ପୁରୀ ବଡ଼ଦାଣ୍ଡରେ ଠେଲାପେଲାରେ ଜଣଙ୍କର ମୃତ୍ୟୁ, ଜଣେ ଗୁରୁତର

ପୁରୀ: ରଥଯାତ୍ରାରେ ଠେଲାପେଲା ଯୋଗୁ ତଳେ ପଡ଼ି ଶ୍ୱାସରୁଦ୍ଧ ହୋଇଯିବାରୁ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ତାଙ୍କୁ ଗୁରୁତର ଅବସ୍ଥାରେ ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିବା ବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ସୂଚନା ଅନୁସାରେ, ବଡ଼ଦାଣ୍ଡର କିଛି ସ୍ଥାନରେ ଭିଡ଼ ଅତ୍ୟଧିକ ବଢ଼ିଯିବାରୁ ନିୟନ୍ତ୍ରଣରେ ସମସ୍ୟା ସୃଷ୍ଟି ହୋଇଥିଲା। ଏହି ସମୟରେ ଠେଲାପେଲା ହେବାରୁ କିଛି ଶ୍ରଦ୍ଧାଳୁ ତଳେ ପଡ଼ିଯାଇଥିଲେ। ଫଳରେ ଦଳାଚକଟାରେ ଦୁଇଜଣ ଗୁରୁତର ଆହତ ହୋଇଥିଲେ। ଘଟଣାସ୍ଥଳରେ ଥିବା … Read more

ବଙ୍ଗୋପସାଗରରେ ଦୁର୍ଘଟଣା, ୫୦୦ରୁ ଅଧିକ ମୃତ୍ୟୁ ଆଶଙ୍କା

ନୂଆଦିଲ୍ଲୀ: ବଙ୍ଗୋପସାଗରର ମିଆଁମାର ଉପକୂଳରେ ରୋହିଙ୍ଗ୍ୟା ଶରଣାର୍ଥୀଙ୍କୁ ନେଇ ଯାଉଥିବା ଦୁଇଟି ଡଙ୍ଗା ଗଭୀର ସମୁଦ୍ରରେ ବୁଡ଼ି ଯାଇଛି। ଏଥିରେ ୫୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବା ଆଶଙ୍କା କରାଯାଉଛି। କୌଣସି ସାମୁଦ୍ରିକ ଦୁର୍ଘଟଣାରେ ଏତେ ସଂଖ୍ୟକ ଜୀବନ ଯିବା ସମ୍ଭବତଃ ଗୋଟିଏ ଦଶନ୍ଧି ମଧ୍ୟରେ ପ୍ରଥମ ଘଟଣା ବୋଲି କହିଛି ମିଳିତ ଜାତିସଂଘ । ମିଳିଥିବା ସୂଚନା ଅନୁଯାୟୀ, ଆଜି ଇଣ୍ଟରନ୍ୟାଶନାଲ ଅର୍ଗାନାଇଜେସନ ଫର ମାଇଗ୍ରେସନ(ଆଇଓଏମ) ଓ ମିଳିତ ଜାତିସଂଘର ଶରଣାର୍ଥୀ ଉଚ୍ଚାୟୁକ୍ତ କହିଛନ୍ତି ଯେ ଘଟଣା ଓ … Read more

ରଥରେ ବିରାଜମାନ ହେଲେ ଚତୁର୍ଦ୍ଧାମୂର୍ତ୍ତି

ପୁରୀ: ଧାଡ଼ି ପହଣ୍ଡିରେ ଆସି ଠାକୁରେ ନିଜ ନିଜ ରଥରେ ବିରାଜମାନ ହୋଇଛନ୍ତି । ବଡ଼ଦାଣ୍ଡରେ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଛି । ଘଣ୍ଟ, ଘଣ୍ଟା, ମୃଦଙ୍ଗ ତାଳରେ ଚତୁର୍ଦ୍ଦିଗ ପ୍ରକମ୍ପିତ ହେଉଛି । ନିର୍ଦ୍ଧାରିତ ସମୟରେ ନୀତିକାନ୍ତି ସମ୍ପନ୍ନ ହୋଇଛି । ଭକ୍ତିମୟ ପରିବେଶରେ ଶ୍ରୀକ୍ଷେତ୍ର ଉଛୁଳୁଛି । ପ୍ରଥମେ ଚକ୍ରରାଜ ଶ୍ରୀସୁଦର୍ଶନ ପହଣ୍ଡି ହୋଇ ଆସି ମା ସୁଭଦ୍ରାଙ୍କ ରଥ ଦର୍ପଦଳନ ଉପରେ ବିଜେ କରିଛନ୍ତି । ତାପରେ ବଡ଼ ଠାକୁର ବଳଭଦ୍ର ଧାଡ଼ି ପହଣ୍ଡିରେ … Read more

ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଫାଇଲ ଗାଏବ ହେବା ଘଟଣାରେ ଦୁଇ ଅବସରପ୍ରାପ୍ତ ଅଫିସରଙ୍କୁ ନୋଟିସ୍ ପଠାଇଲା କମିଶନରେଟ ପୁଲିସ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ୨ଟି ଗୁରୁତ୍ୱପୂର୍ଣ୍ଣ ତଦନ୍ତ କମିଶନ ଫାଇଲ ଗାଏବ ହେବା ଘଟଣାରେ କମିଶନରେଟ ପୁଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ପୂର୍ବତନ ଆଇଟି ସଚିବ ମନୋଜ କୁମାର ମିଶ୍ର ଓ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ତତକାଳୀନ ପ୍ରମୁଖ ସଚିବ ରାଜେଶ କୁମାର ବର୍ମାଙ୍କୁ ନୋଟିସ୍ ଜାରି କରିଛି। ଏହି ଦୁଇ ଅବସରପ୍ରାପ୍ତ ଅଫିସରଙ୍କୁ ୩ଦିନ ମଧ୍ୟରେ ତଦନ୍ତକାରୀ ଅଫିସର ପାଖରେ ହାଜର ହୋଇ ପକ୍ଷ ରଖିବାକୁ କୁହାଯାଇଛି । ମିଳିଥିବା ସୂଚନା ଅନୁସାରେ, କମିଶନରେଟ ପୁଲିସ ନିଜର … Read more

ଆଜି ମହାପ୍ରଭୁଙ୍କ ବିଶ୍ୱପ୍ରସିଦ୍ଧ ରଥଯାତ୍ରା:ଭକ୍ତମୟ ଶ୍ରୀକ୍ଷେତ୍ର

ପୁରୀ: ଆଜି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା । ରଥାରୁଢ଼ ହେବେ ଚତୁର୍ଦ୍ଧା ମୂର୍ତ୍ତି, ଭକ୍ତ ଓ ଭଗବାନଙ୍କ ହେବ ମହାମିଳନ । ଏହି ପବିତ୍ର ରଥଯାତ୍ରା ପାଇଁ ଚଳଚଞ୍ଚଳ ହୋଇଉଠିଛି ଶ୍ରୀକ୍ଷେତ୍ର। ଆଜିଠୁ ମହାପ୍ରଭୁ ଶ୍ରୀଜଗନ୍ନାଥ, ବଡ଼ଭାଇ ବଳଭଦ୍ର ଓ ଭଉଣୀ ଦେବୀ ସୁଭଦ୍ରା ଶ୍ରୀମନ୍ଦିରରୁ ବାହାରି ନଅ ଦିନିଆ ଯାତ୍ରାରେ ଗୁଣ୍ଡିଚା ମନ୍ଦିର ଅଭିମୁଖେ ବାହାରିବେ । ନିର୍ଦ୍ଧାରିତ ନୀତି ନିର୍ଘଣ୍ଟ ଅନୁଯାୟୀ ଆଜି ସକାଳ ୬ଟାରେ ମଙ୍ଗଳଆଳତି ପରେ ୬ଟା ୧୦ରେ … Read more

ନିଜ ଦେହରେ କିରୋସିନ ଢାଳି ଯୁବତୀଙ୍କ ଆତ୍ମାହୁତି

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ଶାନ୍ତିନଗରରେ ଜଣେ ଯୁବତୀ ଘର ଭିତରେ ନିଜ ଦେହରେ କିରୋସିନ ଢାଳି ଜାଳି ହୋଇଯାଇଛନ୍ତି। ମିଳିଥିବା ଖବର ଅନୁଯାୟୀ, କୌଣସି କାରଣକୁ ନେଇ ଯୁବତୀ ଜଣକ ଆଜି ସକାଳେ ନିଜ ଶରୀରରେ କିରାସିନି ଢାଳି ନିଆଁ ଲଗାଇ ଦେଇଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ଉଦ୍ଧାର କରାଯାଇ ପ୍ରଥମେ ସ୍ଥାନୀୟ ଏକ ମେଡିକାଲରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ସ୍ୱାସ୍ଥ୍ୟାବସ୍ଥା ଅଧିକ ସଙ୍କଟାପନ୍ନ ହେବାରୁ ତାଙ୍କୁ କଟକ ବଡ଼ ଡାକ୍ତରଖାନା (SCB) କୁ ସ୍ଥାନାନ୍ତର … Read more

୨୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଜାଲରେ RI

ରାୟଗଡ଼ା: ରାୟଗଡ଼ା ଜିଲ୍ଲା ଗୁଣପୁର ତହସିଲର ସିରିଝୋଲି ରାଜସ୍ବ ନିରୀକ୍ଷକ ସୁଶାନ୍ତ ମଲ୍ଲିକ ପଟ୍ଟା ଟ୍ରାନ୍ସଫର କରାଇଦେବା ପାଇଁ ୨୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଟିମ ଧରିଛି | ସୂଚନା ଅନୁଯାୟୀ, ବୁଧବାର ଦିନ ଏକ ମ୍ୟୁଟେସନ୍ ମାମଲାରେ ଅନୁକୂଳ ତଦନ୍ତ ରିପୋର୍ଟ ଦାଖଲ କରିବା ଏବଂ ତାଙ୍କ ପୈତୃକ ଜମିର ଆରଓଆର (ଭୂମି ପଟ୍ଟା) ତାଙ୍କ ସପକ୍ଷରେ ପ୍ରଦାନ କରିବା ପାଇଁ ଜଣେ ଆବେଦନକାରୀଙ୍କଠାରୁ ୨୫,୦୦୦ ଟଙ୍କା ନେଉଥିବା ବେଳେ ସେ … Read more

ଫିଫା ବିଶ୍ୱକପ୍ ୨୦୨୬: ସେମିଫାଇନାଲରେ ଫ୍ରାନ୍ସର ଯାତ୍ରା ଶେଷ

ନୂଆଦିଲ୍ଲୀ: ଫିଫା ବିଶ୍ୱକପ୍ ୨୦୨୬ ସେମିଫାଇନାଲ ମ୍ୟାଚରେ ସ୍ପେନ୍ ଫ୍ରାନ୍ସକୁ ୨-୦ ଗୋଲରେ ପରାସ୍ତ କରି ଫାଇନାଲରେ ସ୍ଥାନ ପକ୍କା କରିଛି। କାଇଲିଆନ୍ ଏମବାପେ ମଧ୍ୟ ସ୍ପେନ୍‌ର ପ୍ରତିରକ୍ଷା ଭେଦ କରିପାରି ନଥିଲେ, ତିନୋଟି ସୁଯୋଗ ସୃଷ୍ଟି କରିଥିଲେ। କିନ୍ତୁ କୌଣସି ଗୋଲ ହୋଇପାରି ନଥିଲା। ସ୍ପେନ୍ ଗୋଲ ପାଇଁ ତିନୋଟି ସୁଯୋଗ ପାଇଥିଲା, ଯାହା ମଧ୍ୟରୁ ଗୋଟିଏ ଅଫସାଇଡ୍ ଯୋଗୁଁ ବାଧାପ୍ରାପ୍ତ ହୋଇଥିଲା। ଫ୍ରାନ୍ସର ପରାଜୟ ପରେ କ୍ରୋଧିତ ଫରାସୀ ସମର୍ଥକମାନେ ପ୍ୟାରିସର ରାସ୍ତାରେ ନିଆଁ … Read more

ପାଠ୍ୟପୁସ୍ତକ ତ୍ରୁଟି ମାମଲା: ଏସସିଇଆରଟିର ପୂର୍ବତନ ନିର୍ଦ୍ଦେଶକ ମନୋଜ ପାଢୀ ଗିରଫ

ଭୁବନେଶ୍ବର: ବହୁ ବାଦବିବାଦ ଓ ସମାଲୋଚନା ପରେ ଶେଷରେ ପାଠ୍ୟପୁସ୍ତକ ତ୍ରୁଟି ମାମଲାରେ ଗିରଫ ହୋଇଛନ୍ତି ଏସସିଇଆରଟିର ପୂର୍ବତନ ନିର୍ଦ୍ଦେଶକ ମନୋଜ ପାଢୀ। ମଙ୍ଗଳବାର ଦିନ କ୍ରାଇମବ୍ରାଞ୍ଚର ଏକ ସ୍ପେଶାଲ ଟିମ୍ ତାଙ୍କୁ ବାସଭବନରେ ଅଟକ ରଖିବା ସହିତ ଦୀର୍ଘ ସମୟ ଧରି ଜେରା କରିଥିଲା। ଜେରା ବେଳେ କୌଣସି ସନ୍ତୋଷଜନକ ଉତ୍ତର ନମିଳିବାରୁ ଶେଷରେ ତାଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି। କଟକ ଜେଏମଏଫସି କୋର୍ଟରେ ତାଙ୍କ ଜାମିନ ଆବେଦନ ନାମଞ୍ଜୁର ହେବା ପରେ … Read more

୭ ବିଭାଗର ୧୩ ପ୍ରସ୍ତାବକୁ କ୍ୟାବିନେଟର ମୋହର

ଭୁବନେଶ୍ୱର: ରାଜ୍ୟ ମନ୍ତ୍ରୀମଣ୍ଡଳ (କ୍ୟାବିନେଟ)ର ୪୪ତମ ବୈଠକ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନସ୍ଥିତ ସମ୍ମିଳନୀ କକ୍ଷରେ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି l ବୈଠକ ପରେ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ କ୍ୟାବିନେଟ ବୈଠକର ନିଷ୍ପତ୍ତି ସମ୍ପର୍କରେ ଗଣମାଧ୍ୟମକୁ ସୂଚନା ଦେଇଥିଲେ l ବୈଠକରେ ୭ ଟି ବିଭାଗର ୧୩ ଟି ପ୍ରସ୍ତାବ ଆଲୋଚନା ପୂର୍ବକ ଅନୁମୋଦନ କରାଯାଇଛି l ଜଳ ସମ୍ପଦ ବିଭାଗର ୧ଟି, ମତ୍ସ୍ୟ ଓ … Read more