଶ୍ୱର: ପ୍ୟାନେଲରୁ ବାଦ୍ ପଡିଲେ ୩ ଘରୋଇ ବ୍ୟାଙ୍କ୍ । ଜମା କରାଯାଇପାରିବନି ସରକାରୀ ଟଙ୍କା । ବିଗତ ୨ ବର୍ଷରେ ଦୁର୍ବଳ ପ୍ରଦର୍ଶନ ପରେ ରାଜ୍ୟ ସରକାର କଠୋର ଆଭିମୁଖ୍ୟ ଗ୍ରହଣ କରିଛନ୍ତି । କେବଳ ସେତିକି ନୁହେଁ, ଅନ୍ୟାନ୍ୟ ବ୍ୟାଙ୍କିଙ୍ଗ ମାନଦଣ୍ଡରେ ମଧ୍ୟ ସେମାନଙ୍କର ପ୍ରଦର୍ଶନ ଭଲ ରହୁନାହିଁ । ଅର୍ଥ ବିଭାଗ ପକ୍ଷରୁ ଏନେଇ ସବୁ ବିଭାଗକୁ ଚିଠି କରାଯାଇଛି । ଏଥିରେ ସ୍ପଷ୍ଟ ଭାବେ ଉଲ୍ଲେଖ ରହିଛି ଯେ, ଘରୋଇ HDFC … Read more

ବିହାର ବିଧାନସଭା ନିର୍ବାଚନ:ଜେଏମ୍ଏମ୍, ଏକୁଟିଆ ନିର୍ବାଚନ ଲଢ଼ିବ

ବିହାର: ଆଗାମୀ ବିହାର ବିଧାନସଭା ନିର୍ବାଚନରେ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା ଏକୁଟିଆ ନିର୍ବାଚନ ଲଢ଼ିବ । ଆମ ଆଦମ ପାର୍ଟି ପରେ ଜେଏମଏମ ଏଭଳି ନିଷ୍ପତ୍ତି, ବିହାରର ଆରଜେଡି ନେତୃାତ୍ବଧୀନ ମହାଗଠବନ୍ଧନକୁ ପ୍ରଭାବିତ କରିପାରେ । ପଡୋଶୀ ଝାଡ଼ଖଣ୍ଡରେ ଇଣ୍ଡିମେଣ୍ଟରନେତୃତ୍ୱ ନେଇଥିବା ଜେଏମଏମ ବିହାରରେ ଏଥରକ ସାମିଲ ହେବନାହିଁ । ବିହାରରରେ ମହାଗଠବନ୍ଧନର ୩ଥର ବୈଠକ ହୋଇଥିଲେ ମଧ୍ୟ ଏଥିରେ ଜେଏମଏମକୁ ସାମିଲ କରାଯାଇନଥିଲା । ଯାହାଫଳରେ ଜେଏମଏମ ବିହାରରେ ୧୨-୧୬ଟି ଆସନରେ ଲଢ଼ିବାକୁ ମନସ୍ଥ କରିଛି … Read more

କଳିଙ୍ଗ ଷ୍ଟାଡିୟମରେ  ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ,ଯୋଗଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଅନ୍ତର୍ଜାତୀୟ ଯୋଗ ଦିବସ ଅବସରରେ ଆଜି ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମ ଠାରେ ରାଜ୍ୟ ସରକାରଙ୍କ କ୍ରୀଡା ଓ ଯୁବ ବ୍ୟାପାର ବିଭାଗ ପକ୍ଷରୁ ରାଜ୍ୟ ସ୍ତରୀୟ ଯୋଗ ସମାରୋହ ଅନୁଷ୍ଠିତ ହୋଇ ଯାଇଛି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ସମବେତ ଯୋଗାଭ୍ୟାସ କରିବା ସହିତ ଯୋଗ ହେଉଛି ବିଶ୍ୱ ମାନବ ସମାଜକୁ ଭାରତର ଏକ ମହାର୍ଘ୍ୟ ଉପହାର ବୋଲି କହିଛନ୍ତି। ଏହି ଅବସରରେ ଭିଡିଓ … Read more

ଭୁବନେଶ୍ୱରରେ ପହଞ୍ଚିଲେ ଗୋପାଳପୁର ଘଟଣାକୁ ନେଇ କଂଗ୍ରେସ ଗଢିଥିବା ଅନୁଧ୍ୟାନକାରୀ ଦଳ ।

ଗୋପାଳପୁର ଘଟଣାକୁ ନେଇ କଂଗ୍ରେସ ଗଢିଥିବା ୫ ଜଣିଆ ତଥ୍ୟ ଅନୁଧ୍ୟାନକାରୀ ଦଳ ୪ ଦିନିଆ ଓଡିଶା ଗସ୍ତରେ ଆସି ଆଜି ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିଛନ୍ତି । ତାଙ୍କୁ ପିସିସି ସଭାପତି ଭକ୍ତଚରଣ ଦାସ ସ୍ୱାଗତ କରିଥିବା ବେଳେ ଆଜି ପ୍ରଥମ ଦିନରେ ଗୋପାଳପୁର ଗଣଦୁଷ୍କର୍ମ ଘଟଣାସ୍ଥଳ ପରିଦର୍ଶନ କରିବେ କଂଗ୍ରେସର ତଥ୍ୟ ଅନୁଧ୍ୟାନକାରୀ ଦଳ । ତେବେ ଗୋପାଳପୁର ଠାରେ ହୋଇଥିବା ଜଘନ୍ୟ ଗଣବଳାତ୍କାର ଏବଂ ରାଜ‍୍ୟରେ ଆକସ୍ମିକ ଭାବରେ ଶତାଧିକ ମହିଳା ,ଶିଶୁ … Read more

ଓଡିଶାରେ ଡବଲ ଇଂଜିନ ସରକାର ପାଇଁ ମିଳିଲା ଡବଲ ଫାଇଦା

ଭୁବନେଶ୍ୱର: ଓଡିଶାରେ ବିଜେପି ସରକାରର ପ୍ରଥମ ବର୍ଷ ପୂର୍ତ୍ତି ଉପଲକ୍ଷେ ଭୁବନେଶ୍ୱରର ଜନତା ମଇଦାନରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ ପ୍ରଧାନମନ୍ତ୍ରୀ। ଏହି ଅବସରରେ ସେ ଦୀର୍ଘ ଭାଷଣରେ ଓଡିଶା ସରକାରଙ୍କୁ ବେଶ ପ୍ରଶଂସା କରିଛନ୍ତି। ଏଥିସହିତ ସେ ଡବଲ ଇଂଜିନ ସରକାରରେ ଡବଲ ଫାଇଦା ହେଲା ବୋଲି କହିଛନ୍ତି। ଏଥିସହିତ ସେ କହିଛନ୍ତି ଯେ, ଓଡିଶାରେ ବିଜେପି ସରକାରଙ୍କ ଗୋଟିଏ ବର୍ଷ କେବଳ ହେଲା ତାହା ନୁହେଁ। ଓଡିଶାରେ ସୁଶାନ ଆସିବାର ଏକ ବର୍ଷ ପୂର୍ତ୍ତି ହେଲା ବୋଲି … Read more

ଓଏମସି ପକ୍ଷରୁ ସିକଲସେଲ୍ ନିରାକରଣ ସଚେତନତା ଅଭିଯାନ

ଭୁବନେଶ୍ୱର: ବିଭିନ୍ନ ଜିଲ୍ଲାରେ ଅବସ୍ଥିତ ଓଏମସିର କାର୍ଯ୍ୟକ୍ଷମ ଖଣି ଅଞ୍ଚଳରେ ସିକଲସେଲ ସଚେତନତା ବ୍ୟାପକ କରିବା ଲକ୍ଷ୍ୟରେ ଓଏମସିର ଭ୍ରାମ୍ୟମାଣ ସ୍ୱାସ୍ଥ୍ୟ ଯାନ “ଆରୋଗ୍ୟବାହିନୀ” ଶିବିରର ଆୟୋଜନ ହୋଇଯାଇଛି । ଓଏମସିର ଭ୍ରାମ୍ୟମାଣ ସ୍ୱାସ୍ଥ୍ୟ ଯାନ ‘ଆରୋଗ୍ୟବାହିନୀ’ – କୋରାପୁଟ, କେନ୍ଦୁଝର, ଯାଜପୁର ଏବଂ ବଡ଼ବିଲ ଖଣି ଅଞ୍ଚଳ ସ୍ଥିତ ଜିଲିଙ୍ଗ ଦୈତାରୀ, ଲକ୍ଷ୍ମୀପୁର, କାଳିଆପାଣି, ଶୁଆକାଟି ଏବଂ ସେରେଣ୍ଡା ଠାରେ ଏହି ସଚେତନତା ଶିବିର ଆୟୋଜନ କରିଥିଲା । ଏହି ସିକଲସେଲ୍ ବା ରକ୍ତ ଶିକୁଳି … Read more