ସାମ୍ବାଦିକ ସମ୍ମିଳନୀରେ ସରକାରଙ୍କୁ ଘେରିଲା ବିଜେଡି

ଭୁବନେଶ୍ୱର: ବିଏମସି ଅତିରିକ୍ତ କମିସନରଙ୍କୁ ମାଡ ଘଟଣାକୁ ବିଜେଡି ପକ୍ଷରୁ ଦୃଢ ନିନ୍ଦା କରାଯାଇଛି। ପରଦା ପଛରେ ଥିବା ନେତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ହେଉ ବୋଲି ବିଜେଡି ନେତାଙ୍କ ପକ୍ଷରୁ ଦାବି କରାଯାଇଛି। ତାଙ୍କୁ ତୁରନ୍ତ ଗିରଫ କରାଯାଉ । ସରକାରଙ୍କର ଅହଙ୍କାର ଚରମ ସୀମାରେ ପହଞ୍ଚିଲାଣି ବୋଲି ବିଜେଡି ଅଭିଯୋଗ କରିଛି। ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ଠିକ ନାହିଁ। ଲୋକଙ୍କ ସରକାର ନୁହେ, ଏହା ଲୋକଙ୍କ ବିରୋଧୀ ସରକାର ବୋଲି ବିଜେଡି ନେତା ଅଶୋକ … Read more

ଆଜି ହେଉଛି ହେରାପଞ୍ଚମୀ, ନନ୍ଦିଘୋଷ ରଥକାଠ ଭାଙ୍ଗିବେ ମହାଲକ୍ଷ୍ମୀ

ପୁରୀ: ରଥଯାତ୍ରାର ଏକ ଅନନ୍ୟ ନୀତି ହେଉଛି ହେରାପଞ୍ଚମୀ। ଆଜି ରାତିରେ ଗୁଣ୍ଡିଚା ମନ୍ଦିରରେ ହେରାପଞ୍ଚମୀ ନୀତି ସମ୍ପନ୍ନ ହେବ। ହେରାପଞ୍ଚମୀ ନୀତି ପାଇଁ ଶ୍ରୀମନ୍ଦିର ଏବଂ ଶ୍ରୀଗୁଣ୍ଡିଚା ମନ୍ଦିରରେ ବିଶେଷ ନୀତି ଅନୁଷ୍ଠିତ ହେବ। ରୁକ୍ମିଣୀ ହରଣ ଏକାଦଶୀ ଦିନ ମହାପ୍ରଭୁଙ୍କ ସହିତ ମହାଲକ୍ଷ୍ମୀ ବା ଶ୍ରୀଦେବୀଙ୍କ ବିବାହ ସମ୍ପନ୍ନ ହୋଇଥିଲା। ବିବାହ ପରେ ମହାପ୍ରଭୁଙ୍କ ଗଇଁଠାଳ ଫିଟି ନ ଥିବାବେଳେ ମହାପ୍ରଭୁ ସ୍ନାନମଣ୍ଡପରେ ୧୦୮ ଗରା ସୁବାସିତ ଜଳରେ ସ୍ନାନକରି ଜ୍ୱରରେ ପୀଡ଼ିତ ହୋଇଥିଲେ। … Read more

ଓଏଏସ ଅଧିକାରୀ ଙ୍କୁ ମାଡ଼ ନିନ୍ଦା କଲେ ନବୀନ:ଛୁଟି ରେ ରହିବେ ଓଏଏସ ଅଧିକାରୀ

ଭୁବନେଶ୍ୱର: ବିଏମସି କାର୍ଯ୍ୟାଳୟରେ ଆକ୍ରମଣ ଘଟଣାକୁ ନେଇ ସବୁ ମହଲରେ ନିନ୍ଦା କରାଯାଉଥିବା ବେଳେ ଦୃଢ଼ ନିନ୍ଦା କରିଛନ୍ତି ବିରୋଧି ଦଳ ନେତା ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀଙ୍କୁ କାର୍ଯ୍ୟାନୁଷ୍ଠାନ ନେବାକୁ କହିଛନ୍ତି ନବୀନ । ଅଭିଯୁକ୍ତଙ୍କ ପଛରେ ଥିବା ବ୍ୟକ୍ତିଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି । ଆକ୍ରମଣ ପଛରେ ଥିବା ରାଜନେତାଙ୍କ ଉପରେ ମଧ୍ୟ ଦୃଷ୍ଟାନ୍ତମୂଳକ ଦଣ୍ଡ ପାଇଁ ଦାବି କରିଛନ୍ତି । ଯେଉଁଠି ବରିଷ୍ଠଅଧିକାରୀକାର୍ଯ୍ୟାଳୟରେ ସୁରକ୍ଷିତ ନୁହଁନ୍ତି, ସେଠି ସାଧାରଣ ନାଗରିକ ସରକାରଙ୍କଠୁ … Read more

ଯବାନଙ୍କୁ ମ୍ୟାଲେରିଆ ଚିନ୍ତା

ମାଲକାନଗିରି: ମାଓବାଦୀ ଅପରେସନରେ ଯାଉଥିବା ଯବାନ ଜଙ୍ଗଲରୁ ଫେରିବା ପରେ ସିଧା ମେଡିକାଲ ମୁହାଁ ହେଉଛନ୍ତି । କାରଣ ଘଞ୍ଚ ଜଙ୍ଗଲରେ କେବଳ ମାଓବାଦୀଙ୍କ ସହ ନୁହେଁ ମଶାଙ୍କ ସହ ମଧ୍ୟ ରୀତିମତ ଚାଲିଛି ଯବାନଙ୍କ ଲଢ଼େଇ । ମାଲକାନଗିରିରେ କାୟା ମେଲାଉଛି ମ୍ୟାଲେରିଆ। ପ୍ରତିଦିନ ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବା ବେଳେ ମଶାଙ୍କ କୋପରୁ ବର୍ତ୍ତିନାହାନ୍ତି ସାହସୀ ଯବାନ । ଦୁର୍ଗମ ଅଞ୍ଚଳରେ ମୁତୟନ ଥିବା ବିଏସଏଫ୍ ଓ ଏସଓଜି ଯବାନଙ୍କ ପାଇଁ ମ୍ୟାଲେରିଆ ମୁଣ୍ଡବିନ୍ଧାର କାରଣ … Read more

ବିଏମ୍‌ସି ଅତିରିକ୍ତ କମିଶନରଙ୍କୁ ମାଡ଼ ମାରିଲେ ଦୁର୍ବୃତ୍ତ

ଭୁବନେଶ୍ୱର ମହାନଗର ନିଗମ ଅଫିସରେ ମାର୍‌ପିଟ୍‌ । ଅତିରିକ୍ତ କମିଶନର ରତ୍ନାକର ସାହୁଙ୍କୁ କର୍ପୋରେଟରଙ୍କ ସହଯୋଗୀ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ଯାହାକୁ ବିରୋଧ କରି ଅଫିସ କର୍ମଚାରୀମାନେ ଧାରଣାରେ ବସିଛନ୍ତି । ତେବେ ପରିସ୍ଥିତିକୁ ଦୃଷ୍ଟିରେ ରଖି ଘଟଣାସ୍ଥଳରେ ପୋଲିସ ଫୋର୍ସ ମୁତୟନ କରାଯାଇଛି । ଖବର ଅନୁଯାୟୀ, ଆଜି ବିଏମ୍‌ସି ଅଫିସରେ ଅଭିଯୋଗ ଶୁଣାଣି ଚାଲିଥିଲା । ଅତିରିକ୍ତ କମିଶନର ରତ୍ନାକର ସାହୁଙ୍କ ନିକଟକୁ କର୍ପୋରେଟରଙ୍କ ଲୋକେ ଅଭିଯୋଗ ଶୁଣାଣି କରୁଥିଲେ । … Read more

ପ୍ରବଳ ବର୍ଷା ଯୋଗୁଁ ବାଲେଶ୍ଵର ଓ ମୟୂରଭଞ୍ଜରେ ବନ୍ୟା

ବାଲେଶ୍ୱର : ବନ୍ୟା ସ୍ଥିତି ସମୀକ୍ଷା କଲେ ଉନ୍ନୟନ କମିଶନର। ବାଲେଶ୍ଵର ଓ ମୟୂରଭଞ୍ଜରେ ବିଭିନ୍ନ ନଦୀରେ ଜଳସ୍ତର ବୃଦ୍ଧି ପାଉଥିବାରୁ ସ୍ଥିତି ଉପରେ ନଜର ରଖାଯାଇଥିବା କହିଛନ୍ତି ଉନ୍ନୟନ କମିଶନର ଅନୁ ଗର୍ଗ । ପ୍ରବଳ ବର୍ଷା ଯୋଗୁଁ ଉତ୍ତର ଓଡ଼ିଶାରେ ବନ୍ୟାସ୍ଥିତି ସୃଷ୍ଟି ହୋଇଛି । ପ୍ରବଳ ବର୍ଷା ଯୋଗୁଁ ସୁବର୍ଣ୍ଣରେଖା, ବୁଢାବଳଙ୍ଗ ଓ ଜଳକାରେ ଜଳସ୍ତର ବଢିବାରେ ଲାଗିଛି । ଏହି ତିନି ନଦୀରେ ବନ୍ୟା ସ୍ଥିତି ଅଛି । ସୁବର୍ଣ୍ଣରେଖାରେ ବିପଦ … Read more

ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କୁ ରଥଯାତ୍ରାରେ ପୋଲିସ ପରିଚାଳନା ଦାୟିତ୍ୱ

ପୁରୀ: ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କୁ ରଥଯାତ୍ରାର ବଡ଼ ଦାୟିତ୍ୱ । ରଥଯାତ୍ରାରେ ପୋଲିସ ପରିଚାଳନା ଦାୟିତ୍ୱ ବୁଝିବେ IPS ସୌମେନ୍ଦ୍ର ପ୍ରିୟଦର୍ଶୀ । ନୀତିକାନ୍ତି ଓ ଉତ୍ସବ ପାଳନ ବେଳେ ପୋଲିସ୍‌ ବ୍ୟବସ୍ଥା ଦେଖିବେ । ରବିବାର ଭୋରରୁ ଶରଧାବାଲିରେ ଦଳାଚକଟା ଘଟି ୩ ଭକ୍ତଙ୍କର ଜୀବନ ଚାଲିଗଲା ବହୁ ଭକ୍ତ ଆହତ ହେଲେ। ଏହାକୁ ନେଇ ବିଭିନ୍ନ ମହଲରେ ଦେଖିବାକୁ ମିଳିଲା ତୀବ୍ର ପ୍ରତିକ୍ରିୟା। ମଧ୍ୟାହ୍ନ ପ୍ରାୟ ୧୨ଟା ବେଳକୁ ଏ ଘଟଣାକୁ ନେଇ ଏକ୍ସରେ ପୋଷ୍ଟ … Read more

ସ୍ଥଗିତ ରହିଲା ବିଜେପି ରାଜ୍ୟ ସଭାପତି ନିର୍ବାଚନ

ଭୁବନେଶ୍ୱର: ସ୍ଥଗିତ ରହିଲା ବିଜେପି ରାଜ୍ୟ ସଭାପତି ନିର୍ବାଚନ । ଏନେଇ ନିର୍ବାଚନ ଅଧିକାରୀ ତଥା ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀଙ୍କ ସୂଚନା ଦେଇଛନ୍ତି । ବିଜେପି ରାଜ୍ୟ ସଭାପତି ସହ ରାଷ୍ଟ୍ରୀୟ ପରିଷଦ ସଦସ୍ୟ ନିର୍ବାଚନ ସ୍ଥଗିତ କରାଯାଇଛି । ପୁରୀ ଅଘଟଣ ପାଇଁ ମର୍ମାହତ, ତେଣୁ ନିର୍ବାଚନ ସ୍ଥଗିତ ରହିଥିବା ନେଇ ପ୍ରତାପ ଷଡଙ୍ଗୀ କହିଛନ୍ତି । ତେବେ ପୁଣିଥରେ କେବେ ନିର୍ବାଚନ ହେବ ସେନେଇ ବର୍ତ୍ତମାନ ସୁଦ୍ଧା ତାରିଖ ଘୋଷଣା କରାଯାଇ ନାହିଁ … Read more

ରାଜଧାନୀରେ କାୟା ବିସ୍ତାର କରୁଛି ଡେଙ୍ଗୁ

ଭୁବନେଶ୍ୱର: ଦିନକୁ ଦିନ ରାଜଧାନୀରେ ଡେଙ୍ଗୁ ରୋଗୀ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ବର୍ଷା ଆରମ୍ଭ ହେଉଛି, ତେଣୁ ରାଜଧାନୀରେ ଡେଙ୍ଗୁ ରୋଗୀ ସଂଖ୍ୟା ୧୦୦ ଛୁଇଁଲାଣି। କେବଳ ଜୁନ୍‌ ମାସରେ ବହୁସଂଖ୍ୟକ ଡେଙ୍ଗୁ ପଜିଟିଭ ଚିହ୍ନଟ ହୋଇଛନ୍ତି। ବର୍ଷ ଆରମ୍ଭରୁ ସଂଖ୍ୟା ବଢ଼ିଲାଣି । ଆଗକୁ ପରିସ୍ଥିତି ଅସମ୍ଭାଳ ହେବା ଆଶଙ୍କା ରହିଛି। ଏପ୍ରିଲ ମାସରେ ମାତ୍ର ୬ ଜଣ ରୋଗୀ ଚିହ୍ନଟ ହୋଇଥିଲେ। ମେ ମାସରେ ସଂଖ୍ୟା ୧୪ । ଜୁନ୍‌ ମାସ ଶେଷ … Read more

ପୁରୀ ଅଘଟଣ ନେଇ ମୁଖ୍ୟମନ୍ତ୍ରୀଙ୍କ ଶୋକ ପ୍ରକାଶ

ପୁରୀ ଶରଧାବାଲିରେ ଠେଲାପେଲା ଘଟଣାରେ କ୍ଷମା ମାଗିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ସୋସିଆଲ ମିଡିଆ ଏକ୍ସରେ ପୋଷ୍ଟ କରି କ୍ଷମା ମାଗିଛନ୍ତି ମୁଖ୍ୟମନ୍ତ୍ରୀ । ଏ ଘଟଣାରେ ମୁଁ ଓ ମୋ ସରକାର କ୍ଷମା ମାଗୁଛୁ ବୋଲି କହିଛନ୍ତି ମୋହନ ମାଝୀ । ଅବହେଳା ଅକ୍ଷମଣୀୟ । ସୁରକ୍ଷା ଅବହେଳାର ତୁରନ୍ତ ତଦନ୍ତ କରାଯିବ ନେଇ କହିଲେ ମୁଖ୍ୟମନ୍ତ୍ରୀ । ସମ୍ପୃକ୍ତ ବ୍ୟକ୍ତିମାନଙ୍କ ବିରୁଦ୍ଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଯେଉଁ … Read more