ଭୁବନେଶ୍ୱର: ଆସନ୍ତା ଜୁନ୍ ସୁଦ୍ଧା ୨୪ ନୂଆ NAC ଓ ପୌର ନିର୍ବାଚନ ହେବ। ନୂଆ ୨୪ଟି ପୌରାଞ୍ଚଳରେ ଏହି ନିର୍ବାଚନ କରାଯିବ । ପୌରାଞ୍ଚଳ ଘୋଷଣାର ୬ମାସ ଭିତରେ ନିର୍ବାଚନ ପ୍ରକ୍ରିୟା ଶେଷ ହେବା କଥା । ଗତ ଡିସେମ୍ବର ମାସରେ ରାଜ୍ୟସରକାର ୨୪ଟି ନୂଆ NAC ଓ ପୌରପାଳିକା ଲାଗି ବିଜ୍ଞପ୍ତି ପ୍ରକାଶ କରିଛନ୍ତି । ଆସନ୍ତା ଜୁନ୍ ସୁଦ୍ଧା ସେସବୁ ସ୍ଥାନରେ ନିର୍ବାଚନ ଫଳାଫଳ ପ୍ରକାଶ ସହ ପ୍ରଥମ ପରିଷଦ ବୈଠକ ବସିବ ।ଏସମ୍ପର୍କରେ ରାଜ୍ୟ ସରକାରଙ୍କୁ ରାଜ୍ୟ ନିର୍ବାଚନ କମିସନର ମଧୁସୂଦନ ପାଢୀ ଚିଠି ଲେଖି ଅବଗତ କରିଛନ୍ତି । ଗଞ୍ଜାମ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ନିର୍ବାଚନ ପ୍ରସ୍ତୁତି ସମୀକ୍ଷା କରିଛନ୍ତି ରାଜ୍ୟ ନିର୍ବାଚନ କମିସନର । ୧୪ ଜିଲ୍ଲାର ଘୋଷିତ ୨୪ଟି NACରେ ସୀମା ପୁନଃନିର୍ଦ୍ଧାରଣ ମାର୍ଚ୍ଚ ସୁଦ୍ଧା ସରିବ । ପରେ ଆସନ ସଂରକ୍ଷଣ କାମ ଶେଷ ହୋଇ ନିର୍ବାଚନ ପ୍ରକିୟା ଆରମ୍ଭ ହେବ। ଜୁନ୍ ଶେଷ ସୁଦ୍ଧା ସମସ୍ତ ନୂତନ NACରେ ନିର୍ବାଚନ ଫଳାଫଳ ପ୍ରକାଶ ପାଇବ l
Post Views: 75









