ରାଜଧାନୀର ତାପମାତ୍ରା ୪ ଦିନରେ ୪.୬ ଡିଗ୍ରୀ ଖସିଲା

ଭୁବନେଶ୍ୱର: ଏଥର ରାଜ୍ୟରେ ଶୀତ ବିଳମ୍ବରେ ଆସି ଜଲଦି ଚାଲିଯିବା ନେଇ ଆକଳନ କରିଛି ପାଣିପାଗ ବିଭାଗ । ତେଣୁ ବିଳମ୍ବରେ ଶୀତର ପ୍ରଭାବ ଜାରି ହେବ । ଏପଟେ ରାଜଧାନୀ ଭୁବନେଶ୍ବରରେ ହାଲକା ହାଲକା ଶୀତ ଅନୁଭୂତ ହେବା ଆରମ୍ଭ ହୋଇଗଲାଣି । ଗତ ୪ ଦିନରେ ୪.୬ ଡିଗ୍ରୀ ଖସିଛି ରାଜଧାନୀର ତାପମାତ୍ରା । ଭୋର ସାଢେ ୭ଟା ସୁଦ୍ଧା ରେକର୍ଡ ତାପମାତ୍ରା ଅନୁସାରେ ଭୁବନେଶ୍ବରରେ ୧୬.୨ ଡିଗ୍ରୀ ପାରଦ ରେକର୍ଡ ହୋଇଛି । … Read more

ଇଭିଏମ୍ ପ୍ରସ୍ତୁତ, ଆସନ୍ତାକାଲି ୩ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା

ନୂଆପଡା: ପ୍ରଚାର ଅବଧି ସରିଛି, ଆସନ୍ତାକାଲି ନୂଆପଡ଼ା ଭୋଟ୍ । ଉପନିର୍ବାଚନରେ ନୂଆ ବିଧାୟକ ବାଛିବ ନୂଆପଡ଼ା। ସେଥିପାଇଁ ନୂଆପଡାରେ ହାଇ-ଷ୍ଟେକ୍ସ ଉପ-ନିର୍ବାଚନ ପୂର୍ବରୁ ନୀରବତା ଅବଧି ଆରମ୍ଭ ହୋଇଥିବା ବେଳେ ଏବେ ନିର୍ବାଚନ ମଣ୍ଡଳୀ ମୁହାଁ ପୋଲିଂ ପାର୍ଟି । ଶାନ୍ତିପୂର୍ଣ୍ଣ ମତଦାନ ପାଇଁ ସୁରକ୍ଷା ବ୍ୟବସ୍ଥା ସହିତ ସମ୍ବେଦନଶୀଳ ଭାବରେ ଚିହ୍ନଟ ହୋଇଥିବା ମୋଟ ୪୭ ଟି ବୁଥ୍ ଉପରେ କଡ଼ା ନଜର ରଖାଯିବ। ସ୍ୱଚ୍ଛତା ଏବଂ ବାସ୍ତବ-ସମୟ ତଦାରଖ ପ୍ରଦାନ କରିବା ପାଇଁ … Read more

ଟ୍ରଲରକୁ ଧକ୍କା ଦେଲା ଘରୋଇ ବସ୍ : ଜଣେ ମୃତ

ସମ୍ବଲପୁର: କଟକ NH-୫୫ର ରେଢାଖୋଲ ଲୁହାପଙ୍କ ଛକ ନିକଟରେ ଭାରସାମ୍ୟ ହରାଇ ଟ୍ରଲରକୁ ଧକ୍କା ଦେଇଛି ଏକ ଘୋରଇ ବସ୍। ଫଳରେ କଣ୍ଡକ୍ଟରଙ୍କର ମୃତ୍ୟୁ ହୋଇଥିବା ବେଳେ ୧୦ଜଣ ଯାତ୍ରୀ ଗୁରୁତର ଭାବେ ଆହତ ହୋଇଛନ୍ତି। ତେଣୁ ସମସ୍ତ ଯାତ୍ରୀଙ୍କୁ ଉଦ୍ଧାର କରି ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଂଚି ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇବା ସହିତ ଘଟଣାର ତଦନ୍ତ କରିଥିଲେ।ମିଳିଥିବା ସୂଚନା ଅନୁସାରେ, ୩୪ଜଣ ଯାତ୍ରୀଙ୍କୁ ନେଇ ଏକ ଘରୋଇ … Read more

ଓଡିଶା ଝିଅକୁ ଆମେରିକାରେ ଶାରୀରିକ ଏବଂ ମାନସିକ ନିର୍ଯାତନା; ନିଜ ରାଜ୍ୟକୁ ଫେରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ କଲେ ଗୁହାରି

ଭୁବନେଶ୍ୱର: ଆମେରିକାରେ ରହୁଥିବା ବାଲେଶ୍ୱରର ଝିଅ ପୂଜା ନାୟକ ଓରଫ (ସେଜଲ ଜୋହନ) (୨୧) ଆମେରିକାରୁ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ଆକୁଳ ନିବେଦନ କରିଛନ୍ତି । ଏକ ଆମେରିକୀୟ ଦମ୍ପତିଙ୍କ ଦ୍ୱାରା ପୋଷ୍ୟକନ୍ୟା ଭାବେ ପାଳିତ ହେଉଥିବା ସେଜଲ ଏବେ ଅସୁବିଧାରେ ଥିବା କହିଛନ୍ତି । ଏକ ଭାବପ୍ରବଣ ଭିଡିଓ ବାର୍ତ୍ତା ଜାରି କରି ଆମେରିକାରେ ଶାରୀରିକ ଏବଂ ମାନସିକ ନିର୍ଯାତନାର ସମ୍ମୁଖୀନ ହେବା ବିଷୟରେ ବର୍ଣ୍ଣନା କରିଛନ୍ତି ।ସେ କହିବା ଅନୁସାରେ, ତାଙ୍କ ପାଳିତ ମାଆ … Read more

ମଣିଷର କଷ୍ଟ ଯନ୍ତ୍ରଣା ଲାଘବ କରିବାର ସୁଯୋଗ ନର୍ସମାନଙ୍କୁ ମିଳିଥାଏ….

ଭୁବନେଶ୍ୱର: ନର୍ସିଂ ଏଭଳି ଏକ ମହାନ ବୃତି ଯେଉଁଥିରେ କି ବିଶ୍ୱରେ କଷ୍ଟ ଯନ୍ତ୍ରଣା ଭୋଗୁଥିବା ବ୍ୟକ୍ତିଙ୍କୁ ମାନବିକ ସ୍ପର୍ଶ ବଳରେ ସେମାନଙ୍କର ଯନ୍ତ୍ରଣା ଲାଘବ କରିବାର ସୁଯୋଗ ମିଳିଥାଏ ବୋଲି ଶୁକ୍ରବାର କହିଛନ୍ତି ଶିକ୍ଷା ଓ ଅନୁସନ୍ଧାନ (ସୋଆ) ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ। କୋଭିଡ-୧୯ ସମୟରେ ନର୍ସମାନଙ୍କର ମହାନ ବୃତି । ସେମାନଙ୍କ ସେବା ସାରା ବିଶ୍ୱ ଅନୁଭବ କରିଛି ବୋଲି ସୋଆ ପରିଚାଳିତ ସମ ନର୍ସିଂ କଲେଜ -୧ ର … Read more

ବିଜେଡି ନେତା ମନୋଜ ମିଶ୍ରଙ୍କ ଘରେ ଆଇଟି ରେଡ୍

ନୂଆପଡ଼ା: ଆଜି ନୂଆପଡ଼ା ଉପନିର୍ବାଚନ ପ୍ରଚାରର ଶେଷ ଦିନ । ଏହି ସମୟରେ ବିଜେଡି ନେତା ମନୋଜ ମିଶ୍ରଙ୍କ ଘରେ ଆୟକର ବିଭାଗର ଚଢାଉ କରିଛି । କୋମନା ସ୍ଥିତ ମନୋଜ ମିଶ୍ରଙ୍କ ବାସଭବନରେ ଆୟକର ବିଭାଗର ପକ୍ଷରୁ ଚଢାଉ କରାଯାଇଛି । ମନୋଜ ମିଶ୍ର କୋମନା ବ୍ଲକ୍‌ର ପୂର୍ବତନ ବିଜେଡି ଅଧ୍ୟକ୍ଷ ଥିଲେ । ପୂର୍ବରୁ ନୂଆପଡ଼ା ଜିଲ୍ଲା ବିଜେଡି ସଭାପତି ଥିଲେ, ଏବେ ବିଜେଡି ରାଜ୍ୟ ସାଧାରଣ ସମ୍ପାଦକ ଅଛନ୍ତି । ନୂଆପଡ଼ା ଉପନିର୍ବାଚନ … Read more

ଶ୍ରୀଗୁଣ୍ଡିଚା ମନ୍ଦିର ଦଳାଚକଟା ପାଇଁ ୭ ପୋଲିସ କର୍ମଚାରୀ ଦାୟୀ

ଭୁବନେଶ୍ୱର: ଚଳିତ ବର୍ଷ ରଥଯାତ୍ରା ସମୟରେ ଶ୍ରୀଗୁଣ୍ଡିଚା ସମ୍ମୁଖରେ ଦଳାଚକଟାରେ ୩ ଜଣ ଶ୍ରଦ୍ଧାଳୁଙ୍କ ମୃତ୍ୟୁ ହୋଇଥିଲା । ଘଟଣାରେ ଉନ୍ନୟନ କମିଶନର ଅନୁ ଗର୍ଗଙ୍କ ନେତୃତ୍ୱରେ ପ୍ରଶାସନିକ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଉନ୍ନୟନ କମିଶନର ତଦନ୍ତ କରି ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ପ୍ରଦାନ କରିଥିଲେ । ରିପୋର୍ଟ ଆଧାରରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ପୋଲିସ ଡିଜିଙ୍କୁ ଚିଠି ଲେଖିଛନ୍ତି ରାଜ୍ୟ ଗୃହ ବିଭାଗର ଅତିରିକ୍ତ ସଚିବ ସୌମେନ୍ଦ୍ର ପାତ୍ର … Read more

କଟକ ରେ କୋଠା ଭୁଶୁଡ଼ି ୩ଜଣଙ୍କ ମୃତ୍ୟୁ

କଟକ: କଟକ ମଣିସାହୁ ଛକରେ ଶନିବାର ସନ୍ଧ୍ୟାରେ ଏକ ବଡ଼ ଅଘଟଣ ଘଟିଛି। ହାଡ଼ିବନ୍ଧୁ ସ୍କୁଲ ନିକଟରେ ପୁରୁଣା କୋଠା ଭୁଶୁଡ଼ିବାରୁ ବସ୍ତିରେ ରହୁଥିବା ୩ ଜଣଙ୍କର ମୃତ୍ୟୁ ଘଟିଛି l କମିସନରେଟ୍‌ ପୋଲିସ କହିଛି ଯେ, ସ୍ବାମୀ,ସ୍ତ୍ରୀ, ଜଣେ ମହିଳା ଓ ଦୁଇ ଛୋଟ ପିଲାଙ୍କୁ ଉଦ୍ଧାର କରାଯାଇ କଟକ ବଡ଼ଡାକ୍ତରଖାନା ନିଆଯାଇଥିଲା। ସେଠାରେ ବାପା, ମା’ ଓ ଜଣେ ୫ ବର୍ଷର ଶିଶୁଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ।ଏହି ଦୁର୍ଘଟଣାରେ ଜଣେ ମହିଳା ଓ … Read more

EVM ଫଟୋ ସୋସିଆଲ ମିଡିଆରେ ସେୟାର କରିଥିବା ଲୋକଙ୍କ ବିରୋଧରେ ଏତଲା ରୁଜୁ

ବିହାର: ବିଧାନସଭା ନିର୍ବାଚନ ର ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣ ସମୟରେ ଇଭିଏମ ର ଫଟୋ ଓ ଭିଡିଓ ସୋସିଆଲ ମିଡିଆରେ ସେୟାର କରିଥିବା କିଛି ଲୋକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି l ଆରା, ଗୋପାଲଗଞ୍ଜ ଓ ସାରଣ ଜିଲ୍ଲାରେ ୪ ଜଣ ଲୋକଙ୍କ ବିରୋଧରେ ଏତଲା ରୁଜୁ ହୋଇଛି। ନିର୍ବାଚନ ଆୟୋଗଙ୍କ ନିୟମରେ ସ୍ପଷ୍ଟ ରୂପେ କୁହାଯାଇଛି ମତଦାନ କେନ୍ଦ୍ରକୁ ମୋବାଇଲ ନେଇଯିବା ଓ ଭୋଟିଂ ପ୍ରକ୍ରିୟାର ଫଟୋ ଉଠାଇବା ସମ୍ପୂର୍ଣ୍ଣ ନିଷେଧ। ଏହା ସତ୍ତ୍ୱେ … Read more

୩୨୫ କୋଟି ଟଙ୍କାର GST ଠକେଇ ମାମଲାର ମାଷ୍ଟରମାଇଣ୍ଡ ଚାଟାର୍ଡ ଆକାଉଣ୍ଟାଣ୍ଟ ନୀଲେଶ୍‌ ଗିରଫ

ଭୁବନେଶ୍ୱର: ଓଡ଼ିଶାର ଛୋଟ ଛୋଟ ବ୍ୟବସାୟୀଙ୍କ ଜିଏସ୍‌ଟି ନମ୍ବରକୁ ବ୍ୟବହାର କରି ୩୨୫ କୋଟି ଟଙ୍କା ଜିଏସ୍‌ଟି ଠକେଇ କରିଥିବା ବଡ଼ ରାକେଟ୍‌ କୁ କେନ୍ଦ୍ରୀୟ ଜିଏସ୍‌ଟି ଗୁଇନ୍ଦା ବିଭାଗ ଠାବ କରିଛି। ମାଷ୍ଟରମାଇଣ୍ଡ ତଥା ଚାଟାର୍ଡ ଆକାଉଣ୍ଟାଣ୍ଟ ନୀଲେଶ୍‌ ଯୋଗେଶ୍ ଜିଗିୱାଲାଙ୍କୁ ଜିଏସ୍‌ଟି ଗୁଇନ୍ଦା ବିଭାଗ ମୁମ୍ବାଇରୁ ଗିରଫ କରିଛି। ଗିରଫ ପରେ ତାଙ୍କୁ ମୁମ୍ବାଇରୁ ଟ୍ରାଞ୍ଜିଟ୍ ରିମାଣ୍ଡରେ ଭୁବନେଶ୍ଵର ଅଣାଯାଇଥିଲା। ଭୁବନେଶ୍ଵରରେ ପହଞ୍ଚିବା ପରେ ତାଙ୍କୁ କୋର୍ଟରେ ହାଜର କରାଯାଇଥିଲା। ଜାମିନ୍ ନାମଞ୍ଜୁର ହେବାରୁ … Read more