ଓଡ଼ିଶା ଗସ୍ତରେ ହରିଆଣାର ବିଧାନସଭାର ପ୍ରତିନିଧିମଣ୍ଡଳୀ

ଭୁବନେଶ୍ୱର:ହରିଆଣା ବିଧାନସଭାର ଶିକ୍ଷା, ବୈଷୟିକ ଶିକ୍ଷା, ଧନ୍ଦାମୂଳକ ଶିକ୍ଷା, ମେଡ଼ିକାଲ ଶିକ୍ଷା ଏବଂ ସ୍ୱାସ୍ଥ୍ୟସେବା ସବ୍‌ଜେକଫ କମିଟିର ଅଧ୍ୟକ୍ଷ ଶ୍ରୀ ରାମ କୁମାର କାଶ୍ୟପଙ୍କ ଅଧ୍ୟକ୍ଷତାରେ ଏକ ୧୧ ଜଣିଆ ସଦସ୍ୟଦଳ ଓଡ଼ିଶା ଗସ୍ତରେ ଆସିଛନ୍ତି । ଓଡ଼ିଶା ବିଧାନସଭାର ଉପବାଚସ୍ପତି ଶ୍ରୀ ଭବାନୀଶଙ୍କର ଭୋଇଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବୈଠକରେ ଏହି ସଦସ୍ୟମାନେ ବିଧାନସଭା ଷ୍ଟାଣ୍ଡିଙ୍ଗ୍‌ କମିଟି-୪ର ଅଧ୍ୟକ୍ଷ ଶ୍ରୀ ପୂର୍ଣ୍ଣଚନ୍ଦ୍ର ସେଠୀ, ବିଧାନସଭା ଷ୍ଟାଣ୍ଡିଙ୍ଗ୍‌ କମିଟି-୫ର ଅଧ୍ୟକ୍ଷ ଶ୍ରୀ ବିଭୂତି ଭୂଷଣ ପ୍ରଧାନ, ସଦସ୍ୟ ଶ୍ରୀ … Read more

ରାସନକାର୍ଡ ହିତାଧିକାରୀମାନଙ୍କର ବଢିପାରେ ଚାଉଳର ପରିମାଣ

ଭୁବନେଶ୍ୱର: ରାସନକାର୍ଡ ହିତାଧିକାରୀଙ୍କୁ ଅଧିକ ୫ କେଜି ଚାଉଳ ଦେବାକୁ ବିଚାର କରୁଛନ୍ତି ରାଜ୍ୟ ସରକାର । ଏ ନେଇ ସୂଚନା ଦେଇଛନ୍ତି ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ମନ୍ତ୍ରୀ କହିବାନୁସରେ , ଚୂଡାନ୍ତ ନିଷ୍ପତ୍ତି ହୋଇନି । ଏ ବିଷୟରେ ଚିନ୍ତା କରାଯାଉଛି । ମୁଖ୍ୟମନ୍ତ୍ରୀ ଏ ସଂକ୍ରାନ୍ତରେ ନିଷ୍ପତ୍ତି ନେବେ । ରାଜ୍ୟର ସମସ୍ତ ୩ କୋଟି ୨୫ ଲକ୍ଷ ହିତାଧିକାରୀଙ୍କୁ ଅଧିକ ୫ କେଜି ଚାଉଳ ଦେବାକୁ ଚିନ୍ତା କରାଯାଉଛି … Read more

୨୧ ନୁହେଁ ୨୦ରେ ପାଳନ ହେବ ଦୀପାବଳି, ସ୍ପଷ୍ଟ କଲେ ମୁକ୍ତିମଣ୍ଡପ ପଣ୍ଡିତ

ପୁରୀ: ଆସନ୍ତା ୨୧ ମଙ୍ଗଳବାର ପରିବର୍ତ୍ତେ ୨୦ ତାରିଖ ସୋମବାର ଦିନ ଦୀପାବଳି ପାଳନ ହେବ । ଆଜି ଏକ ସାମ୍ବାଦିକ ସମ୍ମିଳନୀ ଜରିଆରେ ପଣ୍ଡିତ ମହାସଭା ସ୍ପଷ୍ଟ କରିଛି । ପୂର୍ବରୁ ଦୀପାବଳି ପାଳନ ତାରିଖକୁ ନେଇ ଦ୍ୱନ୍ଦ୍ୱକୁ ଦୂର କରିଛି ମୁକ୍ତିମଣ୍ଡପ ପଣ୍ଡିତ ମହାସଭା । ଭିନ୍ନ ଭିନ୍ନ ପଞ୍ଜିକାରେ ଭିନ୍ନ ଭିନ୍ନ ତାରିଖ ରହିଥିଲା । ଏ ନେଇ ଆଜି ଶ୍ରୀମନ୍ଦିର ମୁକ୍ତିମଣ୍ଡପ ମହାସଭାର ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଛି । ଏଥିରେ … Read more

ଷ୍ଟେସନାରୀ ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ, ଜଳିଗଲା କୋଟି କୋଟି ଟଙ୍କା ସାମଗ୍ରୀ

ବାଲେଶ୍ୱର: ବାଲେଶ୍ୱର ଜିଲ୍ଲା ଟାଉନ ଥାନା ସିନେମା ଛକରେ ୪ମହଲା ଷ୍ଟେସନାରୀ ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିବାରୁ କୋଟି କୋଟି ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଯାଛି । ଆଜି ଭୋର ସମୟରେ ଏହି ଅଗ୍ନିକାଣ୍ଡ ଘଟିଥିବା ବେଳେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି । ସର୍ଟି ସର୍କିଟ ଯୋଗୁ ନିଆଁ ଲାଗିଥିବା ସନ୍ଦେହ କରାଯାଉଛି । ଅଗ୍ନିକାଣ୍ଡ ଘଟିବା ପରେ ଉପର ମହଲାରେ ବାଣ ଗଚ୍ଛିତ ଥିବାରୁ ନିଆଁ ଅଧିକ ବ୍ୟାପିଥିଲା । ନିଆଁ … Read more

ଆର୍ଥିକ ଶୃଙ୍ଖଳାକୁ ସୁଦୃଢ଼ ​​କରିବା ପାଇଁ ଓଡ଼ିଶାର ପଦକ୍ଷେପ: ଆଉ ୧୦ଟି ବିଭାଗରେ ଆଭ୍ୟନ୍ତରୀଣ ଅଡିଟ୍ ୱିଙ୍ଗ ସୃଷ୍ଟି

ଭୁବନେଶ୍ୱର: ଓଡିଶା ସରକାରଙ୍କ ଏକ ଅବିଚ୍ଛେଦ୍ୟ ଅଙ୍ଗ, ଆଭ୍ୟନ୍ତରୀଣ ଅଡିଟ୍, ଓଡ଼ିଶା ସଚିବାଳୟର ୨୮ଟି ପ୍ରଶାସନିକ ବିଭାଗରେ କାର୍ଯ୍ୟ କରୁଛି । ଏହା ପବ୍ଲିକ ମନିର ପ୍ରହରୀ ଭାବରେ କାର୍ଯ୍ୟ କରେ ଏବଂ ରାଜ୍ୟ ମଧ୍ୟରେ ଟଙ୍କାର ଅପବ୍ୟବହାର ଓ ଆତ୍ମସାତ ସମେତ ଆର୍ଥିକ ଅନିୟମିତତା ରିପୋର୍ଟ ପ୍ରଦାନ କରେ। ସମାନତା, ବୃତ୍ତିଗତ ତଦାରଖ ଏବଂ ସାଧାରଣ ଖର୍ଚ୍ଚର ତଦାରଖ ସୁନିଶ୍ଚିତ କରିବା ପାଇଁ ସମସ୍ତ ଆଭ୍ୟନ୍ତରୀଣ ଅଡିଟ୍ କର୍ମଚାରୀଙ୍କୁ ଅର୍ଥ ବିଭାଗ ଅଧୀନରେ କେନ୍ଦ୍ରୀଭୂତ କରାଯାଇଛି।ବର୍ତ୍ତମାନର … Read more

ପ୍ରଥମ ପର୍ଯ୍ୟାୟରେ ୭୧ ପ୍ରାର୍ଥୀଙ୍କ ନାଁ ଘୋଷଣା କଲା ବିଜେପି

ବିହାର: ବିହାର ବିଧାନସଭା ନିର୍ବାଚନ ପାଇଁ ମଙ୍ଗଳବାର ବିଜେପି ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିଛି । ଏହି ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ଘୋଷଣାରେ ୭୧ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି ବିଜେପି । ତେବେ ବରିଷ୍ଠ ବିଜେପି ନେତା ତଥା ଉପ-ମୁଖ୍ୟମନ୍ତ୍ରୀ ସମ୍ରାଟ ଚୌଧୁରୀଙ୍କୁ ତାରାପୁର ସିଟରୁ ଟିକେଟ୍ ଦେଇଛି ବିଜେପି । ସେହିପରି ରାମ କୃପାଳ ଯାଦବଙ୍କୁ ଦଳ ଦାନାପୁର ଆସନରୁ ପ୍ରାର୍ଥୀ କରିଛି । ଦୀର୍ଘ ଦିନ ହେଲା ବିହାରରେ ଏନଡିଏ … Read more

ସାନଘାଗରାରେ ପ୍ରତିଷ୍ଠା ହେବ ରାଜ୍ୟର ଦ୍ଵିତୀୟ ଆଞ୍ଚଳିକ ଉଦ୍ଭିଦ ସମ୍ପଦ କେନ୍ଦ୍ର

ଭୁବନେଶ୍ୱର: ସାନଘାଗରାରେ ପ୍ରତିଷ୍ଠା ହେବ ରାଜ୍ୟର ଦ୍ବିତୀୟ ଆଞ୍ଚଳିକ ଉଦ୍ଭିଦ ସମ୍ପଦ କେନ୍ଦ୍ର । ଏଥିପାଇଁ ପ୍ରକ୍ରିୟା ଜାରି ରହିଥିବାବେଳେ ମଙ୍ଗଳବାର, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଲୋକସେବା ଭବନ ଠାରେ ଏପ୍ରସଙ୍ଗରେ ଜଙ୍ଗଲ, ପରିବେଶ ଏବଂ ଜଳବାୟୁ ପରିବର୍ତ୍ତନ ବିଭାଗ ଏବଂ କେନ୍ଦୁଝର ପ୍ରଶାସନ ସହ ଆଲୋଚନା କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କର ମାନସ ପ୍ରକଳ୍ପ ଭାବେ ବିକଶିତ ହେବାକୁ ଥିବା ଏହି କେନ୍ଦ୍ର ଓଡ଼ିଶାର ଦ୍ଵିତୀୟ ଆଞ୍ଚଳିକ ଉଦ୍ଭିଦ ସମ୍ପଦ କେନ୍ଦ୍ର ଭାବେ ସାନଘାଗରା ଠାରେ … Read more

ବ୍ରହ୍ମପୁର କଲେଜରେ ଏସସିବି ମେଡିକାଲର ଛାତ୍ରଛାତ୍ରୀଙ୍କୁ ମାଡ଼ମାରିବା ଅଭିଯୋଗ

କଟକ: ବ୍ରହ୍ମପୁର ମେଡିକାଲ କଲେଜରେ କଟକ ବଡ଼ ମେଡିକାଲର ଡାକ୍ତର ଛାତ୍ରଛାତ୍ରୀଙ୍କୁ ମାଡ଼ ମରାଯାଇଥିବା ଅଭିଯୋଗ ହୋଇଛି । ଗତକାଲି ବ୍ରହ୍ମପୁର ମେଡିକାଲ କଲେଜରେ ଆୟୋଜିତ ଡ୍ୟୁଟି ମିଟ୍ କାର୍ଯ୍ୟକ୍ରମରେ ଯୋଗଦେବାକୁ କଟକ ବଡ଼ ମେଡିକାଲ ୧୧୦ ଡାକ୍ତରୀ ଛାତ୍ରଛାତ୍ରୀ ଯାଇଥିଲେ । ହେଲେ ସେଠାରେ ସ୍ବାଗତ ନାଁରେ ସେମାନଙ୍କୁ ମାଡ଼ ମାରି ଲହୁ ଲୁହାଣ କରାଯାଇଥିବା ଅଭିଯୋଗ ହୋଇଛି । ଯେଉଁ ବସ୍‌ରେ ପିଲାମାନେ ଯାଇଥିଲେ ସେ ବସ୍ ଭାଙ୍ଗି ଦେଇଛନ୍ତି ଏମ୍‌କେସିଜି ଛାତ୍ରଛାତ୍ରୀ । … Read more

ଚନ୍ଦକା ଥାନାରୁ ଫେରାର ହେଇଗଲା ଚୋର

ଭୁବନେଶ୍ୱର: ଚନ୍ଦକା ଥାନାରୁ ଫେରାର ହେଇଗଲା ଚୋର। କନେଷ୍ଟବଳଙ୍କୁ ଧକ୍କା ଦେଇ କାଲି ଚନ୍ଦକା ଥାନାରୁ ଚମ୍ପଟ ମାରିଛି ଚୋର। ଅଭିଯୁକ୍ତ ଜଣକ ହେଉଛି ପଶ୍ଚିମବଙ୍ଗର ରାଜା । ଫୋନ ଚୋରି ଅଭିଯୋଗରେ ତାକୁ ଗିରଫ କରାଯାଇଥିଲା । କଟକ ଚୌଦ୍ବାର ପରେ ଏବେ ଚନ୍ଦକା ଥାନାରେ ଘଟିଛି ଘଟଣା । ଖବର ଅନୁସାରେ ଗତମାସ ୨୮ ତାରିଖ ରାତିରେ ଏକ ଆଇଫୋନ ଚୋରି ହୋଇଥିଲା । ସେହି ଅଭିଯୋଗ ତଦନ୍ତ କରି ୨ ଦିନ ପୂର୍ବେ … Read more

ମୋବାଇଲ ଟାୱାର ଉଡ଼ାଇଲେ ମାଓବାଦୀ

ରାଉରକେଲା: ଗତ କଲି ମଧ୍ୟ ରାତିରେ ସିପିଆଇ ମାଓବାଦୀମାନେ ସରଣ୍ଡା ଜଙ୍ଗଲ ଅଧୀନସ୍ଥ ଛୋଟାନାଗରା ଠାରେ ପୁଣି ଥରେ ଗୋଟିଏ ଏୟାରଟେଲ ମୋବାଇଲ ଟାୱାରକୁ ସମ୍ପୂର୍ଣ୍ଣ ଭାବରେ ପୋଡ଼ି ନଷ୍ଟ କରିଦେଇଛନ୍ତି ମାଓବାଦୀ । ଛୋଟାନାଗରାର ବାହାଡ଼ା ଗାଁରେ ବହୁ ସଂଖ୍ୟକ ସଶସ୍ତ୍ର ମାଓବାଦୀ ପହଞ୍ଚି ଏହି ମୋବାଇଲ ଟାୱାର ଉପକରଣକୁ ନିଆଁ ଲଗାଇ ନଷ୍ଟ କରିଦେଇଛନ୍ତି। ଏହି ଘଟଣା ପରେ ଅଞ୍ଚଳରେ ମୋବାଇଲ ନେଟୱାର୍କ ବିଚ୍ଛିନ୍ନ ହୋଇଯାଇଛି। ଏହାଛଡ଼ା ମାଓବାଦୀମାନେ ମୋବାଇଲ ଟାୱାର ଚାରିପାଖରେ ମାଓ … Read more