ଶରଧାବାଲିରେ ଠେଲାପେଲା ୩ ଶ୍ରଦ୍ଧାଳୁ ମୃତ

ପୁରୀରେ ବଡ ଅଘଟଣ l ଶରଧାବାଲିରେ ଠେଲାପେଲାରେ ୩ ଶ୍ରଦ୍ଧାଳୁଙ୍କ ମୃତ୍ୟୁ ହୋଇଛି। ଦଶ ରୁ ଉର୍ଦ୍ଧ ଆହତ ହୋଇଛନ୍ତି l ରଥ ସାମ୍ନାରେ ହୋଇଛି ଠେଲାପେଲା। ଆଜି ଭୋର ୪ ଟା ୫୦ରେ ଏହି ଘଟଣା ଘଟିଥିବା ସୂଚନା ମିଳିଛି। ଘଟଣାସ୍ଥଳରେ ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ହସ୍ପିଟାଲରେ ପ୍ରାଣ ହରାଇଛନ୍ତି। ଏନେଇ ସୂଚନା ଦେଇଛନ୍ତି ପୁରୀ ହସ୍ପିଟାଲ ଅଧୀକ୍ଷକ ଡାକ୍ତର ପବିତ୍ର ମୋହନ ମଲ୍ଲିକ। ସେହିପରି ଅନ୍ୟ ଆହତମାନଙ୍କୁ ନିକଟସ୍ଥ ମେଡିକାଲରେ … Read more

ଭିଜିଲାନ୍ସ ଜାଲରେ ସହାୟକ ଯନ୍ତ୍ରୀ

ବ୍ରହ୍ମପୁର: ଅବସର ନେବାକୁ ତିନି ଦିନ ଥିବାବେଳେ ଭିଜିଲାନ୍ସ ଜାଲରେ ପଡିଛନ୍ତି ଗଞ୍ଜାମ ବ୍ଲକ ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ସୁଶୀଲ କୁମାର ପଣ୍ଡା। ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ବିଭାଗ ଚଢାଉ ଜାରି ରଖିଛି। ଏକକାଳୀନ ୭ ଟି ସ୍ଥାନରେ ଚଢ଼ାଉ ଚାଲିଛି। ବ୍ରହ୍ମପୁର ରାମହରି ନଗରରେ ଥିବା ସୁଶୀଲଙ୍କ ବାସଭବନ, ଆଙ୍କୁଲି ମୁକ୍ତେଶ୍ଵର ଆପାର୍ଟମେଣ୍ଟର ଦୁଇଟି ଫ୍ଲାଟ, ପୁରୀ ଚୁଡଙ୍ଗ ସାହି, କବିସୂର୍ଯ୍ୟନଗର ଗୁଡିଆଳିର ତାଙ୍କର ପୈତୃକ ଘର, ପୁରୁଷୋତ୍ତମପୁର ବେଢ ଗାଁରେ ଥିବା … Read more

ପୁରୀ ମେଡିକାଲରେ ୬୦୦ରୁ ଅଧିକ ଶ୍ରଦ୍ଧାଳୁ ଭର୍ତ୍ତି:ଆଜି ପୁଣି ହବ ରଥଟଣା

ପୁରୀ ମେଡିକାଲରେ ଅସମ୍ଭାଳ ସ୍ଥିତି । ୬୦୦ରୁ ଅଧିକ ଶ୍ରଦ୍ଧାଳୁ ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ରଥଟଣା ସମୟରେ ଦଳାଚକଟା ଏବଂ ଅଣନିଶ୍ବାସୀ ହୋଇ ଅଧିକାଂଶ ଶ୍ରଦ୍ଧାଳୁ ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ସେହିପରି କିଛି ଭକ୍ତ ସମୁଦ୍ରରେ ଗାଧେଇବା ବେଳେ ଆହତ ହୋଇ ଚିକିତ୍ସା ପାଇଁ ଭର୍ତ୍ତି ହୋଇଛନ୍ତି । ସେଥି ମଧ୍ୟରୁ ଅଧିକାଂଶ ମହିଳା ବୟସ୍କ ବ୍ୟକ୍ତି ଅଛନ୍ତି । ପ୍ରତି ୫ ମିନିଟରେ ବଡ଼ଦାଣ୍ଡରୁ ଆମ୍ବୁଲାନ୍ସ ଯୋଗେ ଶ୍ରଦ୍ଧାଳୁଙ୍କୁ ମେଡିକାଲକୁ ନିଆଯାଇଥିଲା ।ରଥଟଣାରେ … Read more

ବିଶ୍ୱ ପ୍ରସିଦ୍ଧ ରଥ ଯାତ୍ରାରେ ସାମିଲ ହେଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ପୁରୀ: ରଥଯାତ୍ରା ନେଇ ଶୁଭେଚ୍ଛା ଜଣାଇଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏଥିସହ ରଥଯାତ୍ରାରେ ମଧ୍ୟ ସାମିଲ ହୋଇ ପୁରୀ ବଡଦାଣ୍ଡରେ ଥିବା ଭକ୍ତଙ୍କୁ ଶୁଖିଲା ଖାଦ୍ୟ ବାଣ୍ଟିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ । ଭିଡ ନିୟନ୍ତ୍ରଣ ଏବଂ CCTV ସର୍ଭିଲାନ୍ସର ତଦାରଖ କରିଛନ୍ତି । ଗୋବର୍ଦ୍ଧନ ମଠରେ ଜଗତଗୁରୁ ଶଙ୍କରାଚାର୍ଯ୍ୟ ନିଶ୍ଚଳାନନ୍ଦ ସରସ୍ଵତୀଙ୍କୁ ଭେଟି ଆଶୀର୍ବାଦ ନେଇଛନ୍ତି ଧର୍ମେନ୍ଦ୍ର । ତାଙ୍କ ସହ ସାଥୀରେ ଥିଲେ କେନ୍ଦ୍ର ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଗଜେନ୍ଦ୍ର ସିଂ … Read more

ଆଜି ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା, ଶ୍ରୀକ୍ଷେତ୍ର ଚଳ ଚଞ୍ଚଳ

ପୁରୀ: ପବିତ୍ର ରଥଯାତ୍ରା ଅବସରରେ ଆଜି ପୁରୀ ସହରକୁ ଲକ୍ଷଲକ୍ଷ ଭକ୍ତମାନଙ୍କର ଆଗମନ ହୋଇସାରିଛି। ଶ୍ରୀକ୍ଷେତ୍ରକୁ ବାହାରୁ ୧୦ଲକ୍ଷରୁ ଊର୍ଦ୍ଧ୍ବ ଭକ୍ତ ପହଞ୍ଚିବେ ବୋଲି ଆଶା କରାଯାଉଛି। ରାଜ୍ୟର ଚାରିଆଡୁ ଶ୍ରଦ୍ଧାଳୁ ପୁରୀ ମୁହାଁ ହୋଇଛନ୍ତି। ରଥାରୁଢ଼ କାଳିଆ ସାଆନ୍ତଙ୍କ ଦର୍ଶନ ପାଇଁ ଦେଶ-ବିଦେଶରୁ ଭକ୍ତ ଆସି ପୁରୀ ପହଞ୍ଚିଛନ୍ତି। ନୀତି ନିର୍ଘଣ୍ଟ ଅନୁଯାୟୀ ସକାଳ ୬ଟା ରେ ମଙ୍ଗଳ ଆଳତି ନୀତି ପରେ ମଈଲମ, ତଡ଼ପ ଲାଗି, ରୋଷ ହୋମ, ଅବକାଶ, ସୂର୍ଯ୍ୟ ପୂଜା ସହିତ … Read more

ପ୍ରବଳ ବର୍ଷା ରେ ଉବୁଟୁବୁ କଟକ :ଭୁଶୁଡିଲା ଶିଶୁଭବନ କାନ୍ଥ

କଟକ: ବୁଧବାର ଅପରାହ୍ନ ରେ ପ୍ରବଳ ବର୍ଷା ଯୋଗୁଁ କଟକର ଶିଶୁ ଭବନର ନୂଆ ବିଲଡିଂ କାନ୍ଥ ଭୁଶୁଡ଼ି ପଡିଛି। ବିଲଡିଂ କାନ୍ଥ ଭୁଶୁଡ଼ିବାରୁ କିଛି ବାଇକ୍ ଚାପି ହୋଇଯାଇଥିବା ସୂଚନା ମିଳିଛି। ଏହି ଦୁର୍ଘଟଣାରେ କୌଣସି ବ୍ୟକ୍ତି ଗୁରୁତର କିମ୍ୱା ଆହତ ହୋଇଥିବା ଖବର ଜଣାପଡ଼ିନାହିଁ। ଏହି‌ କୋଠା ଗତ ଏପ୍ରିଲ ମାସରେ ଉଦ୍‌ଘାଟନ ହୋଇଥିଲା। ପୂର୍ବ ସରକାରରେ ଏହି କୋଠା ନିର୍ମାଣ ହୋଇଛି। ସେହିପରି ସିଡିଏରେ ଏକ ରାସ୍ତା ଧସିଛି। ସିଡିଏ ସେକ୍ଟର-୧୦ ଅଞ୍ଚଳରେ … Read more

ଆଜି ସକାଳ ୮ରୁ ନବଯୌବନ ଦର୍ଶନ

ପୁରୀ: ଅଣସର ଘରେ ଗୋପନ ନୀତି ପରେ ମହାପ୍ରଭୁ ସୁସ୍ଥ ହୋଇଛନ୍ତି। ଖଡ଼ି ଲାଗି ସହ ଆଜି ବିଳମ୍ବିତ ରାତିରେ ମହାପ୍ରଭୁଙ୍କ ଦୁଇଦିନିଆ ବନକଲାଗି ନୀତି ସଂପନ୍ନ ହୋଇଛି। ବନକଲାଗି ପରେ ମହାପ୍ରଭୁ ନବଯୌବନ ପ୍ରାପ୍ତି ହୋଇଛନ୍ତି। ୧୫ ଦିନର ଅଣସର ‌ଶେଷ କରି ଗୁରୁବାର ଶ୍ରୀବିଗ୍ରହ ଅଣସର ପିଣ୍ଡିରୁ ଭକ୍ତଙ୍କୁ ନବଯୌବନ ବେଶରେ ଦର୍ଶନ ଦେବେ। ସକାଳ ୮ଟାରୁ ଦର୍ଶନ ଆରମ୍ଭ ହେବ। ଚଳିତ ଥର ମାତ୍ର ଅଢ଼େଇ ଘଣ୍ଟା ନବଯୌବନ ବେଶରେ ଦର୍ଶନ ଦେବେ … Read more

ପଞ୍ଚଦଶ ଅର୍ଥକମିଶନ ଅନୁଦାନ ପାଇଁ ଦାବିକଲେ ଧର୍ମେନ୍ଦ୍ର ପ୍ରଧାନ

ସମ୍ବଲପୁର ଓ ଦେବଗଡ଼କୁ ପଞ୍ଚଦଶ ଅର୍ଥ କମିଶନ ଅନୁଦାନ ରାଶି ପ୍ରଦାନ ନେଇ କେନ୍ଦ୍ରଗୃହ ନିର୍ମାଣ ଓ ସହରାଂଚଳ ବ୍ୟାପାର ମନ୍ତ୍ରୀ ମନୋହର ଲାଲଙ୍କୁ ଭେଟିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଅର୍ଥରାଶି ପ୍ରଦାନ ଦ୍ଵାରା ପୌରସଂସ୍ଥାର ମୌଳିକ ସମସ୍ୟାର ସୁଧାର ହେବ । ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ସମ୍ବଲପୁର ମହାନଗର ନିଗମ ଓ ଦେବଗଡ଼ ପୌରପାଳିକାକୁ ପଞ୍ଚଦଶ ଅର୍ଥ କମିଶନ ଅନୁଦାନ ପ୍ରଦାନ କରିବା ନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସୋମବାର ନୂଆଦିଲ୍ଲୀରେ କେନ୍ଦ୍ର … Read more

ବାହାର ଆଉଟସୋର୍ସିଂ ସଂସ୍ଥାଙ୍କ ତଥ୍ୟ ପ୍ରଦାନ କରିବାକୁ ମୁଖ୍ୟମନ୍ତ୍ରୀ ଙ୍କ ନିର୍ଦ୍ଦେଶ

ବାହାର ଠିକାଦାରଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଟାର୍ଗେଟ୍‌ । ୧୦ ବର୍ଷର ଫାଇଲ୍ ଖୋଜି ଇଞ୍ଜିନିୟରିଂ କାମ କରୁଥିବା ଆଉଟ୍‌ସୋର୍ସିଂ ସଂସ୍ଥାକୁ ଠାବ କରିବାକୁ ମୁଖ୍ୟ ଶାସନ ସଚିବଙ୍କୁ ଚିଠି ଲେଖି ରିପୋର୍ଟ ମାଗିଛନ୍ତି ମୁଖ୍ୟମନ୍ତ୍ରୀ । ସରକାରଙ୍କ ନିଜସ୍ୱ ଇଞ୍ଜିନିୟରିଂ ବିଭାଗ ଏବଂ ଦକ୍ଷ ଇଞ୍ଜିନିୟର ଥାଉଥାଉ କାହିଁକି ଆଉଟ୍‌ସୋର୍ସିଂ ସଂସ୍ଥାକୁ କାମ ଦିଆଯାଇଛି ବୋଲି ପ୍ରଶ୍ନ କରିଛନ୍ତି । ମୁଖ୍ୟମନ୍ତ୍ରୀ ଚିଠିରେ ସ୍ପଷ୍ଟ ଭାବେ ଲେଖିଛନ୍ତି ଯେ, ଆମର ଯାନ୍ତ୍ରିକ ବିଭାଗ ଗୁଡ଼ିକରେ ସର୍ଭେ, ଅନୁସନ୍ଧାନ, ଡିଜାଇନ, … Read more

ହୀରାକୁଦ ସୁରକ୍ଷା ପାଇଁ ନିର୍ମାଣ ହେବ ୫ଟି ସ୍ପିଲୱେ

ଭୁବେନଶ୍ୱର: ଦୁର୍ବଳ ହୀରାକୁଦକୁ ବିପଦ ବଢୁଛି । କିନ୍ତୁ ଡ୍ୟାମ୍‌ର ସୁରକ୍ଷାକୁ ସୁନିଶ୍ଚିତ କରିବାକୁ ଏବେ ସ୍ପିଲ୍‌ୱେ ନିର୍ମାଣ ପାଇଁ ପ୍ରସ୍ତୁତିପର୍ବ ଶେଷ କରିଛନ୍ତି ସରକାର । ଏହା କେବଳ ହୀରାକୁଦର ଆୟୁଷ ବଢ଼ାଇବନି ବରଂ ଜଳଧାରଣ କ୍ଷମତାକୁ ପୂର୍ବାବସ୍ଥାକୁ ଫେରାଇ ଆଣିବ । ଦୁର୍ବଳ ହେଉଛି ହୀରାକୁଦ । କମିଲାଣି ଜଳଧାରଣ କ୍ଷମତା । ବୟସ ବଢ଼ିବା ସହ ହୀରାକୁଦ ବନ୍ଧର ସ୍ଥାୟିତ୍ୱକୁ ନେଇ ଆଶଙ୍କା ଦେଖାଦେଲାଣି । ବିଶେଷଜ୍ଞଙ୍କମାନେ ହୀରାକୁଦକୁ ନେଇ ଅନେକଥର ସତର୍କ … Read more