July 1, 2025 3:57 am

ଅନଲାଇନ ବେଟିଂ ଏବଂ ଜୁଆ ପ୍ଲାଟଫର୍ମକୁ ନେଇ ସତର୍କତା ଜାରି କଲେ କେନ୍ଦ୍ର ସରକାର 

ନୂଆଦିଲ୍ଲୀ: ବିଦେଶୀ ଅନଲାଇନ ବେଟିଂ ଏବଂ ଜୁଆ ପ୍ଲାଟଫର୍ମ ସମେତ ସରୋଗେଟ୍ (ଛଦ୍ମ) ବିଜ୍ଞାପନ କିମ୍ବା ପ୍ରଚାରପ୍ରସାର ଠାରୁ ଦୂରେଇ ରହିବାକୁ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଆଜି ସାମାଜିକ ଗଣମାଧ୍ୟମର ସମସ୍ତ ସମର୍ଥକ ଏବଂ ପ୍ରଭାବଶାଳୀ ବ୍ୟକ୍ତିବିଶେଷମାନଙ୍କୁ ପରାମର୍ଶ ଦେଇଛି। ମନ୍ତ୍ରଣାଳୟ କହିଛି ଯେ ଏହି ବିଜ୍ଞାପନଗୁଡ଼ିକ ଗ୍ରାହକ, ବିଶେଷ କରି ଯୁବବର୍ଗଙ୍କ ଉପରେ ଅନଲାଇନ୍ ବେଟିଂ ଏବଂ ଜୁଆଖେଳର ଏକ ଗୁରୁତ୍ୱପୂର୍ଣ୍ଣ ବିତ୍ତୀୟ ଏବଂ ସାମାଜିକ-ଆର୍ଥିକ ପ୍ରଭାବ ପକାଇଥାଏ। ଭାରତୀୟ ଦର୍ଶକଙ୍କୁ ଆଖି ଆଗରେ ରଖି … Read more

ହୋଲି ଉପଲକ୍ଷେ ରେଳଯାତ୍ରା ଶସ୍ତା ହେଲା   

ନୂଆଦିଲ୍ଲୀ: ରେଲୱେ ପକ୍ଷରୁ ଯାତ୍ରୀ ଭଡ଼ା ୪୦ରୁ ୫୦ ପ୍ରତିଶତ ଶସ୍ତା ହୋଇଥିବା ନେଇ ଘୋଷଣା କରାଯାଇଛି। ହୋଲି ପୂର୍ବରୁ ରେଲୱେ ପକ୍ଷରୁ ଯାତ୍ରୀମାନଙ୍କୁ ଏହି ସୁବିଧା ଦିଆଯାଇଛି। ଉତ୍ତର ରେଲୱେ ପକ୍ଷରୁ ଟିକେଟ ଦର କମ୍ କରାଯାଇଥିବା ସମ୍ପର୍କରେ ସୂଚନା ପ୍ରଦାନ କରାଯାଇଛି। ରେଲୱେ ଅନୁସାରେ କଶ୍ମୀର ଘାଟି ଅଭିମୁଖେ ଯାତ୍ରା କରୁଥିବା ଟ୍ରେନ୍ ଗୁଡ଼ିକର ଯାତ୍ରୀ ଭଡ଼ା କମ୍ କରାଯାଇଛି। ନୂଆ ଟିକେଟ ଦର ତତ୍କାଳ ଲାଗୁ କରାଯାଇଥିବା ଉତ୍ତର ରେଲୱେ ପକ୍ଷରୁ କୁହାଯାଇଛି। … Read more

ସନ୍ଦୀପ ମିଶ୍ର ଓସ୍‌ଜା ସଭାପତି ଓ ସଂବିତ ମହାପାତ୍ର କାର୍ଯ୍ୟକାରୀ ସଭାପତି ନିର୍ବାଚିତ 

ସୁରେଶ ସ୍ଵାଇଁ ତୃତୀୟ ଥର ପାଇଁ ସମ୍ପାଦକ ପଦବୀରେ ରହିଲେ ଭୁବନେଶ୍ବର: ୨୦୨୪-୨୬ ଆର୍ଥିକ ବର୍ଷ ପାଇଁ ରାଜ୍ୟ ସଂଘ ଓଡ଼ିଶା କ୍ରୀଡ଼ା ସାମ୍ବାଦିକ ସଂଘ  (ଓସ୍‌ଜା)ର  ନୂଆ କର୍ମକର୍ତ୍ତା ନିର୍ବାଚନ ପ୍ରକ୍ରିୟା ଆଜି ସମାପ୍ତ ହୋଇଛି। ସନ୍ଦୀପ ମିଶ୍ର ସଭାପତି ଭାବେ ପୁନଃ ନିର୍ବାଚିତ ହୋଇଥିବା ବେଳେ ସମ୍ବିତ ମହାପାତ୍ର ନୂଆ କାର୍ଯ୍ୟକାରୀ ସଭାପତି ରୂପେ ନିର୍ବାଚିତ ହୋଇଛନ୍ତି।  ସେହିପରି ସୁରେଶ ସ୍ଵାଇଁ  ତୃତୀୟ ଥର ପାଇଁ  ସମ୍ପାଦକ ପଦକୁ ‌ଫେରିଛନ୍ତି।  ଭାରତୀୟ କ୍ରୀଡ଼ା ସାମ୍ବାଦିକ … Read more

ମାର୍ଚ୍ଚ ୩୧ ରବିବାର ଦିନ ଖୋଲା ରହିବ ବ୍ୟାଙ୍କ

ନୂଆଦିଲ୍ଲୀ:  ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଆରବିଆଇ) ମଧ୍ୟ ମାର୍ଚ୍ଚ ୩୧ ତାରିଖ ରବିବାର ଦିନ ବ୍ୟାଙ୍କଗୁଡ଼ିକୁ ଖୋଲା ରଖିବାକୁ ନିଷ୍ପତ୍ତି ନେଇଛି। ସୋସିଆଲ ମିଡିଆ ପ୍ଲାଟଫର୍ମ X ରେ ଏକ ଟୁଇଟ୍ ମାଧ୍ୟମରେ ଆରବିଆଇ ଏହି ନିଷ୍ପତ୍ତି ବିଷୟରେ ସୂଚନା ଦେଇଛି। କେନ୍ଦ୍ରୀୟ ବ୍ୟାଙ୍କ କହିଛି ଯେ, ମାର୍ଚ୍ଚ ୩୧ ତାରିଖ ୨୦୨୪ ରବିବାର ହୋଇଥିଲେ ମଧ୍ୟ ସମସ୍ତ ବ୍ୟାଙ୍କ ଖୋଲା ରହିବ। ଚଳିତ ଆର୍ଥିକ ବର୍ଷର ୨୦୨୩-୨୪ ର ଶେଷ ଦିନ ହୋଇଥିବାରୁ ଏହି … Read more

ବିଜେଡିରେ ସାମିଲ ହେଲେ ଖଡ଼ିଆଳ ବିଧାୟକ ଅଧିରାଜ ପାଣିଗ୍ରାହୀ

ଭୁବନେଶ୍ଵର:ଗତକାଲି  କଂଗ୍ରେସରୁ ଇସ୍ତଫା ଦେଇଥିବା  ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବିଧାୟକ ଅଧିରାଜ ମୋହନ ପାଣିଗ୍ରାହୀ ଆଜି ବିଧିବଦ୍ଧ ଭାବେ ବିଜେଡିରେ ସାମିଲ ହୋଇଛନ୍ତି ।  ଶଙ୍ଖଭବନରେ ଆୟୋଜିତ ମିଶ୍ରଣ ପର୍ବରେ ଶ୍ରୀ ପାଣିଗ୍ରାହୀ ବିଜେଡିରେ ସାମିଲ ହୋଇଛନ୍ତି। ବିଜୁ ଜନତା ଦଳରେ ଯୋଗଦାନ ନେଇ ରାଜ୍ୟସଭା ସାଂସଦ ମାନସ ମଙ୍ଗରାଜ ଘୋଷଣା କରିଛନ୍ତି। ସେ ନିଜର ବହୁ ସମର୍ଥକଙ୍କ ସହିତ ବିଜେଡିରେ ଯୋଗ ଦେଇଛନ୍ତି। ଏହି ମିଶ୍ରଣ ପର୍ବରେ ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ ନେତା ପ୍ରଣବ ପ୍ରକାଶ … Read more

ସମ୍ବାଦ ସାହିତ୍ୟ ଘର ପକ୍ଷରୁ ପଖାଳ ଦିବସ ପାଳିତ 

ବିଶ୍ଵରଞ୍ଜନ ପଟ୍ଟନାୟକ ଅନୁଗୁଳ: ସମ୍ବାଦ ସାହିତ୍ୟ ଘର,ଅନୁଗୁଳ ପକ୍ଷରୁ କାର୍ଯ୍ୟାଳୟ ପରିସରରେ ପଖାଳ ଦିବସ ପାଳିତ ହୋଇଯାଇଛି।ଅନୁଗୁଳ ସ୍ୱୟଂଶାସିତ ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷ ଶାନ୍ତନୁ ସର ଙ୍କ ସଭାପତିତ୍ବରେ ଆୟୋଜିତ ଏହି ସମାରୋହରେ ହିନ୍ଦୀ ସାହିତ୍ୟର ବିଶିଷ୍ଟ କବି ଏବଂ ଅନୁବାଦକ ଦିନେଶ ମାଲି,ସମାଜସେବୀ ଅନୁକୂଳ ନନ୍ଦ ଏବଂ ବିଜୟ କୁମାର ମୋଦି ପ୍ରମୁଖ ଅତିଥିରୁପେ ଯୋଗଦାନ କରିଥିଲେ। ଏ ଅବସରରେ ଅତିଥି ମାନେ ଓଡ଼ିଆ ସଂସ୍କୃତି ବିଶେଷକରି ପଲ୍ଲୀ ସଂସ୍କୃତିରେ ପଖାଳ ଭାତର ଆଦର ଏବଂ … Read more

ମଝି ଆକାଶରେ ଜୀବନ ବଞ୍ଚାଇଲେ କିମ୍‌ସ ଡାକ୍ତର

ଭୁବନେଶ୍ୱର: ଆମେ ଜାଣୁ ସବୁବେଳେ ଡାକ୍ତର ଦେବଦୂତ ସାଜି  ଜୀବନ ବଞ୍ଚାନ୍ତି। କଳିଙ୍ଗ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍‌ସେସ୍ (କିମ୍‌ସ) ଭୁବନେଶ୍ୱରର ହୃଦ୍‌ରୋଗ ବିଶେଷଜ୍ଞ ଡା ଅଶୋକ କୁମାର ବଡ଼ମାଳି ମଝି ଆକାଶରେ ବଞ୍ଚାଇଛନ୍ତି ଜଣେ ମହିଳାଙ୍କ ଜୀବନ। ଏୟାର ଇଣ୍ଡିଆ ଏକ୍ସପ୍ରେସ୍ ବିମାନ ରବିବାର ସକାଳେ ନୂଆଦିଲ୍ଲୀରୁ ପୁନେ ଅଭିମୁଖେ ଯାଉଥିବା ସମୟରେ ଜନୈକ ମହିଳା ହଠାତ୍‍ ଅସୁସ୍ଥ ହୋଇପଡ଼ିଥିଲେ। ଏହା ଦେଖି ବିମାନ କର୍ମଚାରୀମାନେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ କ୍ୟାବିନ୍ କ୍ରୁମାନେ ଜରୁରୀକାଳୀନ … Read more

ଶରଦ ପାୱାର ଗୋଷ୍ଠୀକୁ ନୂଆ ନିର୍ବାଚନ ଚିହ୍ନ  ମିଳିଲା 

ନୂଆଦିଲ୍ଲୀ: ଶରଦ ପାୱାର ଗୋଷ୍ଠୀକୁ ଲୋକସଭା ଓ ବିଧାନସଭା ନିର୍ବାଚନ ପାଇଁ ଦଳୀୟ ନାମ ‘ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି-ଶରଦ ଚନ୍ଦ୍ର ପାୱାର’ ଏବଂ ଦଳର ଚିହ୍ନ ‘ତୁରୀ ବଜାଉଥିବା ମନୁଷ୍ୟ’ ବ୍ୟବହାର କରିବାକୁ ସୁପ୍ରିମକୋର୍ଟ ମଙ୍ଗଳବାର ଅନୁମତି ଦେଇଛନ୍ତି। ଏହାଫଳରେ ନିର୍ବାଚନ ଆଉ ମାତ୍ର  କିଛି ଦିନ ଠିଆ ବେଳେ ଶରଦ ପାୱାର ଗୋଷ୍ଠୀକୁକୁ  ବଡ଼ ଆଶ୍ୱସ୍ତି ମିଳିଛି।  ଲୋକସଭା ଓ ବିଧାନସଭା ନିର୍ବାଚନ ପାଇଁ ନିର୍ବାଚନ ଚିହ୍ନ ‘ତୁରୀ ବଜାଉଥିବା ମନୁଷ୍ୟ’ ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି … Read more

ଅରୁଣାଚଳପ୍ରଦେଶ ଭାରତର ଅବିଚ୍ଛେଦ୍ୟ ଅଙ୍ଗ : ଭାରତ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅରୁଣାଚଳ ପ୍ରଦେଶ ଗସ୍ତକୁ ନେଇ ଚୀନ ଆପତ୍ତି ଉଠାଇଥିଲା ବେଳେ  ଚୀନ୍ ଏହି ଗସ୍ତକୁ ନେଇ ବିବବୀୟ ବୟାନ ଦେଇଥିଲା। ଏହାକୁ କୁ ଭାରତ ସରକାର ଖଣ୍ଡନ କରିଛନ୍ତି। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ କହିଛି ଯେ ଅରୁଣାଚଳ ପ୍ରଦେଶ ଭାରତର ଏକ ଅବିଚ୍ଛେଦ୍ୟ ଏବଂ ଅବିଚ୍ଛେଦ୍ୟ ଅଙ୍ଗ ଥିଲା ଏବଂ ରହିବ । ଭାରତ ସରକାରଙ୍କ ଉନ୍ନୟନ ମୂଳକ ପ୍ରକଳ୍ପରୁ ଅରୁଣାଚଳବାସୀ ଉପକୃତ ହେବା ଜାରି ରଖିବେ।  କିଛି ଦିନ ତଳେ … Read more

‘ବିଜେଡି ଶାସନରେ ଆଦିବାସୀଙ୍କ ବିକାଶ ତ୍ଵରାନ୍ଵିତ’

ଭୁବନେଶ୍ୱର: ଓଡିଶାରେ ଆଦିବାସୀ ହେଉଛନ୍ତି ଜନସଂଖ୍ୟାର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ । ଏହି ସମ୍ପ୍ରଦାୟ କେବଳ ଏହି କାରଣରୁ ଗୁରୁତ୍ୱପୂର୍ଣ୍ଣ ନୁହେଁ ଯେ ସେମାନେ ରାଜ୍ୟର ଜନସଂଖ୍ୟାର ୨୨.୮% ବା ଏକ କୋଟିରୁ ଅଧିକ ଅଟନ୍ତି ବରଂ ଭାରତର ଜନସଂଖ୍ୟାର ମଧ୍ୟ ୯.୧୭% ଅଟନ୍ତି । ସେମାନେ ଅନନ୍ୟ ସଂସ୍କୃତି, ଜୀବନଶୈଳୀର ପ୍ରତିନିଧିତ୍ୱ କରନ୍ତି ଏବଂ ଉଦ୍ଭିଦର ଔଷଧୀୟ ଦିଗ ସମେତ ଜଙ୍ଗଲ, ଉଦ୍ଭିଦ ଏବଂ ବନଜାତ ଦ୍ରବ୍ୟ ବିଷୟରେ ଅନେକ ପ୍ରକାରର ଅନନ୍ୟ ଜ୍ଞାନର ଭଣ୍ଡାର ଅଟନ୍ତି … Read more