ଭୁବନେଶ୍ଵର: ଦିଲ୍ଲୀ ଯାଇଛନ୍ତି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ। ଉପରାଷ୍ଟ୍ରପତି ନିର୍ବାଚନ ନେଇ ସାଂସଦମାନଙ୍କ ସହ କରିପାରନ୍ତି ଆଲୋଚନା । ଆସନ୍ତାକାଲି ଦିଲ୍ଲୀରେ ରହିଛି ଏନଡିଏ ସାଂସଦମାନଙ୍କ ବୈଠକ । ରାଜ୍ୟ କମିଟି ଏବଂ ବୋର୍ଡ ନିଗମ ନିଯୁକ୍ତି ନେଇ ଆଲୋଚନା କାର୍ଯ୍ୟକ୍ରମ ରହିଛି । ରାଜ୍ୟ କମିଟି ଓ ବୋର୍ଡ ନିଗମ ଅଧ୍ୟକ୍ଷ ନିଯୁକ୍ତି ନେଇ ଚର୍ଚ୍ଚା ଜୋର ଧରିଛି । ନିକଟରେ କ୍ଷେତ୍ରୀୟ ପ୍ରଭାରୀ ସୁନୀଲ ଵଂଶଲ ଓଡ଼ିଶା ଗସ୍ତରେ ଆସି ଫେରିଛନ୍ତି । ତେଣୁ କିଛି ବଡ଼ ଧରଣର ଘୋଷଣା ହୋଇପାରେ ବୋଲି ଚର୍ଚ୍ଚା ଜୋର୍ ଧରିଛି । ଏବେ ରାଜ୍ୟରେ ବିଜେପି ସରକାରକୁ ବର୍ଷେ ପୂରିଛି । ମୋହନଙ୍କ କ୍ୟାବିନେଟରେ ୬ଟି ମନ୍ତ୍ରୀ ପଦ ଖାଲି ପଡ଼ିଛି । ଦଳ ପାଇଁ ବର୍ଷ ବର୍ଷ ଧରି ନିଷ୍ଠାର ସହ କାମ କରିଥିବା ନେତାମାନେ ନିଗମ ଓ ବୋର୍ଡରେ ଥଇଥାନ ହେବାକୁ ଗୋଡ଼ ଟେକି ବସିଛନ୍ତି । ଦଳୀୟ କମିଟିରେ ମଧ୍ୟ କିଏ ସ୍ଥାନ ପାଇବ ସେ ନେଇ ଛକାପଞ୍ଝା ଲାଗିରହିଛି। ଆଶାୟୀମାନେ ନିଯୁକ୍ତିକୁ ଅପେକ୍ଷା କରିଛନ୍ତି । ନୂଆଦିଲ୍ଲୀ ଗସ୍ତରୁ ଫେରିବା ପରେ ଅପେକ୍ଷାର ଅନ୍ତ ଘଟିବ ।









