February 26, 2026 12:15 am

କେନ୍ଦ୍ର ସରକାରଙ୍କ ଆପତ୍ତି ପରେ X ଡିଲିଟ କଲା ୬୦୦ ଆକାଉଣ୍ଟ୍

ନୂଆଦିଲ୍ଲୀ: ସୋସିଆଲ ମିଡିଆ ପ୍ଲାଟଫର୍ମ ୬୦୦ ଆକାଉଣ୍ଟ ଡିଲିଟ କରିଛି ଏବଂ ୩,୫୦୦ରୁ ଅଧିକ ପୋଷ୍ଟ ତାର ପ୍ଲାଟଫର୍ମରୁ ହଟାଇ ଦେଇଛି। X ରେ ଅଶ୍ଳୀଳ ବିଷୟବସ୍ତୁ ଉପରେ କେନ୍ଦ୍ର ସରକାର ଆପତ୍ତି କରିବା ପରେ X ଏହି ପଦକ୍ଷେପ ନେଇଛି। X ସରକାରଙ୍କୁ ପ୍ରତିଶ୍ରୁତି ଦେଇଛି ଯେ ଏହା ପ୍ଲାଟଫର୍ମରେ ଅଶ୍ଳୀଳ ବିଷୟବସ୍ତୁ ପ୍ରକାଶ କରିବାକୁ ଦେବ ନାହିଁ ଏବଂ ସରକାରୀ ନିୟମ ପାଳନ କରିବ।ଭାରତ ସରକାର ଏକ୍ସର ଏଆଇ ଉପକରଣ, ଗ୍ରୋକ୍ ମାଧ୍ୟମରେ ଅଶ୍ଳୀଳ ଏବଂ ଆପତ୍ତିଜନକ ବିଷୟବସ୍ତୁ ପ୍ରସାରଣ ଉପରେ ଗମ୍ଭୀର ଚିନ୍ତା ପ୍ରକଟ କରିଛନ୍ତି। ସରକାରୀ ଏଜେନ୍ସି ଗୁଡ଼ିକ କହିଛନ୍ତି ଯେ ଗ୍ରୋକ୍ କେବଳ ନକଲି ପ୍ରୋଫାଇଲ୍ ତିଆରି କରିବା ପାଇଁ ନୁହେଁ, ବରଂ ଅନଲାଇନ୍ ମହିଳାମାନଙ୍କୁ ହଇରାଣ ଏବଂ ଟାର୍ଗେଟ କରିବା ପାଇଁ ମଧ୍ୟ ବ୍ୟବହାର କରାଯାଉଥିଲା। ଏ ସମ୍ପର୍କରେ ସରକାର କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ଚେତାବନୀ ଦେଇଥିଲେ ଏବଂ ଏକ୍ସ ଠାରୁ ରିପୋର୍ଟ ମାଗିଥିଲେ।