ବିମାନ ଦୁର୍ଘଟଣା: ପୀଡିତଙ୍କ ପରିଚୟ ଚିହ୍ନଟ ପାଇଁ ଡିଏନ୍‌ଏ ସାମ୍ପଲ୍‌ ମାଗିଲେ ଗୁଜୁରାଟ ସରକାର

ଗୁଜୁରାଟ: ପୀଡିତଙ୍କୁ ଚିହ୍ନଟ କରିବା ପାଇଁ ଗୁଜୁରାଟ ସରକାର ବିମାନରେ ଥିବା ଲୋକଙ୍କ ସମ୍ପର୍କୀୟମାନଙ୍କୁ ଡିଏନଏ ନମୁନା ଦେବାକୁ ନିବେଦନ କରିଛନ୍ତି। ନିକଟ ସମ୍ପର୍କୀୟଙ୍କୁ ତୁରନ୍ତ ଆସି ସାମ୍ପଲ୍‌ ଦେବାକୁ ଗୁଜରାଟ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ଧନଞ୍ଜୟ ଦ୍ୱିବେଦୀ କହିଛନ୍ତି । ସେ କହିଛନ୍ତି ଯେ,ବି.ଜେ. ମେଡିକାଲରେ ଡିଏନଏ ପରୀକ୍ଷା ବ୍ୟବସ୍ଥା କରାଯାଇଛି। ବିମାନ ଯାତ୍ରୀଙ୍କ ପରିବାର ଏବଂ ନିକଟତମ ବ୍ୟକ୍ତି, ବିଶେଷକରି ସେମାନଙ୍କ ପିତାମାତା ଏବଂ ପିଲାମାନଙ୍କୁ ସେହି … Read more

ଅହମ୍ମଦାବାଦ ପ୍ଲେନ୍ କ୍ରାସ:ବିମାନ ରେ ଥିଲେ ୨୪୨ ଜଣ ଯାତ୍ରୀ

ନୂଆଦିଲ୍ଲୀ: ଅହମ୍ମଦବାଦରେ ଏକ ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ସର୍ଦ୍ଦାର ବଲ୍ଲଭଭାଇ ପଟେଲ ଆନ୍ତର୍ଜାତୀୟ ବିମାନବନ୍ଦର ନିକଟସ୍ଥ ମେଘାଣୀ ନଗର ଅଞ୍ଚଳରେ ଏହି  ଦୁର୍ଘଟଣା ଘଟିଛି। ପ୍ରାଥମିକ ରିପୋର୍ଟ ଅନୁଯାୟୀ, ଏହି ବିମାନରେ ୨୪୨ ଜଣ ଯାତ୍ରୀ ଥିବା ଜଣାପଡିଛି। ବିମାନଟି ବିମାନବନ୍ଦରର କାନ୍ଥ ସହ ଧକ୍କା ହେବା ପରେ ଆବାସିକ ଅଞ୍ଚଳରେ ପଡି ନଷ୍ଟ ହୋଇଛି। ଅହମଦାବାଦ ବିମାନ ବନ୍ଦରରେ ଦେଖିବାକୁ ମିଳିଛି ବଡ଼ ଦୁର୍ଘଟଣା । ଏୟାର ଇଣ୍ଡିଆର ଏକ ବିମାନ ଜଳି … Read more

କ୍ୟାଟ୍ରିନା କୈଫ୍ ହେଲେ ମାଳଦ୍ୱୀପର ଗ୍ଲୋବାଲ ଆମ୍ବାସଡର

ବଲିଉଡ ଅଭିନେତ୍ରୀ କ୍ୟାଟ୍ରିନା କୈଫ୍ ହେଲେ ମାଳଦ୍ୱୀପର ନୂଆ ଗ୍ଲୋବାଲ ବ୍ରାଣ୍ଡ ଆମ୍ବାସଡର। ପର୍ଯ୍ୟଟନର ବିକାଶ ପାଇଁ କ୍ୟାଟ୍ରିନାଙ୍କୁ ଏହି ଦାୟିତ୍ୱ ଦିଆଯାଇଛି। ମଙ୍ଗଳବାର ସୋସିଆଲ ମିଡିଆ ପୋଷ୍ଟ ଜରିଆରେ ଏହି ସୂଚନା ମିଳିଛି। ସବୁଠାରୁ ବଡ଼ କଥା ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଗସ୍ତ ପୂର୍ବରୁ ଏଭଳି ଏକ ଘୋଷଣା କରାଯାଇଛି।ମାଳଦ୍ୱୀପରେ ‘ସନି ସାଇଡ୍ ଅଫ୍ ଲାଇଫ୍‌’ର ଗ୍ଲୋବାଲ ବ୍ରାଣ୍ଡ ଆମ୍ବାସଡର ହେବା ନେଇ କ୍ୟାଟ୍ରିନା କହିଛନ୍ତି, ମାଳଦ୍ୱୀପ ପ୍ରାକୃତିକ ସୁନ୍ଦରତାର ପ୍ରତୀକ। ସେଠାରେ ଖୁବ୍ … Read more

ଶକ୍ତିଶାଳୀ ହେବ ଭାରତୀୟ ସେନା;ମିଳିବ ନୂଆ ଏୟାର ଡିଫେନ୍ସ ସିଷ୍ଟମ

ନୂଆଦିଲ୍ଳୀ: ଆହୁରି ଶକ୍ତିଶାଳୀ ହେବ ଭାରତୀୟ ସେନା । ସେନାକୁ ଖୁବଶୀଘ୍ର ମିଳିବାକୁ ଯାଉଛି ନୂଆ ଏୟାର ଡିଫେନ୍ସ ସିଷ୍ଟମ । ଚୀନ ଓ ପାକିସ୍ତାନ ସୀମାରେ ମୁତୟନ ହେବ ଏହି ନୂତନ ବାୟୁ ରକ୍ଷା କବଚ । ଏହି ନୂଆ ରକ୍ଷା କବଚ ହେଉଛି – କ୍ୱିକ୍ ରିଆକ୍ସନ ସରଫେସ୍‌ ଟୁ ଏୟାର ମିସାଇଲ ସିଷ୍ଟମ ବା QRSAM । ସମ୍ପୂର୍ଣ୍ଣ ସ୍ଵଦେଶୀ ଜ୍ଞାନ କୌଶଳରେ ପ୍ରସ୍ତୁତ ହୋଇଛି ଏହି ନୂତନ ବାୟୁ ରକ୍ଷା କବଚ … Read more

ମୁମ୍ବାଇ ଥାନେ ରେଲୱେ ଷ୍ଟେସନରେ ଅଘଟଣ;୫ ମୃତ

ମୁମ୍ବାଇ: ମହାରାଷ୍ଟ୍ରର ଥାନେରେ ବଡ଼ ରେଳ ଦୁର୍ଘଟଣା । ଥାନେର ମୁମ୍ବାଇ ରେଲୱେ ଷ୍ଟେସନରୁ ସିଏସଏମଟି ଅଭିମୁଖେ ଯାଉଥିବା ଲୋକାଲ୍ ଟ୍ରେନରୁ ଅନେକ ଯାତ୍ରୀ ଧାରଣାକୁ ଖସି ପଡିଥବା ବେଳେ ୫ ଜଣଙ୍କ ମୃତ୍ୟୁ ଘଟିଛି । ଏହି ଦୁର୍ଘଟଣା ପରେ ରେଲୱେ ଓ ଜିଆରପିର ଅଧିକାରୀ ଖବର ପାଇ ଘଟଣାସ୍ଥଳରେ ପହଞ୍ଚିଛନ୍ତି ।ମିଳିଥିବା ସୂଚନାନୁସାରେ, ୧୦ ରୁ ୧୨ ଯାତ୍ରୀ ଟ୍ରେନରୁ ଖସି ପଡିଛନ୍ତି । ଟ୍ରେନରେ ଅତ୍ୟଧିକ ଭିଡ଼ କାରଣରୁ ଏଭଳି ଅଘଟଣ ଘଟିଛି ବୋଲି … Read more

ଜେଲରୁ ମୁକୁଳିବେ ଇମ୍ରାନ

ନୂଆଦିଲ୍ଲୀ: ଜେଲରୁ ମୁକୁଳିବେ ପୂର୍ବତନ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ । ବୁଧବାର ଜେଲରୁ ବାହାରିବା ନେଇ ଇମ୍ରାନଙ୍କ ଦଳ PTIର ବରିଷ୍ଠ ନେତା ସୂଚନା ଦେଇଛନ୍ତି । ଅଗଷ୍ଟ ୨୦୨୩ ମସିହାରୁ ପାକିସ୍ତାନର ଆଦିଆଲା ଜେଲରେ ଅଛନ୍ତି ଇମ୍ରାନ। ଆସନ୍ତା ୧୧ ତାରିଖରେ ଇସଲାମାବାଦ ହାଇକୋର୍ଟ ଇମ୍ରାନଙ୍କ ଅଲ-କାଦିର-ଟ୍ରଷ୍ଟ ଦୁର୍ନୀତି ମାମଲାର ଶୁଣାଣି କରିବେ । ଏହି ମାମଲାରେ ଇମ୍ରାନଙ୍କୁ ଜାମିନ ମିଳିବାର ସମ୍ଭାବନା ଥିବା PTI ପକ୍ଷରୁ କୁହାଯାଇଛି । ୧୯୦ ମିଲିୟନ ପାଉଣ୍ଡ … Read more

୨୦୨୬ରେ ପଶ୍ଚିମବଙ୍ଗ-ତାମିଲନାଡୁରେ ସରକାର ଗଢିବୁ: ଅମିତ ଶାହ

ଚେନ୍ନାଇ: ମଦୁରାଇରେ ଏକ ଜନସଭାରେ ଖୋଲା ଘୋଷଣା କରି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ କହିଛନ୍ତି- ଆମେ ୨୦୨୫ରେ ଦିଲ୍ଲୀରେ ସରକାର ଗଢିଲୁ । ୨୦୨୬ରେ ପଶ୍ଚିମବଙ୍ଗ ଏବଂ ତାମିଲନାଡୁରେ ବିଜେପି ସରକାର ଗଢିବାକୁ ଯାଉଛି । କିଛିଦିନ ତଳେ କୋଲକାତା ଗସ୍ତରେ ଥିବା ଶାହ ପଶ୍ଚିମବଙ୍ଗରେ ଏଥର ପଦ୍ମ ଫୁଟୁଥିବା କହିଥିବା ବେଳେ ପୁଣି ସେହି କଥାକୁ ତାମିଲନାଡୁରେ ଦୋହରାଇ ପଶ୍ଚିମବଙ୍ଗ ସହ ତାମିଲନାଡୁରେ ବି ବିଜେପି ସରକାର ଗଢୁଥିବା ସେ ଦମ୍ଭ ଦେଖାଇଛନ୍ତି ।ମଦୁରାଇରେ … Read more

ମହଙ୍ଗା ହେବାକୁ ଯାଉଛି ଗାଡ଼ିର ତୃତୀୟ ପକ୍ଷ ବୀମା ପ୍ରିମିୟମ୍‌

ନୂଆଦିଲ୍ଲୀ: ଆଗକୁ ଗାଡ଼ିର ଥାର୍ଡ ପାର୍ଟି ଇନ୍‌ସ୍ୟୁରାନ୍ସ ବା ତୃତୀୟ ପକ୍ଷ ବୀମା କରିବା ମହଙ୍ଗା ହୋଇପାରେ। ଏଥିରେ ବୀମା ପ୍ରିମିୟମ୍‌ ପାଖାପାଖୀ ୨୫ ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି ପାଇବାର ସମ୍ଭାବନା ରହିଛି। ଏକ ରିପୋର୍ଟ ଅନୁଯାୟୀ, ଭାରତୀୟ ବୀମା ନିୟାମକ ଏବଂ ବିକାଶ ପ୍ରାଧିକରଣ (ଆଇଆର୍‌ଡିଏଆଇ) ସରକାରଙ୍କୁ ତୃତୀୟ ପକ୍ଷ ବୀମା ପ୍ରିମିୟମ ବୃଦ୍ଧି କରିବାକୁ ପରାମର୍ଶ ଦେଇଛି। ଆଇଆର୍‌ଡିଏଆଇ ପକ୍ଷରୁ ପ୍ରିମିୟମରେ ହାରାହାରି ୧୮%ବୃଦ୍ଧି କରିବାକୁ ପରାମର୍ଶ ଦିଆଯାଇଛି, ଯେତେବେଳେ କି କିଛି ବର୍ଗର … Read more

ମଣିପୁରର ୫ ଜିଲ୍ଲାରେ ୫ ଦିନ ଇଣ୍ଟରନେଟ୍ ସେବା ବନ୍ଦ

ନୂଆଦିଲ୍ଲୀ:- ମୈତେଇ ନେତାଙ୍କ ଗିରଫଦାରୀ ପରେ ମଣିପୁରରେ ପରିସ୍ଥିତି ପୁଣି ଥରେ ଉତ୍ତେଜନାପୂର୍ଣ୍ଣ ହେବାରେ ଲାଗିଛି। ପରିସ୍ଥିତିକୁ ଦୃଷ୍ଟିରେ ରଖି, ମଣିପୁର ସରକାର ରାଜ୍ୟର ପାଞ୍ଚଟି ଜିଲ୍ଲାରେ ପାଞ୍ଚ ଦିନ ପାଇଁ ଇଣ୍ଟରନେଟ୍ ସେବା ବନ୍ଦ କରିଦେଇଛନ୍ତି। ଏହି ଜିଲ୍ଲା ଗୁଡ଼ିକ ମଧ୍ୟରେ ଇମ୍ଫାଲ ପଶ୍ଚିମ, ଇମ୍ଫାଲ ପୂର୍ବ, ଥୌବାଲ, କାକଚିଙ୍ଗ୍ ଏବଂ ବିଷ୍ଣୁପୁର ଅନ୍ତର୍ଭୁକ୍ତ। ଜିଲ୍ଲା ଗୁଡ଼ିକରେ ବହୁ ସଂଖ୍ୟକ ଲୋକଙ୍କ ଏକତ୍ରିତ ହେବା ନେଇ ମଧ୍ୟ ନିଷେଧ କରାଯାଇଛି। ରାଜ୍ୟରେ ଉତ୍ତେଜନା ଏବଂ ଗୁଜବ … Read more

କଲମ୍ବିଆର ରାଷ୍ଟ୍ରପତି ପ୍ରାର୍ଥୀ ମିଗୁଏଲ୍ ଉରିବେ ଙ୍କୁ ଗୁଳିମାଡ଼

କଲମ୍ବିଆ:- ଆସନ୍ତା ବର୍ଷ କଲମ୍ବିଆରେ ରାଷ୍ଟ୍ରପତି ନିର୍ବାଚନ ହେବାକୁ ଥିବା ବେଳେ ଜୋରଦାର କ୍ୟାମ୍ପେନିଂ ଚଳାଇଛନ୍ତି ରାଷ୍ଟ୍ରପତି ପ୍ରାର୍ଥୀ । ଏହି କ୍ୟାମ୍ପେନିଂ ବେଳେ ଘଟିଛି ବଡ ଅଘଟଣ । କଲମ୍ବିଆର ରାଷ୍ଟ୍ରପତି ପ୍ରାର୍ଥୀଙ୍କୁ ଗୁଳିମାଡ଼ ହୋଇଛି। ରାଷ୍ଟ୍ରପତି ପ୍ରାର୍ଥୀ ମିଗୁଏଲ୍ ଉରିବେ ଗୁଳିମାଡର ଶିକାର ହୋଇଛନ୍ତି। ସଙ୍କଟାପନ୍ନ ଅବସ୍ଥାରେ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି ମିଗୁଏଲ୍। ଗୋଗୋଟାରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ବେଳେ ତାଙ୍କ ଉପରକୁ ଫାୟାରିଂ ହୋଇଥିଲା। ଗୁଳିମାଡ଼ କରିଥିବା ଦୁର୍ବୃତ୍ତକୁ ଗିରଫ … Read more