February 26, 2026 3:42 am

ମହାକାଶକୁ ଗଲା ଓଡିଶା ନିର୍ମିତ ପ୍ରଥମ ସାଟେଲାଇଟ୍

ନୂଆଦିଲ୍ଲୀ: ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ) ପୋଲାର ସାଟେଲାଇଟ୍ ଲଞ୍ଚ ଯାନ (ପିଏସ୍‌ଏଲ୍‌ଭି) ସି୬୨ ମିଶନର ଉତକ୍ଷେପଣ ହୋଇଛି । ଅନ୍ବେଷା ସହ ମହାକାଶକୁ ଗଲା ଓଡ଼ିଶା ନିର୍ମିତ ଉପଗ୍ରହ CGUSAT-1 । ଆନ୍ଧ୍ର ଶ୍ରୀହରିକୋଟାରୁ PSLV-C62 ରକେଟ ଯୋଗେ ଉତ୍‌କ୍ଷେପଣ ହୋଇଛି । ଅନ୍ବେଷା ସହ ୧୫ ଛୋଟ ସାଟେଲାଇଟ୍ ମଧ୍ୟରେ ରହିଛି CGUSAT-1 । ଭୁବନେଶ୍ବର ସିଭି ରମଣ ଗ୍ଲୋବାଲ୍ ୟୁନିଭର୍ସିଟି ଦ୍ବାରା ନିର୍ମିତ CGUSAT-1 । ଭାରତୀୟ ମହାକାଶ ଗବେଷଣା ସଂସ୍ଥା ISRO ଏବଂ NSIL ମିଳିତ ଭାବେ ଆଜି ଶ୍ରୀହରିକୋଟାରୁ PSLV-C62 ରକେଟ୍ ଉତ୍କ୍ଷେପଣ କରିଛନ୍ତି । ରାଷ୍ଟ୍ରୀୟ ସୁରକ୍ଷାକୁ ଆହୁରି ମଜଭୁତ୍ କରିବ ‘ଅନ୍ବେଷା’ । ଶତ୍ରୁ ଉପରେ ତୀକ୍ଷଣ ନଜର ରଖିବ ‘ଅନ୍ବେଷା’ । ବିଶେଷ କରି ଚୀନ୍‌ ଓ ପାକିସ୍ତାନ ଉପରେ କଡା ନଜର ରଖିବ ଦିବ୍ୟ ଦୃଷ୍ଟି ସାଟେଲାଇଟ୍‌ । ନିର୍ଦ୍ଦାରୀତ ସମୟ ସକାଳ ୧୦ଟା ୧୮ମିନିଟରେ ଆନ୍ଧ୍ରର ଶ୍ରୀହରିକୋଟା ସତୀଶ ଧାୱନ ସ୍ପେସ୍‌ ସେଣ୍ଟରରୁ ପିଏସଏଲଭି-ସି୬୨ ରକେଟ୍‌ ଲଞ୍ଚ କରାଯାଇଛି । ISRO କହିଛି ଯେ ୨୬୦ ଟନ୍ ଓଜନର PSLV-C62 ରକେଟର ଉତକ୍ଷେପଣ ହୋଇଛି। ISRO ସୂତ୍ର ଅନୁଯାୟୀ ରବିବାର ଦିନ ୧୨ଟା ୪୮ରେ କାଉଣ୍ଟଡାଉନ୍ ଆରମ୍ଭ ହୋଇଥିଲା। PSLV-C62/EOS-N1 ମିଶନ ଅଧୀନରେ, ରକେଟ୍ ଥାଇଲ୍ୟାଣ୍ଡ ଏବଂ ବ୍ରିଟେନ ଦ୍ୱାରା ନିର୍ମିତ ପୃଥିବୀ ପର୍ଯ୍ୟବେକ୍ଷଣ ସାଟେଲାଇଟ୍ (EOS)କୁ ଉତ୍ତୋଳନ କରିବାର ପ୍ରାୟ ୧୭ ମିନିଟ୍ ପରେ ୧୩ଟି ଅନ୍ୟ ଉପଗ୍ରହ ସହିତ ଉଦ୍ଦିଷ୍ଟ ସୂର୍ଯ୍ୟ-ସମକାଳୀନ କକ୍ଷପଥରେ ସ୍ଥାପନ କରିବ। ତଥାପି, ରକେଟ୍ ର ଚତୁର୍ଥ ପର୍ଯ୍ୟାୟ (PS4) ର ପୃଥକୀକରଣ ଏବଂ ସ୍ପାନିସ୍ ଷ୍ଟାର୍ଟଅପ୍ ର କେଷ୍ଟ୍ରେଲ୍ ଇନିସିଆଲ୍ ଟେକ୍ନୋଲୋଜି ଡେମୋନଷ୍ଟ୍ରେଟର୍ (KID) କ୍ୟାପସୁଲର ପ୍ରଦର୍ଶନ ଉତକ୍ଷେପଣର ଦୁଇ ଘଣ୍ଟା ପରେ ହେବାର ଆଶା କରାଯାଉଛି।