ଭୁବନେଶ୍ୱର :ପୂର୍ବତନ ପିସିସି ସଭାପତି ଜୟଦେବ ଜେନାଙ୍କୁ ହତ୍ୟା ଧମକ ନେଇ ନନ୍ଦିପଦା ପୁଲିସ୍ ଦୁଇ ଜଣଙ୍କୁ ଗିରଫ କରିଥିବା ଜଣାପଡ଼ିଛି । ଅଭିଯୁକ୍ତମାନେ ହେଲେ ଯାଜପୁର ରୋଡ୍ ନୂଆ ଗାଁ ହରମୋହନ ବାରିକ (୨୭) ଏବଂ ରାକେଶ ନଟିଆ (୨୯) । ଗତକାଲି ରାତିରେ ଯାଜପୁର ଜିଲ୍ଲା ମଙ୍ଗଳପୁର ପଞ୍ଚାୟତ ନୂଆଗାଁରୁ ଗିରଫ କରାଯାଇଛି ।ମିଳିଥିବା ସୂଚନା ଅନୁଯାୟୀ ଗତ ମାର୍ଚ୍ଚ ୯ ତାରିଖରେ କେହି ଜଣେ ଅଜଣା ବ୍ୟକ୍ତି ପୂର୍ବତନ ପିସିସି ସଭାପତି ଜୟଦେବ ଜେନା ଙ୍କୁ ହତ୍ୟା ଧମକ ଦେଇଥିଲେ। ଅଭିଯୁକ୍ତଙ୍କୁ ଗିରଫ ସହ ନିଜ ସୁରକ୍ଷା ଦାବି କରିଥିଲେ ଜୟଦେବ। ଏନେଇ ସେ କେନ୍ଦୁଝର ନନ୍ଦିପଦା ଥାନାରେ ମଧ୍ୟ ଅଭିଯୋଗ କରିଥିଲେ । ଏପରିକି ଏହି ଧମକକୁ ନେଇ ମୁଖ୍ୟମନ୍ତ୍ରୀ, ପୁଲିସ୍ ଡିଜି ଏବଂ କେନ୍ଦୁଝର ଏସପିଙ୍କୁ ମଧ୍ୟ ଜଣାଇଥିଲେ । ଏହାକୁ ଗୁରୁତର ଭାବେ ବିଚାରକରି କେନ୍ଦୁଝର ଏସ ପି ଙ୍କ ନିର୍ଦେଶ ରେ ଏକ ସ୍ବତନ୍ତ୍ର ଟିମ୍ ଗଠନ କରି ତଦନ୍ତ ଆରମ୍ଭ କରିଥିଲେ।
Post Views: 4




