ଲଞ୍ଚ ହେଲା CMS-03 ସାଟେଲାଇଟ

ନୂଆଦିଲ୍ଲୀ: ଲଞ୍ଚ ହେଲା CMS-03 ସାଟେଲାଇଟ । ଭାରତୀୟ ମହାକାଶ ଗବେଷଣା ସଂଗଠନ (ISRO) ଦ୍ବାରା ନିର୍ମିତ ଏହି ସାଟେଲାଇଟ ହେଉଛି ଏକ ଯୋଗାଯୋଗ ଉପଗ୍ରହ (କମ୍ୟୁନିକେସନ ସାଟେଲାଇଟ୍‌)। ରବିବାର ସନ୍ଧ୍ୟା ୫:୨୬ରେ ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟାର ସତୀଶ ଧାୱନ ମହାକାଶ କେନ୍ଦ୍ରରୁ ଇସ୍ରୋ ଏହି ୪,୪୧୦ କିଲୋଗ୍ରାମ ଓଜନର ସାଟେଲାଇଟକୁ ମହାକାଶକୁ ଉତକ୍ଷେପଣ କରିଛି । ଏହି ଉପଗ୍ରହକୁ LVM3-M5 ରକେଟ୍ ସାହାଯ୍ୟରେ ଉତକ୍ଷେପଣ କରାଯାଇଥିଲା, ଯାହାକୁ ଏହାର ଭାରୀ ଉଠାଣ କ୍ଷମତା ପାଇଁ “ବାହୁବଳୀ” ନାମ … Read more

ଜାଭେଦ ଅଖତରଙ୍କୁ ମିଳିବ ସୋଆ ସାହିତ୍ୟ ସମ୍ମାନ ୨୦୨୫

ଭୁବନେଶ୍ୱର: ଭାରତୀୟ ଚଳଚ୍ଚିତ୍ର ତଥା ସାହିତ୍ୟ କ୍ଷେତ୍ରରେ ଉଲ୍ଲେଖନୀୟ ଓ ଜୀବନବ୍ୟାପୀ ଅବଦାନ ନିମନ୍ତେ ପଦ୍ମଭୂଷଣ ଜାଭେଦ ଅଖତରଙ୍କୁ ସୋଆ ସାହିତ୍ୟ ସମ୍ମାନ ୨୦୨୫ ପ୍ରଦାନ କରାଯିବ। ଶିକ୍ଷା ଓ ଅନୁସନ୍ଧାନ ବିଶ୍ୱବିଦ୍ୟାଳୟ ପରିସରରେ ନଭେମ୍ବର ୨୯ ତାରିଖରେ ଆୟୋଜିତ ହେବାକୁ ଥିବା ଦୁଇ ଦିନିଆ ତୃତୀୟ ସୋଆ ସାହିତ୍ୟ ଉତ୍ସବର ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ତାଙ୍କୁ ସମ୍ବର୍ଦ୍ଧିତ କରାଯିବ। ଜଣେ ଉଚ୍ଚକୋଟୀର ଗୀତିକାର ଭାବେ ତାଙ୍କର କୃତି ଭାରତୀୟ ସିନେମାକୁ ଆହୁରି ସମୃଦ୍ଧ କରିବାରେ ସହାୟକ ହୋଇଛି। … Read more

ECI ପକ୍ଷରୁ ବିହାରର ତିନି ବରିଷ୍ଠ ଅଧିକାରୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର: ବିହାର ବିଧାନସଭା ସାଧାରଣ ନିର୍ବାଚନ ୨୦୨୫ କୁ ମୁକ୍ତ, ଅବାଧ ଓ ନିରପକ୍ଷ ଭାବରେ ଅନୁଷ୍ଠିତ କରିବା ଲକ୍ଷ୍ୟ ନେଇ ଭାରତ ନିର୍ବାଚନ ଆୟୋଗ ବିହାରର ୧୭୮-ମୋକାମା ବିଧାନସଭା ମଣ୍ଡଳୀର ତିନିଜଣ ବରିଷ୍ଠ ଅଧିକାରୀଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ନିର୍ବାଚନ ଆୟୋଗ ମୁଖ୍ୟ ନିର୍ବାଚନ ଅଧିକାରୀ, ବିହାରଙ୍କୁ ଶ୍ରୀ ଚନ୍ଦନ କୁମାର, ଏସ ଡି ଓ , ବାଢ଼ ତଥା ୧୭୮-ମୋକାମା ବିଧାନସଭା ମଣ୍ଡଳୀର ରିଟର୍ନିଂ ଅଫିସରଙ୍କ ବିରୁଦ୍ଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ … Read more

ଶ୍ରୀକାକୁଲମ ଭେଙ୍କଟେଶ୍ୱର ସ୍ୱାମୀ ମନ୍ଦିରରେ ଅଘଟଣ; ୧୦ ଭକ୍ତଙ୍କ ମୃତ୍ୟୁ

ହାଇଦ୍ରାବାଦ: କାସି ବୁଗା ଭେଙ୍କଟେଶ୍ୱର ସ୍ୱାମୀ ମନ୍ଦିରରେ ଦଳାଚକଟା ହେବାରୁ ଅତି କମରେ ୧୦ ଜଣ ଭକ୍ତଙ୍କ ମୃତ୍ୟୁ ଘଟିଛି। ଅନେକ ଆହତ ହୋଇଛନ୍ତି। ଆହତମାନଙ୍କ ମଧ୍ୟରୁ କେତେକଙ୍କ ଅବସ୍ଥା ଗୁରୁତର ରହିଛି। ଏକାଦଶୀ ଅବସରରେ ଏଠାରେ ଭକ୍ତଙ୍କ ପ୍ରବଳ ଭିଡ଼ ଜମିଥିଲା। ଏହି ସମୟରେ ଅଘଟଣ ଘଟିଥିଲା ବୋଲି ଖବର ମିଳିଛି ।ଏହି ଦୁର୍ଘଟଣାକୁ ନେଇ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ ଦୁଃଖ ପ୍ରକାଶ କରିବା ସହ ଏହାକୁ ଦୁର୍ଭାଗ୍ୟଜନକ ଘଟଣା ବୋଲି କହିଛନ୍ତି। ଏଥିସହିତ … Read more

ରାଜସ୍ଥାନରେ କାର୍ଯ୍ୟକାରୀ ହେଲା ଧର୍ମାନ୍ତରୀକରଣ ବିରୋଧୀ ଆଇନ

ରାଜସ୍ଥାନ: ସେପ୍ଟେମ୍ବର ମାସରେ ରାଜସ୍ଥାନ ବିଧାନସଭା ଦ୍ୱାରା ଗୃହୀତ ଧର୍ମାନ୍ତରୀକରଣ ବିରୋଧୀ ଆଇନ ଶୁକ୍ରବାର ଠାରୁ କାର୍ଯ୍ୟକାରୀ ହୋଇଛି। ରାଜ୍ୟ ସରକାରଙ୍କ ଗୃହ ବିଭାଗ ନୂତନ ଧର୍ମାନ୍ତରୀକରଣ ଆଇନର ଏକ ଗେଜେଟ୍ ବିଜ୍ଞପ୍ତି ଜାରି କରିଛି। ଏହି ବିଜ୍ଞପ୍ତି ପରେ, ଧର୍ମାନ୍ତରୀକରଣ ସହିତ ଜଡିତ ମାମଲାଗୁଡ଼ିକ ଏବେ ନୂତନ ଆଇନ ଅନୁଯାୟୀ ପଞ୍ଜୀକୃତ ହେବ। ଶୁକ୍ରବାର ଠାରୁ କାର୍ଯ୍ୟକାରୀ ହୋଇଥିବା ଏହି ଆଇନ ଅନୁଯାୟୀ, ସ୍ୱେଚ୍ଛାକୃତ ଧର୍ମାନ୍ତରୀକରଣ ପାଇଁ ମଧ୍ୟ ପୂର୍ବରୁ ସରକାରୀ ଅନୁମୋଦନ ଆବଶ୍ୟକ ହେବ। … Read more

ମହିଳା ବିଶ୍ୱକପ୍‌ :ଫାଇନାଲ ରେ ଭାରତ

ମୁମ୍ବାଇ: ମହିଳା ଦିନିକିଆ କ୍ରିକେଟ ବିଶ୍ୱକପ୍‌ରେ ଭାରତୀୟ ଦଳ ଦ୍ୱିତୀୟ ଦଳ ଭାବେ ଫାଇନାଲରେ ପ୍ରବେଶ କରିଛି। ଗୁରୁବାର ଖେଳାଯାଇଥିବା ଦ୍ୱିତୀୟ ସେମିଫାଇନାଲରେ ଭାରତ ୫ ଉଇକେଟରେ ଅଷ୍ଟ୍ରେଲିଆକୁ ପରାସ୍ତ କରିଛି। ଅଷ୍ଟ୍ରେଲିଆ ପକ୍ଷରୁ ଧାର୍ଯ୍ୟ ୩୩୯ ରନର ଟାର୍ଗେଟକୁ ଜେମିମା ରୋଡ୍ରିଗ୍ସଙ୍କ ଅପରାଜିତ ୧୨୭ ରନର ପାଳି ବଳରେ ଭାରତ ୪୮.୩ ଓଭରରେ ୫ ଉଇକେଟ ହରାଇ ବିଜୟ ହାସଲ କରି ନେଇଥିଲା। ଏହି ବିଜୟ ସହ ଭାରତ ତୃତୀୟ ଥର ପାଇଁ ମହିଳା ବିଶ୍ୱକପ୍‌ … Read more

NESCO ଗ୍ରାଉଣ୍ଡରେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ…

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମୁମ୍ବାଇର NESCO ଗ୍ରାଉଣ୍ଡରେ ଚାଲିଥିବା ଭାରତ ସାମୁଦ୍ରିକ ସପ୍ତାହ ୨୦୨୫ ପାଳନ ଅବସରରେ ଆନ୍ତର୍ଜାତୀୟ ସ୍ତରରେ ପ୍ରଶଂସିତ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକଙ୍କୁ ଭେଟିଥିଲେ। ପ୍ରଧାନମନ୍ତ୍ରୀ ତାଙ୍କ ଚମତ୍କାର ବାଲୁକା କଳାକୁ ପ୍ରଶଂସା ମଧ୍ୟ କରିଥିଲେ। ଚଳିତ ବର୍ଷ ସୁଦର୍ଶନ ପ୍ରସିଦ୍ଧ ବାଲି ଯାତ୍ରା ଥିମ୍ “ଓଡିଶାରୁ ଇଣ୍ଡୋନେସିଆ: ଐତିହ୍ୟ ଯାତ୍ରା” ଶୀର୍ଷକରେ ଭାରତର ପ୍ରାଚୀନ ସାମୁଦ୍ରିକ ଐତିହ୍ୟକୁ ଦର୍ଶାଇଛନ୍ତି। ଓଡିଶାରୁ ଆସିଥିବା ସୁଦର୍ଶନଙ୍କ ସୃଜନଶୀଳତାରେ ମୋଦି ପ୍ରଭାବିତ ହୋଇଥିଲେ ଓ … Read more

ଦେଶରେ ସବୁ ପୋଲିସ ପିନ୍ଧିବେ ଗୋଟିଏ ପ୍ରକାର ଖାକି ପୋଷାକ..

ନୂଆଦିଲ୍ଲୀ: ଖୁବଶୀଘ୍ର ଦେଶରେ ‘ଗୋଟିଏ ଦେଶ, ଗୋଟିଏ ପୋଲିସ ୟୁନିଫର୍ମ’ ନୀତି ଲାଗୁ ହେବାର ସମ୍ଭାବନା ରହିଛି । ଏଥିପାଇଁ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ସରକାର ଓଡ଼ିଶା ସମେତ ୧୬ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ପୋଲିସ ମୁଖ୍ୟ ଚିଠି ଲେଖିଛନ୍ତି । ନଭେମ୍ବର ୪ ସୁଦ୍ଧା ବର୍ତ୍ତମାନ ବ୍ୟବହୃତ ହେଉଥିବା ପୋଲିସ ୟୁନିଫର୍ମ ଏବଂ ତାର ଖର୍ଚ୍ଚ ବାବଦରେ ସବିଶେଷ ତଥ୍ୟ ଦେବାକୁ ନିର୍ଦ୍ଦେଶ ରହିଛି । ଓଡ଼ିଶା, ଆନ୍ଧ୍ର, ଅରୁଣାଚଳ, ଆସାମ, ଗୋଆ, … Read more

ସଲମାନ ଖାନଙ୍କୁ ଆତଙ୍କବାଦୀ ଘୋଷଣା ଖବର ମିଥ୍ୟା :ପାକ୍ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ

ଇସଲାମବାଦ: ବିଗତ କିଛି ଦିନ ହେବ ସଲମାନ ଖାନଙ୍କୁ ନେଇ ଚର୍ଚ୍ଚା ଜୋର ଧରିଛି । ପାକିସ୍ତାନ ତାଙ୍କୁ ଆତଙ୍କବାଦୀ ଘୋଷଣା କରିବା ପରେ ପ୍ରଶଂସକ କ୍ଷୋଭ ପ୍ରକାଶ କରିଛନ୍ତି । ପାକିସ୍ତାନକୁ ସାରା ବିଶ୍ୱରୁ କଡ଼ା ସମାଲୋଚନାର ସାମ୍ନା କରିବାକୁ ପଡ଼ୁଛି । ଶେଷରେ ପାକିସ୍ତାନ ସଫେଇ ଦେଇଛି । ପାକ୍ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ କହିଛି, ଏହା ଏକ ମିଥ୍ୟା ଖବର ଅଟେ । ସଲମାନଙ୍କ ନାମକୁ କୌଣସି ଆତଙ୍କବାଦୀ ତାଲିକାରେ ସାମିଲ … Read more

ସାହାରା ଇଣ୍ଡିଆକୁ ସମ୍ପତି ଜବତ ନୋଟିସ ଦେଲା ଇପିଏଫଓ

ନୂଆଦିଲ୍ଲୀ: କର୍ମଚାରୀ ଭବିଷ୍ୟ ନିଧି ସଂଗଠନ (ଇପିଏଫଓ) ସାହାରା ଇଣ୍ଡିଆ ଗୃପ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ଘୋଷଣା କରିଛି । କମ୍ପାନୀ ଦ୍ବାରା ଲକ୍ଷ ଲକ୍ଷ କର୍ମଚାରୀଙ୍କ ପାଇଁ ଜମା କରାଯାଇଥିବା ୧୧୮୦ କୋଟି ଟଙ୍କା ଭବିଷ୍ୟ ନିଧି (ପିଏଫ) ଓ ପେନସନ ବକେୟା ବିରୋଧରେ ଇପିଏଫଓ ସାହାରାର ସମ୍ପତି ଜବତ କରିବାକୁ ନୋଟିସ ଜାରି କରିଛି । ସାହାରାରେ ଦୀର୍ଘ ସମୟ ଧରି ଆର୍ଥିକ ଅନିୟମିତତା ମଧ୍ୟରେ ଏହି ଖବର ସାମ୍ନାକୁ ଆସିଛି । ଏଜେଣ୍ଟମାନଙ୍କୁ … Read more