ରାଜନୀତି ରୁ ସନ୍ନ୍ୟାସ ଘୋଷଣା କଲେ ଲାଲୁଙ୍କ ଝିଅ

ବିହାର: ଲାଲୁ ପ୍ରସାଦ ଯାଦବଙ୍କ ଝିଅ ରୋହିଣୀ ଆଚାର୍ଯ୍ୟ ବିହାର ନିର୍ବାଚନର ଫଳାଫଳ ପରେ ରାଜନୀତି ଛାଡିବା ନେଇ ଘୋଷଣା କରିଛନ୍ତି। ସେ ଏକ୍ସରେ ଲେଖିଛନ୍ତି, “ମୁଁ ରାଜନୀତି ଛାଡ଼ୁଛି ଓ ମୁଁ ମୋ ପରିବାର ସହ ସବୁ ସମ୍ପର୍କ ଚ୍ଛିନ୍ନ କରୁଛି। ସଞ୍ଜୟ ଯାଦବ ଓ ରମୀଜ ମୋତେ ଯାହା କହିଥିଲେ ମୁଁ ଏବେ ସେଇଆ କରୁଛି। ମୁଁ ସବୁ ଦୋଷ ନିଜ ମୁଣ୍ଡକୁ ନେଉଛି।” ଏଠାରେ ସେ ସବୁ ଦୋଷ ପାଇଁ ନିଜକୁ ଦାୟୀ … Read more

ଶ୍ରୀନଗରର ନୌଗାମ ପୋଲିସ ଷ୍ଟେସନ ପରିସରରେ ବିସ୍ଫୋରଣ ୯ ମୃତ୍ୟୁ, ୨୯ ଆହତ

ଜମ୍ମୁ କାଶ୍ମୀର: ଶ୍ରୀନଗର ସ୍ଥିତ ନୌଗାମ ପୁଲିସ ଥାନାରେ ହୋଇଥିବା ଏକ ବଡ ବିସ୍ଫୋରଣରେ ୯ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨୯ ରୁ ଅଧିକ ଜଣ ଆହତ ହୋଇଛନ୍ତି । ଏହାସହିତ ଅନେକ ଗାଡି ସମ୍ପୂର୍ଣ୍ଣ ଜଳିଯାଇଛି । ବିସ୍ଫୋରଣରେ ପୁଲିସ ଥାନାର କୋଠାର ଏକ ଅଂଶ ମଧ୍ୟ ନଷ୍ଟ ହୋଇଯାଇଛି । ବିସ୍ଫୋରଣ ଏତେ ଶକ୍ତିଶାଳୀ ଥିଲା ସେ ଶରୀରର ବିଭିନ୍ନ ଅଂଶ ଖଣ୍ଡ ଖଣ୍ଡ ହୋଇ ୩୦୦ ଫୁଟ ଦୂର ପର୍ଯ୍ୟନ୍ତ ବିଛାଡି ହୋଇ … Read more

ବିହାରରେ ଏନ୍‌ଡିଏର ବିପୁଳ ବିଜୟ

ଆଦିଲ୍ଲୀ : ବିହାରରେ ପୁଣି ଥରେ ଏନଡିଏ ସରକାର ଗଢ଼ିବାକୁ ଯାଉଛି । ସରକାର ଗଢ଼ିବାକୁ ଏନଡିଏକୁ ବାଛି ଥିବାରୁ ମୋଦି ସମସ୍ତ ବିହାର ବାସିନ୍ଦାଙ୍କୁ କୃତଜ୍ଞତା ଜଣାଇଛନ୍ତି । ବିହାର ନିର୍ବାଚନ ଫଳାଫଳ ପ୍ରକାଶ ପାଇବା ମଧ୍ୟରେ ମୋଦିରେ ଏକ୍ସରେ ପୋଷ୍ଟ କରି କହିଛନ୍ତି, ସୁଶାସନ, ବିକାଶ, ଜନ କଲ୍ୟାଣର ଭାବନା ଏବଂ ସାମାଜିକ ନ୍ୟାୟର ବିଜୟ ହୋଇଛି । ମୋଦି ଲେଖିଛନ୍ତି ଯେ ୨୦୨୫ ବିଧାନସଭା ନିର୍ବାଚନରେ ଏନଡିଏକୁ ଐତିହାସିକ ଏବଂ ଅଭୂତପୂର୍ବ ବିଜୟ … Read more

ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡାଙ୍କ ନୂଆଦିଲ୍ଲୀ ଗସ୍ତ…

ଭୁବନେଶ୍ୱର : ଆଜି ନୂଆଦିଲ୍ଲୀ ଗସ୍ତରେ ଯାଉଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା । ସେଠାରେ ସେ ୪୪ତମ ଅନ୍ତର୍ଜାତୀୟ ବାଣିଜ୍ୟ ମେଳାରେ ଯୋଗଦେଇ ଓଡ଼ିଶା ପାଭିଲିୟନକୁ ଉଦ୍‌ଘାଟନ କରିବେ । ଦିଲ୍ଲୀର ଭାରତ ମଣ୍ଡପମ୍‌ରେ ଆୟୋଜିତ ଏହି ମେଳାରେ ଓଡ଼ିଶା ପ୍ରତ୍ୟେକ ବର୍ଷ ଏକ ପ୍ରମୁଖ ରାଜ୍ୟ ଭାବେ ଅଂଶଗ୍ରହଣ କରି ନିଜର ଅବଦାନ ରଖିବା ସହ ରାଜ୍ୟର ଐତିହ୍ୟ, କଳା, ପରମ୍ପରା, ସଂସ୍କୃତିର ପ୍ରଦର୍ଶନ ଜାରି ରଖିଛି ।ସେହିପରି ୧୫ ତାରିଖରେ ସେ ଦିନିକିଆ ବେଙ୍ଗାଲୁରୁ … Read more

ଅଲ-ଫଲାହ ୟୁନିଭର୍ସିଟି ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ, ରଦ୍ଦ ହେଲା’ଏଆଇୟୁ’ ସଦସ୍ୟତା

ନୂଆଦିଲ୍ଲୀ: ଲାଲକିଲ୍ଲା ନିକଟରେ ହୋଇଥିବା ଆତଙ୍କବାଦୀ ବିସ୍ଫୋରଣକୁ ନେଇ ଅଲ-ଫଲାହ ୟୁନିଭର୍ସିଟି ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଆସୋସିଏସନ ଅଫ ଇଣ୍ଡିଆନ ୟୁନିୟନ (ଏଆଇୟୁ) ହରିୟାଣାର ଫରିଦାବାଦସ୍ଥିତ ଅଲ-ଫଲାହ ୟୁନିଭର୍ସିଟିର ସଦସ୍ୟତା ରଦ୍ଦ କରିଦେଇଛି। ଏଣୁ ଅଲ-ଫଲାହକୁ ତତ୍କାଳ ପ୍ରଭାବରେ ଏଆଇୟୁର ଲୋଗୋ ହଟେଇବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହି ୟୁନିଭର୍ସିଟିର କେତେକ ଡାକ୍ତରଙ୍କୁ ଦିଲ୍ଲୀ ବୋମା ବିସ୍ଫୋରଣ ମାମଲାରେ ଯାଞ୍ଚ ଏଜେନ୍ସୀ ଗିରଫ କରିଛନ୍ତି। ଅଲ-ଫଲାହ ୟୁନିଭର୍ସିଟି ତା ୱେବସାଇଟ୍ ରେ ପାଠ୍ୟକ୍ରମକୁ ନେଇ ଭୂଲ ସୂଚନା … Read more

ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ହେବେ ମୁହାଁମୁହିଁ

କଟକ: ଆସନ୍ତା ଡିସେମ୍ବର ୯ରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ହେବାକୁ ଥିବା ଅନ୍ତର୍ଜାତୀୟ ଟି-୨୦ ମ୍ୟାଚ୍‌ ଯେପରି ସୁବ୍ୟବସ୍ଥିତ ଓ ସୁନିୟନ୍ତ୍ରିତ ଭାବେ ଆୟୋଜନ ହେବ ସେଥିପାଇଁ ସମସ୍ତ ବ୍ୟବସ୍ଥାକୁ ତ୍ରୁଟିଶୂନ୍ୟ ଭାବେ କାର୍ଯ୍ୟକାରୀ କରିବାକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବୁଧବାର ପରାମର୍ଶ ଦେଇଛନ୍ତି।ଲୋକସେବା ଭବନଠାରେ ବାରବାଟୀ ଷ୍ଟାଡିୟମରେ ହେବାକୁ ଥିବା ଟି-୨୦ ମ୍ୟାଚ୍‌ ଆୟୋଜନ ପାଇଁ ଏକ ପ୍ରସ୍ତୁତି ବୈଠକରେ ଅଧ୍ୟକ୍ଷତାକରି ମୁଖ୍ୟମନ୍ତ୍ରୀ ଓଡ଼ିଶା କ୍ରିକେଟ ଆସୋସିଏସନ ଓ ରାଜ୍ୟ ପ୍ରଶାସନର … Read more

ହସପିଟାଲରେ ଆହତଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭୁଟାନରୁ ଫେରିବା ପରେ ସିଧାସଳଖ ଲାଲକିଲ୍ଲା ବିସ୍ଫୋରଣରେ ଆହତଙ୍କୁ ଦିଲ୍ଲୀ ସ୍ଥିତ ଏଲଏନଜେପି ହସପିଟାଲରେ ଭେଟିଛନ୍ତି । ପ୍ରଧାନମନ୍ତ୍ରୀ ଆହତଙ୍କୁ ବ୍ୟକ୍ତିଗତ ଭାବେ ସାକ୍ଷାତ କରି ଶୀଘ୍ର ସୁସ୍ଥ ହେବାକୁ କାମନା କରିଛନ୍ତି । ହସପିଟାଲର ଡାକ୍ତର ପୀଡିତଙ୍କ ଚିକିତ୍ସା ସ୍ଥିତି ବିଷୟରେ ସୂଚନା ଦେଇଛନ୍ତି । ଦିଲ୍ଲୀ ବିସ୍ଫୋରଣ ପରେ ଭୁଟାନରୁ ମୋଦି କହିଥିଲେ, ଷଡଯନ୍ତ୍ରରେ ସାମିଲ ଥିବା କୌଣସି ବ୍ୟକ୍ତିଙ୍କୁ ଛଡାଯିବ ନାହିଁ ।ସୂଚନାଯୋଗ୍ୟ, ଦିଲ୍ଲୀର ଲାଲକିଲ୍ଲା … Read more

ଦିଲ୍ଲୀ ବ୍ଲାଷ୍ଟ ଘଟଣା ଆତ୍ମଘାତୀ ନୁହେଁ, ଆକସ୍ମିକ ଥିଲା ବିସ୍ଫୋରଣ

ନୂଆଦିଲ୍ଲୀ: ଦିଲ୍ଲୀ ବିସ୍ଫୋରଣ ଆତ୍ମଘାତୀ ନଥିଲା। ବିସ୍ଫୋରକ ନେଇ ଯାଉଥିବା ସମୟରେ ଭୁଲ୍ ବଶତଃ ବିସ୍ଫୋରଣ ଘଟିଥିଲା ବୋଲି ଗୁଇନ୍ଦା ସୂତ୍ରରୁ ସୂଚନା ମିଳିଛି। ଜାତୀୟ ଖବର ସରବରାହ ସଂସ୍ଥା ଏଏନଆଇ ସହ ଅନ୍ୟ ଜାତୀୟ ଗଣମାଧ୍ୟମରେ ଏ ସମ୍ପର୍କିତ ଖବର ପ୍ରକାଶ ପାଇଛି।ସୋମବାର ଦିନ ଦେଶବ୍ୟାପୀ ଆତଙ୍କବାଦୀ ସନ୍ଦେହଜନକ ବ୍ୟକ୍ତିମାନଙ୍କ ଉପରେ ଚଢ଼ାଉ କରାଯାଇଥିଲା। ହରିୟାଣାର ଫରିଦାବାଦରେ ୨,୯୦୦ କିଲୋଗ୍ରାମ ବୋମା ତିଆରିରେ ବ୍ୟବହୃତ ରାସାୟନିକ ପଦାର୍ଥ ଜବତ ହୋଇଥିଲା। ଯାହା ଏଥିରେ ଜଡିତ ବ୍ୟକ୍ତିମାନଙ୍କୁ … Read more

ପତଞ୍ଜଳିକୁ ୭୨ ଘଣ୍ଟା ମଧ୍ୟରେ ସମସ୍ତ ପ୍ଲାଟଫର୍ମରୁ ବିଜ୍ଞାପନ ହଟାଇବାକୁ ନିର୍ଦ୍ଦେଶ

ନୂଆଦିଲ୍ଲୀ: ଦିଲ୍ଲୀ ହାଇକୋର୍ଟ ପତଞ୍ଜଳି ଆୟୁର୍ବେଦକୁ ଅନ୍ୟ ଚ୍ୟବନପ୍ରାଶ ବ୍ରାଣ୍ଡକୁ “ଧୋକା” ବୋଲି ବର୍ଣ୍ଣନା କରୁଥିବା ବିଜ୍ଞାପନ ପ୍ରକାଶନ କିମ୍ବା ପ୍ରସାରଣ କରିବାରୁ ନିଷେଧ କରିଛନ୍ତି। ଏହା ସହିତ ତିନି ଦିନ ମଧ୍ୟରେ ସମସ୍ତ ଟେଲିଭିଜନ, ଡିଜିଟାଲ୍ ଏବଂ ପ୍ରିଣ୍ଟ୍ ପ୍ଲାଟଫର୍ମରୁ ବିଜ୍ଞାପନଟିକୁ ହଟାଇବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। କୋର୍ଟ ରାୟ ଦେଇଛନ୍ତି ଯେ ତୁଳନାତ୍ମକ ବିଜ୍ଞାପନକୁ ଅନୁମତି ଦିଆଯାଇପାରେ, କିନ୍ତୁ ଯେଉଁ ବିଜ୍ଞାପନଗୁଡ଼ିକ ଅନ୍ୟମାନଙ୍କୁ ଅପମାନିତ କରେ କିମ୍ବା ମିଥ୍ୟା ଏବଂ ଭ୍ରାମକ ବୟାନ ଦିଏ, … Read more

ଏକଜିଟ ପୋଲ ଆକଳନ NDAକୁ ମିଳିପାରେ ବହୁମତ

ବିହାର : ବିହାର ବିଧାନସଭା ନିର୍ବାଚନର ଦ୍ୱିତୀୟ ତଥା ଅନ୍ତିମ ପର୍ଯ୍ୟାୟ ମତଦାନ ଶେଷ ହୋଇଛି । ୨୪୩ଆସନ ବିଶିଷ୍ଟ ବିହାର ବିଧାନସଭାରେ ପ୍ରଥମ ପର୍ଯ୍ୟାୟରେ ୧୨୧ କ୍ଷେତ୍ରରେ ମତଦାନ ହୋଇଥିବା ବେଳେ ଅନ୍ତିମ ପର୍ଯ୍ୟାୟରେ ୧୨୨ଟି ଆସନ ପାଇଁ ଭୋଟ ପଡିଛି । ଉଭୟ ପର୍ଯ୍ୟାୟରେ ଯଥାକ୍ରମେ ୧୩୧୪ ଓ ୧୩୦୨ (ମୋଟ୍ ୨୬୨୬) ପ୍ରାର୍ଥୀଙ୍କ ଭାଗ୍ୟ ଇଭିଏମରେ ସିଲ ହୋଇଛି । ପ୍ରଥମ ପର୍ଯ୍ୟାୟରେ ୬୪.୪୬ ପ୍ରତିଶତ ରେକର୍ଡ ମତଦାନ ହୋଇଥିବା ବେଳେ ଦ୍ୱିତୀୟ … Read more