February 26, 2026 11:59 am

ଆଇଏମଏସ୍ ଆଣ୍ଡ ସମ ହସ୍ପିଟାଲ ପକ୍ଷରୁ ସ୍ପର୍ଶ କୁଷ୍ଠ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ

ଭୁବନେଶ୍ୱର: ଦେଶ ବ୍ୟାପୀ କୁଷ୍ଠରୋଗ ନିରାକରଣ କାର୍ଯ୍ୟକ୍ରମ ପରିପ୍ରେକ୍ଷୀରେ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ ଅଫ୍ ମେଡିକାଲ୍ ସାଇନ୍‌ସେସ ଆଣ୍ଡ ସମ ହସ୍ପିଟାଲ୍ ପକ୍ଷରୁ ଏକ ସ୍ପର୍ଶ କୁଷ୍ଠ ସଚେତନତା କାର୍ଯ୍ୟକ୍ରମ ହସ୍ପିଟାଲର ସହରାଂଚଳ ସ୍ୱାସ୍ଥ୍ୟ ଓ ପ୍ରଶିକ୍ଷଣ କେନ୍ଦ୍ରରେ ମଙ୍ଗଳବାର ଆୟୋଜତି ହୋଇଯାଇଛି । ଏହି ବ୍ୟାଧିର ପ୍ରାରମ୍ଭିକ ଚିହ୍ନଟ ଏବଂ ସାମାଜିକ ସ୍ତରରେ ସଚେତନତା ସୃଷ୍ଟି କରିବା ଲକ୍ଷ୍ୟ ନେଇ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ସ୍ୱାସ୍ଥ୍ୟ … Read more

ଜମି ପଟ୍ଟାରେ ରହିବ QR କୋଡ୍; ତହସିଲଦାର ଏବଂ RIଙ୍କ ପାଖକୁ ଯିବ ସିଧା ଖବର

ଭୁବନେଶ୍ୱର: ଏଣିକି ଜମି ପଟ୍ଟାରେ ରହିବ ଇଲୋକ୍ଟ୍ରୋନିକ୍ ଯୁକ୍ତ QR କୋଡ୍। ସ୍କାନ୍ କଲେ ବାହାରିବ ଜମି ମାଲିକଙ୍କ ସମ୍ପୂର୍ଣ୍ଣ ତଥ୍ୟ। ଜମି କିଣାବିକା ମାଲିକାନାରେ ଆସିବ ସ୍ବଚ୍ଛତା। ଜାଲିଆତି କଲେ ତହସିଲଦାର ଏବଂ ଆରଆଇଙ୍କ ପାଖକୁ ସିଧା ମେସେଜ୍। ଏନେଇ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ସୂଚନା ଦେଇଛନ୍ତି।ରାଜସ୍ଵ ମନ୍ତ୍ରୀ କହିଛନ୍ତି ଯେ, କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମିଳିତ ଉଦ୍ୟମରେ ନୂଆ ଜମି ପଟ୍ଟା ଆସିବ। ଜମି ପଟାରେ ଇଲୋକ୍ଟ୍ରୋନିକ୍ସ ଯୁକ୍ତ କ୍ୟୁଆର କୋର୍ଡ … Read more

ଶ୍ରୀଜଗନ୍ନାଥଙ୍କ ଦର୍ଶନ ଯୋଜନାରେ ବିଭିନ୍ନ ଜିଲ୍ଲାରୁ ଆସିବେ ବୟସ୍କ ଓ ବିଧବା ଭକ୍ତ

ପୁରୀ: ସରକାରଙ୍କ ଦ୍ୱାରା ପ୍ରଣୟନ କରାଯାଇଛି ଶ୍ରୀଜଗନ୍ନାଥଙ୍କ ଦର୍ଶନ ଯୋଜନା । ଚଳିତ ମାସ ୧୩ ତାରିଖରେ ମୁଖ୍ୟମନ୍ତ୍ରୀ ନବରଙ୍ଗପୁରଠାରୁ ପ୍ରଥମ ପର୍ଯ୍ୟାୟରେ ଏହି ଯୋଜନାର ଶୁଭାରମ୍ଭ କରିବେ । ୫୦୦ ଶ୍ରଦ୍ଧାଳୁ ପୁରୀରେ ପହଞ୍ଚି ମହାପ୍ରଭୁଙ୍କୁ ଦର୍ଶନ କରିବେ । ଶ୍ରଦ୍ଧାଳୁ ଯେପରି ଶ୍ରଦ୍ଧା ଓ ଶୃଙ୍ଖଳାର ସହ ମହାପ୍ରଭୁଙ୍କ ଦର୍ଶନ କରି ଫେରିବେ ସେଥିପାଇଁ ଏକ ପ୍ରସ୍ତୁତି ବୈଠକ ବୁଧବାର ଅପରାହ୍ଣରେ ସର୍କିଟ ହାଉସଠାରେ ଅନୁଷ୍ଠିତ ହୋଇଛି । ବୈଠକରେ ଅଧ୍ୟକ୍ଷତା କରିଥିଲେ ଜିଲ୍ଲାପାଳ … Read more

ଶିକ୍ଷା କ୍ଷେତ୍ରରେ ବିପ୍ଳବ ଆଣିବ ‘ସ୍ୱଦେଶୀ ଏଆଇ’ : ଧର୍ମେନ୍ଦ୍ର ପ୍ରଧାନ

ନୂଆଦିଲ୍ଲୀ: ଆଇଆଇଟି ଦିଲ୍ଲୀ ଗସ୍ତ କରି ଶିକ୍ଷା କ୍ଷେତ୍ରରେ ପରିବର୍ତ୍ତନ ଆଣୁଥିବା ଭାରତୀୟ ଏଆଇ ଷ୍ଟାର୍ଟ-ଅପ୍ ପ୍ରତିଷ୍ଠାତାମାନଙ୍କ ସହ ଏକ ଗୁରୁତ୍ୱପୂର୍ଣ୍ଣ ଆଲୋଚନାରେ ସାମିଲ ହୋଇଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ । ‘ଭାରତରୁ ବିଶ୍ୱ ପାଇଁ’ ଆଭିମୁଖ୍ୟ ରଖି କାର୍ଯ୍ୟ କରୁଥିବା ଏହି ଷ୍ଟାର୍ଟ-ଅପ୍ ଗୁଡ଼ିକ ବିଶେଷ କରି ଶିକ୍ଷା ବ୍ୟବସ୍ଥାରେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ର ପ୍ରୟୋଗ ଉପରେ ଦୃଷ୍ଟି ଦେଉଛନ୍ତି। ଏହି ଷ୍ଟାର୍ଟ-ଅପ୍ ପ୍ରତିଷ୍ଠାତାମାନେ ମଧ୍ୟବିତ୍ତ ପରିବାର ଏବଂ ଟିୟର-୩ … Read more

ବିଜେପି ପ୍ରାର୍ଥୀ ରିତୁ ତାୱଡେ ହେଲେ BMC ମେୟର: ମୁମ୍ବାଇ

ମୁମ୍ବାଇ: ବୁଧବାର ରିତୁ ତାୱଡେ (୫୩) ମୁମ୍ବାଇର ୭୮ତମ ମେୟର ଭାବେ ନିର୍ବାଚିତ ହୋଇଛନ୍ତି। ସେ ୪୪ ବର୍ଷ ପରେ ଏହି ପଦବୀ ଅଳଙ୍କୃତ କରୁଥିବା ଦ୍ୱିତୀୟ ବିଜେପି କର୍ପୋରେଟର। ଏହା ସହିତ ଶିବ ସେନାର ସଞ୍ଜୟ ଘାଡ଼ି (୫୭) ଉପମେୟର ଭାବେ ନିର୍ବାଚିତ ହୋଇଛନ୍ତି। ଜାନୁଆରୀ ୧୫ରେ ହୋଇଥିବା ନଗର ନିର୍ବାଚନ ପରେ ବିଏମସି ସାଧାରଣ ସଭାର ବିଶେଷ ବୈଠକରେ ତାୱଡେ ଓ ଘାଡ଼ିଙ୍କୁ ବିନା ପ୍ରତିଦ୍ୱନ୍ଦ୍ୱିତାରେ ଚୟନ କରାଯାଇଥିଲା। ଶିବ ସେନା (ୟୁବିଟି) ଓ … Read more

କିନ୍ନର ହତ୍ୟାକାଣ୍ଡ ଅଭିଯୁକ୍ତକୁ ପିପିଲି ପୋଲିସ କଲା ଏନକାଉଣ୍ଟର

ପିପିଲି : କିନ୍ନର ହତ୍ୟାକାଣ୍ଡ ଅଭିଯୁକ୍ତକୁ ପିପିଲି ପୋଲିସ ଏନକାଉଣ୍ଟର କରିଥିବା ସୂଚନା ମିଳିଛି। ଗତ ୧ ତାରିଖରେ ସିଫା ନିକଟରେ ଜଣେ କିନ୍ନରଙ୍କୁ ହତ୍ୟା କରାଯାଇଥିଲା । ତେବେ ବୁଧବାର ରାତିରେ ଓଭରବ୍ରିଜ ନିକଟ ନାଇରା ପେଟ୍ରୋଲ ପମ୍ପ ନିକଟରେ କୋଣାର୍କ ଅଞ୍ଚଳର ଅଭିଯୁକ୍ତ କ୍ରିଷ୍ଣା କାଣ୍ଡିକୁ ଏନ୍‌କାଉଣ୍ଟର କରିଛି ପୋଲିସ । ସୂଚନା ଅନୁଯାଇ ପିପିଲି ପୋଲିସ କ୍ରିଷ୍ଣାଙ୍କ ପିଛା କରୁଥିବା ବେଳେ ସେ ପୋଲିସ ଉପରକୁ ଗୁଳି ମାଡ଼ କରିଥିଲା । ଫଳରେ … Read more

କିରାଣିଙ୍କ ଘରେ ଭିଜଲାନ୍ସ ଚଢାଉ: କୋଟି କୋଟି ଟଙ୍କା ହଡପ ଅଭିଯୋଗ

ଅନୁଗୁଳ: ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ପୂର୍ବତନ କିରାଣୀ ସୁବ୍ରତ ବେହେରା କୋଟି କୋଟି ଟଙ୍କା ହଡପ କରିଥିବା ଅଭିଯୋଗରେ ଭିଜିଲାନ୍ସ ହାତରେ ଧରା ପଡିଛନ୍ତି । ହସ୍ପିଟାଲର କୋଟିପତି କିରାଣୀ ସୁବ୍ରତଙ୍କ ଘର ସମେତ ୪ଟି ସ୍ଥାନରେ ଭିଜିଲାନ୍ସର ଚଢ଼ାଉ କରିଛି । ଢେଙ୍କାନାଳ ଜିଲ୍ଲା ବାଉଁଶ ପୋଖରୀ ଠାରେ ଥିବା ନିଜ ଘର, ବଅଁରପାଳ ଶଶୁରଘର, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ସୁସୁଡ଼ାସ୍ଥିତ ବାସଭବନରେ ଚଢ଼ାଉ ହୋଇଛି । ତିନୋଟି ଭିଜିଲାନ୍ସ ଟିମ ଚଳାଇଛନ୍ତି … Read more

ଆଇସିୟୁ ବେଡ୍‌ରୁ ରୋଗୀ ଖସିପଡ଼ିବା ଘଟଣାରେ କାର୍ଯ୍ୟାନୁଷ୍ଠାନ

କଟକ: ଏସସିବି ଆଇସିୟୁରୁ ଚକିତ କଲାଭଳି ଚିତ୍ର ସାମ୍ନାକୁ ଆସିଥିଲା। ଡ୍ୟୁଟିରେ ଥିବା ଡାକ୍ତର, ନର୍ସିଂ ଅଫିସର ଏବଂ ଅନ୍ୟ କର୍ମଚାରୀମାନେ କର୍ତ୍ତବ୍ୟରେ ଅବହେଳା କରିଥିବା ପ୍ରାଥମିକ ତଦନ୍ତରୁ ସ୍ପଷ୍ଟ ହୋଇଛି। କର୍ତ୍ତବ୍ୟରେ ଅବହେଳା କରିଥିବା ଜଣେ ପ୍ରଫେସରଙ୍କ ସମେତ ନର୍ସିଂ ଇନ୍‌ଚାର୍ଜ, ଦୁଇ ଜଣ ନର୍ସିଂ ଅଫିସର, ୩ ଜଣ ସୁରକ୍ଷା କର୍ମୀଙ୍କୁ ଅଧୀକ୍ଷକ ବଦଳି କରିଛନ୍ତି। ପୂର୍ଣ୍ଣାଙ୍ଗ ତଦନ୍ତ ରିପୋର୍ଟ ଆସିବା ପରେ ଡ୍ୟୁଟିରେ ଥିବା ନର୍ସିଂ ଅଫିସରଙ୍କ ବିରୋଧରେ ବିଭାଗୀୟ କାର୍ଯ୍ୟନୁଷ୍ଠାନ ଗ୍ରହଣ … Read more

୪ଜି ମୋବାଇଲ ନେଟୱର୍କ ପାଇଁ ରାୟଗଡ଼ା ଓ କୋରାପୁଟ ଜିଲ୍ଲାର ଦାବି

ନୂଆଦିଲ୍ଲୀ: କୋରାପୁଟ ସାଂସଦ ସପ୍ତଗିରି ଉଲାକା କେନ୍ଦ୍ର ସଞ୍ଚାର ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କୁ ଭେଟି, ରାୟଗଡ଼ା ଓ କୋରାପୁଟ ଜିଲ୍ଲାର ସମସ୍ତ ଅଞ୍ଚଳରେ ଭରସାଯୋଗ୍ୟ ୪ଜି ମୋବାଇଲ ନେଟୱର୍କ ସେବା ଉପଲବ୍ଧ ପାଇଁ ଦାବି କରିଛନ୍ତି। ଶ୍ରୀ ଉଲାକା ଦର୍ଶାଇଛନ୍ତି ଯେ, ଉଭୟ ଜିଲ୍ଲାରେ ବହୁ ଅଞ୍ଚଳ ଏବେ ମଧ୍ୟ ମୋବାଇଲ ନେଟୱର୍କରୁ ବଞ୍ଚିତ ରହିଛି। ଯଦ୍ୱାରା ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ସାଧାରଣ ଲୋକ ଜରୁରୀକାଳୀନ ସ୍ୱାସ୍ଥ୍ୟସେବା, ଶିକ୍ଷା, ଜୀବନଜୀବିକା, ବ୍ୟାଙ୍କିଙ୍ଗ୍‌ ଏବଂ ଅନ୍ୟାନ୍ୟ କଲ୍ୟାଣମୂଳକ ସେବାରୁ … Read more

AI ଡିପଫେକ୍’ର ଅପବ୍ୟବହାର ରୋକିବା ପାଇଁ ଭାରତ ସରକାରଙ୍କ କଡା ନିୟମ

ନୂଆଦିଲ୍ଲୀ: ଭାରତ ସରକାର AI ଏବଂ ଡିପଫେକ୍’ର ଅପବ୍ୟବହାର ରୋକିବା ପାଇଁ କଡା ପଦକ୍ଷେପ ଗ୍ରହଣ କରିଛନ୍ତି। ନୂତନ ଆଇଟି ନିୟମ ଅନୁଯାୟୀ, ସୋସିଆଲ ମିଡିଆ ପ୍ଲାଟଫର୍ମଗୁଡ଼ିକୁ ଏବେ ଯେକୌଣସି ଆପତ୍ତିଜନକ ବିଷୟବସ୍ତୁକୁ ମାତ୍ର ୩ ଘଣ୍ଟା ମଧ୍ୟରେ ହଟାଇବାକୁ ପଡ଼ିବ। ଏହି ନିୟମ ଫେବୃଆରୀ ୧୦ରେ ଅଧିସୂଚିତ ହୋଇଥିବା ବେଳେ ଫେବୃଆରୀ ୨୦ ରୁ ସାରା ଦେଶରେ କାର୍ଯ୍ୟକାରୀ ହେବ।ଯଦି କୌଣସି ଅଡିଓ, ଭିଡିଓ କିମ୍ବା ଫଟୋ AI ସାହାଯ୍ୟରେ ତିଆରି କରାଯାଇଛି, ତେବେ ପ୍ଲାଟଫର୍ମଗୁଡ଼ିକୁ … Read more