ନୂଆଦିଲ୍ଳୀ: ଆହୁରି ଶକ୍ତିଶାଳୀ ହେବ ଭାରତୀୟ ସେନା । ସେନାକୁ ଖୁବଶୀଘ୍ର ମିଳିବାକୁ ଯାଉଛି ନୂଆ ଏୟାର ଡିଫେନ୍ସ ସିଷ୍ଟମ । ଚୀନ ଓ ପାକିସ୍ତାନ ସୀମାରେ ମୁତୟନ ହେବ ଏହି ନୂତନ ବାୟୁ ରକ୍ଷା କବଚ । ଏହି ନୂଆ ରକ୍ଷା କବଚ ହେଉଛି – କ୍ୱିକ୍ ରିଆକ୍ସନ ସରଫେସ୍ ଟୁ ଏୟାର ମିସାଇଲ ସିଷ୍ଟମ ବା QRSAM । ସମ୍ପୂର୍ଣ୍ଣ ସ୍ଵଦେଶୀ ଜ୍ଞାନ କୌଶଳରେ ପ୍ରସ୍ତୁତ ହୋଇଛି ଏହି ନୂତନ ବାୟୁ ରକ୍ଷା କବଚ । ଏହାକୁ ଡିଆରଡିଓ ଦ୍ୱାରା ପ୍ରସ୍ତୁତ କରାଯାଇଛି । ଏହାକୁ ସଫଳତାର ସହ ପରୀକ୍ଷଣ ବି କରାଯାଇଛି । ଡିଆରଡିଓ ଠାରୁ ୩୦ ହଜାର କୋଟିରେ କିଣିବାକୁ ଖୁବଶୀଘ୍ର ଚୁକ୍ତି ସ୍ଵାକ୍ଷର କରିବ ପ୍ରତିରକ୍ଷା ମନ୍ତ୍ରାଳୟ । ନିକଟରେ ଅପରେସନ୍ ସିନ୍ଦୂର ବେଳେ ପାକ୍ ସୀମାରେ ସୁରକ୍ଷା ଦେଇଛି ଏସ୍-୪୦୦ । କେବଳ ଏସ୍-୪୦୦ ନୁହେଁ ଏଭଳି ଅନେକ ଏୟାର ଡିଫେନ୍ସ ସିଷ୍ଟମ ଦେଶବାସୀଙ୍କୁ ସୁରକ୍ଷା ଦେଇ ଆସିଥିଲେ । ଶତ୍ରୁର ସବୁ ଆକ୍ରମଣକୁ ପଣ୍ଡ କରିଛି ବାୟୁ ରକ୍ଷା କବଚ ।
Post Views: 102









