ଭୁବନେଶ୍ୱର: ରାଜ୍ୟରେ ଲଘୁ ଖଣିଜ ସମ୍ପଦ ବିଭିନ୍ନ ସ୍ଥାନରେ ଚଢ଼ାଉ ବେଳେ କୋଟି କୋଟି ଜରିମାନା ଆଦାୟ କଲେଣି ରାଜ୍ୟ ସରକାର। ଜାନୁଆରୀ ୨୦୨୨ରୁ ଅକ୍ଟୋବର ୨୦୨୫ ୩ ବର୍ଷରେ ପ୍ରାୟ ୧୨୬ କୋଟି ଜରିମାନା ଆଦାୟ । ବିଧାୟକ ଗୌତମ ବୁଦ୍ଧ ଦାସଙ୍କ ପ୍ରଶ୍ନରେ ଗୃହରେ ଉତ୍ତର ଦେଇଛନ୍ତି ଇସ୍ପାତ ଓ ଖଣି ମନ୍ତ୍ରୀ ବିଭୁତି ଭୂଷଣ ଜେନା । ୩୦ ଜିଲ୍ଲାରୁ ଲଘୁ ଖଣିଜ ସମ୍ପଦ ଚୋରା ଚାଲାଣ ହେଉଛି । ସେପ୍ଟେମ୍ବର ୩୦ ପର୍ଯ୍ୟନ୍ତ ୬୫୫ କୋଟି ରାଜସ୍ବ ଆଦାୟ ହୋଇଛି। ଲଘୁ ଖଣିଜ ଦ୍ରବ୍ୟର ଚୋରା ଚାଲାଣ ପାଇଁ ୩୦ ଜିଲ୍ଲାରେ ୧୫ ହଜାର ୧୮୭ଟି ଧରପଗଡ଼ ହୋଇଛି। ଏଥି ସହିତ ୩ ହଜାର ୧୧୯ଟି ମାମଲା ରୁଜୁ ହୋଇଛି । ୧୨୬ କୋଟି ୫୧ ଲକ୍ଷ ୭୮ହଜାର ଜୋରିମାନା ଆଦାୟ ହୋଇଛି । ସେହିଭଳି ରାଜ୍ୟ ସର୍ବାଧିକ ବାଲି ଚୋରି ହେଉଥିବା ୧୧ ଅତ୍ୟଧି ସମ୍ବେଦନଶୀଳ ତହସିଲ ଚିହ୍ନଟ ହୋଇଛି । ଏହି ୧୧ ଟି ତହସିଲରେ ବାଲି, ମୋରମ ଓ ପଥର ଚୋରା ଚାଲଣା କରାଯାଇଛି। ଧର୍ମଶାଳା, ଝାରସୁଗୁଡ଼ା, ପିପିଲି, ଟାଙ୍ଗୀ, ମାର୍ଶାଘାଇ, ବାରଙ୍ଗ, କଣିହାଁ, ଜଳେଶ୍ବର, ହିନ୍ଦୋଳ, ପୁରୁଷୋତ୍ତମପୁର, ରଘୁନାଥପୁର ତହସିଲରେ ସବୁଠାରୁ ଅଧିକ ଚୋରି ହୋଉଥିବା ଖଣି ଓ ଇସ୍ପାତ ମନ୍ତ୍ରୀ ବିଭୁତି ଭୂଷଣ ଜେନା ଗୃହରେ ଉତ୍ତର ରଖିଛନ୍ତି ।









