June 26, 2025 6:58 pm

ବିହାର ବିଧାନସଭା ନିର୍ବାଚନ:ଜେଏମ୍ଏମ୍, ଏକୁଟିଆ ନିର୍ବାଚନ ଲଢ଼ିବ

ବିହାର: ଆଗାମୀ ବିହାର ବିଧାନସଭା ନିର୍ବାଚନରେ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା ଏକୁଟିଆ ନିର୍ବାଚନ ଲଢ଼ିବ । ଆମ ଆଦମ ପାର୍ଟି ପରେ ଜେଏମଏମ ଏଭଳି ନିଷ୍ପତ୍ତି, ବିହାରର ଆରଜେଡି ନେତୃାତ୍ବଧୀନ ମହାଗଠବନ୍ଧନକୁ ପ୍ରଭାବିତ କରିପାରେ । ପଡୋଶୀ ଝାଡ଼ଖଣ୍ଡରେ ଇଣ୍ଡିମେଣ୍ଟରନେତୃତ୍ୱ ନେଇଥିବା ଜେଏମଏମ ବିହାରରେ ଏଥରକ ସାମିଲ ହେବନାହିଁ । ବିହାରରରେ ମହାଗଠବନ୍ଧନର ୩ଥର ବୈଠକ ହୋଇଥିଲେ ମଧ୍ୟ ଏଥିରେ ଜେଏମଏମକୁ ସାମିଲ କରାଯାଇନଥିଲା । ଯାହାଫଳରେ ଜେଏମଏମ ବିହାରରେ ୧୨-୧୬ଟି ଆସନରେ ଲଢ଼ିବାକୁ ମନସ୍ଥ କରିଛି । ପଡୋଶୀ ଝାଡଖଣ୍ଡରେ ହେମନ୍ତ ସୋରେନଙ୍କ ନେତୃତ୍ୱରେ ଗଠିତ ମିଳିତ ସରକାରରେ କଂଗ୍ରେସ ଓ ଆରଜେଡି ସାମିଲ ଅଛି । ଏହି ଆଧାରରେ ବିହାର ମେଣ୍ଟରେ ମଧ୍ୟ ତାଙ୍କ ଦଳକୁ ସାମିଲ କରାଯିବ ବୋଲି ଜେଏମ୍ଏମ୍ ଆଶା ରଖିଥିଲା । ମାତ୍ର ମହାଗଠବନ୍ଧନରେ ବୈଠକ କିମ୍ବା ରଣନୀତି ଜେଏମଏମକୁ ସାମିଲ କରାଯାଉନଥବା ଦେଖି ଏକୁଟିଆ ଲଢ଼ିବା ଦିଗରେ ଦଳ ଆଗେଇଛି । ମହାଗଠବନ୍ଧନ ମଧ୍ୟରେ ସାମିଲ ଆରଜେଡି, କଂଗ୍ରେସ, ସିପିଆଇ, ସିପିଆଇଏମ୍ ମଧ୍ୟରେ ଏପର୍ଯ୍ୟନ୍ତ ଆସନ ଭାଗବଣ୍ଟା ନେଇ ଆଲୋଚନା ଆରମ୍ଭ ହୋଇନାହିଁ । ବିଧାନସଭାର ୨୪୩ ଆସନ ସିଂହଭାଗ ଆରଜେଡି ଲଢ଼ିବା ନିଶ୍ଚିତ । ଗତ ବିଧାନସଭା ନିର୍ବାଚନରେ କଂଗ୍ରେସ ୭୦ ଆସନରେ ଲଢ଼ିଥିଲେ ମଧ୍ୟ ମାତ୍ର ୧୯ଟିରେ ବିଜୟୀ ହୋଇଥିଲା । ଯାହାଫଳରେ ମହାଗଠବନ୍ଧନ ଶାସକ କ୍ଷମତାରୁ ଅଳ୍ପକେ ବଞ୍ଚିତ ହୋଇଥିଲାl