ରାଜ୍ୟସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି-୨୦୨୫’ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଉଦ୍‌ଘାଟିତ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି’କୁ ଉଦ୍‌ଘାଟନ କରିଛନ୍ତି । ଶିଶୁମାନେ ହେଉଛନ୍ତି ଆମର ଭବିଷ୍ୟତ ଏବଂ ଆଶା। ସେମାନଙ୍କ ସ୍ୱପ୍ନକୁ ସାକାର କରିବା ଏବଂ ମାର୍ଗଦର୍ଶନ ଆମର ସର୍ବୋଚ୍ଚ ପ୍ରାଥମିକତା ହେବା ଆବଶ୍ୟକ ବୋଲି ସେ କହିଛନ୍ତି । ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ୟୁନିଟ୍-୩ସ୍ଥିତ କ୍ୟାପିଟାଲ ହାଇସ୍କୁଲଠାରେ ଆୟୋଜିତ ତିନିଦିନିଆ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭା‌ବେ ଯୋଗଦେଇ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଲେ ପ୍ରାକ୍‌ ପ୍ରାଥମିକ ଶିକ୍ଷାଠାରୁ ଦ୍ୱାଦଶ … Read more

ଓଡ଼ିଆ ଲେଖକ ରାଜକିଶୋର ପାଢ଼ୀ ବାଲ୍ ସାହିତ୍ୟ ପୁରସ୍କାର-୨୦୨୫ ପାଇଁ ମନୋନୀତ

ଭୁବନେଶ୍ୱର: ଓଡ଼ିଆ ଲେଖକ ରାଜକିଶୋର ପାଢ଼ୀ ବାଲ୍ ସାହିତ୍ୟ ପୁରସ୍କାର-୨୦୨୫ ପାଇଁ ମନୋନୀତ ହୋଇଛନ୍ତି । ଶିଶୁ ସାହିତ୍ୟକୁ ତାଙ୍କର ଅବଦାନ ପାଇଁ ସେ ଏହି ସମ୍ମାନଜନକ ପୁରସ୍କାର ପାଇବେ । ରାଜକିଶୋର ପାଢ଼ୀ ତାଙ୍କର କବିତା ପୁସ୍ତକ ‘କେତେ ଫୁଲ ଫୁଟିଛି’ ପାଇଁ ଓଡ଼ିଆ ଭାଷା ବର୍ଗରେ ଏହି ପୁରସ୍କାର ପାଇବେ। ସାହିତ୍ୟ ଏକାଡେମୀ ପକ୍ଷରୁ ଏହି ଘୋଷଣା କରଯାଇଛି। ସାରା ଦେଶରୁ ମୋଟ୍ ୨୪ ଜଣ ଲେଖକଙ୍କୁ ମନୋନୀତ କରାଯାଇଛି।ଏହି ୨୪ ଜଣ ପୁରସ୍କାର … Read more

ତହସିଲଦାରଙ୍କୁ ମିଳିଲା ପୁରୁଣା ପଞ୍ଜୀକୃତ କବଲା ସଂଶୋଧନ କରିବାର କ୍ଷମତା

ଭୁବନେଶ୍ୱର: ରାଜ୍ୟରେ ଜମି କ୍ରେତା ଓ ବିକ୍ରେତାମାନଙ୍କର ଦୀର୍ଘଦିନର ସମସ୍ୟାକୁ ଦୂର କରିବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏକ ଐତିହାସିକ ନିଷ୍ପତ୍ତି ନେଇଛନ୍ତି । ପୁରୁଣା ପଞ୍ଜିକୃତ କବଲା କିମ୍ବା ଅନ୍ୟ ବୈଧ ଦଲିଲ ସମ୍ବନ୍ଧୀୟ ଜମିଜମା ରେକର୍ଡରେ ସଂଶୋଧନ ନିମନ୍ତେ ଓଡ଼ିଶା ସର୍ଭେ ଆଣ୍ଡ ସେଟେଲମେଣ୍ଟ ରୁଲ୍‌ସରେ ସଂଶୋଧନ ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ଅନୁମୋଦନ କରିଛନ୍ତି ।ଏବେ ପ୍ରଚଳିତ ପ୍ରାବଧାନ ଅନୁସାରେ, ବନ୍ଦୋବସ୍ତ ପ୍ରକ୍ରିୟା (Settlement Operation) ପୂର୍ବରୁ କିଣାଯାଇଥିବା ଜମିର ଜମି ପଟ୍ଟା … Read more

ଡକାୟତି ଉଦ୍ୟମ ବିଫଳ ହେବାରୁ ବୋମାମାଡ଼

ନୟାଗଡ଼: ନୟାଗଡ ଜିଲ୍ଲା ସୋଲପଟା ଗାଁରେ ଡକାୟତି ଉଦ୍ୟମ ବିଫଳ ହେବାରୁ ବୋମାମାଡ଼ ହୋଇଛି । ଏହି ଘଟଣାରେ ୩ ଗ୍ରାମବାସୀ ଆହତ ହୋଇ ମେଡିକାଲରେ ଭର୍ତ୍ତି ହୋଇଛନ୍ତି। ସେପଟେ ଏହି ଘଟଣାରେ ଜଣଙ୍କୁ କାବୁ କରିଛନ୍ତି ଗ୍ରାମବାସୀ। ଖବର ଅନୁଯାୟୀ, ଗାଁରେ ରାସ୍ତା କାମ ଚାଲୁଥିବାରୁ ୨ ଜଣ ଯୁବକ ସିମେଣ୍ଟ ଜଗିଥିଲେ । ଗତକାଲି ବିଳମ୍ବିତ ରାତିରେ ୨ଟି ମୋଟର ସାଇକେଲ୍‌ରେ ଆସି ଡକାୟତି ଉଦ୍ୟମ କରିଥିଲେ ୪ ଦୁର୍ବୃତ୍ତ। ଲୁଟ୍ ଉଦ୍ଦେଶ୍ୟରେ ଭାଟସାହି … Read more

ଡିସେମ୍ବର ୧୭ ରେ ଓଟିଇଟି, ୨୫ ତାରିଖ ପର୍ଯ୍ୟନ୍ତ ହେବ ଫର୍ମ ପୂରଣ

ଭୁବନେଶ୍ୱର: ଓଡିଶା ଟିଚର ଏଲିଜିବିଲିଟି ଟେଷ୍ଟ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି । ଉଭୟ ଇନ ସର୍ଭିସ ଶିକ୍ଷକ ଓ ଆଶାୟୀ ପ୍ରାର୍ଥୀଙ୍କ ପାଇଁ ଏହି ବିଜ୍ଞପ୍ତି ପ୍ରକାଶ ପାଇଛି । ଆଜି ଠାରୁ ୨୫ ତାରିଖ ପର୍ଯ୍ୟନ୍ତ ଏଥିପାଇଁ ହେବ ଫର୍ମ ପୂରଣ । ବୋର୍ଡର ୱେବସାଇଟ www.bseodisha.ac.in ରେ ସବିଶେଷ ତଥ୍ୟ ଉପଲବ୍ଧ । ବୋର୍ଡ ଅନୁଯାୟୀ, ଯୋଗ୍ୟ ଏବଂ ଆଗ୍ରହୀ ପ୍ରାର୍ଥୀମାନେ ଆଜିଠାରୁ କେବଳ ବୋର୍ଡର ୱେବସାଇଟରେ ଅନଲାଇନରେ ଆବେଦନ କରିପାରିବେ । … Read more

ନୂଆପଡ଼ା ଉପନିର୍ବାଚନ: ସଂନ୍ଧ୍ୟା ୫ଟା ସୁଦ୍ଧା ୭୫.୩୭% ଭୋଟିଂ

ନୂଆପଡା:ନୂଆପଡ଼ା ବିଧାନସଭା ନିର୍ବାଚନ ମଣ୍ଡଳୀରେ ଆଜି ଉପନିର୍ବାଚନ ପାଇଁ ମତଦାନ ଅନୁଷ୍ଠିତ ହୋଇଛି। ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ୭୫.୩୭% ମତଦାନ ହୋଇଛିlଏ ନେଇ ସୂଚନା ଦେଇଛନ୍ତି ମୁଖ୍ୟ ନିର୍ବାଚନ ଅଧିକାରୀ।ନୂଆପଡ଼ା ବିଧାନସଭା କ୍ଷେତ୍ରରେ ମୋଟ ୨ଲକ୍ଷ ୫୩ହଜାର ୬୨୪ଜଣ ଭୋଟର ନିଜର ମତାଧିକାର ସାବ୍ୟସ୍ତ କରିଛନ୍ତି। ଏଥି ମଧ୍ୟରେ ୧ ଲକ୍ଷ ୨୪ ହଜାର ୧୦୮ଜଣ ପୁରୁଷ ଭୋଟର ଓ ୧ ଲକ୍ଷ ୨୯ହଜାର ୪୯୫ ମହିଳା ଭୋଟର ଥିଲେ । ସେହିଭଳି ୮୫ବର୍ଷରୁ ଅଧିକ ବୟସର … Read more

ଆତଙ୍କବାଦୀ କାର୍ଯ୍ୟକଳାପରେ ସାମିଲ ଥିବା ଅବଦୁର ରେହମାନ ର ଜାମିନ ଖାରଜ

କଟକ: ଉଗ୍ରବାଦୀ କାର୍ଯ୍ୟକଳାପରେ ସାମିଲ ଥିବା ଅବଦୁର ରେହମାନ ର ଜାମିନ ଖାରଜ କରିଛନ୍ତି ହାଇକୋର୍ଟ । ଆଜି ଓଡ଼ିଶା ଉଚ୍ଚ ନ୍ୟାୟଳୟ ଅବଦୁରର ଜାମିନ ଆବେଦନକୁ ଖାରଜ କରଛନ୍ତି । ପୂର୍ବରୁ ମଧ୍ୟ ଦୁଇ ଦୁଇ ଥର ରେହମାନର ଜାମିନ ଖାରଜ ହୋଇଛି । ଦେଶ ବିରୋଧୀ ଅପରାଧରେ ଲିପ୍ତ ଥିବାରୁ ଜାମିନ ଦେବାକୁ କୋର୍ଟ ମନା କରିଦେଇଛନ୍ତି ।ଅବଦୁର ରେହମାନ ପାକିସ୍ତାନୀ ଆତଙ୍କୀ ସଂଗଠନ ସହିତ ଦେଶ ବିରୋଧୀ କାର୍ଯ୍ୟରେ ଲିପ୍ତ ଥିଲା । … Read more

ହାଇକୋର୍ଟରେ କ୍ଷମା ମାଗିଲେ ବ୍ରହ୍ମପୁର ଏସପି; ପୀତବାସ ପଣ୍ଡା ହତ୍ୟା ମାମଲା

ବ୍ରହ୍ମପୁର: ବ୍ରହ୍ମପୁର ଏସ୍‌ପି ସର୍ଭଣା ବିବେକ ଏମ୍‌ ହାଇକୋର୍ଟରେ କ୍ଷମା ମାଗିଲେ । ୭ ତାରିଖରେ ଦେଇଥିବା ଉତ୍ତରରେ ସନ୍ତୁଷ୍ଟ ନ ହୋଇ ଆଜି ସୁଦ୍ଧା ବ୍ୟକ୍ତିଗତ ଭାବେ ହାଜର ହୋଇ ଆଫିଡେଭିଟ ମାଧ୍ୟମରେ ଉତ୍ତର ରଖିବାକୁ ନିର୍ଦ୍ଦେଶ ଦେଇଥିଲେ ହାଇକୋର୍ଟ। ଏନେଇ ଆଜି ସତ୍ୟପାଠ ଜରିଆରେ ଜବାବ ଦାଖଲ କରିବେ ବ୍ରହ୍ମପୁର ଏସପି ସର୍ବଣା ବିବେକ ଏମ୍। ଅକ୍ଟୋବର ୨୨ରେ ପୀତବାସ ପଣ୍ଡା ହତ୍ୟା ମାମଲାରେ ଗଣମାଧ୍ୟମ କୁ ବ୍ରହ୍ମପୁର ଏସପି ଦେଇଥିବା ଏକ ବୟାନକୁ … Read more

ପ୍ରିଜାଇଡିଂ ଅଫିସର୍‌ ଧନଞ୍ଜୟ ମଲ୍ଲିକ ସସ୍‌ପେଣ୍ଡ..

ନୂଆପଡା: ନୂଆପଡ଼ା ଉପନିର୍ବାଚନର ୩୬ ନଂ ବୁଥ୍‌ର ପ୍ରିଜାଇଡିଂ ଅଫିସର ଧନଞ୍ଜୟ ମଲ୍ଲିକଙ୍କୁ ସସ୍‌ପେଣ୍ଡ କରାଯାଇଛି । ତାଙ୍କୁ ମତଦାତାଙ୍କ ଗୋପନୀୟତା ନିୟମ ଉଲ୍ଲଂଘନ କରିବା ଅଭିଯୋଗରେ ନିଲମ୍ବିତ କରାଯାଇଛି । ପରବର୍ତ୍ତୀ ସମୟରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଏ ନେଇ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଆର୍.ଏସ୍. ଗୋପାଳନ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । ସେହିପରି ନୂଆପଡ଼ାରେ ସମସ୍ତ ବୁଥରେ ଶାନ୍ତି ଶୃଙ୍ଖଳାର ସହିତ ମତଦାନ ଚାଲିଛି । କୌଣସି ସ୍ଥାନରୁ … Read more

ରାଷ୍ଟ୍ରପତିଙ୍କ ଅଭିଭାଷଣରୁ ଆରମ୍ଭ ହେବ ୨୯ଦିନିଆ ଶୀତ ଅଧିବେଶନ

ଭୁବନେଶ୍ୱର: ସପ୍ତଦଶ ଓଡ଼ିଶା ବିଧାନସଭାର ପଞ୍ଚମ ଅଧିବେଶନ(ଶୀତ ଅଧିବେଶନ) ଆସନ୍ତା ୨୭ତାରିଖରୁ ଆରମ୍ଭ ହେବ । ଏହି ୨୯ଦିନିଆ ଅଧିବେଶନର ପ୍ରଥମ ଦିନରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ନିଜର ଅଭିଭାଷଣ ରଖିବେ । ରାଷ୍ଟ୍ରପତିଙ୍କ ଅଭିଭାଷଣ ପାଇଁ ବିଧାନସଭା ପକ୍ଷରୁ ସ୍ୱତନ୍ତ୍ର ପ୍ରସ୍ତୁତି ଆରମ୍ଭ ହୋଇଛି । ଓଡ଼ିଶା ବିଧାନସଭାରେ ପ୍ରଥମ ଥର ବିଧାନସଭା ଅଧିବେଶନକୁ ରାଷ୍ଟ୍ରପତି ସମ୍ବୋଧିତ କରିବେ । ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁଙ୍କ ବିଧାନସଭା ଗସ୍ତକୁ ଦୃଷ୍ଟିରେ ରଖି ସେ ରାଜ୍ୟର ମନ୍ତ୍ରୀ ଥିବାବେଳେ … Read more