ଅଯୋଧ୍ୟାକୁ ଦେଶର ୮ ସହରରୁ  ସିଧାସଳଖ ବିମାନସେବା  ଉପଲବ୍ଧ ହେବ

ନୂଆଦିଲ୍ଲୀ: ଜାନୁୟାରୀ ୨୨ ତାରିଖରେ ରାମ ମନ୍ଦିର ଉଦଘାଟନ ହେବାପରେ ଦେଶ ବିଦେଶରୁ ଦୈନିକ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁ ଉତ୍ତରପ୍ରଦେଶର ଅଯୋଧ୍ୟାରେ ପହଞ୍ଚୁଛନ୍ତି । ନିର୍ଭରଯୋଗ୍ୟ ତଥ୍ୟ ଅନୁଯାୟୀ ଦୈନିକ ତିନି ଚାରି  ଲକ୍ଷ ଲୋକ ରାମଲଲ୍ଲାଙ୍କ ଦର୍ଶନ କରୁଛନ୍ତି । ଏହି ପରିପ୍ରେକ୍ଷୀରେ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ଅଯୋଧ୍ୟାରେ ପହଞ୍ଚିବା ପାଇଁ ବିମାନ ଯୋଗାଯୋଗକୁ ପ୍ରୋତ୍ସାହିତ କରିବା ପାଇଁ ଏକ   ପଦକ୍ଷେପ ନେବାକୁ ଯାଉଛି। ଅଯୋଧ୍ୟାରେ ତୀର୍ଥଯାତ୍ରୀଙ୍କ ଆଗମନକୁ ସୁଗମ କରିବା … Read more

ବିଜେପିକୁ ଫେରିଲେ ପୂର୍ବତନ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଜଗଦୀଶ ଶେଟ୍ଟାର

ନୂଆଦିଲ୍ଲୀ: ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ଦକ୍ଷିଣ ଭାରତରେ କଂଗ୍ରେସ ଏକ ବଡ  ଝଟକା ଲାଗିଛି।  ୨୦୨୩ ଏପ୍ରିଲରେ ଦଳରେ ଯୋଗଦେଇଥିବା କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ଜଗଦୀଶ ଶେଟ୍ଟାର ବିଜେପିରେ ଯୋଗ ଦେଇଛନ୍ତି। ସେ ଦିଲ୍ଲୀର ବିଜେପି ମୁଖ୍ୟାଳୟରେ ଦଳର ବରିଷ୍ଠ ନେତା ବିଏସ୍ ୟେଦୁରପ୍ପା ଏବଂ ରାଜ୍ୟ ବିଜେପି ମୁଖ୍ୟ ବିୱାଇ ବିଜୟେନ୍ଦ୍ରଙ୍କ ଉପସ୍ଥିତିରେ ବିଜେପିରେ ଯୋଗ ଦେଇଛନ୍ତି | ଉଲ୍ଲେଖ ଥାଉ କି ବିଜେପି ଛାଡି ଗତ ବର୍ଷ ଏପ୍ରିଲରେ କଂଗ୍ରେସରେ ଯୋଗ ଦେଇଥିଲେ।କର୍ଣ୍ଣାଟକରେ … Read more

ରାମଲାଲାଙ୍କ ପ୍ରାଣପ୍ରତିଷ୍ଠା ଉତ୍ସବ ସମ୍ପନ୍ନ  

ଅଯୋଧ୍ୟା: ଶହ ଶହ ବର୍ଷର ପ୍ରତୀକ୍ଷାର ଅବସାନ  ଘଟି ଆଜି ଅଯୋଧ୍ୟାରେ ନବ ନିର୍ମିତ ଭବ୍ୟ ମନ୍ଦିରରେ ବିରାଜମାନ କରିଛନ୍ତି ପ୍ରଭୁ ଶ୍ରୀରାମ । କୋଟି କୋଟି ଭକ୍ତଙ୍କ ସ୍ୱପ୍ନକୁ ସାର୍ଥକ କରି ଅଯୋଧ୍ୟାରେ ରାମ ମନ୍ଦିରର ଭବ୍ୟ ପ୍ରାଣ ପ୍ରତିଷ୍ଠା ହୋଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ବରେ  ଏହି ପ୍ରାଣ ପ୍ରତିଷ୍ଠା  ଉତ୍ସବ ସମ୍ପନ୍ନ ହୋଇଛି । ସୁସଜ୍ଜିତ ମନ୍ଦିର ଉପରେ ଆକାଶରୁ ପୁଷ୍ପ ବର୍ଷା ସହ ଉପସ୍ଥିତ ହଜାର ହଜାର ଭକ୍ତଙ୍କ ଜୟ … Read more

କୋର୍ଟ ହାବିଲଦାର ଚାକିରି ଆଶାୟୀଙ୍କୁ ଠକିଲା ୬୧ ଲକ୍ଷ 

ଝାରଖଣ୍ଡ : ଝାଡ଼ଖଣ୍ଡର ଦୁମକା କୋର୍ଟ ପରିସରରେ କାମ କରୁଥିବା ହାବିଲଦାର ସର୍ଗୁନ ହରିଜନ ନାମକ ବ୍ୟକ୍ତି ନାଁରେ ଏକ ଗୁରୁତର ଅଭିଯୋଗ ଆସିଛି । କୋର୍ଟରେ ଚାକିରି କରାଇଦେବା ନାଁରେ ୬୧ ଲକ୍ଷ ଟଙ୍କା ଠକେଇ କରିଥିବା ନେଇ ଦୁମକା, ସାହିବଗଞ୍ଜ, ଗୋଡ୍ଡା ଓ ପାକୁରର ୨୩ ଜଣ ଦୁମକା ନଗର ଥାନାରେ  ଅଭିଯୋଗ କରିଛନ୍ତି। ପୀଡିତମାନେ ଆବେଦନର ନକଲ ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ, ପୁଲିସ ମହାନିର୍ଦ୍ଦେଶକ, ଜିଲ୍ଲା ଜଜ୍, ଡିଆଇଜି ଓ ଏସପିଙ୍କୁ ପ୍ରଦାନ କରିବା … Read more

ଦେଶର ଦୀର୍ଘତମ ସମୁଦ୍ର ପୋଲ ‘ଅଟଳ ସେତୁ’ ଉଦ୍‌ଘାଟନ କଲେ ପ୍ରଧାନମନ୍ତ୍ରୀ ମୋଦୀ  

ଦକ୍ଷିଣ ମୁମ୍ବାଇରୁ ନବୀ ମୁମ୍ବାଇ ମାତ୍ର ୧୫ ମିନିଟର ସମୟ  ମୁମ୍ବାଇ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମୁମ୍ବାଇରେ ଦେଶର ଦୀର୍ଘତମ ସମୁଦ୍ର ପୋଲ ‘ଅଟଳ ସେତୁ’ର ଉଦ୍‌ଘାଟନ କରିଛନ୍ତି। ଏହି ପୋଲର ଲମ୍ବ ୨୧.୮ କିଲୋମିଟର। ଏହା ଦକ୍ଷିଣ ମୁମ୍ବାଇକୁ  ନବୀ ମୁମ୍ବାଇ  ସହ ସଂଯୋଗ କରୁଛି। ଡିସେମ୍ବର ୨୦୧୬ରେ ପ୍ରଧାନମନ୍ତ୍ରୀ ଏହି ସେତୁର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। ଦକ୍ଷିଣ ମୁମ୍ବାଇରୁ ନବୀ ମୁମ୍ବାଇ ମାତ୍ର ୧୫ ମିନିଟରେ ପହଞ୍ଚି ହେବ। ଆଗରୁ  ସିଧାସଳଖ କୌଣସି ରାସ୍ତା … Read more

ବଙ୍ଗୋପସାଗରରେ ନିଖୋଜ ହୋଇଥିବା ବାୟୁସେନାର ଏଏନ୍‌-୩୨ ବିମାନର ସନ୍ଧାନ ଆଠ  ବର୍ଷ ପରେ ମିଳିଲା 

ନୂଆଦିଲ୍ଲୀ:  ବଙ୍ଗୋପସାଗରରେ ନିଖୋଜ ହୋଇଥିବା ଭାରତୀୟ ବାୟୁସେନାର ଏଏନ୍‌-୩୨ ବିମାନର ଭଗ୍ନାବଶେଷ ନିକଟରେ ଚେନ୍ନାଇ ଉପକୂଳର ୩୧୦ କିଲୋମିଟର ଦୂରରୁ ଉଦ୍ଧାର କରାଯାଇଛି।  ୨୦୧୬ ରେ ନିଖୋଜ ହୋଇଥିବା ଏହି ବିମାନରେ ୨୯ ଜଣ ଯବାନ ଥିଲେ  ଚେନ୍ନାଇ ଉପକୂଳଠାରୁ ପ୍ରାୟ ୩୧୦ କିଲୋମିଟର ଦୂର ସମୁଦ୍ର ପତନରେ ଦୁର୍ଘଟଣାଗ୍ରସ୍ତ ବିମାନର ଭଗ୍ନାବଶେଷର ଫଟୋ କଏଦ ହୋଇଥିଲା ବୋଲି ଶୁକ୍ରବାର ସରକାରଙ୍କ ପକ୍ଷରୁ ଏକ ଏକ ପ୍ରେସ୍‌ ବିଜ୍ଞପ୍ତି  ଜାରି କରା ଯାଇଛି। ଏହି ଫଟୋକୁ ଯାଞ୍ଚ … Read more

ସୁପ୍ରିମ୍‌ କୋର୍ଟ ନିର୍ବାଚନ କମିଶନର ନିଯୁକ୍ତି ସଂକ୍ରାନ୍ତ ଆଇନକୁ ଅଟକାଇବାକୁ ମନା କଲେ  

ନୂଆଦିଲ୍ଲୀ: ପ୍ରଧାନ ବିଚାରପତି ଙ୍କୁ ବାଦ୍‌ ଦେଇ ଗଠିତ ଏକ ପ୍ୟାନେଲ ମୁଖ୍ୟ ନିର୍ବାଚନ କମିଶନର ଏବଂ ଅନ୍ୟ ନିର୍ବାଚନ କମିଶନର ନିଯୁକ୍ତି ପାଇଁ ଏକ ନୂତନ ଆଇନକୁ ଚ୍ୟାଲେଞ୍ଜ କରୁଥିବା ଏକାଧିକ ଆବେଦନର ଏକତ୍ର ଶୁଣାଣି କରି ସୁପ୍ରିମ୍‌କୋର୍ଟ ଶୁକ୍ରବାର କେନ୍ଦ୍ର ସରକାରଙ୍କୁ ନୋଟିସ୍‌ ଜାରି କରିଛନ୍ତି।ସୁପ୍ରିମ୍‌କୋର୍ଟ ବିଚାରପତି ଜଷ୍ଟିସ ସଞ୍ଜୀବ ଖାନ୍ନା ଏବଂ ଜଷ୍ଟିସ ଦୀପଙ୍କର ଦତ୍ତଙ୍କୁ ନେଇ ଗଠିତ ଖଣ୍ଡପୀଠ ନିର୍ବାଚନ କମିଶନର ନିଯୁକ୍ତି ସଂକ୍ରାନ୍ତ ଆଇନକୁ ସ୍ଥଗିତ ରଖିବାକୁ ମନା କରିଦେଇଛନ୍ତି। ନୂଆ … Read more

ଫେବ୍ରୁଆରି ୧ରୁ କାମଚଳା ବଜେଟ୍ ପାର୍ଲାମେଣ୍ଟରେ 

ନୂଆଦିଲ୍ଲୀ: ସଂସଦର ବଜେଟ୍ ଅଧିବେଶନ ଜାନୁଆରି ୩୧ରୁ ଆରମ୍ଭ ହୋଇ ଫେବ୍ରୁଆରି ୯ ରେ ଶେଷ ହେବ ବୋଲି ସରକାରୀ ସୁତ୍ରରୁ ଜଣାପଡ଼ିଛି।  ଜାନୁଆରୀ ୩୧ରେ ବଜେଟ୍ ଅଧିବେଶନ ଆରମ୍ଭ ହେବା ପରେ ସଂସଦର ଉଭୟ ଗୃହକୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧିତ କରିବେ। ଏହାପରେ ଜାନୁଆରୀ ୩୧ରେ ଅର୍ଥନୈତିକ ସର୍ଭେ ରିପୋର୍ଟ ମଧ୍ୟ ଉପସ୍ଥାପନ କରାଯିବ। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଫେବ୍ରୁଆରି ୧ରେ ୨୦୨୪-୨୫ର ପ୍ରଥମ ୪ ମାସ ପାଇଁ ଏକ ଅନ୍ତରୀଣ ବା କାମଚଳା … Read more

ମୋଦୀ  ଦେଶର ଇତିହାସରେ ସବୁଠୁ ସଫଳ ପ୍ରଧାନମନ୍ତ୍ରୀ : ମୁକେଶଅମ୍ବାନୀ

ଗାନ୍ଧୀନଗର: ଦେଶର ଇତିହାସରେ ନରେନ୍ଦ୍ର ମୋଦୀ ସବୁଠାରୁ ସଫଳ ପ୍ରଧାନମନ୍ତ୍ରୀ ଓ  ବର୍ତମାନ ସର୍ବଶ୍ରେଷ୍ଠ ବିଶ୍ଵନେତା ବୋଲି କହିଛନ୍ତି ରିଲାଏନ୍‌ସ ଇଣ୍ଡଷ୍ଟ୍ରିଜ୍‌ର ଅଧ୍ୟକ୍ଷ ମୁକେଶ ଅମ୍ବାନୀ। ଗାନ୍ଧୀନଗରରେ ଆୟୋଜିତ ଭାଇବ୍ରାଣ୍ଟ ଗୁଜରାଟ ସମ୍ମିଳନୀରେ ଯୋଗ ଦେବା ଅବସରରେ ବିଶିଷ୍ଟ ଶିଳ୍ପପତି ତଥା ମୁକେଶ ଅମ୍ବାନୀ କହିଛନ୍ତି, ‘ମୁଁ ଗେଟ୍‌ ୱେ ଅଫ୍‌ ଇଣ୍ଡିଆ ସହରରୁ ଆଧୁନିକ ଭାରତର ବିକାଶର ଗେଟ୍‌ ୱେ (ପ୍ରବେଶ ଦ୍ୱାର) ଗୁଜରାଟକୁ ଆସିଛି। ମୁଁ ଜଣେ ଗର୍ବିତ ଗୁଜରାଟୀ। ଯେତେବେଳେ ବିଦେଶୀମାନେ ନୂଆ ଭାରତ … Read more

ଯୋଗୀଙ୍କ ବଡ ଘୋଷଣା: ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା ଦିନ ଉତ୍ତରପ୍ରଦେଶରେ ବିକ୍ରି ହେବନି ମଦ

ଲକ୍ଷ୍ନୌ: ଦେଶରେ ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା ସମାରୋହ ପାଇଁ ପ୍ରସ୍ତୁତି ଜୋରସୋରରେ ଚାଲିଥିବାବେଳେ ୟୁପି ସରକାର ଏକ ବଡ଼ ଘୋଷଣା କରିଛନ୍ତି। ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଘୋଷଣା କରିଛନ୍ତି ଯେ, ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା ସମାରୋହ ଦିନ ରାଜ୍ୟରେ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରହିବ। ଏହା ସହ ମଦ ବିକ୍ରି ହେବ ନାହିଁ। ସରକାରୀ ଭବନ ସଜାଇବା ସହ ଆତସବାଜିର ବ୍ୟବସ୍ଥା ମଧ୍ୟ କରିବାକୁ ଯୋଗୀ ଆଦିତ୍ୟନାଥ କହିଛନ୍ତି। ଦେଶବ୍ୟାପୀ ନିମନ୍ତ୍ରଣ ପତ୍ର … Read more