February 26, 2026 3:28 am

T 20 ବିଶ୍ବକପରେ ବିଜୟରୁ ଭାରତର ଅଭିଯାନ ଆରମ୍ଭ

ନୂଆଦିଲ୍ଲୀ: ଟି-୨୦ ବିଶ୍ୱକପରେ ଭାରତ ବିଜୟ ଅଭିଯାନ ଆରମ୍ଭ କରିଛି । ଆମେରିକାକୁ ୨୯ ରନରେ ହରାଇଛି ଟିମ୍ ଇଣ୍ଡିଆ । ‘ଗ୍ରୁପ ଏ’ର ଓପନ ମ୍ୟାଚରେ ଅଧିନାୟକ ସୂର୍ଯ୍ୟ କୁମାର ଯାଦବଙ୍କ ଦମଦାର ଅର୍ଦ୍ଧ ଶତକ ଓ ସିରାଜଙ୍କ ଘାତକ ବୋଲିଂ ବଳରେ ବିଜୟ ହାସଲ କରିଛି ଟିମ୍ ଇଣ୍ଡିଆ । ପ୍ରଥମେ ଲୋ ସ୍କୋରିଂ ମ୍ୟାଚ ଲାଗୁଥିଲେ ମଧ୍ୟ ଭାରତ ଲଢୁଆ ଖେଳ ପ୍ରଦର୍ଶନ କରି ଆମେରିକାକୁ ୨୯ ରନରେ ପରାସ୍ତ କରିଛି । ପ୍ରଥମେ ବ୍ୟାଟିଂ କରି ଭାରତ ଆମେରିକା ଆଗରେ ୧୬୨ ରନର ଟାର୍ଗେଟ୍ ରଖିଥିଲା । ପରେ ଭାରତୀୟ ବୋଲର ୨୦ଓଭରରେ ୮ ୱିକେଟ ଖସାଇ ଆମେରିକାକୁ ୧୩୨ ରନରେ ସୀମିତ ରଖିଥିଲେ ।