ପହଲଗାମର ଆକ୍ରମଣ ର ମା‌ଷ୍ଟରମାଇଣ୍ଡ୍‌ ମୁସା ନିପାତ

ନୂଆଦିଲ୍ଲୀ: ପହଲଗାମ ଆତଙ୍କବାଦୀ ଆକ୍ରମଣକୁ ତିନି ମାସ ବିତିଛି। ତିନି ମାସ ପରେ ଭାରତୀୟ‌ ସେନାକୁ ବଡ଼ ସଫଳତା ମିଳିଛି। ପହଲଗାମ ଆତଙ୍କବାଦୀ ଆକ୍ରମଣର ବଦ୍‌ଲା ନେଇଛି ସେନା। ଶ୍ରୀନଗର ଉପକଣ୍ଠ ଲିଡ଼ବାସ ପାହାଡ଼ରେ ସେନାବାହିନୀ ଆକ୍ରମଣର ମାଷ୍ଟରମାଇଣ୍ଡ ତଥା ଶୀର୍ଷ ଲସ୍କର କମାଣ୍ଡର ସୁ‌ଲେମାନ ଶାହ ଓରଫ ମୁସା ଫୌଜି ସମେତ ୩ ପାକିସ୍ତାନୀ ଆତଙ୍କବାଦୀଙ୍କୁ ନିପାତ କରିଛି। ନିପାତ ହୋଇଥିବା ଅନ୍ୟ ୨ ଆତଙ୍କବାଦୀ ହେଉଛନ୍ତି ଅବୁ ହମ୍‌ଜା ଏବଂ ୟସିର। ଗତବର୍ଷ ଶ୍ରୀନଗର-‌ସୋନମାର୍ଗ … Read more

FIDE ମହିଳା ଚେସ୍‌ ବିଶ୍ୱକପ ଟାଇଟଲ ଜିତିଲେ ଦିବ୍ୟା ଦେଶମୁଖ

ନୂଆଦିଲ୍ଲୀ: ଭାରତର ଦିବ୍ୟା ଦେଶମୁଖ ଫିଡେ ମହିଳା ବିଶ୍ୱକପ୍‍ ଚେସ୍‍ ଚାମ୍ପିୟାନ୍‍ସିପ୍‍ ଟାଇଟେଲ୍‍ ହାସଲ କରିଛନ୍ତି । ଜର୍ଜିଆର ବାଟୁମି ଠାରେ ଅନୁଷ୍ଠିତ ତିନି ପର୍ଯ୍ୟାୟ ବିଶିଷ୍ଟ ଫାଇନାଲ୍‍ ମ୍ୟାଚ୍‍ରେ ଟାଇବ୍ରେକର ମାଧ୍ୟମରେ ଦିବ୍ୟା ଦେଶମୁଖ ଭାରତର କୋନେରୁ ହମ୍ପିଙ୍କୁ ପରାସ୍ତ କରିଛନ୍ତି । ପ୍ରଥମ ଦୁଇଟି ଫାଇନାଲ୍‍ ମ୍ୟାଚ୍‍ ଅମିମାଂଶିତ ଭାବେ ଶେଷ ରହିବା ସହ ପ୍ରଥମ ଟାଇବ୍ରେକ୍‍ ପ୍ରତିଯୋଗିତା ମଧ୍ୟ ଡ୍ର’ ରହିଥିଲା ଟାଇବ୍ରେକରର ଦ୍ୱିତୀୟ ରାପିଡ୍‍ ଖେଳରେ ଦିବ୍ୟା ଦେଶମୁଖ ବିଜୟୀ ହୋଇଥିଲେ … Read more

ହ୍ୟାକ୍‌ ହେଲା ରେଭେନ୍ସା ବିଶ୍ୱବିଦ୍ୟାଳୟର ୱେବସାଇଟ୍,ଉଚ୍ଚଶିକ୍ଷା ବିଭାଗର ଇନଷ୍ଟାଗ୍ରାମ ଆକାଉଣ୍ଟ

ଭୁବନେଶ୍ୱର: ଆଜି ରେଭେନ୍ସା ବିଶ୍ୱବିଦ୍ୟାଳୟ ୱେବ୍‌ସାଇଟ୍‌ ହ୍ୟାକ୍ ହୋଇଛି। କେହି ଦୃର୍ବୃତ୍ତ ୱେବସାଇଟ୍‌କୁ ହ୍ୟାକ୍‌ କରି ଦେଇଥିବା ଦେଖିବାକୁ ମିଳିଛି । ବିଶ୍ୱବିଦ୍ୟାଳୟ ୱେବ୍‌ସାଇଟ୍‌କୁ କ୍ଲିକ୍‌ କଲେ ଏକ ବେଟିଂ ସାଇଟ୍‌ ଖୋଲୁଛି । ମୋବାଇଲ୍‌ରେ ୱେବ୍‌ସାଇଟ୍‌ ଖୋଲିଲେ ‘ବେଣ୍ଟୋ-ଫୋର୍‌ ଡି’ ପରି ଏକ ବେଟିଂ ପ୍ଲାଟ୍‌ଫର୍ମ ଖୋଲୁଛି । ଯାହା ପୂର୍ବରୁ ଦେଖିବାକୁ ମିଳୁ ନ ଥିଲା। ମାତ୍ର ଏହାକୁ କ୍ଲିକ୍‌ କଲେ ବିଶ୍ୱବିଦ୍ୟାଳୟର କୌଣସି ତଥ୍ୟ ଆସୁ ନାହିଁ । ‌ରେଭେନ୍ସା ୱେବ୍‌ସାଇଟ୍‌ରୁ ସାର୍ଟିଫିକେଟ୍‌ … Read more

ପ୍ରାଥମିକ ସ୍କୁଲ ପିଲାଙ୍କ ପରିଚୟ ପତ୍ରରେ ଲାଗିବ ଗେରୁଆ ରଙ୍ଗ

ଭୁବନେଶ୍ୱର: ବିଜେଡି ସରକାର ସମୟରେ ସବୁଜ ରଙ୍ଗର ଆଇ-କାର୍ଡ ହୋଇଥିବା ବେଳେ ୨୦୨୫-୨୬ ଶିକ୍ଷାବର୍ଷରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ଆଇ-କାର୍ଡ ପରିବର୍ତ୍ତନ ହୋଇଛି । ଯେଉଁଥିରେ ପିଲାଙ୍କ ନାମ, ଶ୍ରେଣୀ, ଜନ୍ମ ତାରିଖ, ରୋଲ୍‌ ନମ୍ବର ଓ ଫୋନ୍‌ ନମ୍ବର ରହିବ । ପ୍ରଧାନଶିକ୍ଷକ ବା ଶିକ୍ଷୟିତ୍ରୀଙ୍କ ଦସ୍ତଖତ ରହିବା ନିତ୍ୟାନ୍ତ ଆବଶ୍ୟକ , ବିଭିନ୍ନ ସମୟରେ ବାହାର ପିଲାମାନେ କ୍ୟାମ୍ପସ ଭିତରକୁ ପ୍ରବେଶ କରୁଥିବାରୁ ଆଇ-କାର୍ଡକୁ ବାଧ୍ୟତାମୂଳକ କରାଯାଇଛି । ପିଲାମାନେ ସ୍କୁଲକୁ ଆସିବା … Read more

ବନ୍ୟା ପ୍ରଭାବିତ ଅଞ୍ଚଳରେ ଉଦ୍ଧାର ଓ ରିଲିଫ୍‌ ବଣ୍ଟନ କାର୍ଯ୍ୟ ତ୍ୱରାନ୍ୱିତ

ଭୁବନେଶ୍ୱର: ରାଜ୍ୟରେ କିଛିଦିନ ଧରି ଲଘୁଚାପଜନିତ ଲଗାଣ ବର୍ଷା ହେବା ଫଳରେ ୬ଟି ଜିଲ୍ଲା ବାଲେଶ୍ୱର, ମୟୂରଭଞ୍ଜ, ଭଦ୍ରକ, ଯାଜପୁର, ସୁନ୍ଦରଗଡ଼ ଓ କେନ୍ଦୁଝରରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ଏଥିରେ ୧୧ ହଜାରରୁ ଊଦ୍ଧ୍ୱର୍ ଲୋକ ପ୍ରଭାବିତ ହୋଇଥିବାବେଳେ ଏକ ହଜାରରୁ ଅଧିକ ଲୋକଙ୍କୁ ନିରାପଦ ସ୍ଥାନକୁ ସ୍ଥାନାନ୍ତରିତ କରାଯାଇ ମୟୂରଭଞ୍ଜ ଓ ବାଲେଶ୍ୱର ଜିଲ୍ଲାର ୯ଟି ଆଶ୍ରୟସ୍ଥଳରେ ରଖାଯାଇଛି । ବନ୍ୟା ପରିସ୍ଥିିତି ନେଇ ଆଜି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ … Read more

ବଢ଼ିବ ଚାଷୀ ପଞ୍ଜୀକରଣ ସମୟସୀମା

ଭୁବନେଶ୍ୱର: ଚାଷୀ ପଞ୍ଜୀକରଣ ଲାଗି ସମୟସୀମା ଜୁଲାଇ ମାସ ୧୯ ରୁ ଅଗଷ୍ଟ ୨୦ ତାରିଖ ପର୍ଯ୍ୟନ୍ତ ଧାର୍ଯ୍ୟ କରାଯାଇଛି । ତେବେ ପଞ୍ଜୀକରଣରେ ଚାଷୀମାନେ ଅସୁବିଧାର ସମ୍ମୁଖୀନ ହେଉଥିବାରୁ ଏହାର ସମୟ ସୀମାକୁ ବୃଦ୍ଧି କରିବାକୁ ସଙ୍କେତ ଦେଇଛନ୍ତି ବିଭାଗୀୟ ମନ୍ତ୍ରୀ । ଇ-କେୱାଇସି ଦାଖଲ ବେଳକୁ ସମସ୍ୟା ଦେଖାଦେଉଥିବା ଅଭିଯୋଗ ଆସୁଛି । ଜମି ପଟ୍ଟା ସଂଶୋଧନରେ ବିଳମ୍ବ, ସର୍ଭର୍ ଓ ନେଟୱର୍କ ସମସ୍ୟା କାରଣରୁ ଚାଷୀମାନେ ପଞ୍ଜୀକରଣ କରିପାରୁନାହାନ୍ତି । ଚାଷୀଙ୍କ ଜମି … Read more

ଔଷଧ ଦୋକାନରେ ରିହାତି ବୋର୍ଡ ନିଷେଧ ଲାଗୁ

ନୂଆଦିଲ୍ଲୀ: ମଧ୍ୟପ୍ରଦେଶରେ ଏବେ ମେଡିକାଲ ଷ୍ଟୋରଗୁଡ଼ିକରେ ୧୦%ରୁ ୮୦% ପର୍ଯ୍ୟନ୍ତ ରିହାତି ଦର୍ଶାଇ ବୋର୍ଡ ଲଗାଇବା ବେଆଇନ ବୋଲି ବିବେଚନା କରାଯିବ। ଫାର୍ମାସି ପରିଷଦ ସ୍ପଷ୍ଟ କରିଛି ଯେ ଔଷଧ ବିକ୍ରୟରେ ରିହାତି ବିଜ୍ଞାପନ ଫାର୍ମାସି ଅଭ୍ୟାସ ନିୟମ ୨୦୧୫ ବିରୁଦ୍ଧ। ଏହା ଉପରେ କାର୍ଯ୍ୟାନୁଷ୍ଠାନ ସ୍ୱରୂପ, ଫାର୍ମାସିଷ୍ଟଙ୍କ ପଞ୍ଜିକରଣ ବାତିଲ କିମ୍ବା ସ୍ଥଗିତ କରାଯାଇପାରିବ। ପରିଷଦ ରାଜ୍ୟ ସାରା ଔଷଧ ବ୍ୟବସାୟୀ ଏବଂ ଦୋକାନ ମାଲିକମାନଙ୍କୁ ଏକ ନୋଟିସ ଜାରି କରିଛି ଏବଂ କହିଛି ଯେ … Read more

ବୋଇଂ ବିମାନରେ ଭୟଙ୍କର ଅଗ୍ନିକାଣ୍ଡ,ଅଳ୍ପକେ ବଞ୍ଚିଲେ ଯାତ୍ରୀ

ନୂଆଦିଲ୍ଲୀ : ଆମେରିକାର ଡେନଭର ଇଣ୍ଟରନ୍ୟାସନାଲ ଏୟାରପୋର୍ଟ ବୋଇଂ ୭୩୭ ବିମାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି । ଅଗ୍ନିକାଣ୍ଡ ଘଟିଥିବା ବିମାନରେ ୧୭୯ ଜଣ ଯାତ୍ରୀ ଥିବା ଜଣାପଡିଛି । ମିଆମି ଯାଉଥିବା ସମୟରେ ଏପରି ଘଟଣା ଦେଖିବାକୁ ମିଳିଛି । ଅଗ୍ନିକାଣ୍ଡ ହେବା ଫଳରେ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳିଯାଇଛି । ଅଗ୍ନିକାଣ୍ଡ ହେବାରୁ ଉଡ଼ାଣକୁ ବାତିଲ କରାଯାଇଛି । କିନ୍ତୁ ଏଥିରେ କାହାର ଜୀବନହାନି ଘଟିନାହିଁ ବୋଲି ସୂଚନା ମିଳୁଛି । ସୂଚନାନୁଯାୟୀ, ମିଆଁମି ଯାଇଥାନ୍ତା ବିମାନ। … Read more

ମନସା ଦେବୀ ମନ୍ଦିରର ଫୁଟପାଥରେ ଦଳାଚକଟା

ନୂଆଦିଲ୍ଲୀ: ହରିଦ୍ୱାରର ମନସା ଦେବୀ ମନ୍ଦିରର ଫୁଟପାଥରେ ଦଳାଚକଟା ହୋଇଛି ଏବଂ ଏହି ଦୁର୍ଘଟଣାରେ ଏପର୍ଯ୍ୟନ୍ତ ୭ ଜଣଙ୍କର ମୃତ୍ୟୁ ହୋଇଛି। ଏହା ସହିତ ଅନେକ ଲୋକ ଆହତ ମଧ୍ୟ ହୋଇଛନ୍ତି। ଦୁର୍ଘଟଣା ପରେ ଉଦ୍ଧାର ଏବଂ ରିଲିଫ କାର୍ଯ୍ୟ ଚାଲିଛି, ଆହତମାନଙ୍କୁ ମଧ୍ୟ ହସ୍ପିଟାଲକୁ ପଠାଯାଇଛି। ଏହି ଦୁର୍ଘଟଣା ଉପରେ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମି x ରେ ପୋଷ୍ଟ କରି ଲେଖିଛନ୍ତି – “ହରିଦ୍ୱାରର ମନସା ଦେବୀ ମନ୍ଦିର ରାସ୍ତାରେ ଦଳାଚକଟା ହେବା ବିଷୟରେ ଅତ୍ୟନ୍ତ … Read more

କର୍ପୋରେଟର ଅମରେଶ ଜେନା ଗିରଫ

ଭୁବନେଶ୍ୱର: ବିଜେଡି କର୍ପୋରେଟର ଅମରେଶ ଜେନା ବାଲେଶ୍ୱର ଜିଲା ନୀଳଗିରି ଅଞ୍ଚଳରୁ ଗିରଫ ହୋଇଛନ୍ତି l ଜଣେ ଯୁବତୀଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗରେ କମିଶନରେଟ ପୁଲିସ ତାଙ୍କର ୫ଜଣ ସହଯୋଗୀଙ୍କୁ ଗିରଫ କରି କୋର୍ଟଚାଲାଣ କରିଥିବାବେଳେ ମୁଖ୍ୟ ଅଭିଯୁକ୍ତ କର୍ପୋରେଟର ଅମରେଶ ଜେନା ଫେରାର ଥିଲେ। ସେ ରାଜ୍ୟ ବାହାରକୁ ଫେରାର ହୋଇଯାଇଥିବା ନେଇ ବିଭିନ୍ନ ଗଣମାଧ୍ୟମରେ ଚର୍ଚ୍ଚା ହୋଇଥିଲା। ଭୁବନେଶ୍ୱରସ୍ଥିତ ଲକ୍ଷ୍ମୀସାଗର ଥାନା ପୁଲିସ ଏନେଇ ଏକ ସ୍ୱତନ୍ତ୍ର ଟିମ୍ ଗଠନ କରିଥିଲା। ରବିବାର ପୂର୍ବାହ୍ନ … Read more