SC/ST ବର୍ଗର ଗରିବ ଛାତ୍ରଛାତ୍ରୀମାନଙ୍କ ପାଇଁ ନୂଆ ନିୟମ:ମେଡିକାଲ ଓ ଇଞ୍ଜିନିୟରିଂ କଲେଜରେ ଆଡମିଶନ ବେଳେ ଦେବାକୁ ପଡ଼ିବନି ଫି

ଭୁବନେଶ୍ୱର: ରାଜ୍ୟର ଅନୁସୂଚିତ ଜାତି ଓ ଜନଜାତି ବର୍ଗର ଗରିବ ଛାତ୍ରଛାତ୍ରୀମାନଙ୍କ ପାଇଁ ଆସିଲା ନୂଆ ନିୟମ । ଏବେ ଆଉ ସରକାରୀ ମେଡିକାଲ ଓ ଇଞ୍ଜିନିଅରିଂ କଲେଜରେ ଆଡମିଶନ ବେଳେ ଟିଉସନ୍ ଓ ଅନ୍ୟାନ୍ୟ ଫି ଡିପୋଜିଟ୍‌ କରିବାକୁ ପଡ଼ିବ ନାହିଁ । ସ୍କଲାରସିପ୍ ଟଙ୍କା ପାଇଲା ପରେ ହିଁ ଆଡ୍‌ମିଶନ୍ ଓ ଟିଉସନ୍ ଫି ଦେବେ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିର୍ଦ୍ଦେଶ ଦେଇଛନ୍ତି । ଏନେଇ ଖୁବ୍ ଶୀଘ୍ର ମାର୍ଗଦର୍ଶୀକା ଜାରି … Read more

ବ୍ରହ୍ମପୁର ପୀତବାସ ହତ୍ୟାକାଣ୍ଡ: ବିକ୍ରମ ପଣ୍ଡାଙ୍କୁ ମିଳିଲା ସର୍ତ୍ତମୂଳକ ଜାମିନ

ବ୍ରହ୍ମପୁର: ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲାରେ ପୂର୍ବତନ ବିଧାୟକ ବିକ୍ରମ ପଣ୍ଡାଙ୍କୁ ସର୍ତ୍ତମୂଳକ ଜାମିନ ମିଳିଛି । ଆଜି ହାଇକୋର୍ଟ ବିକ୍ରମ ପଣ୍ଡାକୁ ସର୍ତ୍ତମୂଳକ ଜାମିନ୍ ପ୍ରଦାନ କରିଛନ୍ତି । ଗତ ଜୁଲାଇ ୩୧ ତାରିଖରେ ଜାମିନ୍ ଆବେଦନର ଶୁଣାଣି ଶେଷ ହୋଇଥିବାବେଳେ ରାୟ ସଂରକ୍ଷିତ ଥିଲା। ଆଜି ରାୟ ପ୍ରକାଶ କରିଛନ୍ତି କୋର୍ଟ । ୨୦୨୫ ଅକ୍ଟୋବର ୬ ତାରିଖ ରାତିରେ ପୀତବାସପଣ୍ଡାଙ୍କୁ ହତ୍ୟା ହୋଇଥିଲା । ଏହି ମାମଲାରେ ଅକ୍ଟୋବର ୨୨ ତାରିଖରେ … Read more

ଶ୍ରୀମନ୍ଦିର ନାଟମଣ୍ଡପ ହେଲା ସମ୍ପୂର୍ଣ୍ଣ ଶୀତତାପ ନିୟନ୍ତ୍ରିତ, ସୁବିଧାରେ ମହାପ୍ରଭୁଙ୍କ ଦର୍ଶନ କରିବେ ଭକ୍ତ

ପୁରୀ: ପୁରୀ ଜଗନ୍ନାଥଙ୍କୁ ଦର୍ଶନ ପାଇଁ ଆସୁଥିବା ଭକ୍ତମାନେ ଏବେ ସମ୍ପୂର୍ଣ୍ଣ ଶୀତତାପ ନିୟନ୍ତ୍ରିତ ବ୍ୟବସ୍ଥାରେ ଶ୍ରୀମନ୍ଦିର ଭିତରେ ମହାପ୍ରଭୁଙ୍କ ଦର୍ଶନ କରିବେ। ଗତ ଏକମାସ ଧରି ଶୀତତାପ ନିୟନ୍ତ୍ରିତ ବ୍ୟବସ୍ଥା ପରୀକ୍ଷାମୂଳକ ଭାବେ କରାଯାଇଥିବା ବେଳେ ଆଜିଠାରୁ ପୂର୍ଣ୍ଣ ରୂପରେ ଶୀତତାପ ନିୟନ୍ତ୍ରିତ ବ୍ୟବସ୍ଥା କୁ କାର୍ଯ୍ୟକାରୀ କରାଯାଇଛି। ପ୍ରବଳ ଗୁଳୁଗୁଳି ଯୋଗୁଁ ଅନେକ ସମୟରେ ଭକ୍ତମାନେ ଅଣନିଃଶ୍ବାସୀ ହୋଇ ଅସୁସ୍ଥ ହୋଇ ପଡୁଥିବାବେଳେ ଅନେକ ଭକ୍ତ ଗରମ ଓ ଗୁଳୁଗୁଳି ଯୋଗୁଁ ଶ୍ରୀମନ୍ଦିର ଭିତରେ … Read more

ନେପାଳ ବନ୍ୟାରେ ମୃତ୍ୟୁସଂଖ୍ୟା ୯୦୦ ଟପିଲା, ହଜାର ହଜାର ନିଖୋଜ

ନୂଆଦିଲ୍ଲୀ: ନେପାଳ ବନ୍ୟାରେ ମୃତ୍ୟୁସଂଖ୍ୟା ୯୦୦ ଟପିଛି। ଉଦ୍ଧାର କାର୍ଯ୍ୟ ତ୍ୱରାନ୍ୱିତ କରାଯାଇଥିବା ବେଳେ ମୃତ୍ୟୁସଂଖ୍ୟା ୯୦୩କୁ ବୃଦ୍ଧି ପାଇଥିବା ନେପାଳ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ବନ୍ୟା ପ୍ରଭାବିତ ଅଞ୍ଚଳଗୁଡ଼ିକରେ ବ୍ୟାପକ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ତିବ୍ବତ ସୀମା ନିକଟରେ ହିମସ୍ଖଳନ (ବରଫ-ପଥର ଧସିବା) ଯୋଗୁଁ ସୃଷ୍ଟି ହୋଇଥିବା ବନ୍ୟା ଓ ଭୂସ୍ଖଳନରେ ହଜାର ହଜାର ଲୋକ ନିଖୋଜ ଅଛନ୍ତି। ଉଦ୍ଧାର ଓ ରିଲିଫ୍ କାର୍ଯ୍ୟରେ ପ୍ରାୟ ୨୦,୦୦୦ ସୁରକ୍ଷା କର୍ମୀ ଏବଂ ୧୪ଟି ସାମରିକ … Read more

ଗୁଟ୍‌ଖା ବ୍ୟବସାୟ ନିଷେଧ ନେଇ ରାଜ୍ୟ ସରକାର ଜାରି କରିଥିବା ବିଜ୍ଞପ୍ତିକୁ କାଏମ ରଖିଲେ ହାଇକୋର୍ଟ

ଭୁବନେଶ୍ବର: ରାଜ୍ୟରେ ଗୁଟ୍‌ଖା ବ୍ୟବସାୟ ଉପରେ ଲାଗିବ ପ୍ରତିବନ୍ଧକ। ଗୁଟ୍‌ଖା ବ୍ୟବସାୟ ନିଷେଧ ନେଇ ରାଜ୍ୟ ସରକାର ଗତ ଜାନୁଆରୀ ୨୧ ତାରିଖରେ ଜାରି କରିଥିବା ବିଜ୍ଞପ୍ତିକୁ କାଏମ ରଖିଛନ୍ତି ହାଇକୋର୍ଟ। ସରକାରୀ ବିଜ୍ଞପ୍ତିକୁ ଚ୍ୟାଲେଞ୍ଜ କରି ଦାୟର ହୋଇଥିବା ମାମଲାଗୁଡ଼ିକୁ କୋର୍ଟ ଖାରଜ କରିଛନ୍ତି।ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଆଇନସମ୍ମତ ବୋଲି ହାଇକୋର୍ଟ ରାୟ ଦେଇଛନ୍ତି। ଜନସ୍ୱାସ୍ଥ୍ୟର ସୁରକ୍ଷା କରିବା ରାଜ୍ୟର ମୌଳିକ କର୍ତ୍ତବ୍ୟ ବୋଲି କୋର୍ଟ ନିଜ ରାୟରେ … Read more

FIH ପୁରୁଷ ହକି ବିଶ୍ୱକପ୍ ୨୦୨୬ ଟାଇଟଲ୍ ହାସଲ କଲା ଜର୍ମାନୀ

ନୂଆଦିଲ୍ଲୀ:FIH ପୁରୁଷ ହକି ବିଶ୍ୱକପ୍ ୨୦୨୬ରେ ଜର୍ମାନୀ ସ୍ପେନ୍‌କୁ ୧-୦ ଗୋଲ୍‌ରେ ପରାସ୍ତ କରି ଲଗାତାର ଦ୍ୱିତୀୟଥର ପାଇଁ ବିଶ୍ୱକପ୍ ଟାଇଟଲ୍ ହାସଲ କରିଛି। ବେଲଜିୟମର ୱାଭ୍ରେସ୍ଥିତ ବେଲଫିୟସ୍ ହକି ଆରେନାରେ ଖେଳାଯାଇଥିବା ଫାଇନାଲ୍ ମ୍ୟାଚ୍‌ରେ ଜର୍ମାନୀ ଏହି ରୋମାଞ୍ଚକର ବିଜୟ ହାସଲ କରିଛି।ତୃତୀୟ କ୍ୱାର୍ଟରର ଶେଷ ଭାଗରେ ମିଶେଲ୍ ଷ୍ଟ୍ରୁଥଫ୍ ଜର୍ମାନୀ ପାଇଁ ଏକମାତ୍ର ଗୋଲ୍ ସ୍କୋର କରିଥିଲେ। ଏହା ଜର୍ମାନୀର ମ୍ୟାଚ୍‌ର ଏକମାତ୍ର ସୁଯୋଗ ଥିଲା, ଯାହାକୁ ସେ ଗୋଲ୍‌ରେ ପରିଣତ କରିଥିଲେ। ଏହି … Read more

ମନ୍‌ କି ବାତ୍‌ରେ ଓଡ଼ିଶାର ମୈଥିଲିଙ୍କୁ ମୋଦୀଙ୍କ ପ୍ରଶଂସା

ଭୁବନେଶ୍ୱର: ଆଜି ୧୩୭ ତମ ମନ୍‌ କି ବାତ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓଡ଼ିଶାର ମୈଥିଲି ଭୁଏଙ୍କୁ ପ୍ରଶଂସା କରିଛନ୍ତି । ମୈଥିଲି ଭୁଏ ଡେବ୍ରିଗଡ଼ରେ କେନ୍ଦୁପତ୍ର ଓ ମହୁ ସଂଗ୍ରହ ଜଙ୍ଗଲ ସଂରକ୍ଷଣ କରି ପ୍ରଶଂସା ସାଉଁଟିଛନ୍ତି । ମୈଥିଲିଙ୍କୁ ପ୍ରଶଂସା କରି ପ୍ରଧାନମନ୍ତ୍ରୀ କହିଛନ୍ତି, ଆଜି ମୈଥିଲିଙ୍କ ଜୀବନରେ ଆସିଥିବା ଏହି ପରିବର୍ତ୍ତନ ଅନେକ ମହିଳାଙ୍କୁ ପ୍ରେରଣା ଦେଇଛି । ଏବେଯାଏଁ ୬୦ରୁ ଅଧିକ ମହିଳା ଜଙ୍ଗଲ ସଂରକ୍ଷଣରେ ସାମିଲ ହୋଇଛନ୍ତି । … Read more

ଭରଷପୋଷଣ ସହାୟତା ନ ଦେଲେ ଦରମାରୁ କଟିବ ପ୍ରତିପୋଷଣ ଖର୍ଚ୍ଚ:ମୁଖମନ୍ତ୍ରୀ

ଭୁବନେଶ୍ୱର: କୋର୍ଟଙ୍କ ନିର୍ଦ୍ଦେଶ ସତ୍ତ୍ୱେ ପତ୍ନୀ କିମ୍ବା ସନ୍ତାନଙ୍କୁ ଭରଣପୋଷଣ ନଦେଉଥିବା ସରକାରୀ କର୍ମଚାରୀଙ୍କ ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ଏଣିକି ଅଦାଲତଙ୍କ ନିର୍ଦ୍ଦେଶ ଅନୁଯାୟୀ ସମ୍ପୃକ୍ତ କର୍ମଚାରୀଙ୍କ ଦରମାରୁ ଭରଣପୋଷଣ ରାଶି ସିଧାସଳଖ କାଟି ପତ୍ନୀ କିମ୍ବା ସନ୍ତାନଙ୍କ ବ୍ୟାଙ୍କ ଆକାଉଣ୍ଟରେ ଜମା କରାଯିବ। ରାଜ୍ୟରେ ଅନେକ ସରକାରୀ କର୍ମଚାରୀ କୋର୍ଟଙ୍କ ଆଦେଶ ଥିବା ସତ୍ତ୍ୱେ ଭରଣପୋଷଣ ଟଙ୍କା ଦେଉନଥିବା ଅଭିଯୋଗ ଆସୁଥିବା ବେଳେ ଛାଡ଼ପତ୍ର ପରେ ଦେବାକୁ … Read more

ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ଲଘୁଚାପ; ୩ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ

ଭୁବନେଶ୍ୱର: ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହୋଇଛି। ଏହା ପ୍ରଭାବରେ ଆଜି ଓଡ଼ିଶାର ବାଲେଶ୍ଵର, କେନ୍ଦୁଝର ଓ ମୟୂରଭଞ୍ଜରେ ପ୍ରବଳରୁ ଅତିପ୍ରବଳ ବର୍ଷା ହୋଇପାରେ। ଏହି ୩ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ ଦିଆଯାଇଛି। କିଛି ସ୍ଥାନରେ ଅତି ଭୀଷଣ ବର୍ଷା ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଭଦ୍ରକ, ଯାଜପୁର, କଟକ, ସୁନ୍ଦରଗଡ଼, ସମ୍ବଲପୁର, ଦେବଗଡ଼, ଅନୁଗୁଳ ଓ ଢେଙ୍କାନାଳରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ। କେନ୍ଦ୍ରାପଡ଼ା, ଜଗତସିଂହପୁର, ଝାରସୁଗୁଡ଼ା, ବରଗଡ଼, ସୁବର୍ଣ୍ଣପୁର, … Read more

MMDRକୁ ନେଇ ନବୀନଙ୍କ ଚିଠିର ଜବାବ ଦେଲେ ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର:MMDR ସଂଶୋଧନ ଅଧିନିୟମ 2026କୁ ନେଇ ନବୀନ ପଟ୍ଟନାୟକ ଓଡ଼ିଶାର ସାଂସଦମାନଙ୍କୁ ଦେଇଥିବା ଚିଠିର ପ୍ରତ୍ୟୁତ୍ତର ରଖିଛନ୍ତି ଧର୍ମେନ୍ଦ୍ର ପ୍ରଧାନ ।ସେ ପତ୍ରରେ ଉଲ୍ଲେଖ କରିଛନ୍ତି ଯେ, ଗଣତନ୍ତ୍ରରେ ରାଜନୈତିକ ଆଲୋଚନା ଏକ ସ୍ୱାଭାବିକ ପ୍ରକ୍ରିୟା ହୋଇଥିଲେ ହେଁ, ସଂସଦରେ ଓଡ଼ିଶାର ସ୍ୱର ଭାବରେ ଜାତୀୟ ବିକାଶ ସହ ରାଜ୍ୟର ଅର୍ଥନୀତିର ବ୍ୟାପକତା ଏବଂ ସଂରଚନାଗତ ସ୍ୱାର୍ଥ ରକ୍ଷା କରିବା ଆମର ପ୍ରାଥମିକ ଦାୟିତ୍ୱ । ଏମଏମଡିଆର ସଂଶୋଧନ ଅଧିନିୟମ, ୨୦୨୬ ହେଉଛି ଏକ ଐତିହାସିକ ପଦକ୍ଷେପ … Read more