February 26, 2026 4:38 am

ରୁଷ ସେନା ଖସେଇଦେଲା ୟୁକ୍ରେନୀୟ F-16 ଲଢ଼ୁଆ ବିମାନ

ନୂଆଦିଲ୍ଲୀ: ରୁଷ ସେନା ଏକ ୟୁକ୍ରେନୀୟ F-16 ଲଢ଼ୁଆ ବିମାନକୁ ଖସାଇ ଦେଇଥିବା ଦାବି କରିଛି। ଏହି ଜେଟକୁ ଖସାଇ ୟୁକ୍ରେନ ଏବଂ ଆମେରିକା ଉଭୟଙ୍କୁ ଚ୍ୟାଲେଞ୍ଜ କରିଛି ରୁଷ । F-16 ହେଉଛି ଆମେରିକାର ଯୁଦ୍ଧ ବିମାନ। ରୁଷ ଦାବି କରିଛି ଯେ, ଏହାର ବାୟୁ ପ୍ରତିରକ୍ଷା ବ୍ୟବସ୍ଥା କେବଳ ଦୁଇଟି କ୍ଷେପଣାସ୍ତ୍ର ସାହାଯ୍ୟରେ ଲଢ଼ୁଆ ବିମାନକୁ ସମ୍ପୂର୍ଣ୍ଣ ଧ୍ୱଂସ କରିଛି।
ସୂଚନା ଅନୁଯାଇ ଏକ ସାକ୍ଷାତକାରରେ ଜଣେ ରୁଷ କମାଣ୍ଡର କହିଛନ୍ତି ଯେ, ସେମାନଙ୍କର S-300 ବାୟୁ ପ୍ରତିରକ୍ଷା ପ୍ରଣାଳୀ ଏକ F-16 ଲଢ଼ୁଆ ବିମାନକୁ ଖସାଇ ଦେଇଛି । ସେ କହିଛନ୍ତି ଯେ, ଆମେରିକା ଦ୍ୱାରା ୟୁକ୍ରେନକୁ ଯୋଗାଇ ଦିଆଯାଇଥିବା ଏହି ଲଢ଼ୁଆ ବିମାନ ସେମାନଙ୍କର ଲକ୍ଷ୍ୟରେ ଥିଲା। S-300 ଦୁଇଟି କ୍ଷେପଣାସ୍ତ୍ର ନିକ୍ଷେପ କରିଥିଲା, ଯାହା ମଧ୍ୟରୁ ପ୍ରଥମଟି ବିମାନକୁ କ୍ଷତି ପହଞ୍ଚାଇଥିଲା ଏବଂ ଦ୍ୱିତୀୟଟି ଏହାକୁ ସମ୍ପୂର୍ଣ୍ଣ ନଷ୍ଟ କରିଦେଇଥିଲା।ଦାବି ହେଉଥିଲା ଏହି ଲଢ଼ୁଆ ବିମାନକୁ ଧ୍ବଂସ କରାଯାଇ ପାରିବନାହିଁ । କିନ୍ତୁ ବାସ୍ତବ ରେ ଆମେ ଏହା କରିଦେଖାଇଛୁ l