ବିଜେଡିରେ ଯୋଗଦେଲେ ନୟାଗଡ ବିଜେପି ନେତ୍ରୀ ଇରାନୀ ରାୟ

ଭୁବନେଶ୍ୱର: ନୟାଗଡ ଜିଲ୍ଲାରେ ବିଜେପିକୁ  ଏକ ଶକ୍ତ ଧକ୍କା ଲାଗିଛି।  ଆଜି ନୟାଗଡ଼ ନିର୍ବାଚନମଣ୍ଡଳୀର ୨୦୧୯ ସାଧାରଣ ନିର୍ବାଚନରେ ବିଜେପି ବିଧାୟିକା ପ୍ରାର୍ଥୀ ଇରାନୀ ରାୟଙ୍କ ସହ ଶତାଧିକ ବିଜେପି କର୍ମୀ ଶଙ୍ଖଭବନ ଠାରେ ପୂର୍ବତନ ମନ୍ତ୍ରୀ ତଥା ନୟାଗଡ଼ ବିଧାୟକ ଡଃ ଅରୁଣ ସାହୁ, ରାଜ୍ୟସଭା ସାଂସଦ ମାନସ ରଞ୍ଜନ ମଙ୍ଗରାଜ ଓ ଡଃ ସସ୍ମିତ ପାତ୍ରଙ୍କ ଉପସ୍ଥିତିରେ ବିଜେଡିରେ ଯୋଗ ଦେଇଛନ୍ତି। ଦଳରେ ସାମିଲ୍ ହୋଇଥିବା ବିଜେପି ବିଧାୟିକା ପ୍ରାର୍ଥୀ ଇରାନୀ ରାୟ ଏବଂ ଶତାଧିକ … Read more

ଓଡ଼ିଶାରେ ବିଜେପି ସରକାର ହେଲେ ଆୟୁଷ୍ମାନ ଭାରତ ଯୋଜନା କାର୍ଯ୍ୟକାରୀ ହେବ: ମନମୋହନ ସାମଲ

ଭୁବନେଶ୍ଵର: ଆଗାମୀ ନିର୍ବାଚନରେ ଓଡ଼ିଶାର ୨୧ଟି ଲୋକସଭା ଓ ୧୪୭ଟି ବିଧାନସଭା ନିର୍ବାଚନ ମଣ୍ଡଳୀରେ ବିଜେପି  ଜୋରଦାର ଲଢ଼ାଇ କରିବାକୁ  ପ୍ରସ୍ତୁତ।  ନୂଆଦିଲ୍ଲୀରେ ଅନୁଷ୍ଠିତ ବିଜେପିର ବୈଠକରେ ସାମିଲ ହୋଇ ଓଡ଼ିଶା ଫେରିବା ପରେ ରାଜ୍ୟ ସଭାପତି ମନମୋହନ ସାମଲ ରବିବାର ସନ୍ଧ୍ୟାରେ ଏହା କହିଛନ୍ତି। ଗଣମାଧ୍ୟମର ପ୍ରତିନିଧିଙ୍କୁ ଶ୍ରୀ ସାମଲ କହିଛନ୍ତି, ଦିଲ୍ଲୀ ବୈଠକରେ ଓଡ଼ିଶାର ରଣନୀତି ନେଇ ଚର୍ଚ୍ଚା ଓ ଆଲୋଚନା ହୋଇଛି। ରଣନୀତି ସଂପର୍କରେ ଆମେ କେନ୍ଦ୍ରୀୟ ନେତୃତ୍ବକୁ ଅବଗତ କରିଛୁ। ରଣନୀତି … Read more

ବିଜେଡି ଓଡିଶାରେ ତିନି ଚତୁର୍ଥାଂଶରୁ ଅଧିକ ଆସନ ଜିତିବ: ବବି ଦାସ 

ଭୁବନେଶ୍ୱର: ସାରା  ଓଡିଶାରେ ବିଜେଡି -ବିଜେପି   ମେଣ୍ଟ ସମ୍ଭାବନାକୁ ନେଇ ଲାଗିରହିଥିବା  କଳ୍ପନାଜଳ୍ପନାରେ ଆଜି ସମ୍ପୂର୍ଣ ଅନ୍ତ ଘଟାଇଛନ୍ତି  ବିଜେଡ଼ି  ସାଙ୍ଗଠନିକ ସାଧାରଣ ସମ୍ପାଦକ ପ୍ରଣବ ପ୍ରକାଶ (ବବି) ଦାସ।  ବିଜେପି ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଗତକାଲିର  ‘ଏକ୍ସ’ ପୋଷ୍ଟର ଜବାବରେ ବବି  ଆଜି ଏକ  ପୋଷ୍ଟ କରିଛନ୍ତି । ବିଜେଡି ସମସ୍ତ ୧୪୭ ବିଧାନସଭା ନିର୍ବାଚନମଣ୍ଡଳୀ ଓ ସମସ୍ତ ୨୧ଟି ଲୋକସଭା ନିର୍ବାଚନ ମଣ୍ଡଳୀରେ ପ୍ରତିଦ୍ୱନ୍ଦିତା କରିବ ବୋଲି ସେ ଲେଖିଛନ୍ତି । ଖାଲି … Read more

ବିଶ୍ୱ ଦକ୍ଷତା କେନ୍ଦ୍ରରେ ମାର୍ଚ୍ଚ ୨୭ରୁ ‘ସ୍ପଟ୍ ନାମଲେଖା’

ଭୁବନେଶ୍ୱର: ଆଗାମୀ ୨୦୨୪-୨୫ ଶିକ୍ଷାବର୍ଷ ଲାଗି ବିଶ୍ୱ ଦକ୍ଷତା କେନ୍ଦ୍ରରେ ବିଭିନ୍ନ ଅତ୍ୟାଧୁନିକ ବିଷୟରେ ସ୍ପଟ୍ ନାମଲେଖା କରାଯିବ। ଏହି ପ୍ରକ୍ରିୟା ମାର୍ଚ୍ଚ ୨୭ରୁ ଏପ୍ରିଲ ୬ ତାରିଖ ଯାଏଁ ଚାଲିବ। ଓଡ଼ିଶାର ଯୋଗ୍ୟ ତଥା ଆଗ୍ରହୀ ପ୍ରାର୍ଥୀମାନେ ଆବଶ୍ୟକ ପ୍ରମାଣପତ୍ର ସାଙ୍ଗରେ ଆଣି ନାମ ଲେଖାଇବାକୁ ବିଶ୍ୱ ଦକ୍ଷତା କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।  ଏହି ସ୍ପଟ୍ ନାମଲେଖା ସ୍କୁଲ ଅଫ୍ ଇଞ୍ଜିନିୟରିଂ ଏବଂ ସ୍କୁଲ ଅଫ୍ ସର୍ଭିସେସ୍ ପାଠ୍ୟକ୍ରମ ଅଧୀନରେ ଥିବା ମୋଟ ୭ଟି … Read more

ବିଜେପି ଓଡିଶାରେ ଏକାକୀ ଲଢିବ: ରାଜ୍ୟ ସଭାପତି ମନମୋହନ ସାମଲ

ଭୁବନେଶ୍ଵର: ବିଜେପି-ବିଜେଡ଼ି ମେଣ୍ଟ ସମ୍ଭାବନାରେ ଏକ ପ୍ରକାର ପୂର୍ଣଚ୍ଛେଦ ପଡିଛି ବୋଲି କହିଲେ ଭୁଲ ହୋଇନପାରେ। ବିଜେପି ଓଡିଶା ସଭାପତି କହିଛନ୍ତି ଯେ  ସାଢ଼େ ଚାରି କୋଟି ଓଡ଼ିଆଙ୍କ ଆଶା, ଅଭିଳାଷ ଓ ଆକାଂକ୍ଷାକୁ ପୂରଣ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦୂରଦର୍ଶୀ ନେତୃତ୍ବରେ ଏକ ବିକଶିତ ଭାରତ ତଥା ବିକଶିତ ଓଡ଼ିଶା ଗଠନ ନିମନ୍ତେ ଭାରତୀୟ ଜନତା ପାର୍ଟି (ବିଜେପି) ଏଥର ଓଡ଼ିଶାର ସମସ୍ତ ୨୧ ଲୋକସଭା ଓ ୧୪୭ ବିଧାନସଭା ଆସନରେ ଏକାକୀ … Read more

ଦାମ ବାବୁ ଆଉ ନାହାନ୍ତି 

ଭୁବନେଶ୍ଵର: ବରିଷ୍ଠ ବିଜେଡି ନେତା ଏବଂ ପୂର୍ବତନ ମନ୍ତ୍ରୀ ଦାମୋଦର ରାଉତ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ସକାଳ ୫ଟା ୨୩ ମିନିଟରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି।  ମୃତ୍ୟୁ ବେଳକୁ ତାଙ୍କୁ ୮୩ ବର୍ଷ ବୟସ ହୋଇଥିଲା । ଓଡିଶା ରାଜନୀତିରେ ଦାମୋଦର ରାଉତ ଜଣେ ଦକ୍ଷ ଓ ବିଚକ୍ଷଣ ରାଜନେତା ଭାବେ ପରିଚିତ । ପ୍ରଥମେ ଜନତା ଦଳ ଓ ପରେ ବିଜେଡିରୁ ବିଧାୟକ ଭାବେ ନିର୍ବାଚିତ ହେବା ସହ ବିଜେଡି ସରକାରରେ … Read more

ବିଜେଡିରୁ ଇସ୍ତଫା ହେଲେ କଟକ  ସାଂସଦ ଭର୍ତ୍ତୃହରି ମହତାବ 

ଭବିଷ୍ୟତ ପଦକ୍ଷେପ ନେଇ କୌଣସି ସୂଚନା ଦେଇ ନାହାନ୍ତି  ଭୁବନେଶ୍ଵର: ଲଗାତର ୬ ଥର କଟକରୁ  ସାଂସଦ  ନିର୍ବାଚିତ ହୋଇଥିବା ଭର୍ତ୍ତୃହରି ମହତାବ୍‌ ଶୁକ୍ରବାର ବିଜୁ ଜନତା ଦଳରୁ ଇସ୍ତଫା ଦେଇଛନ୍ତି। ସେ ନିଜର ଇସ୍ତଫାପତ୍ରକୁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ପଠାଇଛନ୍ତି। ଏଥି ସହିତ ଶ୍ରୀ ମହତାବ୍‌ ଦଳର ପ୍ରାଥମିକ ସଦସ୍ୟ ପଦରୁ ମଧ୍ୟ ଇସ୍ତଫା ଦେଇଛନ୍ତି। କଟକରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ନିଜେ ଶ୍ରୀ ମହତାବ୍‌ ଏହି ସୂଚନା ଦେଇଛନ୍ତି। ତେବେ ଶ୍ରୀ … Read more

ସନ୍ଦୀପ ମିଶ୍ର ଓସ୍‌ଜା ସଭାପତି ଓ ସଂବିତ ମହାପାତ୍ର କାର୍ଯ୍ୟକାରୀ ସଭାପତି ନିର୍ବାଚିତ 

ସୁରେଶ ସ୍ଵାଇଁ ତୃତୀୟ ଥର ପାଇଁ ସମ୍ପାଦକ ପଦବୀରେ ରହିଲେ ଭୁବନେଶ୍ବର: ୨୦୨୪-୨୬ ଆର୍ଥିକ ବର୍ଷ ପାଇଁ ରାଜ୍ୟ ସଂଘ ଓଡ଼ିଶା କ୍ରୀଡ଼ା ସାମ୍ବାଦିକ ସଂଘ  (ଓସ୍‌ଜା)ର  ନୂଆ କର୍ମକର୍ତ୍ତା ନିର୍ବାଚନ ପ୍ରକ୍ରିୟା ଆଜି ସମାପ୍ତ ହୋଇଛି। ସନ୍ଦୀପ ମିଶ୍ର ସଭାପତି ଭାବେ ପୁନଃ ନିର୍ବାଚିତ ହୋଇଥିବା ବେଳେ ସମ୍ବିତ ମହାପାତ୍ର ନୂଆ କାର୍ଯ୍ୟକାରୀ ସଭାପତି ରୂପେ ନିର୍ବାଚିତ ହୋଇଛନ୍ତି।  ସେହିପରି ସୁରେଶ ସ୍ଵାଇଁ  ତୃତୀୟ ଥର ପାଇଁ  ସମ୍ପାଦକ ପଦକୁ ‌ଫେରିଛନ୍ତି।  ଭାରତୀୟ କ୍ରୀଡ଼ା ସାମ୍ବାଦିକ … Read more

ବିଜେଡିରେ ସାମିଲ ହେଲେ ଖଡ଼ିଆଳ ବିଧାୟକ ଅଧିରାଜ ପାଣିଗ୍ରାହୀ

ଭୁବନେଶ୍ଵର:ଗତକାଲି  କଂଗ୍ରେସରୁ ଇସ୍ତଫା ଦେଇଥିବା  ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବିଧାୟକ ଅଧିରାଜ ମୋହନ ପାଣିଗ୍ରାହୀ ଆଜି ବିଧିବଦ୍ଧ ଭାବେ ବିଜେଡିରେ ସାମିଲ ହୋଇଛନ୍ତି ।  ଶଙ୍ଖଭବନରେ ଆୟୋଜିତ ମିଶ୍ରଣ ପର୍ବରେ ଶ୍ରୀ ପାଣିଗ୍ରାହୀ ବିଜେଡିରେ ସାମିଲ ହୋଇଛନ୍ତି। ବିଜୁ ଜନତା ଦଳରେ ଯୋଗଦାନ ନେଇ ରାଜ୍ୟସଭା ସାଂସଦ ମାନସ ମଙ୍ଗରାଜ ଘୋଷଣା କରିଛନ୍ତି। ସେ ନିଜର ବହୁ ସମର୍ଥକଙ୍କ ସହିତ ବିଜେଡିରେ ଯୋଗ ଦେଇଛନ୍ତି। ଏହି ମିଶ୍ରଣ ପର୍ବରେ ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ ନେତା ପ୍ରଣବ ପ୍ରକାଶ … Read more

ସମ୍ବାଦ ସାହିତ୍ୟ ଘର ପକ୍ଷରୁ ପଖାଳ ଦିବସ ପାଳିତ 

ବିଶ୍ଵରଞ୍ଜନ ପଟ୍ଟନାୟକ ଅନୁଗୁଳ: ସମ୍ବାଦ ସାହିତ୍ୟ ଘର,ଅନୁଗୁଳ ପକ୍ଷରୁ କାର୍ଯ୍ୟାଳୟ ପରିସରରେ ପଖାଳ ଦିବସ ପାଳିତ ହୋଇଯାଇଛି।ଅନୁଗୁଳ ସ୍ୱୟଂଶାସିତ ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷ ଶାନ୍ତନୁ ସର ଙ୍କ ସଭାପତିତ୍ବରେ ଆୟୋଜିତ ଏହି ସମାରୋହରେ ହିନ୍ଦୀ ସାହିତ୍ୟର ବିଶିଷ୍ଟ କବି ଏବଂ ଅନୁବାଦକ ଦିନେଶ ମାଲି,ସମାଜସେବୀ ଅନୁକୂଳ ନନ୍ଦ ଏବଂ ବିଜୟ କୁମାର ମୋଦି ପ୍ରମୁଖ ଅତିଥିରୁପେ ଯୋଗଦାନ କରିଥିଲେ। ଏ ଅବସରରେ ଅତିଥି ମାନେ ଓଡ଼ିଆ ସଂସ୍କୃତି ବିଶେଷକରି ପଲ୍ଲୀ ସଂସ୍କୃତିରେ ପଖାଳ ଭାତର ଆଦର ଏବଂ … Read more