ଦୁର୍ବୃତ୍ତଙ୍କ ଗୁଳିମାଡ଼ରେ ଏମ୍‌ସ କର୍ମଚାରୀଙ୍କ ମୃତ୍ୟୁ ଭୁବନେଶ୍ୱର

ଭୁବନେଶ୍ୱର: ଭୁବନେଶ୍ବର ଏମ୍ସରେ କାମ କରୁଥିବା ସୁଧାଂଶୁ ଖୁଣ୍ଟିଆଙ୍କ ଉପରେ ଦୁର୍ବୃତ୍ତ ଗୁଳି କରିଥିବା ଖବର ସାମ୍ନାକୁ ଆସିଛି । ଗୁରୁତର ଅବସ୍ଥାରେ ଏମ୍ସରେ ଭର୍ତ୍ତି ପରେ ମୃତ୍ୟୁ ଘୋଷଣା କରିଛନ୍ତି ଡାକ୍ତର। ତେବେ ଏହି ଘଟଣାରେ ଜଣେ ଦୁର୍ବୃତ୍ତ ଥିବା ଖବର ମିଳିଛି । ଖବର ମୁତାବକ, ସକାଳୁ ସକାଳୁ ଏମ୍ସରୁ କାମସାରି ଫେରୁଥିଲେ ସୁଧାଂଶୁ , ସେହି ସମୟରେ ଗୁଳିମାଡ ହୋଇଥିଲା । ଖାଲି ଏତିକି ନୁହେଁ ଏହି ଘଟଣାରେ ପୂର୍ବ ଶତ୍ରୁତା ଜମିଜମା … Read more

ପାଟଣାଗଡ ସ୍ୱାସ୍ଥ୍ୟକେନ୍ଦ୍ର ଶୌଚାଳୟରେ ମିଳିଛି କଙ୍କାଳ

ବଲାଙ୍ଗୀର: ବଲାଙ୍ଗୀର ଜିଲ୍ଲା ପାଟଣାଗଡ ଥାନା ଅନ୍ତର୍ଗତ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ଏକ ଅଘଟଣ ଦେଖିବାକୁ ମିଳିଛି । ସେଠାରେ ଥିବା ଏକ ପୁରୁଣା ଶୌଚାଳୟରେ ପଡି ରହିଛି କଙ୍କାଳ । ଏହି ଦୃଶ୍ୟ ଦେଖିବା ପରେ ଗ୍ରାମବାସୀ ମାନେ ପୋଲିସକୁ ଖବର ଦେଇଥିଲେ । ଖବର ପାଇ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ତେବେ କଙ୍କାଳ ଦୁଇଟି କାହାର ସେ ନେଇ ଏପର୍ଯ୍ୟନ୍ତ କିଛି ସ୍ପଷ୍ଟ ଖବର ମିଳିପାରିନାହିଁ ।ଖବର ଅନୁସାରେ, ଆଜି ସକାଳୁ … Read more

ମହିଳାଙ୍କୁ ଅପହରଣ ଘଟଣା: ଅଭିଯୁକ୍ତ ଟ୍ରକ ଡ୍ରାଇଭର ଗିରଫ

ଜାତୀୟ ରାଜପଥ ଚରମ୍ପା ନିକଟରେ ବିଳମ୍ବିତ ରାତିରେ ମହିଳାଙ୍କୁ ଟ୍ରକ୍ ଡ୍ରାଇଭର ଅପହରଣ ଘଟଣା । ଅପହୃତା ମହିଳାଙ୍କୁ କେନ୍ଦୁଝର ଆନନ୍ଦପୁର ବରପଦାରୁ ଉଦ୍ଧାର କରି ଡାକ୍ତରୀ ମାଇନା ପାଇଁ ପଠାଇଲା ପୁଲିସ୍‌। ସେପଟେ ଅପହରଣ କରିଥିବା ଟ୍ରକ୍‌ ଡ୍ରାଇଭରକୁ ଗିରଫ କରିବା ସହ ଟ୍ରକ୍‌କୁ ଜବତ କରିଛି ପୁଲିସ୍‌ । ଟ୍ରକ୍‌ଟି ଏବେ ଭଦ୍ରକ ସହରାଞ୍ଚଳ ଟାଉନ୍ ଥାନାରେ ରହିଛି। କେଉଁ କାରଣରୁ ଏଭଳି କାର୍ଯ୍ୟ କଲା ଅଭିଯୁକ୍ତ ସେନେଇ ପୁଲିସ୍ ତଦନ୍ତ କରୁଛି । … Read more

ରାବଣପୋଡ଼ି ଉତ୍ସବରେ ଶତାଧିକ ମୋବାଇଲ୍‌ ଚୋରି

ଭୁବନେଶ୍ୱର:ପ୍ରତିବର୍ଷ ପରି ଏବର୍ଷ ମଧ୍ୟ ବିଜୟା ଦଶମୀ ଅବସରରେ ବିଭିନ୍ନ ସ୍ଥାନରେ ରାବଣପୋଡ଼ି ଉତ୍ସବ ଆୟୋଜିତ ହୋଇଯାଇଛି। ଏହି ଉତ୍ସବରେ ବରମୁଣ୍ଡା ଦଶହରା ପଡ଼ିଆ ଅନ୍ୟତମ ଆକର୍ଷଣର କେନ୍ଦ୍ର ଥିଲା, ଯେଉଁଠାରେ ଏକ ୭୦ ଫୁଟ ଉଚ୍ଚତା ବିଶିଷ୍ଟ ରାବଣଙ୍କ ପ୍ରତିମୂର୍ତ୍ତି ପୋଡ଼ାଯାଇଥିଲା। କିନ୍ତୁ ଏହି ଆନନ୍ଦମୟ ଉତ୍ସବ ମଧ୍ୟରେ ଏକ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି। ବରମୁଣ୍ଡା ପଡ଼ିଆରେ ଆୟୋଜିତ ଏହି ରାବଣପୋଡ଼ି ଉତ୍ସବ ସମୟରେ ଶତାଧିକ ମୋବାଇଲ୍‌ ଚୋରି ହୋଇଥିବା ଅଭିଯୋଗ ସାମ୍ନାକୁ ଆସିଛି।ବରମୁଣ୍ଡା … Read more

ବ୍ରାଉନ ସୁଗାର ଜବତ ବେଳେ ୨ ଗିରଫ

ପୁରୀ: ୨୦ ଲକ୍ଷ ଟଙ୍କାର ବ୍ରାଉନ ସୁଗାର ଜବତ କରିବା ସହ ଘଟଣାରେ ୨ ଜଣ ଅଭିଯୁକ୍ତଙ୍କୁ ଗିରଫ କରିବାରେ ସଫଳ ହୋଇଛି ପୁରୀ ପୋଲିସ । ଗିରଫ ଦୁଇ ଅଭିଯୁକ୍ତ ହେଲେ ପୁରୀ ନୀଳଚକ୍ର ନଗରର ସୁକାନ୍ତି ପଣ୍ଡା ଏବଂ ଜଳେଶ୍ବର ଅଞ୍ଚଳର ମହମ୍ମଦ ସାଜଦ୍ । ଉଭୟଙ୍କୁ ଗିରଫ ପରେ କୋର୍ଟ ଚାଲାଣ କରାଯାଇଥିବା ନେଇ ପୁରୀ ଏସ୍ପି ପ୍ରତୀକ ସିଂ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି । ପୋଲିସର ଖବର ଅନୁଯାୟୀ, … Read more

ସରକାରୀ ଚାକିରି ନାଁରେ ୫୦ରୁ ଅଧିକ ଆଶାୟୀଙ୍କୁ ଲୁଟିଲେ

ଭୁବନେଶ୍ୱର: କାହାକୁ ପୁଲିସରେ ତ କାହାକୁ ବ୍ୟାଙ୍କ୍‌ରେ । ପୁଣି କାହାକୁ ରେଲ୍‌ୱେ ତ କାହାକୁ ଲୋକସେବା ଭବନରେ ଏଏସ୍‌ଓ ଚାକିରି କରାଇଦେବାକୁ କହୁଥିଲେ । ପୁଲିସ ପୋଷାକ ସାଙ୍ଗକୁ ସରକାରୀ ଛାପା ବାଜିଥିବା ପରିଚୟପତ୍ର । ବଡ଼ ବଡ଼ ଅଧିକାରୀଙ୍କ ସହ ଫଟୋ ଦେଖାଇ ଲୋକଙ୍କ ବିଶ୍ବାସ ଭାଜନ କରୁଥିଲେ । ଫଳରେ ପୁଲିସ ଚେହେରା ତଳେ ଲୁଚିରହିଥିବା ଅପରାଧୀ ମୁଖାକୁ ଚିହ୍ନିବା କାଠିକର ପାଠ ହୋଇପଡ଼ିଥିଲା । ଗତ ୩ବର୍ଷ ଧରି ରାଜଧାନୀରୁ ସାରା … Read more

ନିଖୋଜ ମହିଳା ଟ୍ରାଫିକ୍ କନଷ୍ଟେବଳଙ୍କୁ ହତ୍ୟା

ଭୁବନେଶ୍ୱର: ଭୁବନେଶ୍ୱରରୁ ନିଖୋଜ ଟ୍ରାଫିକ କନେଷ୍ଟବଳ ଶୁଭମିତ୍ରା ସାହୁ ମାମଲାରେ ପୋଲିସକୁ ମିଳିଲା ବଡ଼ ସୁରାକ। କନଷ୍ଟେବଳ ଶୁଭମିତ୍ରା ସାହୁଙ୍କୁ ପୁରୁଷ ବନ୍ଧୁ ଦୀପକ ରାଉତ ତଣ୍ଟି ଚିପି ହତ୍ୟା କରିଥିବା କମିଶନରେଟ୍ ପୋଲିସ ନିକଟରେ ସ୍ୱୀକାର କରିଛି । ସେ କମିଶନରେଟ୍ ପୋଲିସରେ କିରାଣୀଭାବେ କାର୍ଯ୍ୟ କରନ୍ତି । ତାକୁ ବର୍ତ୍ତମାନ ପୋଲିସ ହେପାଜତରେ ରଖାଯାଇଛି । ଖୋର୍ଦ୍ଧା ଟାଉନ ଥାନା ଅନ୍ତର୍ଗତ ପିଚୁକୁଲି ଗ୍ରାମର ଶୁଭମିତ୍ରା ସାହୁ ଭୁବନେଶ୍ୱରର କ୍ୟାପିଟାଲ ଥାନା ସୂର୍ଯ୍ୟନଗର ଅଞ୍ଚଳରେ … Read more

ଭରତପୁର ଅପହରଣ ଘଟଣାର ୮ ମାସରେ ପରେ, ପ୍ରେମିକ ଗିରଫ

 Share ଭୁବନେଶ୍ୱର: ଭରତପୁର ଥାନା ଅଞ୍ଚଳରୁ ଯୁବତୀ ଅପହରଣ ଏବଂ ତାପଙ୍ଗ ଖଣିରେ ଯୁବତୀଙ୍କ କଙ୍କାଳ ଉଦ୍ଧାର ଘଟଣାରେ କମିଶନରେଟ୍ ପୋଲିସ ପର୍ଦ୍ଦାଫାସ କରିଛି । ଘଟଣାରେ ଯୁବତୀଙ୍କ ପୁରୁଷ ବନ୍ଧୁ ଦେବାଶିଷ ବିଶୋୟୀଙ୍କୁ ଗିରଫ କରାଯାଇଛି । ସେ ନୟାଗଡ଼ ରଣପୁର ମଝିଆଖଣ୍ଡ ଅଞ୍ଚଳର ବାସିନ୍ଦା ଅଟେ । ମୃତ ଯୁବତୀ ହେଲେ ରଣପୁର ହରିପୁର ଅଞ୍ଚଳର ନିରୁପମା ପରିଡ଼ା (୨୨) । ଏ ନେଇ ପୋଲିସ କମିଶନର ଏସ୍.ଦେବଦତ୍ତ ସିଂହ ସୂଚନା ଦେଇଛନ୍ତି ।ପୋଲିସ … Read more

ଦିନ ଦ୍ୱିପ୍ରହରରେ ରାଜଧାନୀର ୮ଟି ଫ୍ଲାଟରେ ଚୋରି

ଭୁବନେଶ୍ୱର: କମିଶନରେଟ୍ ପୋଲିସର ଚିନ୍ତା ବଢ଼ାଇଛନ୍ତି ଲୁଟେରା ଗ୍ୟାଙ୍ଗ । ଦିନ ଦ୍ୱିପ୍ରହରରେ ରାଜଧାନୀର ୮ଟି ଫ୍ଲାଟରେ କଳା କନା ବୁଲାଇଛନ୍ତି ଲୁଟେରା । ଯାହା ଏବେ ପୋଲିସ ପାଇଁ ବଡ଼ ସମସ୍ୟା ସୃଷ୍ଟି କରିଛି । ଚନ୍ଦକା ଥାନା ଅଞ୍ଚଳରେ ଏକ ଆପାର୍ଟମେଣ୍ଟରୁ ୮ଟି ଫ୍ଲାଟରୁ ସିରିଜ୍ ଚୋରି ହୋଇଛି । ତିନୋଟି ଫ୍ଲାଟରେ ଚୋରମାନେ ଚୋରି କରିପାରି ନଥିବାବେଳେ ଅନ୍ୟ ୫ଟି ଫ୍ଲାଟରୁ ଟଙ୍କା ଓ ସୁନା ଗହଣା ଲୁଟି ନେଇଥିବା ଅଭିଯୋଗ ହୋଇଛି … Read more

ଦିନରେ ପ୍ରବଚକ ରାତିରେ ଚୋର ସାଜିଥିବା ଭଣ୍ଡ ଗିରଫ

ଭୁବନେଶ୍ୱର: ୟୁଟ୍ୟୁବ୍ ଚ୍ୟାନେଲ୍ ରେ ପ୍ରବଚନ ଦେଉଥିବା ଜଣେ ଭଣ୍ଡ ପ୍ରବଚକ ଗୁରୁବାର ଗିରଫ ହୋଇଛନ୍ତି । ଭରତପୁର ଥାନା ଖଣ୍ଡଗିରି ବାରି ଲୁଟ୍ ଘଟଣାରେ ପୁଲିସ ତାଙ୍କୁ ଗିରଫ କରିଛି । ଭରତପୁର ଥାନା ଅଞ୍ଚଳର ବଡ଼ ଧରଣର ଲୁଟରେ ସଂପୃକ୍ତ ଥିଲା ଏହି ଚୋର । ଅଗଷ୍ଟ ୧୪ ରେ ହୋଇଥିଲା ଏହି ଲୁଟ । ତାଙ୍କ ନିକଟରୁ ୨ ଶହ ଗ୍ରାମ୍ ସୁନା, ୧ ଲକ୍ଷ ନଗଦ ଟଙ୍କା, ବାଇକ୍ ଓ ଲୁହା … Read more