ଲାଲକିଲ୍ଲା ନିକଟରେ ବିସ୍ଫୋରଣ: ୧୦ ମୃତ,୧୫ ରୁ ଅଧିକ ଆହତ

ନୂଆଦିଲ୍ଲୀ: ସୋମବାର ସନ୍ଧ୍ୟାରେ ଦିଲ୍ଲୀର ଐତିହାସିକ ଲାଲକିଲ୍ଲା ମେଟ୍ରୋ ଷ୍ଟେସନ ଗେଟ୍ ନମ୍ବର ୧ ନିକଟରେ ଏକ i20 କାର୍‌ରେ ହୋଇଥିବା ଶକ୍ତିଶାଳୀ ବିସ୍ଫୋରଣରେ ୧୦ଜଣଙ୍କର ମୃତ୍ୟୁ ଘଟିଛି ଏବଂ ଅନେକ ଲୋକ ଆହତ ହୋଇଛନ୍ତି। ଲାଲ କିଲ୍ଲା ଭଳି ଉଚ୍ଚ ସୁରକ୍ଷା ଅଞ୍ଚଳରେ ଏହିଭଳି ଘଟଣା ଘଟିବା ପରେ ଦେଶବ୍ୟାପୀ ହାଇ ଆଲର୍ଟ ଜାରି କରାଯାଇଛି। ସନ୍ଧ୍ୟା ପ୍ରାୟ ୬:୫୫ରେ ବିସ୍ଫୋରଣ ସମ୍ପର୍କରେ ସୂଚନା ମିଳିବା ପରେ ଦିଲ୍ଲୀ ଅଗ୍ନିଶମ ବାହିନୀର ୭ଟି ଗାଡ଼ି ଏବଂ … Read more

ଓଡିଶା ଝିଅକୁ ଆମେରିକାରେ ଶାରୀରିକ ଏବଂ ମାନସିକ ନିର୍ଯାତନା; ନିଜ ରାଜ୍ୟକୁ ଫେରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ କଲେ ଗୁହାରି

ଭୁବନେଶ୍ୱର: ଆମେରିକାରେ ରହୁଥିବା ବାଲେଶ୍ୱରର ଝିଅ ପୂଜା ନାୟକ ଓରଫ (ସେଜଲ ଜୋହନ) (୨୧) ଆମେରିକାରୁ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ଆକୁଳ ନିବେଦନ କରିଛନ୍ତି । ଏକ ଆମେରିକୀୟ ଦମ୍ପତିଙ୍କ ଦ୍ୱାରା ପୋଷ୍ୟକନ୍ୟା ଭାବେ ପାଳିତ ହେଉଥିବା ସେଜଲ ଏବେ ଅସୁବିଧାରେ ଥିବା କହିଛନ୍ତି । ଏକ ଭାବପ୍ରବଣ ଭିଡିଓ ବାର୍ତ୍ତା ଜାରି କରି ଆମେରିକାରେ ଶାରୀରିକ ଏବଂ ମାନସିକ ନିର୍ଯାତନାର ସମ୍ମୁଖୀନ ହେବା ବିଷୟରେ ବର୍ଣ୍ଣନା କରିଛନ୍ତି ।ସେ କହିବା ଅନୁସାରେ, ତାଙ୍କ ପାଳିତ ମାଆ … Read more

ଗୁଜରାଟରୁ ତିନି ଆତଙ୍କବାଦୀ ଗିରଫ

ଗୁଜୁରାଟ: ଗୁଜରାଟର ଆତଙ୍କବାଦ ନିରୋଧୀ ସ୍କ୍ୱାଡ୍‌ ଓ କେନ୍ଦ୍ରୀୟ ସୁରକ୍ଷା ଏଜେନ୍ସୀଗୁଡ଼ିକର ମିଳିତ ଉଦ୍ୟମରେ ୩ ଜଣ ଆତଙ୍କବାଦୀଙ୍କୁ ଗିରଫ କରାଯାଇଛି। ଆତଙ୍କବାଦୀ ସଂଗଠନ ଆଇଏସ୍ଆଇଏସ୍ ସହିତ ଏହି ୩ ଜଣଙ୍କର ସଂପର୍କ ଥିବା ବେଳେ ସେମାନେ ଦେଶର ବିଭିନ୍ନ ସ୍ଥାନରେ ଆକ୍ରମଣ କରିବାକୁ ଯୋଜନା କରିଥିଲେ ବୋଲି ଏଟିଏସ୍ କହିଛି। ଗିରଫ ଆତଙ୍କବାଦୀମାନେ ହେଉଛନ୍ତି, ଅହମଦ ମୋହିଉଦ୍ଦୀନ ସୈୟଦ, ମହମ୍ମଦ ସୁହେଲ ଓ ଆଜାଦ ସୈଫୀ। ୩୫ ବର୍ଷୀୟ ଅହମଦ ମୋହିଉଦ୍ଦୀନ ସୈୟଦ ଜଣେ ଡାକ୍ତର। … Read more

୩୨୫ କୋଟି ଟଙ୍କାର GST ଠକେଇ ମାମଲାର ମାଷ୍ଟରମାଇଣ୍ଡ ଚାଟାର୍ଡ ଆକାଉଣ୍ଟାଣ୍ଟ ନୀଲେଶ୍‌ ଗିରଫ

ଭୁବନେଶ୍ୱର: ଓଡ଼ିଶାର ଛୋଟ ଛୋଟ ବ୍ୟବସାୟୀଙ୍କ ଜିଏସ୍‌ଟି ନମ୍ବରକୁ ବ୍ୟବହାର କରି ୩୨୫ କୋଟି ଟଙ୍କା ଜିଏସ୍‌ଟି ଠକେଇ କରିଥିବା ବଡ଼ ରାକେଟ୍‌ କୁ କେନ୍ଦ୍ରୀୟ ଜିଏସ୍‌ଟି ଗୁଇନ୍ଦା ବିଭାଗ ଠାବ କରିଛି। ମାଷ୍ଟରମାଇଣ୍ଡ ତଥା ଚାଟାର୍ଡ ଆକାଉଣ୍ଟାଣ୍ଟ ନୀଲେଶ୍‌ ଯୋଗେଶ୍ ଜିଗିୱାଲାଙ୍କୁ ଜିଏସ୍‌ଟି ଗୁଇନ୍ଦା ବିଭାଗ ମୁମ୍ବାଇରୁ ଗିରଫ କରିଛି। ଗିରଫ ପରେ ତାଙ୍କୁ ମୁମ୍ବାଇରୁ ଟ୍ରାଞ୍ଜିଟ୍ ରିମାଣ୍ଡରେ ଭୁବନେଶ୍ଵର ଅଣାଯାଇଥିଲା। ଭୁବନେଶ୍ଵରରେ ପହଞ୍ଚିବା ପରେ ତାଙ୍କୁ କୋର୍ଟରେ ହାଜର କରାଯାଇଥିଲା। ଜାମିନ୍ ନାମଞ୍ଜୁର ହେବାରୁ … Read more

ଉତ୍ତରାଖଣ୍ଡରେ ଓଡ଼ିଆ ଝିଅ ହତ୍ୟା ଘଟଣା…

ଭୁବନେଶ୍ୱର: ଉତ୍ତରାଖଣ୍ଡ ଲାଲପୁରରେ ରହି ପଢ଼ୁଥିବା ଜଣେ ଓଡ଼ିଆ ଛାତ୍ରୀକୁ ହତ୍ୟା ଅଭିଯୋଗ ହୋଇଛି। ସେ ହେଲେ ରାୟଗଡ଼ା ଜିଲ୍ଲା ଜେକେପୁରର ସୃଷ୍ଟି ଶର୍ମା(୨୩)। ସୃଷ୍ଟି ରହୁଥିବା ଭଡ଼ା ଘର ମାଲିକଙ୍କ ପୁଅ ତାଙ୍କୁ ହତ୍ୟା କରି ମୃତଦେହକୁ ଚଦରରେ ଗୁଡ଼ାଇ ଇଟା ଓ ପଥର ବାନ୍ଧି ନଦୀରେ ଫିଙ୍ଗି ଦେଇଥିଲେ। ନଦୀରୁ ମୃତଦେହ ଲାଲପୁରର ପୁଲିସ ଉଦ୍ଧାର କରି ଅଭିଯୁକ୍ତ ଅମିତ କୁମାର ସିଂହକୁ ଗିରଫ କରିଛି। ସୃଷ୍ଟି ଉତ୍ତରାଖଣ୍ଡର ଲାଲପୁରର ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରାରେ … Read more

ବିହାରରେ ସରିଲା ପ୍ରଥମ ପର୍ଯ୍ୟାୟ ଭୋଟ

ବିହାର: ବିହାରରେ ପ୍ରଥମ ପର୍ଯ୍ୟାୟ ମତଦାନ ଗୁରୁବାର ଶେଷ ହୋଇଛି। ପ୍ରଥମ ପର୍ଯ୍ୟାୟରେ ୧୨୧ ଆସନରେ ମୋଟ ୧୩୧୪ ପ୍ରାର୍ଥୀ ପ୍ରତିଦ୍ଵନ୍ଦ୍ଵିତା କରୁଥିଲେ। ସେମାନଙ୍କ ଭାଗ୍ୟ ଇଭିଏମରେ ସିଲ୍‌ ହୋଇଯାଇଛି। ସନ୍ଧ୍ୟା ୫ଟା ସୁଦ୍ଧା ୬୦.୧୩ ପ୍ରତିଶତ ମତଦାନ ହୋଇଥିଲା।ଗୁରୁବାର ମତଦାନ ପ୍ରାୟତଃ ଶାନ୍ତିପୂର୍ଣ୍ଣ ଥିବାବେଳେ କେତେକ ଅଞ୍ଚଳରେ ହିଂସା ଦେଖିବାକୁ ମିଳିଥିଲା। ଲଖିସରାଇରେ ଉପମୁଖ୍ୟମନ୍ତ୍ରୀ ବିଜୟ କୁମାର ସିହ୍ନାଙ୍କ କାରକେଡକୁ ଆକ୍ରମଣ କରାଯାଇଥିଲା। ଉପମୁଖ୍ୟମନ୍ତ୍ରୀ ନିଜ ନିର୍ବାଚନମଣ୍ଡଳୀ ଅଞ୍ଚଳରେ ସମୀକ୍ଷା କରୁଥିବା ସମୟରେ ବହୁ ସଂଖ୍ୟକ … Read more

ପତଞ୍ଜଳିକୁ ଦିଲ୍ଲୀ ହାଇକୋର୍ଟଙ୍କ ସମାଲୋଚନା

ନୂଆଦିଲ୍ଲୀ: ସୁପ୍ରିମକୋର୍ଟଙ୍କ ପରେ ଏବେ ହାଇକୋର୍ଟ ବିବାଦୀୟ ବିଜ୍ଞାପନ ପାଇଁ ରାମଦେବ ବାବାଙ୍କ ପତଞ୍ଜଳି କମ୍ପାନୀକୁ ସମାଲୋଚନା କରିଛନ୍ତି। ଏଥର ଚ୍ୟବନପ୍ରାସ ବିଜ୍ଞାପନକୁ ନେଇ ଗୁରୁବାର ଦିଲ୍ଲୀ ହାଇକୋର୍ଟ କମ୍ପାନୀ ଉପରେ କଡ଼ା ଟିପ୍ପଣୀ କରିଛନ୍ତି। ଅନ୍ୟ କମ୍ପାନୀର ଚ୍ୟବନପ୍ରାସକୁ ଆପଣ କିଭଳି ଧୋକା ଭାବେ ଦର୍ଶାଇପାରିବେ? ବୋଲି ଦିଲ୍ଲୀ ହାଇକୋର୍ଟ କହିଛନ୍ତି। ଆପଣଙ୍କ ଭାଷାରେ ଅନ୍ୟ କମ୍ପାନୀମାନେ ଠକେଇ କରୁଛନ୍ତି ବୋଲି ଦିଲ୍ଲୀ ହାଇକୋର୍ଟ ପତଞ୍ଜଳିକୁ ପ୍ରଶ୍ନ କରିଛନ୍ତି। ଏନେଇ ଜଷ୍ଟିସ୍ ତେଜସ୍ କାରିଆଙ୍କ ଖଣ୍ଡପୀଠ … Read more

ଟ୍ରେନ୍ ଦୁର୍ଘଟଣାରେ ୧୦ ଜଣଙ୍କ ମୃତ୍ୟୁ

ଛତିଶଗଡ଼: ବିଳାସପୁର ଜିଲ୍ଲାରେ ମଙ୍ଗଳବାର ଅପରାହ୍ନ ପ୍ରାୟ ୪ଟା ବେଳେ ଏକ ଯାତ୍ରୀବାହୀ (ମେମୁ) ଓ ମାଲବାହୀ ଟ୍ରେନ୍ ମଧ୍ୟରେ ଧକ୍କା ହେବାରୁ ୧୦ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ପ୍ରାୟ ୩୦ ଜଣ ଆହତ ହୋଇଛନ୍ତି। ବିଳାସପୁର ଓ କାନ୍ତି ସେକ୍ସନ ମଧ୍ୟରେ ଲାଲ ଖାଦାନ ଅଞ୍ଚଳରେ ଏହି ଦୁର୍ଘଟଣା ଘଟିଛି। ଯାତ୍ରୀବାହୀ ଟ୍ରେନ୍‌ (ମେମୁ)ଟି ମାଲବାହୀ ଟ୍ରେନ୍‌କୁ ଏତେ ଜୋରରେ ଧକ୍କା ଦେଇଥିଲା ଯେ ଏହାର ଇଞ୍ଜିନ୍‌ ଓ ତତ୍‌ସଂଲଗ୍ନ ବଗି ମାଲବାହୀ ଟ୍ରେନ୍‌ … Read more

ତେଲେଙ୍ଗାନାରେ ବସ୍‌- ଟ୍ରକ୍‌ ମୁହାଁମୁହିଁ ଧକ୍କା; ୨୦ ମୃତ, ଅନେକ ଆହତ

ହାଇଦ୍ରାବାଦ: ଆଜି ସକାଳେ ରାଜ୍ୟର ରଙ୍ଗାରେଡ୍ଡି ଜିଲ୍ଲାରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। ଏକ ବସ୍ ଏବଂ ଏକ ଡମ୍ପର ଟ୍ରକ୍ ଧକ୍କାରେ ୨୦ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ଅନେକ ଆହତ ହୋଇଛନ୍ତି। ପୋଲିସ ଅନୁଯାୟୀ, ଏକ ପଥର ବୋଝେଇ ଡମ୍ପର ଟ୍ରକ୍ ଏକ ବସ୍ ସହିତ ମୁହାଁମୁହିଁ ଧକ୍କା ହୋଇଥିଲା। ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇବାର ଆଶଙ୍କା କରାଯାଉଛି। ବସଟିରେ ଅଧିକାଂଶ ପିଲା ଏବଂ ଅଫିସ ଯାଉଥିବା ଲୋକ ଥିବାବେଳେ ଯେଉଁମାନଙ୍କ ମଧ୍ୟରୁ … Read more

ପ୍ରଥମ ଥର ମହିଳା ବିଶ୍ୱକପ୍ ଜିତିଲା ଟିମ୍ ଇଣ୍ଡିଆ

ନଭିମୁମ୍ବାଇ: ଭାରତୀୟ ମହିଳା ଦଳ ଇତିହାସ ରଚିଛି। ମହିଳା ଏକଦିବସୀୟ ବିଶ୍ୱକପ୍ 2025 ର ଫାଇନାଲରେ ଟିମ୍ ଇଣ୍ଡିଆ ଦକ୍ଷିଣ ଆଫ୍ରିକାକୁ 52 ରନରେ ପରାସ୍ତ କରିଛି। ପ୍ରଥମେ ବ୍ୟାଟିଂ କରି ଭାରତ 50 ଓଭରରେ 7 ୱିକେଟ ହରାଇ 298 ରନ କରିଥିଲା। ଜବାବରେ ଦକ୍ଷିଣ ଆଫ୍ରିକା 246 ରନରେ ଅଲଆଉଟ୍ ହୋଇଯାଇଥିଲା।ଦୀପ୍ତି ଶର୍ମା ଚାରିଟି ୱିକେଟ ନେଇ ମ୍ୟାଚ୍‌ର ମୋଡ଼ ବଦଳାଇ ଦେଇଥିଲେ। ଏହି ମ୍ୟାଚରେ ଦକ୍ଷିଣ ଆଫ୍ରିକା ଟସ ଜିତି ପ୍ରଥମେ ବୋଲିଂ … Read more