ସ୍କୁଲ ବସ୍ ଖସିଲା ନଦୀକୁ

ମଧ୍ୟପ୍ରଦେଶ: ଜୋହର ଗାଁ ନିକଟରେ ଏକ ସ୍କୁଲ ବସ୍ ନଦୀକୁ ଖସିପଡ଼ିବାରୁ ଅନେକ ପିଲା ଆହତ ହୋଇଥିଲେ। ସେଥି ମଧ୍ୟରୁ ୬ ଜଣ ଗୁରୁତର ଥିବା ଜଣାପଡିଥିଲା । ଖବର ଅନୁସାରେ, ଆଜି ସକାଳ ପ୍ରାୟ ୧୧ଟା ବେଳେ ୨୫ ଜଣ ପିଲାଙ୍କୁ ନେଇ ଯାଉଥିବା ଏକ ବସ୍ ଜାହୋଦ ନଦୀକୁ ଖସିପଡ଼ିଥିଲା। ଘଟଣା ପରେ ପ୍ରାୟ ୧.୩୦ ସମୟରେ ୬ ଜଣ ପିଲାଙ୍କୁ ଗୁରୁତର ଅବସ୍ଥାରେ ମେଡିକାଲକୁ ନିଆଯାଇଥିଲା। ଭର୍ତ୍ତି ହୋଇଥିବା ୬ ଜଣ ପିଲାଙ୍କ … Read more

ଆସନ୍ତା କାଲି ଓଡିଶା ଆସୁଛନ୍ତି ଭାରତର ପ୍ରଧାନ ବିଚାରପତି ଜଷ୍ଟିସ ସୂର୍ଯ୍ୟକାନ୍ତ

କଟକ : ଆସନ୍ତା ୧୪ ତାରିଖରେ ଓଡିଶା ଆସୁଛନ୍ତି ଭାରତର ପ୍ରଧାନ ବିଚାରପତି ଜଷ୍ଟିସ ସୂର୍ଯ୍ୟକାନ୍ତ। ଓଡିଶା ହାଇକୋର୍ଟ ବାର ଆସୋସିଏସନ ପକ୍ଷରୁ ଆୟୋଜିତ ସାଧାରଣ ଲୋକଙ୍କ ପାଇଁ ନ୍ୟାୟ ସୁନିଶ୍ଚିତ, ମାମଲା ଖର୍ଚ୍ଚ ଏବଂ ବିଳମ୍ବ ହ୍ରାସ କରିବା ପାଇଁ ରଣନୀତି ଶୀର୍ଷକ ଆଲୋଚନା ଚକ୍ରରେ ମୁଖ୍ୟ ଅତିଥି ଭାବେ ଯୋଗ ଦେବେ ପ୍ରଧାନ ବିଚାରପତି। କଟକ ଶହୀଦ ଭବନରେ ଆୟୋଜିତ କାର୍ଯ୍ୟକ୍ରମରେ ଓଡିଶା ହାଇକୋର୍ଟ ମୁଖ୍ୟ ବିଚାରପତି ଜଷ୍ଟିସ ହରିଶ ଟଣ୍ଡନ ମୁଖ୍ୟ ବକ୍ତା, ଆଡଭୋକେଟ ଜେନେରାଲ … Read more

ଜନଗଣନା ପାଇଁ ଖର୍ଚ୍ଚ ହେବ ୧୧ ହଜାର ୭୧୮ କୋଟି ଟଙ୍କା

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ଶୁକ୍ରବାର ତିନୋଟି ପ୍ରମୁଖ ନିଷ୍ପତ୍ତି ନେଇଛି। ପ୍ରଥମତଃ ୨୦୨୭ ଜନଗଣନା ସମ୍ପର୍କରେ ଏକ ବଡ଼ ନିଷ୍ପତ୍ତି ନିଆଯାଇଛି। ଏଥିପାଇଁ ୧୧,୭୧୮ କୋଟି ଟଙ୍କାର ବଜେଟ ପାରିତ ହୋଇଛି। ଦ୍ୱିତୀୟତଃ, କୋଇଲା ଏବଂ ଶକ୍ତି କ୍ଷେତ୍ରରେ ଏକ ବଡ଼ ସଂସ୍କାର କରାଯାଇଛି। ତୃତୀୟତଃ, କୃଷକମାନଙ୍କ ସହ ଜଡିତ ଏକ ନିଷ୍ପତ୍ତି ନିଆଯାଇଛି।କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି, ୨୦୨୭ ଜନଗଣନା ପ୍ରଥମ ଡିଜିଟାଲ ଜନଗଣନା ହେବ। ତଥ୍ୟ … Read more

ଲୋକସଭାର ବାଚସ୍ପତି ଓ ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ

ନୂଆଦିଲ୍ଲୀ: ପୂର୍ବତନ କେନ୍ଦ୍ରମନ୍ତ୍ରୀ ଏବଂ ବରିଷ୍ଠ କଂଗ୍ରେସ ନେତା ତଥା ଲୋକସଭାର ପୂର୍ବତନ ବାଚସ୍ପତି ଶିବରାଜ ପାଟିଲଙ୍କ ଆଜି ସକାଳ ସାଢ଼େ ୬ଟା ସମୟରେ ଦେହାନ୍ତ ହୋଇଛି। ଦୀର୍ଘ ଦିନ ଧରି ଅସୁସ୍ଥତା ହେତୁ ସେ ଘରେ ଚିକିତ୍ସାଧୀନ ଥିଲେ। ମୃତ୍ୟୁ ବେଳକୁ ତାଙ୍କୁ ୯୧ ବର୍ଷ ବୟସ ହୋଇଥିଲା। ମହାରାଷ୍ଟ୍ରର ଲାତୁର ଠାରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ଶିବରାଜ ପାଟିଲ ପୂର୍ବରୁ ଲୋକସଭାର ବାଚସ୍ପତି ଭାବରେ କାର୍ଯ୍ୟ କରିଥିଲେ ଏବଂ ଏକାଧିକ ବାର … Read more

କଂଗ୍ରେସର ଆପୋଷ ବିବାଦର ସମାଧାନ ହେବ ଦିଲ୍ଲୀରେ

ଭୁବନେଶ୍ୱର: କଂଗ୍ରେସର ପରିଚାଳନା ନେଇ ଅସନ୍ତୋଷ ପ୍ରକାଶ କରି ଦଳର ନେତ୍ରୀ ସୋନିଆ ଗାନ୍ଧୀଙ୍କ ନିକଟକୁ ଚିଠି ଲେଖିଥିଲେ କଂଗ୍ରେସର ବରିଷ୍ଠ ନେତା ମହମ୍ମଦ ମୋକିମ୍‌ । ଏହାକୁ ନେଇ ଅଧିକାଂଶ ନେତା ଏନେଇ ମୁହଁ ଖୋଲୁନଥିବା ବେଳେ ମୋକିମ୍‌ ଯାହା କରିଛନ୍ତି, ତାହା ଠିକ୍ ନୁହେଁ ବୋଲି ମତ ଦେଇଛନ୍ତି। ଏହାକୁ ନେଇ କଂଗ୍ରେସର ଆଭ୍ୟନ୍ତରୀଣ ରାଜନୀତି ସରଗରମ ହୋଇଛି। କିଛି ବରିଷ୍ଠ ‌ନେତା ଏ ସମ୍ପର୍କରେ ମୁହଁ ଖୋଲିଥିଲା ବେଳେ ଅନ୍ୟମାନେ ପରିସ୍ଥିତି ଉପରେ … Read more

UNESCO ସାଂସ୍କୃତିକ ଐତିହ୍ୟ ତାଲିକାରେ ‘ଦୀପାବଳି’ ସାମିଲ

ନୂଆଦିଲ୍ଲୀ: ଭାରତର ଦୀପାବଳି ପର୍ବକୁ UNESCOର ଅମୂଲ୍ୟ ସାଂସ୍କୃତିକ ଐତିହ୍ୟ ତାଲିକାରେ ସାମିଲ କରାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ଐତିହାସିକ ନିଷ୍ପତ୍ତିରେ ଖୁସି ପ୍ରକାଶ କରିଛନ୍ତି । ସେ କହିଛନ୍ତି ‘ଦୀପାବଳି ଆମ ସଂସ୍କୃତି ଏବଂ ନୀତି ସହିତ ଘନିଷ୍ଠ ଭାବରେ ଜଡ଼ିତ’ । ଏହା ଆମ ସଭ୍ୟତାର ଆତ୍ମା, ଆଲୋକ ଓ ଧାର୍ମିକତାକୁ ପ୍ରତିପାଦିତ କରେ । ପ୍ରଭୁ ଶ୍ରୀ ରାମଙ୍କ ଆଦର୍ଶ ଅନନ୍ତକାଳ ପାଇଁ ଆମକୁ ମାର୍ଗଦର୍ଶନ କରୁ ବୋଲି ମୋଦି କହିଛନ୍ତି … Read more

ବିମାନ ସଂଖ୍ୟା ୫ ପ୍ରତିଶତ କମାଇବାକୁ ଇଣ୍ଡିଗୋକୁ ସରକାରଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ: ଇଣ୍ଡିଗୋ ବିରୁଦ୍ଧରେ କେନ୍ଦ୍ର ସରକାରଙ୍କ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଛି । ଇଣ୍ଡିଗୋକୁ ଶୀତକାଳୀନ ବିମାନ ସଂଖ୍ୟା ୫% କମାଇବାକୁ DGCA ନିର୍ଦ୍ଦେଶ ଦେଇଛି। ପରିଚାଳନା ଅକ୍ଷମତା ଯୋଗୁଁ ୨୦୨୫ ଶୀତ ସିଡ୍ୟୁଲ୍‌ କମାଇବାକୁ ନିର୍ଦ୍ଦେଶ। ଇଣ୍ଡିଗୋ ପୂର୍ବ ଶୀତ ସିଡ୍ୟୁଲ୍ ତୁଳନାରେ ଡିପାର୍ଚର୍ ୯%ରୁ ଅଧିକ ବଢ଼ାଇଥିଲା। କିନ୍ତୁ ଅନୁମୋଦିତ ସଂଖ୍ୟାରୁ ବହୁତ କମ୍ ବିମାନ ପରିଚାଳନା କରୁଥିଲା। ଇଣ୍ଡିଗୋ ଦୈନିକ ୨୨୦୦ ଘରୋଇ ଓ ଅନ୍ତର୍ଜାତୀୟ ବିମାନ ଉଡ଼ାଣ କରେ। ନୂଆ ନିର୍ଦ୍ଦେଶ ଅନୁସାରେ … Read more

ବିମାନ ଭଡା ସ୍ଥିର କଲେ ସରକାର

ନୂଆଦିଲ୍ଲୀ: ଇଣ୍ଡିଗୋ ସଙ୍କଟକୁ ଦୃଷ୍ଟିରେ ରଖି, ଭାରତ ସରକାରଙ୍କ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ସମସ୍ତ ପ୍ରଭାବିତ ରୁଟ୍ ପାଇଁ ସର୍ବାଧିକ ଭଡା ସୀମା ସ୍ଥିର କରିଛି । ସରକାର ବିମାନ କମ୍ପାନୀଗୁଡ଼ିକୁ ବ୍ୟକ୍ତିଗତ ରୁଟ ପାଇଁ ଯାତ୍ରୀମାନଙ୍କଠାରୁ ସ୍ଥିର ଭଡା ଅପେକ୍ଷା ଅଧିକ ଆଦାୟ ନକରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ସରକାର ୫୦୦ କିଲୋମିଟର ପର୍ଯ୍ୟନ୍ତ ଯାତ୍ରା ପାଇଁ ସର୍ବାଧିକ ଭଡ଼ା ୭୫୦୦ ଟଙ୍କା ସ୍ଥିର କରିଛନ୍ତି । ଏହା ବ୍ୟତୀତ ୫୦୦ ରୁ ୧୦୦୦ … Read more

ଦକ୍ଷିଣ ଆଫ୍ରିକାକୁ ୯ ଓ୍ବିକେଟରେ ହରାଇ ସିରିଜ ଜିତିଲା ଭାରତ

ବିଶାଖାପାଟଣା: ବିଶାଖାପାଟଣାରେ ଶନିବାର ଖେଳାଯାଇଥିବା ତୃତୀୟ ଦିନିକିଆ ମ୍ୟାଚ୍‌ରେ ଯଶସ୍ବୀ ଜୟସ୍ବାଲଙ୍କ ଦମ୍‌ଦାର ଶତକ ସହ ଭାରତ ୯ ଉଇକେଟରେ ବିଜୟ ହାସଲ କରିଛି। ଏହା ସହିତ ଭାରତ ସିରିଜକୁ ୨-୧ରେ ଜିତି ଯାଇଛି।ଭାରତ ଟସ୍‌ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ଦକ୍ଷିଣ ଆଫ୍ରିକା ଆରମ୍ଭରୁ ଉଇକେଟ ହରାଇଥିଲେ ମଧ୍ୟ କ୍ବିଣ୍ଟନ ଡି’କକ ଏବଂ ଅଧିନାୟକ ଟେମ୍ବା ବାଭୁମା ଲଢୁଆ ବ୍ୟାଟିଂ କରି ଦଳକୁ ଆଗକୁ ନେଇଥିଲେ। ବାଭୁମା ୪୮ ରନ କରି … Read more

ଭାରତ-ରୁଷ ମଧ୍ୟରେ ୭ ଚୁକ୍ତି ସ୍ୱାକ୍ଷରିତ

ନୂଆଦିଲ୍ଲୀ: ଭାରତ ଯାତ୍ରାରେ ଆସିଥିବା ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଆଜି ସକାଳେ ରାଜଘାଟ ଯାଇ ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ରାଜଘାଟର ସ୍ମାରିକାରେ ପୁତିନ ଦସ୍ତଖତ ମଧ୍ୟ କରିଛନ୍ତି । ଏହା ପରେ ରାଷ୍ଟ୍ରପତି ଭାବନରେ ତାଙ୍କୁ ଗାର୍ଡ ଅଫ ଅନର ଦିଆଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ପୁତିନ ସିଧାସଳଖ ହାଇଦ୍ରାବାଦ ହାଉସ ପହଞ୍ଚିଥିଲେ ଏବଂ ଏଠାରେ ଦୁଇ ନେତାଙ୍କ ମଧ୍ୟରେ ଗୁରୁତ୍ୱପୂର୍ଣ୍ଣ ଦ୍ୱିପାକ୍ଷିକ ଆଲୋଚନା ଏବଂ ଚୁକ୍ତି ସ୍ୱାକ୍ଷରିତ … Read more