କେନ୍ଦୁଝର ଅତିଥି ଅଧ୍ୟାପିକାଙ୍କ ପୁରୁଷ ବନ୍ଧୁ ଗିରଫ

କେନ୍ଦୁଝର: କେନ୍ଦୁଝର ଜିଲ୍ଲା ଟାଉନ୍ ଥାନା ମାଇନିଂ କଲୋନୀରେ ପୁରୁଷ ବନ୍ଧୁଙ୍କ ଘରୁ ଅଧ୍ୟାପିକାଙ୍କ ସନ୍ଦେହଜନକ ମୃତଦେହ ଉଦ୍ଧାର ହୋଇଥିଲା। ମୃତକ ହେଲେ ବାଲେଶ୍ୱର ଜିଲ୍ଲା ଗୋପାଳପୁର ଥାନା ରେମୁଣା ପଞ୍ଚାୟତ ଅନ୍ତର୍ଗତ ତାଳପଦା ଗ୍ରାମର ପ୍ରିୟଙ୍କା ଦାଶ(୨୯)। ସେ ୨ ବର୍ଷ ହେଲା ସ୍ଥାନୀୟ ସରକାରୀ ମହିଳା ମହାବିଦ୍ୟାଳୟରେ ଗୃହ ବିଜ୍ଞାନ ବିଭାଗରେ ଅତିଥି ଅଧ୍ୟାପକ ଭାବେ କାର୍ଯ୍ୟରତ ଥିଲେ। ପ୍ରିୟଙ୍କାଙ୍କ ଦାଦା ହେମେନ୍ଦ୍ର ପ୍ରସାଦ ଦାଶ ଓ ଖୁଡ଼ୀ ପଦ୍ମଜା ଦାଶ ଝିଆରୀଙ୍କୁ ବଳାତ୍କାର … Read more

ବ୍ରାଉନ ସୁଗାର ସହ ବନ୍ଧୁକ ଜବତ, ୩ ଗିରଫ

ଅନୁଗୁଳ: ଅନୁଗୁଳ ଟାଉନ ପୋଲିସକୁ ବଡ଼ ସଫଳତା ମିଳିଛି। ଆଜି ସକାଳୁ ମଦ୍ୟପାନ ବେଳେ ରେଡ୍ କରିଥିଲା ପୋଲିସ। ଏହି ରେଡ ବେଳେ ବ୍ରାଉନ ସୁଗାର ଧରାପଡିଛି । ଏହା ସହ ବନ୍ଧୁକ ମଧ୍ୟ ଜବତ ହୋଇଛି। ରେଡ୍ ବେଳେ ୩ଜଣଙ୍କୁ ଗିରଫ କରିଛି ଟାଉନ ଥାନା ପୋଲିସ। ଖବର ଅନୁଯାୟୀ, ଅନୁଗୁଳ ଟାଉନ ଥାନା ଅନ୍ତର୍ଗତ ତୁରଙ୍ଗ ମିନି ଷ୍ଟାଡିୟମରେ କିଛି ଯୁବକ ବସି ମଦ୍ୟପାନ କରୁଥିଲେ। ଏହା ଦେଖି ପୋଲିସ ଅତର୍କିତ ରେଡ୍ ମାରିଥିଲା। … Read more

ତିନି ଦୁର୍ଦ୍ଦାନ୍ତ ଅପରାଧୀଙ୍କୁ ଏନକାଉଣ୍ଟର୍…

ରାଉରକେଲା: ଦୀର୍ଘ ଦିନ ହେଲା ବଣାଇ ଅଞ୍ଚଳରେ ଆତଙ୍କ ଖେଳାଇଥିବା ଏହି ଦୁର୍ଦ୍ଦାନ୍ତ ଅପରାଧୀଙ୍କୁ ଧରିବାରେ ସଫଳ ହୋଇଛି ବଣାଇ ପୋଲିସ । ଡକାୟତି ପାଇଁ ଯୋଜନା କରୁଥିବା ବେଳେ ବଣାଇ ଏସଡିପିଓ ଖବର ପାଇ ଟିମ୍ ଗଠନ କରି ଜାତୀୟ ରାଜପଥରେ ଜଗି ରହିଥିଲେ। ସୂଚନା ମୁତାବକ, ଅପରାଧୀମାନେ ବାଇକରେ ଆସୁଥିବା ବେଳେ ପୃଥକ ପୃଥକ ସ୍ଥାନରେ ଏନକାଉଣ୍ଟର ହୋଇଥିଲା । ଚାନ୍ଦିପୋଷ ଥାନାର କୁଚେଇତା ଏବଂ ଲହୁଣୀପଡ଼ା ଥାନାର ଲାମ୍ଫସୀ ନିକଟରେ ୩ ଅପରାଧୀଙ୍କୁ … Read more

ଆତଙ୍କବାଦୀ କାର୍ଯ୍ୟକଳାପରେ ସାମିଲ ଥିବା ଅବଦୁର ରେହମାନ ର ଜାମିନ ଖାରଜ

କଟକ: ଉଗ୍ରବାଦୀ କାର୍ଯ୍ୟକଳାପରେ ସାମିଲ ଥିବା ଅବଦୁର ରେହମାନ ର ଜାମିନ ଖାରଜ କରିଛନ୍ତି ହାଇକୋର୍ଟ । ଆଜି ଓଡ଼ିଶା ଉଚ୍ଚ ନ୍ୟାୟଳୟ ଅବଦୁରର ଜାମିନ ଆବେଦନକୁ ଖାରଜ କରଛନ୍ତି । ପୂର୍ବରୁ ମଧ୍ୟ ଦୁଇ ଦୁଇ ଥର ରେହମାନର ଜାମିନ ଖାରଜ ହୋଇଛି । ଦେଶ ବିରୋଧୀ ଅପରାଧରେ ଲିପ୍ତ ଥିବାରୁ ଜାମିନ ଦେବାକୁ କୋର୍ଟ ମନା କରିଦେଇଛନ୍ତି ।ଅବଦୁର ରେହମାନ ପାକିସ୍ତାନୀ ଆତଙ୍କୀ ସଂଗଠନ ସହିତ ଦେଶ ବିରୋଧୀ କାର୍ଯ୍ୟରେ ଲିପ୍ତ ଥିଲା । … Read more

ଗୁଜରାଟରୁ ତିନି ଆତଙ୍କବାଦୀ ଗିରଫ

ଗୁଜୁରାଟ: ଗୁଜରାଟର ଆତଙ୍କବାଦ ନିରୋଧୀ ସ୍କ୍ୱାଡ୍‌ ଓ କେନ୍ଦ୍ରୀୟ ସୁରକ୍ଷା ଏଜେନ୍ସୀଗୁଡ଼ିକର ମିଳିତ ଉଦ୍ୟମରେ ୩ ଜଣ ଆତଙ୍କବାଦୀଙ୍କୁ ଗିରଫ କରାଯାଇଛି। ଆତଙ୍କବାଦୀ ସଂଗଠନ ଆଇଏସ୍ଆଇଏସ୍ ସହିତ ଏହି ୩ ଜଣଙ୍କର ସଂପର୍କ ଥିବା ବେଳେ ସେମାନେ ଦେଶର ବିଭିନ୍ନ ସ୍ଥାନରେ ଆକ୍ରମଣ କରିବାକୁ ଯୋଜନା କରିଥିଲେ ବୋଲି ଏଟିଏସ୍ କହିଛି। ଗିରଫ ଆତଙ୍କବାଦୀମାନେ ହେଉଛନ୍ତି, ଅହମଦ ମୋହିଉଦ୍ଦୀନ ସୈୟଦ, ମହମ୍ମଦ ସୁହେଲ ଓ ଆଜାଦ ସୈଫୀ। ୩୫ ବର୍ଷୀୟ ଅହମଦ ମୋହିଉଦ୍ଦୀନ ସୈୟଦ ଜଣେ ଡାକ୍ତର। … Read more

ଉତ୍ତରାଖଣ୍ଡରେ ଓଡ଼ିଆ ଝିଅ ହତ୍ୟା ଘଟଣା…

ଭୁବନେଶ୍ୱର: ଉତ୍ତରାଖଣ୍ଡ ଲାଲପୁରରେ ରହି ପଢ଼ୁଥିବା ଜଣେ ଓଡ଼ିଆ ଛାତ୍ରୀକୁ ହତ୍ୟା ଅଭିଯୋଗ ହୋଇଛି। ସେ ହେଲେ ରାୟଗଡ଼ା ଜିଲ୍ଲା ଜେକେପୁରର ସୃଷ୍ଟି ଶର୍ମା(୨୩)। ସୃଷ୍ଟି ରହୁଥିବା ଭଡ଼ା ଘର ମାଲିକଙ୍କ ପୁଅ ତାଙ୍କୁ ହତ୍ୟା କରି ମୃତଦେହକୁ ଚଦରରେ ଗୁଡ଼ାଇ ଇଟା ଓ ପଥର ବାନ୍ଧି ନଦୀରେ ଫିଙ୍ଗି ଦେଇଥିଲେ। ନଦୀରୁ ମୃତଦେହ ଲାଲପୁରର ପୁଲିସ ଉଦ୍ଧାର କରି ଅଭିଯୁକ୍ତ ଅମିତ କୁମାର ସିଂହକୁ ଗିରଫ କରିଛି। ସୃଷ୍ଟି ଉତ୍ତରାଖଣ୍ଡର ଲାଲପୁରର ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରାରେ … Read more

ରାଜଧାନୀରେ ନାବାଳକକୁ ମାଡ଼ ଘଟଣାର ଭିଡିଓ ଭାଇରାଲ; ୭ ଜଣ ଅଭିଯୁକ ଗିରଫ

ଭୁବନେଶ୍ୱର: ନାବାଳକକୁ ଅପହରଣ ପରେ ନିସ୍ତୁକ ମାଡ଼ ମାରୁଥିବାର ଭିଡିଓ ଭାଇରାଲ ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଅଭିଯୁକ୍ତଙ୍କୁ ଗିରଫ କରିବାରେ ସଫଳ ହୋଇଛି ଧଉଳି ଥାନା ପୁଲିସ। ଏଥିରେ ମୁଖ୍ୟ ଅଭିଯୁକ୍ତ ସମେତ ୭ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି।ଖବର ମୁତାବକ; ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜଣେ ୧୪ ବର୍ଷୀୟ ନାବାଳକକୁ ଅପହରଣ କରି ନିସ୍ତୁକ ମାଡ଼ ମାରୁଥିବା ଭିଡିଓ ଭାଇରାଲ କରିଥିଲେ ଅଭିଯୁକ୍ତ। ଧଉଳି ଥାନା ଗୋପୀନାଥପୁର କୃଷ୍ଣପୁର ଗ୍ରାମର ୧୪ ବର୍ଷୀୟ … Read more

ଘରେ ପଶି ନେଇଗଲେ ୪୦ ଗ୍ରାମ୍ ସୁନା ସହ ୨୫ ଲକ୍ଷ ଟଙ୍କା

ବଣାଇ: ସୁନ୍ଦରଗଡ଼ ଜିଲ୍ଲା ବଣାଇ ମୁଖ୍ୟ ସହରରେ ହୋଇଛି ଡକାୟତି। ୪ ଜଣ ସଶସ୍ତ୍ର ମୁଖାଧାରୀ ଡକାୟତ ମାଡ଼ ମାରିବା ସହ ଲୁଟିନେଲେ ଟଙ୍କା ଓ ସୁନାଗହଣା। ବଣାଇ ଥାନାଠାରୁ ମାତ୍ର ପାଞ୍ଚ ଶହ ମିଟର ଦୁରରେ ଥିବା ରଶ୍ମି ଇଲେକ୍ଟ୍ରିକାଲ ଦୋକାନ ମାଲିକଙ୍କ ଘରେ ମା, ଝିଅ ଓ ଦୋକାନରେ କାମ କରୁଥିବା ପିଲା ଶୋଇଥିବା ବେଳେ ମଧ୍ୟରାତ୍ରିରେ ହଠାତ୍‌ ୪ ଜଣ ଦୁର୍ବୃତ୍ତ ପହଞ୍ଚି ତଳେ ଶୋଇଥିବା ତାଙ୍କର ଚାକରକୁ ଆଗେ ପ୍ରବଳ ମାଡ଼ … Read more

ବିକ୍ରମ ପଣ୍ଡାଙ୍କ ପାଇଁ ଲଢ଼ିବେ ୪୦ରୁ ଅଧିକ ଓକିଲ

ବ୍ରହ୍ମପୁର: ପୀତବାସ ପଣ୍ଡା ହତ୍ୟା ମାମଲାରେ ବିକ୍ରମ ପଣ୍ଡାଙ୍କ ପାଇଁ ଲଢ଼ିବେ ୪୦ରୁ ଅଧିକ ଓକିଲ । ୪୪ ଜଣ ଓକିଲ କୋର୍ଟରେ ଓକିଲାତିନାମା ଦାଖଲ କରିଥିବା ସୂଚନା ମିଳିଛି । ସେପଟେ ଅନ୍ୟତମ ଅଭିଯୁକ୍ତ ସୁଦର୍ଶନ ଜେନାଙ୍କୁ ପଚରାଉଚରା ପରେ ଛାଡ଼ି ଦେଇଛି ପୋଲିସ । ଗତକାଲି ସେ ଥାନାରେ ଆତ୍ମସମର୍ପଣ କରିଥିଲେ । ତେବେ ଅନ୍ୟ ଏକ ତାରିଖରେ ହାଜର ହେବା ପାଇଁ ତାଙ୍କୁ ନୋଟିସ ଜାରି ହୋଇଥିବା ଜଣେ ପଦସ୍ଥ ପୋଲିସ ଅଧିକାରୀ … Read more

କରୁର ଦଳାଚକଟା ଘଟଣାର CBI କରିବ ତଦନ୍ତ

ତାମିଲନାଡୁ: କରୁର ଦଳାଚକଟା ଘଟଣାର ହେବ CBI ତଦନ୍ତ । ତାମିଲନାଡୁ କରୁରରେ ଦଳାଚକଟାରେ ୪୧ଜଣଙ୍କ ମୃତ୍ୟୁ ହୋଇଥିଲା । ଘଟଣାର CBI ତଦନ୍ତ ପାଇଁ ନିର୍ଦ୍ଦେଶ ଦେଲେ ସୁପ୍ରିମକୋର୍ଟ । ଅବସରପ୍ରାପ୍ତ ସୁପ୍ରିମକୋର୍ଟ ବିଚାରପତି ଜଷ୍ଟିସ ଅଜୟ ରସ୍ତୋଗିଙ୍କ ତତ୍ତ୍ବାବଧାରେ ତଦନ୍ତ ହେବ । ଏହି ତଦନ୍ତକୁ ମନିଟର ପାଇଁ ୩ ଜଣିଆ କମିଟି ଗଠନ କରାଯିବ। ସାଉଥ ସୁପରଷ୍ଟାର ତଥା TVK ନେତା ବିଜୟଙ୍କ ରାଲିରେ ଦଳାଚକଟା ହୋଇଥିଲା। ଏବେ ଅଡୁଆରେ ସାଉଥ ସୁପରଷ୍ଟାର୍ … Read more