ଲୁଟ୍ ହେଉଛି ଲଘୁ ଖଣିଜ ସମ୍ପଦ

ଭୁବନେଶ୍ୱର: ରାଜ୍ୟରେ ଲଘୁ ଖଣିଜ ସମ୍ପଦ ବିଭିନ୍ନ ସ୍ଥାନରେ ଚଢ଼ାଉ ବେଳେ କୋଟି କୋଟି ଜରିମାନା ଆଦାୟ କଲେଣି ରାଜ୍ୟ ସରକାର। ଜାନୁଆରୀ ୨୦୨୨ରୁ ଅକ୍ଟୋବର ୨୦୨୫ ୩ ବର୍ଷରେ ପ୍ରାୟ ୧୨୬ କୋଟି ଜରିମାନା ଆଦାୟ । ବିଧାୟକ ଗୌତମ ବୁଦ୍ଧ ଦାସଙ୍କ ପ୍ରଶ୍ନରେ ଗୃହରେ ଉତ୍ତର ଦେଇଛନ୍ତି ଇସ୍ପାତ ଓ ଖଣି ମନ୍ତ୍ରୀ ବିଭୁତି ଭୂଷଣ ଜେନା । ୩୦ ଜିଲ୍ଲାରୁ ଲଘୁ ଖଣିଜ ସମ୍ପଦ ଚୋରା ଚାଲାଣ ହେଉଛି । ସେପ୍ଟେମ୍ବର ୩୦ … Read more

ମତ୍ସ୍ୟଜୀବୀଙ୍କ ଜାଲରେ ବିଶାଳ ସାର୍କ

ବାଲେଶ୍ଵର :  ବଙ୍ଗୋପସାଗରରୁ ଦୁଇଟି ବିଶାଳ ସାର୍କଙ୍କ ମୃତଦେହ ମିଳିଛି। ଭୋଗରାଇ ବ୍ଲକ୍‌ ତାଳସାରୀ ନିକଟରେ ଆଜି ଏକ ବିରାଟ ସାର୍କ ଧରାପଡ଼ିଛି। କିଛି ମତ୍ସ୍ୟଜୀବୀ ମାଛ ମାରିବା ପାଇଁ ଭୁଟୁଭୁଟିରେ ମଝି ସମୁଦ୍ରକୁ ଯାଇଥିଲେ। ସେଠାରେ ସାର୍କର ମୃତଦେହ ଭାସୁଥିବା ଦେଖି ସେମାନେ ଏହାକୁ ତାଳସାରୀ ବେଳାଭୂମି ନିକଟକୁ ଟାଣି ଆଣିଥିଲେ । ସାର୍କଟିର ଓଜନ ପ୍ରାୟ ୬ କ୍ବିଣ୍ଟାଲରୁ ଉର୍ଦ୍ଧ୍ବ ହେବ । ଏହାର ଲମ୍ବ ପ୍ରାୟ ୩୦ ଫୁଟରୁ ଅଧିକ ହେବ । … Read more

ବିରୂପା ନଦୀରୁ ମିଳିଲା ନିଖୋଜ ଯୁବକଙ୍କ ମୃତଦେହ

କଟକ: ଗତକାଲି ଏକ କାର୍ ଭାରସାମ୍ୟ ହରାଇ ଜଗତପୁର ଥାନା ଅନ୍ତର୍ଗତ ଆଇବି ରୋଡ୍‌ସ୍ଥିତ ବିରୂପା ନଦୀକୁ ଖସିପଡ଼ିଥିଲା ଓ ଜଣେ ଯୁବକ ଉଦ୍ଧାର ହୋଇଥିବାବେଳେ ଅନ୍ୟ ଜଣେ ଯୁବକ ନିଖୋଜ ଥିଲେ । ଆଜି ସକାଳେ ଅଗ୍ନିଶମ ଟିମ୍ ନିଖୋଜ ଥିବା ଯୁବକର ମୃତଦେହ ଉଦ୍ଧାର କରିଛନ୍ତି । ମୃତକ ହେଲେ ଭୁବନେଶ୍ୱର ଧଉଳି ଥାନା ଅନ୍ତର୍ଗତ ଲିଙ୍ଗିପୁର ଅଞ୍ଚଳର ଅତୁଲ ଓରଫ ଉଦିତ ନାରାୟଣ ସାହୁ(୨୨)। ତାଙ୍କ ସହିତ ଥିବା ଲିଙ୍ଗିପୁର ଅଞ୍ଚଳର ଅଂଶୁମାନ … Read more

ଫ୍ରାନ୍ସରୁ ୯୦ ରାଫେଲ F4 ଏବଂ ୨୪ ରାଫେଲ F5 କିଣିବେ ଭାରତ ସରକାର

ନୂଆଦିଲ୍ଲୀ: ଭାରତ ସରକାର ମଲ୍ଟି-ରୋଲ୍ ଫାଇଟର ଏୟାରକ୍ରାଫ୍ଟ (MRFA) କାର୍ଯ୍ୟକ୍ରମ ଅଧୀନରେ ୧୧୪ ଓ ଫାଇଟର ପ୍ଲେନ୍ ପାଇଁ ଏକ ଡାଇରେକ୍ଟ ଗର୍ଭମେଣ୍ଟ-ଟୁ ଗର୍ଭମେଣ୍ଟ ପ୍ରପୋଜାଲ ତିଆରି କରୁଛନ୍ତି l ଭାରତୀୟ ବାୟୁସେନା ସୁପାରିଶ କରିଛି ଯେ, ଟ୍ରାଡିସନାଲ ଟେଣ୍ଡର ବାଇପାସ୍ କରି ଖୁବ୍ ଶୀଘ୍ର ବିମାନ କିଣିବା ଦରକାର, ଯାହାଫଳରେ ହ୍ରାସ ପାଉଥିବା ସ୍କ୍ୱାର୍ଡନଗୁଡ଼ିକ ଉପରେ ଚାପକୁ ଦୂର କରିହେବ।ରାଫେଲ ହେଉଛି ଡାସଲ୍ଟ ଆଭିଏସନ୍ ଦ୍ୱାରା ବିକଶିତ ଏବଂ ନିର୍ମିତ ଏକ ମଲ୍ଟିରୋଲ ଯୁଦ୍ଧ ବିମାନ। … Read more

ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗ; ଜେଲ୍ ଗଲେ ଶିକ୍ଷକ

ବଲାଙ୍ଗୀର: ଲରମ୍ଭା ଥାନା ଅଞ୍ଚଳରେ ଥିବା ଏକ ବିଦ୍ୟାଳୟରେ ଅଧ୍ୟୟନ କରୁଥିବା ଜନୈକ ଅଷ୍ଟମ ଶ୍ରେଣୀ ଛାତ୍ରୀଙ୍କୁ ଉକ୍ତ ବିଦ୍ୟାଳୟର ଜଣେ ଶିକ୍ଷକ ଅସଦାଚରଣ କରିଥିବା ଅଭିଯୋଗ ହୋଇଥିଲା । ଏ ନେଇ ଛାତ୍ରୀଙ୍କ ମା’ ମଙ୍ଗଳବାର ଲରମ୍ଭା ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗ ପରେ ପୁଲିସ କେଶ ନଂ ୨୭୯ରେ ଏକ ମାମଲା ରୁଜୁ କରି ସମ୍ପୃକ୍ତ ଶିକ୍ଷକକୁ ଥାନାକୁ ଆଣି ଅଟକ ରଖି ତଦନ୍ତ ଆରମ୍ଭ କରିଥିଲା। ତଦନ୍ତ ପରେ ଅଭିଯୁକ୍ତ … Read more

ନଦୀ ଜଳ ଦୂଷିତ ହେଲେ ଦାୟୀ ରହିବେ ଅଧିକାରୀ; ମନ୍ତ୍ରୀ ଗଣେଶ ରାମସିଂ ଖୁଣ୍ଟିଆ

ଭୁବନେଶ୍ୱର: ନଦୀ ଜଳ ପ୍ରସଙ୍ଗକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ରାଜ୍ୟ ଜଙ୍ଗଲ ପରିବେଶ ଏବଂ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ। ବିଧାନସଭାର ଶୀତକାଳୀନ ଅଧିବେଶନର ପ୍ରଶ୍ନକାଳରେ ମନ୍ତ୍ରୀ କହିଛନ୍ତି, ବିଭାଗ ପକ୍ଷରୁ ନଦୀ ଜଳକୁ ତିନି ମାସରେ ଥରେ ପରୀକ୍ଷା କରାଯାଉଛି। ଆମେ କହିପାରିବା ନାହିଁ ସବୁ ସ୍ଥାନରେ ନଦୀ ଜଳ ଠିକ ଅଛି। କଳ କାରଖାନାରୁ ବର୍ଜ୍ୟ ବସ୍ତୁ ଆସୁଛି। ନିରନ୍ତର ଭାବେ ନଦୀ ଜଳ ଚେକ କରିବାକୁ ନିର୍ଦ୍ଦେଶ ଦିଆଯାଇଛି … Read more

ହସ୍ତତନ୍ତ ବ୍ରାଣ୍ଡ ଆମ୍ବାସଡ଼ରଙ୍କୁ ଅର୍ଥ ପ୍ରଦାନ ନେଇ ପ୍ରଶ୍ନ କଲେ ଅରୁଣ ସାହୁ

ଭୁବନେଶ୍ୱର: ଓଡ଼ିଶା ହସ୍ତତନ୍ତ ବ୍ରାଣ୍ଡ ଆମ୍ବାସଡର ହେବାକୁ ବଲିଉଡ ଅଭିନେତ୍ରୀ ମାଧୁରୀ ମୋଟା ଅର୍ଥ ନେଇଛନ୍ତି। ମାଧୁରୀଙ୍କୁ ରାଜ୍ୟ ରାଜକୋଷରୁ ୧ କୋଟି ୬୦ ଲକ୍ଷ ଟଙ୍କା ପ୍ରଦାନ କରାଯାଇଛି । ବିମାନ ସହ ରହିବା ଓ ଖାଇବା ଖର୍ଚ୍ଚ ଅଲଗା ନେଇଛନ୍ତି ବୋଲି ଆଜି ବିଧାନସଭାରେ ବିଧାୟକ ଅରୁଣ ସାହୁଙ୍କ ପ୍ରଶ୍ନରେ ଉତ୍ତର ରଖିଛନ୍ତି ବୟନ ଶିଳ୍ପ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ । ବୟନ ଶିଳ୍ପ ମନ୍ତ୍ରୀ କହିଛନ୍ତି ଏହାଦ୍ଵାରା ଓଡିଶା ବୁଣାକାର ମାନଙ୍କର … Read more

ଆଳୁ ସଙ୍କଟ ଓ ଶୀତଳଭଣ୍ଡାରକୁ ନେଇ ଚର୍ଚ୍ଚା

ଭୁବନେଶ୍ୱର: ରାଜ୍ୟରେ ବର୍ତ୍ତମାନ ୩୫ଟି ଶୀତଳ ଭଣ୍ଡାର କାର୍ଯ୍ୟକ୍ଷମ ଅଛି । ଯାହା ଭିତରୁ ୩୩ଟି ବେସରକାରୀ ଓ ୨ଟି ସରକାରୀ ଶୀତଳ ଭଣ୍ଡାର । ତେବେ ଏହାର କ୍ଷମତା ରହିଛି ୧ ଲକ୍ଷ ୭୨ ହଜାର ୧୮୦ ମେଟ୍ରିକ ଟନ୍ । ଗୃହରେ କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମଙ୍କ ଶୀତଳ ଭଣ୍ଡାର ନେଇ ପ୍ରଶ୍ନରେ ଏହି ତଥ୍ୟ ରଖିଛନ୍ତି ପୂର୍ତ୍ତ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ପୂର୍ତ୍ତ ମନ୍ତ୍ରୀ ଆହୁରି କହିଛନ୍ତି ଯେ, … Read more

ଶ୍ରୀମନ୍ଦିରରେ ଶ୍ରୀବିଗ୍ରହଙ୍କ ବନକଲାଗି ନୀତି ପାଇଁ ୫ ଘଣ୍ଟା ବନ୍ଦ ରହିବ ସାଧାରଣ ଦର୍ଶନ

ପୁରୀ: ଆଜି ମାର୍ଗଶିର ଶୁକ୍ଳ ତ୍ରୟୋଦଶୀ ତିଥିରେ ଶ୍ରୀବିଗ୍ରହଙ୍କ ବନକଲାଗି ନୀତି ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ। ଏଥିପାଇଁ ସନ୍ଧ୍ୟା ୫ଟାରୁ ରାତି ୧୦ଟା ଯାଏଁ ବନ୍ଦ ରହିବ ସର୍ବସାଧାରଣ ଦର୍ଶନ। ଏନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ମିଳିଛି । ଦ୍ବିତୀୟ ଭୋଗମଣ୍ଡପ ଶେଷ ହେବା ପରେ ବନକଲାଗି ନୀତି ଆରମ୍ଭ ହେବ । ଏହା ଗୁପ୍ତନୀତି ହୋଇଥିବାରୁ ଏହି ସମୟରେ ୫ ଘଣ୍ଟା ମହାପ୍ରଭୁଙ୍କ ଦର୍ଶନ ବନ୍ଦ ରହିବ । ବନକଲାଗି ହେଉଛି ମହାପ୍ରଭୁଙ୍କର ଏକ … Read more

ସଞ୍ଚାର ସାଥୀ ଆପ୍‌କୁ ନେଇ ବିବାଦ ପରେ ମତ ବଦଳାଇଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ: ସଞ୍ଚାର ସାଥୀ ଆପ୍‌କୁ ନେଇ ବିବାଦ ପରେ ମତ ବଦଳାଇଲେ କେନ୍ଦ୍ର ସରକାର । ୟୁଜର୍ସ ମାନେ ଚାହିଁଲେ ଏହି ଆପ୍‌କୁ ଫୋନରେ ବ୍ୟବହାର କରିପାରିବେ ନଚେତ ଡିଲିଟ କରିପାରିବେ, ଏହା କୌଣସି ପ୍ରକାର ବାଧ୍ୟତାମୂଳକ ଆପ୍‌ ନୁହଁ ବୋଲି କହିଛନ୍ତି କେନ୍ଦ୍ର ଯୋଗଯୋଗ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ । ଗୋପନୀୟତା ସମସ୍ୟାକୁ ନେଇ ପ୍ରଶ୍ନ ଉଠିବା ପରେ କେନ୍ଦ୍ରମନ୍ତ୍ରୀ ଏପରି ବୟାନ ଦେଇଛନ୍ତି । ଟେଲିକମ୍‌ ବିଭାଗ ମୋବାଇଲ କମ୍ପାନୀ ଓ ଆମଦାନୀକାରୀମାନଙ୍କୁ ନିର୍ଦ୍ଦେଶ … Read more