February 26, 2026 11:48 pm

କିସ୍‍ ରେ ୬୬ତମ ପ୍ରୌଢ଼ ଶିକ୍ଷା ସମ୍ମିଳନୀ ଉଦ୍‍ଘାଟିତ

ଭୁବନେଶ୍ବର : ଗୁରୁବାରରୁ ୨୪ ତାରିଖ ପର୍ଯ୍ୟନ୍ତ ବରମୁଣ୍ଡା ପଡ଼ିଆରେ କୃଷି ଓଡ଼ିଶା ଅନୁଷ୍ଠିତ ହେବ । ତେବେ ଚଳିତବର୍ଷ କୃଷି ଓଡ଼ିଶାରେ ଆକର୍ଷଣ ସାଜିବ ଜଳବାୟୁ ଅନୁକୂଳ ମେସିନ୍ । ଯେହେତୁ ଚଳିତବର୍ଷ ପରିବର୍ତ୍ତିତ ପାଣିପାଗକୁ ସୁହାଇଲା ଭଳି ଚାଷ ଫୋକସ୍ ରେ ରହିବ। ତେଣୁ ସେହିପରି ସବୁ ପ୍ରକାରର ପାଣିପାଗକୁ ସୁହାଇଲା ଭଳି ଜଳବାୟୁ ଅନୁକୂଳ ମେସିନ୍ ରହିବ । ଫଳରେ ସେହି ମେସିନ୍ ଖରା, ବର୍ଷା ଓ କାକରେ ନଷ୍ଟ ନହୋଇ ଦୀର୍ଘ ଦିନ ଧରି ଚାଷୀର କାମରେ ଆସିବ । ଏହି କୃଷି ମହାକୁମ୍ଭରେ ୧୫ ହଜାରରୁ ଅଧିକ ଚାଷୀଙ୍କ ସମାଗମ ହେବ । ଏହି କାର୍ଯ୍ୟକ୍ରମରେ ପ୍ରାୟ ୬୦ ଜଣ ଜାତୀୟ ଓ ଅନ୍ତର୍ଜାତୀୟ ଖ୍ୟାତି ସମ୍ପନ୍ନ ପ୍ରଖ୍ୟାତ ବୈଜ୍ଞାନିକ ବକ୍ତା ଭାବେ ଯୋଗ ଦେବେ ବୋଲି ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ କହିଛନ୍ତି । ଏହି ତିନି ଦିନିଆ କାର୍ଯ୍ୟକ୍ରମରେ ୧୨ଟି ବୈଷୟିକ ଅଧିବେଶନ ଅନୁଷ୍ଠିତ ହେବ । ଯାହା ମାଧ୍ୟମରେ ଓଡ଼ିଶାରେ କୃଷିର ବର୍ତ୍ତମାନର ସ୍ଥିତି ପ୍ରଦର୍ଶନ କରାଯିବ । ଏହି ଅଧିବେଶନ ୨୦୩୬ ବର୍ଷ ପାଇଁ ବିକଶିତ ଓଡ଼ିଶା ଏବଂ ୨୦୪୭ ବର୍ଷ ପାଇଁ ବିକଶିତ ଭାରତର ପ୍ରତିବଦ୍ଧତାକୁ ପ୍ରତିଫଳିତ କରିବ ବୋଲି ଉପମୁଖ୍ୟମନ୍ତ୍ରୀ କହିଛନ୍ତି । କୃଷିର ଏହି ମହାକୁମ୍ଭରେ ଆଧୁନିକ କୃଷି ଯନ୍ତ୍ରପାତି ପ୍ରଦର୍ଶନ କରାଯିବ । ମେଳାରେ ଯୋଗ ଦେଇ ଥିବା ଜଗତସିଂହପୁରର ଦିଲ୍ଲୀପ ପଣ୍ଡା କହିଛନ୍ତି, ଏହି କୃଷି ମହୋତ୍ସବ ଚାଷୀମାନଙ୍କ ସହିତ କୃଷି ଉଦ୍ୟୋଗୀମାନଙ୍କୁ ଉତ୍ସାହିତ କରୁଛି । ପାଣିପାଗ ବଦଳିବା ସହିତ କିଭଳି ଚାଷ କରିହେବ, ସେ ବାବଦରେ ଜ୍ଞାନ ଆହରଣ କରିହେବ ବୋଲି ଶ୍ରୀ ପଣ୍ଡା କହିଛନ୍ତି ।