ଅଗ୍ନି-୫ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ,୫୦୦୦ କିଲୋମିଟର ପର୍ଯ୍ୟନ୍ତ ବହନ କରିପାରିବ ପରମାଣୁ ଅସ୍ତ୍ର
ଭୁବନେଶ୍ୱର: ଅଗ୍ନି -୫ କ୍ଷେପଣାସ୍ତ୍ରର ପରୀକ୍ଷଣ ସଫଳ ହୋଇଛି। ଏହି ପରୀକ୍ଷଣ ଓଡ଼ିଶାର ଚାନ୍ଦିପୁରସ୍ଥିତ ସମନ୍ୱିତ ପରୀକ୍ଷଣ କେନ୍ଦ୍ରରୁ ସଫଳତାର ସହ କରାଯାଇଛି। ଅଗ୍ନି-୫ କ୍ଷେପଣାସ୍ତ୍ରର ପରୀକ୍ଷଣରେ ସମସ୍ତ କାର୍ଯ୍ୟକ୍ଷମ ଏବଂ ବୈଷୟିକ ପାରାମିଟର ନିଶ୍ଚିତ କରାଯାଇଛି। ଏହି ପରୀକ୍ଷଣ ଭାରତର ଷ୍ଟ୍ରାଟେଜିକ୍ ଫୋର୍ସ କମାଣ୍ଡର ତତ୍ତ୍ୱାବଧାନରେ ସମାପ୍ତ ହୋଇଛି। ICBM କାଟାଗୋରୀର ଦୂରଗାମୀ କ୍ଷେପଣାସ୍ତ୍ର ଅଗ୍ନି-୫। ପାରମାଣବିକ ଯୁଦ୍ଧାସ୍ତ୍ର ବହନ କରିବାର କ୍ଷମତା ରଖିଛି। ଅଗ୍ନି-୫ର ଲକ୍ଷ୍ୟଭେଦ କ୍ଷମତା ୫ ହଜାର କିମିରୁ ଅଧିକ ରହିଛି। … Read more