December 6, 2025 3:03 pm

ଦୀଘା ସମୁଦ୍ରରେ ଗାଧୋଇଲାବେଳେ ଭାସିଗଲେ ୨ ପର୍ଯ୍ୟଟକ

ଭୁବନେଶ୍ୱର: ଦୀଘା ସମୁଦ୍ରରେ ଗାଧୋଇଲାବେଳେ ଭାସିଗଲେ ଦୁଇ ପର୍ଯ୍ୟଟକ । ଅଶାନ୍ତ ଦୀଘା ସମୁଦ୍ରରୁ ଜଣଙ୍କୁ ଉଦ୍ଧାର କରାଯାଇଥିବାବେଳେ ଏ ପର୍ଯ୍ୟନ୍ତ ଅନ୍ୟ ଜଣଙ୍କର କୌଣସି ଖବର ମିଳିନାହିଁ । ସୂଚନା ମୁତାବକ, ଦୀଘା ସମୁଦ୍ରକୁ କିଛି ପର୍ଯ୍ୟଟକ ବୁଲିବା ସହିତ ଗାଧୋଉଥିଲେ । ଠିକ ଏହି ସମୟରେ ଅଶାନ୍ତ ସମୁଦ୍ର ମାଡିଆସିଥିଲା । ଏହି ଜୁଆରରେ ଦୁଇ ଜଣ ପର୍ଯ୍ୟଟକ ଭାସି ଯାଇଥିଲେ । ସଙ୍ଗେ ସଙ୍ଗେ ସେଠାରେ ଉପସ୍ଥିତ ଥିବା ପୋଲିସ ଓ ସ୍ଥାନୀୟ ଲୋକଙ୍କ ସହାୟତାରେ ଉଦ୍ଧାର କାର୍ଯ୍ୟ ଆରମ୍ଭ କରାଯାଇଥିଲା । ବହୁ ସମୟ ପରେ ଜଣଙ୍କୁ ଉଦ୍ଧାର କରାଯାଇଥିଲା । ଉଦ୍ଧାର ପର୍ଯ୍ୟଟକଙ୍କୁ ଚିକିତ୍ସା ପାଇଁ ମେଡିକାଲ୍‌ରେ ଭର୍ତ୍ତି କରାଯାଇଛି । ଦୀର୍ଘ ୧ ଘଣ୍ଟା ଧରି ଖୋଜିବା ପରେ ଅନ୍ୟ ଜଣେ ପର୍ଯ୍ୟଟକଙ୍କ କୌଣସି ସନ୍ଧାନ ମିଳିନାହିଁ । ଏ ପର୍ଯ୍ୟନ୍ତ ଉଦ୍ଧାର ଓ ନିଖୋଜ ପର୍ଯ୍ୟଟକଙ୍କ ପରିଚୟ ମିଳିପାରି ନାହିଁ । ଉଦ୍ଧାରକାରୀ ଦଳ ନିଖୋଜ ପର୍ଯ୍ୟଟକଙ୍କୁ ଖୋଜିବା ପାଇଁ ଚେଷ୍ଟା ଜାରି ରଖିଛନ୍ତି ।