୨୪ ଘଣ୍ଟା ଭିତରେ ୪୫ ମାଓବାଦୀ କଲେଣି ଆତ୍ମସମର୍ପଣ

ରାଇପୁର: ପୁଣି ମାଓ ସଙ୍ଗଠନକୁ ଲାଗିଛି ଶକ୍ତ ଧକ୍କା । ବନ୍ଧୁକ ଛାଡି ଆତ୍ମସମର୍ପଣ କଲେ ୨୩ ହାର୍ଡକୋର ମାଓବାଦୀ। ଛତିଶଗଡ ସୁକୁମା ପୁଲିସ ନିକଟରେ ଆତ୍ମସମର୍ପଣ କଲେ ମାଓବାଦୀ । ସୁକୁମା ଜିଲ୍ଲାପାଳ ଏଲେକ୍ସ ପଲ୍ ମେନନ ଅପହରଣ ମାଷ୍ଟରମାଇଣ୍ଡ ଲୋକେଶର ଆତ୍ମସମର୍ପଣ। ପିଏଲଜିଏ ବାଟାଲିୟନର ୮ କୁଖ୍ୟାତ ମାଓବାଦୀଙ୍କ ଆତ୍ମସମର୍ପଣ। ଆତ୍ମସମର୍ପଣକାରୀଙ୍କ ମଧ୍ୟରେ ଅଛନ୍ତି ୯ ଜଣ ମହିଳା। ସମସ୍ତଙ୍କ ନାଁରେ ୧ କୋଟି ୧୮ ଲକ୍ଷ ଟଙ୍କାର ପୁରସ୍କାର ଥିଲା। ସେହିପରି ଛତିଶଗଡ … Read more

ୱାକଫ୍ ସଂଶୋଧନ ବିଲ୍‌କୁ ବିରୋଧ କରିଥିଲେ: ମୁନା ଖାନ୍

ନୂଆଦିଲ୍ଲୀ: ୱାକଫ୍ ବିଲ୍ ସପକ୍ଷରେ ଭୋଟ୍ ଦେଇଥିଲେ ୫ ବିଜେଡି ସାଂସଦ । ଗତ ଏପ୍ରିଲ୍‌ ମାସରେ ୱାକଫ୍‌ ବିଲ୍‌କୁ ନେଇ ବିଜେଡିରେ ରାଜନୈତିକ ଝଡ଼ ସୃଷ୍ଟି ହୋଇଥିଲା । ବିଲ୍‌କୁ ବିରୋଧ କରିବ ବୋଲି ଆରମ୍ଭରୁ କହି ଆସୁଥିବା ବିଜେଡି ଶେଷ ମୁହୂର୍ତ୍ତରେ ପଲଟିଯାଇଥିଲା । ସାଂସଦମାନଙ୍କ ବିବେକ ଉପରକୁ ନିଷ୍ପତ୍ତି ଛାଡ଼ି ଦିଆଯାଇଥିଲା । ବିଲ୍‌ ସପକ୍ଷରେ କିଏ ଓ ବିପକ୍ଷରେ କିଏ ଭୋଟ୍‌ ଦେଇଥିଲେ ସେ ସମ୍ପର୍କରେ ସ୍ପଷ୍ଟ ଚିତ୍ର ସାମ୍ନାକୁ ଆସିନଥିଲା … Read more

‘ଅସ୍ତ୍ର’ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ

ବାଲେଶ୍ୱର: ଆକାଶମାର୍ଗରୁ ଆକାଶମାର୍ଗକୁ ଲକ୍ଷ୍ୟଭେଦ ହୋଇ ପାରୁଥିବା ‘ଅସ୍ତ୍ର’ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ କରାଯାଇଛି। ଶୁକ୍ରବାର ଓଡ଼ିଶା ଉପକୂଳ ଚାନ୍ଦିପୁରଠାରେ ସୁଖୋଇ ୩୦ ଏମ୍‌କେଆଇ ଯୁଦ୍ଧ ବିମାନରେ ଏହି କ୍ଷେପଣାସ୍ତ୍ରର ବିମାନ ପରୀକ୍ଷଣ କରାଯାଇଥିଲା। ସ୍ଵଦେଶୀ ଜ୍ଞାନକୌଶଳରେ ନିର୍ମିତ ଏହି କ୍ଷେପଣାସ୍ତ୍ର ଆକାଶମାର୍ଗରେ ନିର୍ଦ୍ଧାରିତ ଲକ୍ଷ୍ୟକୁ ଧାର୍ଯ୍ୟ ସମୟରେ ଧ୍ୱଂସ କରିଥିବା ଜଣାପଡ଼ିଛି। ଅସ୍ତ୍ର’ରେ ଡିଆର୍‌ଡିଓ ଦ୍ୱାରା ବିକଶିତ କରାଯାଇଥିବା ଅତ୍ୟାଧୁନିକ ରେଡିଓ ଫ୍ରିକ୍ବେନ୍‌ସି ସିକର୍ ସହିତ ଅନ୍ୟାନ୍ୟ ଯୁଦ୍ଧାସ୍ତ୍ର ପ୍ରଣାଳୀର ସଫଳ ପ୍ରୟୋଗ କରାଯାଇଛି। ଚାନ୍ଦିପୁର … Read more

ହାଇକୋର୍ଟଙ୍କ ଗୁରୁତ୍ଵପୂର୍ଣ୍ଣ ରାୟ ଏଣିକି ଚୁକ୍ତିଭିତ୍ତିକ ମହିଳା କର୍ମଚାରୀ ମାନେ ନେଇ ପାରିବେ ପ୍ରସବ କାଳୀନ ଛୁଟି

କଟକ : ଏଣିକି ଚୁକ୍ତିଭିତ୍ତିକ ମହିଳା କର୍ମଚାରୀ ମାନେ ନେଇ ପାରିବେ ପ୍ରସବ କାଳୀନ ଛୁଟି । ଏହି ରାୟ ଦେଇଛନ୍ତି ହାଇକୋର୍ଟଙ୍କ ତିନି ଜଣିଆ ଖଣ୍ଡପୀଠ । ପୂର୍ବରୁ ଏକ ଆବେଦନର ଶୁଣାଣି କରି ହାଇକୋର୍ଟଙ୍କ ଜଣକିଆ ଖଣ୍ଡପୀଠ ଅନୁରୂପ ରାୟ ଦେଇ ଚୁକ୍ତିଭିତ୍ତିକ ମହିଳାଙ୍କୁ ପ୍ରସବକାଳୀନ ଛୁଟିରୁ ବଞ୍ଚିତ କରିବା ଅମାନବୀୟ ବୋଲି କହିଥିଲେ। ଏହି ରାୟ ବିରୋଧରେ ରାଜ୍ୟ ସରକାର ଆବେଦନ କରିଥିଲେ। ତିନି ଜଣିଆ ଖଣ୍ଡପୀଠ ମାମଲାର ଶୁଣାଣି କରି କହିଛନ୍ତି, ଚୁକ୍ତିଭିତ୍ତିକ … Read more

ପୁରୀ ବିମାନ ବନ୍ଦର ନିର୍ମାଣକୁ କେନ୍ଦ୍ର ଜଙ୍ଗଲ ଓ ପରିବେଶ ମନ୍ତ୍ରାଳୟର ଆପତ୍ତି ।

ପୁରୀ: ଗତ କିଛି ଦିନ ତଳେ ବିମାନବନ୍ଦର ନିର୍ମାଣକୁ ଅନୁମତି ଦେଇଥିଲେ କେନ୍ଦ୍ର ସରକାର । କିନ୍ତୁ ଏବେ କେନ୍ଦ୍ର ଜଙ୍ଗଲ ଓ ପରିବେଶ ମନ୍ତ୍ରାଳୟ ଆପତ୍ତି ଉଠାଇବା ପରେ ଅନିଶ୍ଚିତତା ଭିତରକୁ ଠେଲି ହୋଇଛି ଏହି ଯୋଜନା । ୫ହଜାର କୋଟିରୁ ଅଧିକ ଖର୍ଚ୍ଚରେ ଏହାର ନିର୍ମାଣ ହେବାକୁ ଥିବାବେଳେ ଏବେ ଏଥିରେ ରୋକ ଲାଗିଛି । ଜଙ୍ଗଲ ଜମି ସାଙ୍ଗକୁ ବିଦେଶୀ ପକ୍ଷୀ ଓ ଅଲିଭ୍‌ରିଡଲେଙ୍କ ସୁରକ୍ଷାକୁ ନଜରରେ ରଖି ଆପତ୍ତି ଉଠାଇଛି କେନ୍ଦ୍ର … Read more

ଜଗନ୍ନାଥ ପ୍ରଧାନଙ୍କ ଗିରଫଦାରୀ ପରେ OAS ସଂଘର ଆନ୍ଦୋଳନ ପ୍ରତ୍ୟାହୃତ

ଭୁବନେଶ୍ଵର: ବହୁ ବାଦବିବାଦ ପରେ ଶେଷରେ ଗିରଫ ହେଲେ ବିଜେପି ନେତା ଜଗନ୍ନାଥ ପ୍ରଧାନ। ବିଏମସି ଅତିରିକ୍ତ କମିଶନ ରତ୍ନାକର ସାହୁଙ୍କୁ ମାଡ଼ ମାରିବା ଘଟଣାରେ ତାଙ୍କୁ ଗିରଫ କରିଛି କମିଶନରେଟ୍ ପୋଲିସ। ଏଥିସହ ଗିରଫଦାରୀ ସଂଖ୍ୟା ୬କୁ ବୃଦ୍ଧି ପାଇଛି। ଏହା ପୂର୍ବରୁ ୫ ଜଣ ବିଜେପି ନେତାଙ୍କୁ ପୋଲିସ ଗିରଫ କରିଥିଲା। ଗୁରୁବାର ବିଳମ୍ବିତ ସନ୍ଧ୍ୟାରେ ଜଗନ୍ନାଥ ପ୍ରଧାନ ଡିସିପି କାର୍ଯ୍ୟାଳୟ ପହଞ୍ଚି ଆତ୍ମସମର୍ପଣ କରିଥିଲେ। ଏଠାରେ ତାଙ୍କୁ ପୋଲିସ ଗିରଫ କରିଛି। ସ୍ଵାସ୍ଥ୍ୟ … Read more

IAS ବିଷ୍ଣୁପଦ ସେଠୀଙ୍କୁ ହାଇକୋର୍ଟରୁ ଆଶ୍ୱସ୍ତି

କଟକ: IAS ବିଷ୍ଣୁପଦ ସେଠୀଙ୍କୁ ମିଳିଲା ସାମୟିକ ଆଶ୍ୱସ୍ତି । ଆସନ୍ତା ୮ ତାରିଖ ଯାଏଁ ତାଙ୍କ ବିରୁଦ୍ଧରେ କୌଣସି କଠୋର କାର୍ଯ୍ୟାନୁଷ୍ଠାନ ହୋଇପାରିବ ନାହିଁ ବୋଲି ଆଜି ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ସେଯାଏଁ ବିଷ୍ଣୁ ପଦ ଙ୍କୁ ମିଳିଛି ଅନ୍ତରୀଣ ସୁରକ୍ଷା। ସିବିଆଇ ଚଢ଼ାଉ ମାମଲାରେ ଆଗୁଆ ଜାମିନ ଆବେଦନ କରି ବିଷ୍ଣୁପଦ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି । ଆସନ୍ତା ୮ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ। ସେଯାଏଁ ବିଷ୍ଣୁପଦଙ୍କୁ ଅନ୍ତରୀଣ ସୁରକ୍ଷା ମିଳିଛି … Read more

ଓଏଏସ ଅଧିକାରୀଙ୍କୁ ମାଡ଼ ଘଟଣାରେ ସରକାର ନେବେ ନିଷ୍ପତ୍ତି: ମନମୋହନ ସାମଲ

ଭୁବନେଶ୍ୱର: ଜଗନ୍ନାଥ ପ୍ରଧାନ ଙ୍କୁ ଗିରଫ ନକଲେ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟ‌ନ୍ତ କଲମଛାଡ଼ ଆନ୍ଦୋଳନ ଜାରି ରଖିବାକୁ ଓଏଏସ୍‌ ସଂଘ ମୁଖ୍ୟମନ୍ତ୍ରୀଙ୍କୁ ସ୍ପଷ୍ଟ ଭାବେ ଜଣାଇଛନ୍ତି। ରାଜ୍ୟରେ ପ୍ରଶାସନିକ ଅଚଳାବସ୍ଥା ଆଡ଼କୁ ଗତି କରୁଥିବା ବେଳେ ଆଇନଶୃଙ୍ଖଳା ପରିସ୍ଥିତି ଉପୁଜିବାକୁ ଯାଉଛି। ଏହାକୁ ଦୃଷ୍ଟିରେ ରଖି ବୁଧବାର ଦିନ ସନ୍ଧ୍ୟା ରେ ବିଜେପି କାର୍ଯ୍ୟାଳୟରେ ମନମୋହନଙ୍କ ସହ ଜଗାଙ୍କ ଦୁଇ ଘଣ୍ଟା ଆଲୋଚନା ହୋଇଛି । ଏହି ସମୟରେ ବିଧାୟକ ବାବୁ ସିଂହ ଓ ଇରାଶିଷ ଆଚାର୍ଯ୍ୟ … Read more

ଓଲା, ଉବର ବୁକ୍‌ କଲେ ଦେବାକୁ ପଡିବ ୨ ଗୁଣା ଭଡା

ଭୁବନେଶ୍ୱର: ଓଲା, ଉବର, ରାପିଡୋ ଆଦି ବ୍ୟବହାର କରୁଥିବା ଯାତ୍ରୀଙ୍କ ପାଇଁ ବଡ ଝଟକା । ଗହଳି ସମୟରେ ଓଲା, ଉବର, ରାପିଡୋ ସାଧାରଣ ଭଡା ଠାରୁ ଦୁଇଗୁଣା ଅଧିକ ଭଡା ଆଦାୟ କରି ପାରିବେ । ଏନେଇ ବୁଧବାର ସରକାର ଏଥିରେ ଥିବା କିଛି ନିୟମାବଳୀରେ ପରିବର୍ତ୍ତନ ପାଇଁ ଅନୁମତି ଦେଇଛନ୍ତି । ଆବଶ୍ୟକ ନିର୍ଦ୍ଦେଶ ଜାରି କରିବାକୁ ରାଜ୍ୟ ସରକାରଙ୍କୁ କେନ୍ଦ୍ର ସଡକ ପରିବହନ ଓ ରାଜପଥ ମନ୍ତ୍ରାଳୟ ପକ୍ଷରୁ ପରାମର୍ଶ ଜାରି କରାଯାଇଛି। … Read more

ଆସନ୍ତା ୧୧ ଜୁଲାଇରେ ଓଡ଼ିଶା ଆସିବେ ରାହୁଲ ଗାନ୍ଧି

ଭୁବନେଶ୍ୱର: ଲୋକସଭାରେ ବିରୋଧୀ ଦଳର ନେତା ରାହୁଲ ଗାନ୍ଧୀ ଆସନ୍ତା ୧୧ ଜୁଲାଇରେ ଓଡ଼ିଶା ଗସ୍ତରେ ଆସୁଛନ୍ତି। ତାଙ୍କ ସହ କଂଗ୍ରେସ (AICC)ର ସଭାପତି ମଲ୍ଲିକାର୍ଜୁନ ଖଡ୍‌ଗେ ମଧ୍ୟ ଓଡ଼ିଶା ଆସିବେ। ଏହି ସୂଚନା ଦେଇଛନ୍ତି ରାଜ୍ୟ କଂଗ୍ରେସର ବରିଷ୍ଠ ନେତା ଜୟଦେବ ଜେନା। ଉଭୟ ନେତା ଭୁବନେଶ୍ୱରର ବରମୁଣ୍ଡା ପଡ଼ିଆରେ ଆୟୋଜିତ ଏକ ବିଶାଳ ସମାବେଶରେ ଯୋଗଦେବେ। ଗତ କିଛି ଦିନ ହେବ ରାହୁଲ ଗାନ୍ଧି ଓଡ଼ିଶାର ବିଭିନ୍ନ ପ୍ରସଙ୍ଗକୁ ନେଇ ସୋସିଆଲ ମିଡିଆ ଓ … Read more