ବିଶିଷ୍ଟ କଣ୍ଠଶିଳ୍ପୀ ପ୍ରଣବ ପଟ୍ଟନାୟକଙ୍କ ପରଲୋକ

ଭୁବନେଶ୍ୱର: ଓଡ଼ିଆ ସଙ୍ଗୀତ ଜଗତର ବିଶିଷ୍ଟ କଣ୍ଠଶିଳ୍ପୀ ପ୍ରଣବ ପଟ୍ଟନାୟକଙ୍କ ୮୮ ବର୍ଷ ବୟସରେ ରାଜଧାନୀର ଏକ ଘରୋଇ ହସ୍ପିଟାଲରେ ତାଙ୍କର ପରଲୋକ ଘଟିଛି ନିଜର ସୁମଧୁର କଣ୍ଠ ଓ ଅନନ୍ୟ ଗାୟନ ଶୈଳୀରେ ସେ ଶ୍ରୋତାଙ୍କ ହୃଦୟରେ ଏକ ସ୍ୱତନ୍ତ୍ର ସ୍ଥାନ ତିଆରି କରିଥିଲେ।ଓଡ଼ିଆ ଆଧୁନିକ, ଭକ୍ତିମୂଳକ ଓ ଚଳଚ୍ଚିତ୍ର ସଙ୍ଗୀତରେ ତାଙ୍କ ଅବଦାନ ତାଙ୍କୁ ସ୍ୱତନ୍ତ୍ର ପରିଚୟ ଦେଇଥିଲା।ଓଡ଼ିଆ ଚଳଚିତ୍ରରେ ସେ ପ୍ରାୟ ୨୦୦ରୁ ଅଧିକ ଗୀତରେ କଣ୍ଠଦାନ କରିଛନ୍ତି। କେବଳ ଚଳଚ୍ଚିତ୍ର ଗୀତ … Read more

ସରକାରୀ ସେବାରେ ବିଳମ୍ବ ହେଲେ ଆପେଆପେ ହେବ ଅପିଲ୍:ଲାଗୁହେଲା ଅଟୋ-ଅପିଲ୍ ସିଷ୍ଟମ୍‌’

ଭୁବନେଶ୍ୱର:ଓଡ଼ିଶା ଜନସେବା ଅଧିକାର ଆଇନ, ୨୦୧୨ (ଓଆରଟିପିଏସଏ) ଅଧୀନରେ ଥିବା ସମସ୍ତ ସୂଚିତ ସରକାରୀ ସେବା ଯୋଗାଣ ପ୍ରକ୍ରିୟାକୁ ଅଧିକ ପାରଦର୍ଶୀ ଓ ଉତ୍ତରଦାୟୀ କରିବା ନିମନ୍ତେ ରାଜ୍ୟ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଏକ ଯୁଗାନ୍ତକାରୀ ‘ଅଟୋ-ଅପିଲ୍ ସିଷ୍ଟମ୍‌’ (ଏଏଏସ୍‌) ଲାଗୁ କରାଯାଇଛି। ଏହି ବ୍ୟବସ୍ଥାର ସୁପରିଚାଳନା ପାଇଁ ସାଧାରଣ ପ୍ରଶାସନ ବିଭାଗର ସଚିବ ସୁରେଶ ବଶିଷ୍ଠ ସୋମବାର ବିସ୍ତୃତ ଗାଇଡଲାଇନ୍ ବା ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଡିଓର (ଏସଓପି) ଜାରି କରି ସବୁ ବିଭାଗୀୟ ସଚିବଙ୍କୁ … Read more

MMDR ବିଲ୍‌ କୁ ନେଇ ଓଡ଼ିଶାବାସୀଙ୍କୁ ଭ୍ରମିତ କରୁଛନ୍ତି ବିରୋଧୀ : ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର:MMDR ସଂଶୋଧନ ବିଲ୍, ୨୦୨୬କୁ ନେଇ ହେଉଥିବା ଅପପ୍ରଚାର ପାଇଁ ବିଜେଡି କଡା ସମାଲୋଚନା କରିଛନ୍ତି ଧର୍ମେନ୍ଦ୍ର ପ୍ରଧାନ । ସେ କହିଛନ୍ତି ପିଏମ ମୋଦିଙ୍କ ସ୍ୱଚ୍ଛ ନୀତି ଯୋଗୁଁ ଓଡ଼ିଶାର ଖଣି ରାଜସ୍ୱ ୫ ହଜାର କୋଟିରୁ ବୃଦ୍ଧି ପାଇ ୫୦ ହଜାର କୋଟିରେ ପହଞ୍ଚିଛି । ନବୀନ ବାବୁ MMDR ବିଲ୍ କୁ ନେଇ ମିଥ୍ୟା ଅପପ୍ରଚାର କରି ଓଡ଼ିଶାବାସୀଙ୍କୁ ଭ୍ରମିତ କରିବାକୁ ଚେଷ୍ଟା କରୁଛନ୍ତି । 2000 ମସିହାରେ ବିଜେଡି ଶାସନ ସମୟରେ … Read more

‘ବନ୍ଦେ ମାତରମ’ ବିବାଦ: କଂଗ୍ରେସ ଉପରେ ବର୍ଷିଲେ ଅମିତ ଶାହ

ନୂଆଦିଲ୍ଲୀ: କଂଗ୍ରେସ କାର୍ଯ୍ୟକ୍ରମରେ ଜାତୀୟ ଗୀତ ‘ବନ୍ଦେ ମାତରମ’ର କେବଳ ପ୍ରଥମ ଦୁଇ ଛନ୍ଦ ଗାନ କରିବା ନିଷ୍ପତ୍ତିକୁ ନେଇ ରାଜନୈତିକ ବିବାଦ ତୀବ୍ର ହୋଇଛି। ଏହି ପ୍ରସଙ୍ଗରେ କଂଗ୍ରେସକୁ କଡ଼ା ଭାଷାରେ ସମାଲୋଚନା କରିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ। ସେ ଅଭିଯୋଗ କରିଛନ୍ତି ଯେ, ୧୯୩୭ର ନିଷ୍ପତ୍ତିକୁ ପୁଣି ଲାଗୁ କରି କଂଗ୍ରେସ ତଥାକଥିତ ‘ତୁଷ୍ଟୀକରଣ ରାଜନୀତି’କୁ ଆଗକୁ ବଢ଼ାଉଛି। ଏହାସହ ସ୍ୱାଧୀନତା ସଂଗ୍ରାମରେ ‘ବନ୍ଦେ ମାତରମ’ ଗାଇ ଜୀବନ ବଳି ଦେଇଥିବା ସହିଦମାନଙ୍କୁ … Read more

ଅନଲାଇନ୍ ଅଟୋ ଷ୍ଟାଣ୍ଡ ଉପରେ ବୁଲିଲା ବୁଲଡୋଜର୍ :କ୍ଷତିପୂରଣ ଭରିବେ ଅଟୋ ଚାଳକ

ଭୁବନେଶ୍ୱର:ମାଷ୍ଟରକ୍ୟାଣ୍ଟିନରେ ଅନଲାଇନ୍ ଟ୍ୟାକ୍ସି ଚାଳକଙ୍କ ହିଂସାତ୍ମକ ଆନ୍ଦୋଳନ ଘଟଣାରେ କମିଶନରେଟ୍ ପୋଲିସ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ମାଷ୍ଟରକ୍ୟାଣ୍ଟିନସ୍ଥିତ ବେଆଇନ ଅନଲାଇନ୍ ଅଟୋ ଷ୍ଟାଣ୍ଡ କୁ ପୋଲିସ ଭାଙ୍ଗି ଦେଇଛି। ବୁଲଡୋଜର ଜରିଆରେ ସମ୍ପୂର୍ଣ୍ଣ ଅଟୋଷ୍ଟାଣ଼୍ଡକୁ ମାଟିରେ ମିଶାଯାଇଛି। ଉକ୍ତ ସ୍ଥାନକୁ ଅକ୍ତିଆର କରି ଅଟୋ ଚାଳକମାନେ ଦୀର୍ଘଦିନ ଧରି ଷ୍ଟାଣ୍ଡ ବନାଇଥିଲେ।ଏହି ଘଟଣାରେ ଆଜି ଗିରଫ ସଂଖ୍ୟା ୧୧୩କୁ ବୃଦ୍ଧି ପାଇଛି। ଅଭିଯୁକ୍ତମାନଙ୍କୁ କୋର୍ଟଚାଲାଣ କରାଯାଇଥିଲା। ଜାମିନ ନାମଞ୍ଜୁର ପରେ ସମସ୍ତଙ୍କୁ ବିଚାର ବିଭାଗୀୟ ହାଜତକୁ … Read more

ପ୍ରିନ୍ସିପାଲଙ୍କୁ ଛୁରୀ ଭୁଷି ହତ୍ୟା କଲେ ଦଶମ ଶ୍ରେଣୀ ଛାତ୍ର

ତେଲଙ୍ଗନା:ପ୍ରିନ୍ସିପାଲଙ୍କୁ ହତ୍ୟା କରିବା ଅଭିଯୋଗରେ ଦୁଇଜଣ ଦଶମ ଶ୍ରେଣୀ ଛାତ୍ରଙ୍କୁ ଗିରଫ କରିଛି ପୋଲିସ । ଅଗଷ୍ଟ ୧୨ରେ ତେଲଙ୍ଗାନାର ନଲଗୋଣ୍ଡା ଜିଲ୍ଲାର ନାଗାର୍ଜୁନ ପବ୍ଲିକ ସ୍କୁଲର ପ୍ରିନ୍ସିପାଲ କାଲ୍ଲୁ ରୂପା ରେଡ୍ଡୀଙ୍କ ମୃତ ଦେହ ତାଙ୍କ ବାସ ଗୃହ ରୁ ଉଦ୍ଧାର ହୋଇଥିଲା l ତାଙ୍କ ଶରୀରରେ ୨୭ଟି ଛୁରି ଆଘାତ ଚିହ୍ନ ରହିଥିଲା । ସୂଚନା ଅନୁଯାୟୀ ଅଗଷ୍ଟ ୧୦ରେ ସେ ସ୍କୁଲ ଯାଇଥିଲେ ଏବଂ ସନ୍ଧ୍ୟା ପ୍ରାୟ ୬ଟା ୩୦ ପର୍ଯ୍ୟନ୍ତ ସେଠାରେ … Read more

ଆନ୍ଦୋଳନ ବେଳେ ସରକାରୀ ସମ୍ପତ୍ତି ନଷ୍ଟ କରିଥିବାରୁ ୪୦୦ରୁ ଅଧିକ ଅଟୋ ପରମିଟ୍ ରଦ୍ଦ ପାଇଁ ପ୍ରକ୍ରିୟା ଆରମ୍ଭ

ଭୁବନେଶ୍ୱର: ଅନଲାଇନ ଅଟୋ ସଂଘର ରାସ୍ତାରୋକ ଏବଂ ବସ୍ ଭଙ୍ଗାରୁଜା ମାମଲାରେ ପରିବହନ ବିଭାଗ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ବେଆଇନ ଭାବେ ରାସ୍ତା ଅବରୋଧ ଓ ସରକାରୀ ସମ୍ପତ୍ତି ନଷ୍ଟ କରିବାରେ ବ୍ୟବହୃତ ହୋଇଥିବା ୪୦୦ରୁ ଅଧିକ ଅଟୋରିକ୍ସାର ପରମିଟ୍ ରଦ୍ଦ ବା ନିଲମ୍ବନ ପାଇଁ ଆରଟିଓ ପକ୍ଷରୁ ପ୍ରକ୍ରିୟା ଆରମ୍ଭ ହୋଇଛି।ମୋଟର ଯାନ ଆଇନ, ୧୯୮୮ର ଧାରା ୮୬(୧)(ଖ) ଅନୁଯାୟୀ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ପୋଲିସ ରେକର୍ଡ ଓ ସିସିଟିଭି ଜରିଆରେ ରାସ୍ତାରୋକରେ ସାମିଲ … Read more

ହକି ବିଶ୍ୱକପ୍ ୨୦୨୬: ପାକିସ୍ତାନକୁ ହରାଇଲା ଭାରତ

ନୂଆଦିଲ୍ଲୀ:ବୁଧବାର ନେଦରଲ୍ୟାଣ୍ଡସର ଆମ୍‌ଷ୍ଟେଲଭିନ୍ ଷ୍ଟାଡିୟମ୍‌ରେ ଖେଳାଯାଇଥିବା ୨୦୨୬ ହକି ବିଶ୍ୱକପ୍‌ର ପୁଲ୍-ଡି ମ୍ୟାଚ୍‌ରେ ଭାରତୀୟ ଦଳ ୫-୩ ଗୋଲ୍‌ରେ ପାକିସ୍ତାନକୁ ପରାସ୍ତ କରିଛି । ଏହି ବିଜୟ ସହ ଭାରତ ପରବର୍ତ୍ତୀ ପର୍ଯ୍ୟାୟରେ ପ୍ରବେଶ କରିଛି।ଦୀର୍ଘ ୧୬ ବର୍ଷର ବ୍ୟବଧାନ ପରେ ବିଶ୍ୱକପ୍ ମଞ୍ଚରେ ଏହି ଦୁଇ ଦଳ ମୁହାଁମୁହିଁ ହୋଇଥିଲେ। ଏହାପୂର୍ବରୁ ୨୦୧୦ ଦିଲ୍ଲୀ ବିଶ୍ୱକପ୍‌ରେ ଭାରତ ୪-୧ ଗୋଲ୍‌ରେ ପାକିସ୍ତାନକୁ ପରାସ୍ତ କରିଥିଲା।ପୁଲ୍ ପର୍ଯ୍ୟାୟରେ ୩ଟି ମ୍ୟାଚ୍‌ରୁ ୨ଟିରେ ବିଜୟ ସହ ୬ ପଏଣ୍ଟ … Read more

MMDR ସଂଶୋଧିତ ବିଲ୍‌କୁ ନେଇ କେନ୍ଦ୍ର ସରକାରଙ୍କୁ ସମାଲୋଚନା କଲେ ନବୀନ ପଟ୍ଟନାୟକ

ଭୁବନେଶ୍ୱର:MMDR ସଂଶୋଧିତ ବିଲ୍‌କୁ ନେଇ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ କେନ୍ଦ୍ର ସରକାରଙ୍କୁ ସମାଲୋଚନା କରିଛନ୍ତି। ଏହି ବିଲ୍‌ ଓଡ଼ିଶା ଓ ଓଡ଼ିଶାବାସୀଙ୍କ ପାଇଁ କ୍ଷତିକାରକ ବୋଲି କହିବା ସହ ବିନା ଆଲୋଚନାରେ ସଂସଦରେ ବିଲ୍‌ ପାରିତ କରାଯାଇଥିବା ନେଇ ନବୀନ ପ୍ରଶ୍ନ ଉଠାଇଛନ୍ତି। ନବୀନ କହିଛନ୍ତି, ଓଡ଼ିଶା ଓ ଓଡ଼ିଶାବାସୀଙ୍କ ସ୍ୱାର୍ଥ ଆଗରେ କୌଣସି ଦଳ ବଡ଼ ନୁହେଁ। ପାର୍ଟି ନୁହେଁ, ମାଟିର ସ୍ୱାର୍ଥ ପାଇଁ ସମସ୍ତେ ଏକାଠି ହେବାର ସମୟ ଆସିଛି। ଏଥିସହ … Read more

‘ଆମସାଥୀ’ ହ୍ବାଟ୍ସଆପ୍ ଚାଟ୍ ବଟ୍‌ର ଶୁଭାରମ୍ଭ କଲେ ସୁରେଶ ପୂଜାରୀ ମିଳିବ ରାଜସ୍ୱ ବିଭାଗର ସେବା

ଭୁବନେଶ୍ୱର:ରାଜସ୍ୱ ବିଭାଗ ପକ୍ଷରୁ ‘ଅମସାଥି ଚାଟ୍‌ବଟ୍‌ ଆପ୍‌’ର ଶୁଭାରମ୍ଭ କରାଯାଇଛି। ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ମନ୍ତ୍ରୀ ସୁରେଶ ପୂଜାରୀ ଏହାର ଶୁଭାରମ୍ଭ କରିଛନ୍ତି।ପ୍ରଥମ ପର୍ଯ୍ୟାୟରେ ‘ଅମସାଥି ଚାଟ୍‌ବଟ୍‌’ ମାଧ୍ୟମରେ ରାଜସ୍ୱ ବିଭାଗର ୧୬ଟି ସେବା ଉପଲବ୍ଧ ହେବ। ପରବର୍ତ୍ତୀ ସମୟରେ ଆଉ ୨ଟି ସେବାକୁ ଏଥିରେ ସାମିଲ କରାଯିବ। ପୂର୍ବରୁ ୧୧ଟି ସେବା ଉପଲବ୍ଧ ଥିବାବେଳେ ଏବେ ଏହାକୁ ଆହୁରି ବ୍ୟାପକ କରାଯାଇଛି। ଚାଟ୍‌ବଟ୍‌ ମାଧ୍ୟମରେ ନାଗରିକମାନେ ମ୍ୟୁଟେସନ୍‌, କିସମ ପରିବର୍ତ୍ତନ, ବିବାହ ପଞ୍ଜିକରଣ, … Read more