December 6, 2025 3:35 pm

ଅଗ୍ନି-୫ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ,୫୦୦୦ କିଲୋମିଟର ପର୍ଯ୍ୟନ୍ତ ବହନ କରିପାରିବ ପରମାଣୁ ଅସ୍ତ୍ର

ଭୁବନେଶ୍ୱର: ଅଗ୍ନି -୫ କ୍ଷେପଣାସ୍ତ୍ରର ପରୀକ୍ଷଣ ସଫଳ ହୋଇଛି। ଏହି ପରୀକ୍ଷଣ ଓଡ଼ିଶାର ଚାନ୍ଦିପୁରସ୍ଥିତ ସମନ୍ୱିତ ପରୀକ୍ଷଣ କେନ୍ଦ୍ରରୁ ସଫଳତାର ସହ କରାଯାଇଛି। ଅଗ୍ନି-୫ କ୍ଷେପଣାସ୍ତ୍ରର ପରୀକ୍ଷଣରେ ସମସ୍ତ କାର୍ଯ୍ୟକ୍ଷମ ଏବଂ ବୈଷୟିକ ପାରାମିଟର ନିଶ୍ଚିତ କରାଯାଇଛି। ଏହି ପରୀକ୍ଷଣ ଭାରତର ଷ୍ଟ୍ରାଟେଜିକ୍ ଫୋର୍ସ କମାଣ୍ଡର ତତ୍ତ୍ୱାବଧାନରେ ସମାପ୍ତ ହୋଇଛି। ICBM କାଟାଗୋରୀର ଦୂରଗାମୀ କ୍ଷେପଣାସ୍ତ୍ର ଅଗ୍ନି-୫। ପାରମାଣବିକ ଯୁଦ୍ଧାସ୍ତ୍ର ବହନ କରିବାର କ୍ଷମତା ରଖିଛି। ଅଗ୍ନି-୫ର ଲକ୍ଷ୍ୟଭେଦ କ୍ଷମତା ୫ ହଜାର କିମିରୁ ଅଧିକ ରହିଛି। ଅଗ୍ନି-୫ ହେଉଛି ଭାରତର ସବୁଠାରୁ ଶକ୍ତିଶାଳୀ ମଧ୍ୟମ ଦୂରଗାମୀ ବାଲିଷ୍ଟିକ୍ କ୍ଷେପଣାସ୍ତ୍ର। ଏହି କ୍ଷେପଣାସ୍ତ୍ର ପରମାଣୁ ବୋମା ବହନ କରିବାରେ ସକ୍ଷମ। ଅଗ୍ନି-୫ ପାକିସ୍ତାନ ଏବଂ ଚୀନ୍ ସମେତ ବିଶ୍ୱର ପ୍ରାୟ ଅଧା ଅଞ୍ଚଳକୁ କଭର କରିପାରିବ। ପ୍ରତିରକ୍ଷା ମନ୍ତ୍ରଣାଳୟ ସୂଚନା ଦେଇଛି ଯେ ଅଗ୍ନି-୫ କ୍ଷେପଣାସ୍ତ୍ର ବର୍ତ୍ତମାନର ପରୀକ୍ଷଣରେ ସମସ୍ତ କାର୍ଯ୍ୟକ୍ଷମ ଏବଂ ବୈଷୟିକ ପାରାମିଟର ପୂରଣ କରିଛି। ଅଗ୍ନି -୫ କ୍ଷେପଣାସ୍ତ୍ର ଆଧୁନିକ ନାଭିଗେସନ୍, ମାର୍ଗଦର୍ଶନ, ଯୁଦ୍ଧାସ୍ତ୍ର ଏବଂ ଇଞ୍ଜିନ୍ ପ୍ରଯୁକ୍ତିବିଦ୍ୟା ସହିତ ନିର୍ମିତ ହୋଇଛି। ଗୋଟିଏ କ୍ଷେପଣାସ୍ତ୍ର ଏକାଧିକ ପରମାଣୁ ଅସ୍ତ୍ର ବହନ କରିପାରିବ ଏବଂ ଆକ୍ରମଣ କରିପାରିବ।