ବାଲେଶ୍ଵର ମୁଖ୍ୟ ଚିକିତ୍ସାଳୟରେ ଅଗ୍ନିକାଣ୍ଡ

ବାଲେଶ୍ଵର: ବାଲେଶ୍ଵର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଅଗ୍ନିକାଣ୍ଡ। ମୁଖ୍ୟ ହସ୍ପିଟାଲରେ ଆଜି ସକାଳେ ସର୍ଟସର୍କିଟ୍ ଯୋଗୁଁ ଅଗ୍ନିକାଣ୍ଡ ଘଟି ହାଉସକିପିଂ ୟୁନିଟ୍ କ୍ଷତିଗ୍ରସ୍ତ ହୋଇଥିବା ଖବର ମିଳିଛି। ରୁମ ଭିତରେ ଫିନାଇଲ, କପଡ଼ା, ସ୍ପିରିଟ, ହସ୍ପିଟାଲରେ ବ୍ୟବହୃତ ସାମଗ୍ରୀ ଷ୍ଟକ୍ ରହିଥିଲା। ତେବେ ଏହି ଅଗ୍ନିକାଣ୍ଡରେ କୌଣସି ଜନଜୀବନ କ୍ଷତିଗ୍ରସ୍ତ ହୋଇନଥିଲେ ମଧ୍ୟ ରୋଗୀ, ଆଟେଣ୍ଡାଣ୍ଟ ଏବଂ ହସ୍ପିଟାଲ କର୍ମଚାରୀଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି ହୋଇଯାଇଛି। କିଛି ସ୍ଥାନୀୟ ବାସିନ୍ଦା ହସ୍ପିଟାଲର ଏକ କୋଠରୀରୁ ଧୂଆଁ ବାହାରୁଥିବା … Read more

ପଥର ଗାଡ଼ି ଧରିବା ବେଳେ ଦୁଇ କନିଷ୍ଠ ଖଣି ଅଧିକାରୀଙ୍କୁ ମାଡ଼

ବାଲେଶ୍ୱର: ବାଲେଶ୍ୱର ଜିଲ୍ଲାରେ ମାତିଛନ୍ତି ଖଣି ମାଫିଆ। ସୋର ଥାନା ଦାଣ୍ଡହରିପୁର ଗ୍ରାମରେ ପଥର ଗାଡ଼ି ଧରିବାକୁ ଯାଇଥିବା ବେଳେ ଦୁଇ କନିଷ୍ଠ ଖଣି ଅଧିକାରୀଙ୍କୁ ମାଡ଼ ହୋଇଥିବା ଜଣାପଡିଛି। ସୂଚନା ଅନୁସାରେ ଗତକାଲି ଅପରାହ୍ନରେ ବାଲେଶ୍ୱର କନିଷ୍ଠ ଖଣି ଅଧିକାରୀ ଜଗନ୍ନାଥ ଦାସ ଏବଂ ସମ୍ବିତ କୁମାର ମଣି ଦାଣ୍ଡ ହରିପୁର ଗ୍ରାମରେ ୩ଟି ଡମ୍ପର ବେଆଇନ ଭାବେ ପଥର ଚାଲାଣ କରୁଥିବା କୌଣସି ସୁତ୍ରରୁ ଖବର ପାଇ ଚଢ଼ାଉ କରିଥିଲେ। ଏହି ସମୟରେ ଗ୍ରାମବାସୀମାନେ … Read more

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର: ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା ଥାଇ ଏକ ଜାଲିଆତି ପତ୍ରର ପ୍ରଚାର ହେଉଥିବା ପଞ୍ଚାୟତିରାଜ ଏବଂ ପାନୀୟଜଳ ବିଭାଗର ନଜରକୁ ଆସିଛି । ସରକାର ଗ୍ରାମ ପଞ୍ଚାୟତ ପିଅନ ନାମରେ ଏକ ପଦବୀ ସୃଷ୍ଟି କରିଛନ୍ତି ଏବଂ ପ୍ରତିମାସ ଦରମା ଭାବେ ୧୩,୧୬୦ ଟଙ୍କା ଦିଆଯିବ ବୋଲି ଏହି ପତ୍ରରେ ଭ୍ରମାତ୍ମକ ଦାବି କରାଯାଇଛି । ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ପକ୍ଷରୁ ଏହି ପତ୍ର ଜାରି ହୋଇ‌ନାହିଁ … Read more

ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନାରେ ସରକାର ଦେବେ ୫୧ ହଜାର ଟଙ୍କାର ସହାୟତା ରାଶି

ଭୁବନେଶ୍ୱର: କନ୍ୟା ବିବାହ ପାଇଁ ସରକାର ଦେବେ ୫୧ ହଜାର ଟଙ୍କା। ଏହି ଟଙ୍କା କନ୍ୟାଙ୍କ ଆକାଉଣ୍ଟକୁ ଯିବ ୩୫ ହଜାର ଟଙ୍କା। ବିବାହ କାର୍ଯ୍ୟ ପାଇଁ ମିଳିବ ୬ ହଜାର ଟଙ୍କା। ୧୦ ହଜାର ଟଙ୍କା ଉପହାର ଦେବେ ସରକାର। ଉପହାରରେ ମିଳିବ ପାଉଞ୍ଜି, ଚୁଡି, ଝୁଣ୍ଟିଆ, ବାସନ। ଏଥିପାଇଁ ସ୍ବତନ୍ତ୍ର ଗାଇଡ ଲାଇନ୍ ରଖିଛନ୍ତି ସରକାର। ଝିଅର ବୟସ ସର୍ବନିମ୍ନ ୧୮ରୁ ୩୫ ବର୍ଷ ଓ ପୁଅର ବୟସ ୨୧ରୁ ୩୫ ବର୍ଷ ହୋଇଥିବା … Read more

ଭାରତ-ରୁଷ ମଧ୍ୟରେ ୭ ଚୁକ୍ତି ସ୍ୱାକ୍ଷରିତ

ନୂଆଦିଲ୍ଲୀ: ଭାରତ ଯାତ୍ରାରେ ଆସିଥିବା ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଆଜି ସକାଳେ ରାଜଘାଟ ଯାଇ ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ରାଜଘାଟର ସ୍ମାରିକାରେ ପୁତିନ ଦସ୍ତଖତ ମଧ୍ୟ କରିଛନ୍ତି । ଏହା ପରେ ରାଷ୍ଟ୍ରପତି ଭାବନରେ ତାଙ୍କୁ ଗାର୍ଡ ଅଫ ଅନର ଦିଆଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ପୁତିନ ସିଧାସଳଖ ହାଇଦ୍ରାବାଦ ହାଉସ ପହଞ୍ଚିଥିଲେ ଏବଂ ଏଠାରେ ଦୁଇ ନେତାଙ୍କ ମଧ୍ୟରେ ଗୁରୁତ୍ୱପୂର୍ଣ୍ଣ ଦ୍ୱିପାକ୍ଷିକ ଆଲୋଚନା ଏବଂ ଚୁକ୍ତି ସ୍ୱାକ୍ଷରିତ … Read more

ବିମାନ ବାତିଲ୍ ଯୋଗୁଁ ଓଡ଼ିଶାର ନବ ବିବାହିତ ଦମ୍ପତି ଅନଲାଇନ ଯୋଗେ ରିସେପ୍ସନରେ ହେଲେ ସାମିଲ

ଭୁବନେଶ୍ୱର: ଇଣ୍ଡିଗୋ ବିମାନ ବାତିଲ ପାଇଁ ନବ ବିବାହିତ ଦମ୍ପତି ହଟହଟା ହୋଇଛନ୍ତି। ଏହା ସହିତ ଇଣ୍ଡିଗୋ କର୍ମଚାରୀମାନେ ପ୍ରତିଦିନ କୌଣସି ନ କୌଣସି ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଯାନ୍ତ୍ରିକ ତ୍ରୁଟି ଏବଂ କର୍ମଚାରୀ ଅଭାବ ଯୋଗୁଁ ବିମାନ ସେବାରେ ସମସ୍ୟା ଆରମ୍ଭ ହୋଇଛି। ଇଣ୍ଡିଗୋ ଏୟାରଲାଇନ୍ସର ବ୍ୟାପକ ବିମାନ ବାତିଲ୍ ହେତୁ ଜଣେ ନବ ବିବାହିତ ଦମ୍ପତି ହୁବଳିରେ ନିଜ ରିସେପ୍ସନ୍‌ରେ ପହଞ୍ଚି ନପାରି ଶେଷରେ ଭିଡିଓ କନଫରେନ୍ସିଂ ଜରିଆରେ ସାମିଲ ହୋଇଥିଲେ।ସୂଚନା ମୁତାବିକ, ଭୁବନେଶ୍ୱରର … Read more

ପ୍ରଥମରୁ ଦ୍ୱାଦଶ ଶ୍ରେଣୀ ପାଠ୍ୟ ପୁସ୍ତକ ବଦଳିବାର ଯୋଜନା

ଭୁବନେଶ୍ୱର: ରାଜ୍ୟର ବିଦ୍ୟାଳୟ ଶିକ୍ଷା କ୍ଷେତ୍ରରେ ବ୍ୟାପକ ସଂସ୍କାର ଆଣିବା ପାଇଁ ଓଡ଼ିଶା ସରକାର ପ୍ରଥମରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ପାଠ୍ୟକ୍ରମରେ ପରିବର୍ତ୍ତନ ଆଣିବାକୁ ଯୋଜନା କରୁଛନ୍ତି। ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଆଜି ବିଧାନସଭାରେ ମତ ରଖିଛନ୍ତି । ଏକ ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ କହିଛନ୍ତି ଯେ, ସ୍କୁଲ୍ ଓ ଗଣଶିକ୍ଷା ବିଭାଗ ଅଧୀନରେ ଥିବା ସମସ୍ତ ବିଦ୍ୟାଳୟର ପ୍ରଥମ ଶ୍ରେଣୀରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ବର୍ତ୍ତମାନର ପାଠ୍ୟକ୍ରମରେ ସମ୍ପୂର୍ଣ୍ଣ ପରିବର୍ତ୍ତନ କରାଯିବ। ପାଠ୍ୟପୁସ୍ତକ ପରିବର୍ତ୍ତନ … Read more

ବୈତରଣୀରେ ନିର୍ମାଣ ହେବ ବ୍ୟାରେଜ୍‌: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ କେନ୍ଦୁଝର ଜିଲ୍ଲା ପାଟଣା ପାଇଁ ଏକ ବଡ଼ ଘୋଷଣା କରିଛନ୍ତି। ତହସିଲ ରାଜନଗର ବୈତରଣୀ ନଦୀରେ ଭୀମକୁଣ୍ଡ ବ୍ୟାରେଜ ନିର୍ମାଣ ହେବାର ପ୍ରସ୍ତାବ ରହିଛି କି ବୋଲି ଗୁରୁବାର ପାଟଣା ବିଧାୟକ ଅଖିଳ ଚନ୍ଦ୍ର ନାଏକଙ୍କ ଅଣ ତାରକା ପ୍ରଶ୍ନ ସଂଖ୍ୟା ୧୫୮୯ର ଲିଖିତ ଉତ୍ତରରେ ବିଧାନସଭାରେ ଉତ୍ତର ରଖିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଏହି ପ୍ରକଳ୍ପ କାର୍ଯ୍ୟକାରୀ ହେଲେ ପାଟଣା ବ୍ଲକ ୧୧୬୮୧. ୫୦, ସାହାରପଡ଼ା ବ୍ଲକର ୧୨୪୧.୫୬, ଘଟଗାଁ ବ୍ଲକର … Read more

ସହଜ ହେଲା ପୁରୁଣା ଆପାର୍ଟମେଣ୍ଟ କିଣାବିକା

ଭୁବନେଶ୍ୱର: ଓଡ଼ିଶା ସରକାର ପୁରୁଣା ଆପାର୍ଟମେଣ୍ଟଗୁଡ଼ିକର ପୁନଃ-ବିକ୍ରି ପ୍ରକ୍ରିୟାକୁ ସରଳ କରିଛନ୍ତି। ଏଥିପାଇଁ ରିଅଲ ଇଷ୍ଟେଟ୍ (ନିୟନ୍ତ୍ରଣ ଏବଂ ବିକାଶ) ଅଧିନିୟମ, ୨୦୧୬ ଏବଂ ଓଡ଼ିଶା ଆପାର୍ଟମେଣ୍ଟ (ମାଲିକାନା ଓ ପରିଚାଳନା) ଅଧିନିୟମ-୨୦୨୩ ରେ ଆବଶ୍ୟକୀୟ ସଂଶୋଧନ କରାଯାଇ ନିୟମ କୋହଳ କରାଯାଇଛି।ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ମହାପାତ୍ର ଗୁରୁବାର ଏହି ସୂଚନା ଦେଇ କହିଛନ୍ତି ଯେ ବିସ୍ତୃତ ଆଲୋଚନା ପରେ ସରକାର ଏହି ନିୟମକୁ କୋହଳ କରିଛନ୍ତି lଅକ୍ଟୋବର ୫, ୨୦୧୬ … Read more

ଗ୍ରାହକଙ୍କ ଅଭିଯୋଗ ପାଇଁ ଔଷଧ ଦୋକାନ ସାମ୍ନାରେ ଲାଗିବ କ୍ୟୁଆର କୋଡ୍

ନୂଆଦିଲ୍ଲୀ: ଏବେ ଗ୍ରାହକଙ୍କ ପାଇଁ ଔଷଧ ଦୋକାନ ସାମ୍ନାରେ ଲାଗିବ କ୍ୟୁଆର କୋଡ୍ଏହା ଦ୍ବାରା ସ୍ମାର୍ଟଫୋନ୍ ବ୍ୟବହାରୀ ଗ୍ରାହକ ନିଜ ନିଜର ଅଭିଯୋଗ କରିପାରିବେ । ଯଦି କୌଣସି ଔଷଧର ପାର୍ଶ୍ବ ପ୍ରତିକ୍ରିୟା ଦେଖାଦିଏ, ତା ସଂପର୍କରେ ଗ୍ରାହକ ଏହି କ୍ୟୁଆର କୋଡ୍ ଏବଂ ଟୋଲ୍ ଫ୍ରି ନମ୍ବର ମାଧ୍ୟମରେ ଜଣାଇ ପାରିବେ । କେନ୍ଦ୍ରୀୟ ଔଷଧ ମାନକ ନିୟନ୍ତ୍ରଣ ସଂଗଠନ (CDSCO) ସମସ୍ତ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳର ଔଷଧ ଲାଇସେନ୍ସିଂ କର୍ତ୍ତୃପକ୍ଷଙ୍କୁ ସମସ୍ତ ଖୁଚୁରା … Read more