କଳାହାଣ୍ଡି: ନୂଆପଡ଼ା ରେଳ ଷ୍ଟେସନ୍ ପାଖ ଏକ ଗଛରୁ ମହିଳା କନେଷ୍ଟବଳଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି । ମୃତକ ମହିଳା କନେଷ୍ଟବଳ ଜଣକ ହେଲେ ରୁକ୍ମଣୀ ନାଗ । ମୃତ୍ୟୁ ପୂର୍ବରୁ ଏକ ଭିଡିଓ କରି ଝୁଲି ପଡ଼ିଥିବା ସୂଚନା ମିଳିଛି । ସେ ନୂଆପଡ଼ା ପୋଲିସରେ କାର୍ଯ୍ୟରତ ଥିଲେ । ନୂଆପଡ଼ା ପୋଲିସ ମୃତ ଦେହକୁ ଉଦ୍ଧାର କରି ଶବ ବ୍ୟବଚ୍ଛେଦ ପାଇଁ ନୂଆପଡ଼ା ମୁଖ୍ୟଡାକ୍ତରଖାନରେ ଭର୍ତ୍ତି କରାଇଛନ୍ତି । ତେବେ ମହିଳା ପୋଲିସ କର୍ମଚାରୀ ମୃତ୍ୟୁ ପୂର୍ବରୁ ସୋସିଆଲ ମିଡିଆରେ ଭିଡିଓ ବାର୍ତ୍ତା ଜରିଆରେ ତାଙ୍କ ମୃତ୍ୟୁ ପାଇଁ ସ୍ୱାମୀ ଚୁଡ଼ାମଣି ଓ ଶାଶୁ ମାଳତି ଦାୟୀ ବୋଲି କହିଛନ୍ତି । ସେମାନଙ୍କୁ ଉପଯୁକ୍ତ ଦଣ୍ଡ ଦେବା ପାଇଁ ଏହି ଭିଡ଼ିଓ ବାର୍ତ୍ତାରେ ସେ ନିବେଦନ କରିଛନ୍ତି । ଦୀର୍ଘ ଦିନ ହେବ ତାଙ୍କୁ ସ୍ୱାମୀ ଓ ଶାଶୁ ମାନସିକ ଓ ଶାରିରୀକ ନିର୍ଯ୍ୟାତନା ଦେଉଥିବା ଅଭିଯୋଗ କରିଛନ୍ତି । ଘଟଣାକୁ ଗୁରୁତର ନେଇ ନୂଆପଡା ଏସପି ତଦନ୍ତ କରିବା ସହ ମୃତ କନେଷ୍ଟବଳଙ୍କ ସ୍ୱାମୀଙ୍କୁ ଥାନାରେ ଅଟକ ରଖା ଯାଇଥିବା ସୂଚନା ମିଳିଛି।
Post Views: 116









